ନୂଆଦିଲ୍ଲୀ: ନିଜ ସ୍ବପ୍ନର ଘର ତିଆରି କଲେ ଭାରତୀୟ କ୍ରିକେଟର ବିରାଟ କୋହଲି । ପ୍ରାୟ ଏକ ବର୍ଷ ଭିତରେ ଆଲିସାନ ବଙ୍ଗଳା ତିଆରି କରି ସୋସିଆଲ ମିଡିଆରେ ଭିଡିଓ ସେୟାର କରିଛନ୍ତି ବିରାଟ । ଏଥିରେ 12 ମାସର ଘର ତିଆରି ଅନୁଭୂତି ସେ ସେୟାର କରିଛନ୍ତି । ମହାରାଷ୍ଟ୍ରର ଆଲିବାଗରେ ସେ ନିଜର ସ୍ବପ୍ନ ଘର ତିଆରି କରିଛନ୍ତି ।
The journey of building my Alibaug home has been a seamless experience, and seeing it all come together is truly gratifying. Huge thanks to the entire Avas team for making our dream home a reality. Can't wait to enjoy every moment here with my loved ones!#avaswellness… pic.twitter.com/x17iL3ETfM
— Virat Kohli (@imVkohli) July 9, 2024
62 ସେକେଣ୍ଡର କ୍ଲିପ୍ରେ ସେ କ୍ୟାପସନରେ ଲେଖିଛନ୍ତି, ''ଆଲିବାଗରେ ଆମ ଘର ନିର୍ମାଣର ଯାତ୍ରା ଏକ ଅନୁଭୂତି ହୋଇ ରହିୟାଇଛି ଏବଂ ଏହାକୁ ଦେଖବା ସନ୍ତୋଷଜନକ ଅଟେ । ମୋର ସ୍ୱପ୍ନର ଘରକୁ ବାସ୍ତବତାର ରୂପ ଦେଇଥିବାରୁ ସମଗ୍ର ଘର ତିଆରି କରିଥିବା ଟିମ୍କୁ ହୃଦୟରୁ ଧନ୍ୟବାଦ । ମୋର ପ୍ରିୟଜନମାନଙ୍କ ସହିତ ଏଠାରେ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବାକୁ ମୁଁ ଚାହେଁ । '' ବିରାଟ କୋହଲିଙ୍କ ସ୍ବପ୍ନର ଘରର ନାମ 'ଭିରାନ ଆଟ ଆବାସ' । ଘରର ଗାର୍ଡେନରେ ଏକ ସୁଇମିଂପୁଲ ରହିଥିବା ଭିଡିଓରେ ଦେଖିବାକୁ ମିଳିଛି ।
ସେୟାର ହୋଇଥିବା ଭିଡିଓରେ ବିରାଟ କୋହଲି କହିଛନ୍ତି, "ମୋର ପ୍ରିୟଜନଙ୍କ ସହିତ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବାକୁ ମୁଁ ଆଉ ଅପେକ୍ଷା କରିପାରୁ ନାହିଁ । ସ୍ବପ୍ନର ଘରେ ଥିବା ଲିଭିଂ ସ୍ପେଶ ମୋତେ ସବୁଠାରୁ ଭଲ ଲାଗୁଛି । ଏହି ବାଟ ଦେଇ ବାହାରକୁ ଯାଇ ମୁଁ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବି । ଏହାର ଇଣ୍ଟରିୟର ମୋତେ ବହୁତ ପସନ୍ଦ । ମୁଁ ଯେମିତି ଚିନ୍ତା କରିଥିଲି ସେମିତି ଘର ତିଆରି ହୋଇଛି । ଏହି ପରିବେଶ କେବଳ ଆରମ ଦେବ ଓ ଚିନ୍ତାମୁକ୍ତ କରିବ ।"
କୋହଲିଙ୍କ ଘର ନିର୍ମାଣରେ କେତେ ଖର୍ଚ୍ଚ ହୋଇଥିଲା ?
କୋଟି କୋଟି ଟଙ୍କାରେ କୋହଲି ତାଙ୍କ ସ୍ବପ୍ନର ଘରକୁ ତିଆରି କରିଛନ୍ତି । ଏକ ରିପୋର୍ଟରୁ ଜଣାପଡିଛି ଯେ ପ୍ରାୟ 13 କୋଟି ଟଙ୍କାରେ ଏହି ଆଲିସାନ ବଙ୍ଗଳାକୁ ନିର୍ମାଣ କରାଯାଇଛି । କୋହଲିଙ୍କ ଏହି ବିଳାସପୂର୍ଣ୍ଣ ବଙ୍ଗଳାରେ ସବୁକିଛି ଅଛି ଯାହା ଏକ ଉପଯୁକ୍ତ ଘର ରହିବା ଉଚିତ । କୋହଲିଙ୍କ ଏହି ବିଳାସପୂର୍ଣ୍ଣ ବଙ୍ଗଳା 2000 ବର୍ଗଫୁଟ ଉପରେ ଛିଡା ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଏହି ବଙ୍ଗଳାରେ 400 ବର୍ଗଫୁଟର ସୁଇମିଂ ପୁଲ ମଧ୍ୟ ଅଛି ।