ETV Bharat / sports

ଗମ୍ଭୀରଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ମଣ, ଦକ୍ଷିଣ ଆଫ୍ରିକା T20 ସିରିଜରେ ମୁଖ୍ୟ କୋଚ ଦାୟିତ୍ବ

ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଏବଂ ଭାରତ ମଧ୍ୟରେ ଖେଳାଯିବ ୪ ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ । ଦଳର ମୁଖ୍ୟ କୋଚ ହୋଇ ପାରନ୍ତି ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ ।

head coach of indian team
head coach of indian team (ETV BHARAT ODISHA)
author img

By ETV Bharat Odisha Team

Published : 4 hours ago

ହାଇଦ୍ରାବାଦ: ନଭେମ୍ବର ୮ ତାରିଖରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ସିରିଜ ପାଇଁ ବଦଳିଲେ ଭାରତୀୟ ଦଳର ମୁଖ୍ୟ କୋଚ । ଗୌତମ ଗମ୍ଭୀର ନୁହନ୍ତି ବରଂ ଭିଭିଏସ ଲକ୍ଷ୍ମଣ ଦଳର ମୁଖ୍ୟ ପ୍ରଶିକ୍ଷକ ରହିବେ । ନଭେମ୍ବର ମାସରେ ବର୍ଡର ଗାଭାସ୍କର ଟ୍ରଫି ପାଇଁ ଗୌତମ ଗମ୍ଭୀର ଅଷ୍ଟ୍ରେଲିଆ ଗସ୍ତ କରିବେ । ତେଣୁ ତାଙ୍କ ସ୍ଥାନରେ ଟି 20 ସିରିଜ ପାଇଁ ଭିଭିଏସ ଲକ୍ଷ୍ମଣଙ୍କୁ ନିଯୁକ୍ତ କରାଯିବା ନେଇ କ୍ରିକବୁଜଙ୍କୁ କହିଛନ୍ତି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ।

କାହିଁକି ଗମ୍ଭୀରଙ୍କ ସ୍ଥାନରେ ଲକ୍ଷ୍ମଣ ?

ଆସନ୍ତା ନଭେମ୍ବର ମାସ 8, 10, 13 ଏବଂ 15 ତାରିଖରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ 4ଟି ଟି 20 ସିରିଜ ଖେଳାଯିବ । ଦକ୍ଷିଣ ଆଫ୍ରିକାର ଡର୍ବାନ, ଗାବେରା, ସେଞ୍ଚୁରିଅନ ଏବଂ ଜୋହାନ୍ସବର୍ଗରେ ଚାରୋଟି ଯାକ ଟି -20 ଆନ୍ତର୍ଜାତୀୟ ମ୍ୟାଚ ଖେଳାଯିବ । ମ୍ୟାଚର କାର୍ଯ୍ୟସୂଚୀ ସ୍ଥିର ପରେ ଗୌତମ ଗମ୍ଭୀର ଦକ୍ଷିଣ ଆଫ୍ରିକା ଯାତ୍ରା ସମୟରେ ଉପଲବ୍ଧ ରହିବେ ନାହିଁ ବୋଲି ଜଣାପଡିଥିଲା । କାହିଁକିନା ଟି 20 ସିରିଜ ସମୟରେ ନଭେମ୍ବର 10-11 ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ପାଇଁ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିବ ଓ ସେହି ସମୟରେ ସିରିଜ ଖେଳାଯିବ ।

ଏହା ମଧ୍ୟ ପଢନ୍ତୁ-ସିରିଜ ହାରିଲା ଟିମ୍ ଇଣ୍ଡିଆ; କୋହଲି-ରୋହିତଙ୍କ ଅବସର ଦାବି କଲେ ଫ୍ୟାନ୍ସ

ଏହା ମଧ୍ୟ ପଢନ୍ତୁ-ସିରିଜ ପରାଜୟ ପରେ ଖସିଲା ଟିମ୍ ଇଣ୍ଡିଆର WTC ପଏଣ୍ଟ, ଉଠିଲା ପାକିସ୍ତାନ

ନିକଟରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଖେଳା ଯାଇଥିଲା । ଏଥିରେ ଭାରତୀୟ ଦଳର ଶୋଚନୀୟ ପରାଜୟ ହୋଇଥିଲା । ଦଳର ମୁଖ୍ୟ ଗୌତମ ଗମ୍ଭୀରଙ୍କୁ ପ୍ରଶଂସକମାନେ ସମାଲୋଚନା କରିଥିଲେ । ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ସ୍ପୋର୍ଟଷ୍ଟାରକୁ କହିଛନ୍ତି ଯେ, ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକାରେ ଚାରି ମ୍ୟାଚ ବିଶିଷ୍ଟ ଟି -20 ସିରିଜ ଖେଳାଯିବ । ଆସନ୍ତା ମାସରେ ଇଣ୍ଡିଆର 'ଏ' ଦଳ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତ କରିବେ । ତେଣୁ ରଣଜୀ ଟ୍ରଫି ପାଇଁ ପ୍ରାୟ 50 ରୁ 60 ଖେଳାଳି ସେମାନଙ୍କ ରାଜ୍ୟ ଦଳ ପାଇଁ ଉପଲବ୍ଧ ହେବେ ନାହିଁ।

ଟି-ଟ୍ବେଣ୍ଟି ସିରିଜ ପାଇଁ ଭାରତୀୟ ଦଳ:

ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟ୍ କିପର), ରିଙ୍କୁ ସିଂ, ତିଲକ ବର୍ମା, ଜିତେଶ ଶର୍ମା (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, ରମଣଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ବିଜୟକୁମାର, ଆଭେଶ ଖାନ ଏବଂ ୟଶ ଦୟାଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.