ETV Bharat / sports

ରାଗରେ କୋହଲି କରିଦେଲେ ଏପରି କାମ, ଡରିଗଲେ ଫ୍ୟାନ୍ସ

ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ହାରିଗଲା ଭାରତ । ଆଉଟ ହେବା ପରେ ରାଗରେ ଜର୍ଜରିତ ହୋଇ ଆଇସି ବକ୍ସକୁ ବ୍ୟାଟରେ ମାଡ ମାରିଲେ କୋହଲି ।

virat kohli
virat kohli ((AP Photo))
author img

By ETV Bharat Odisha Team

Published : 2 hours ago

ହାଇଦ୍ରାବାଦ: ପୁଣେରେ ଖେଳାଯାଇଥିଲା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ହୋଇଛି । ଏହି ମ୍ୟାଚରେ ଷ୍ଟାର କ୍ରିକେଟର ବିରାଟ କୋହଲି କ୍ରୀଡା ପ୍ରେମୀଙ୍କୁ ନିରାଶ କରିଥିଲେ । ପ୍ରଥମ ଇନିଂସରେ 1 ରନ୍‌ ଓ ଦ୍ବିତୀୟ ଇଂନିସରେ ମାତ୍ର 17 ରନ୍‌ କରି ପାଭିଲିୟନକୁ ଫେରିଥିଲେ । ଯାହାକୁ ନେଇ କୋହଲି ମଧ୍ୟ ନିଜ ଉପରେ ଅସନ୍ତୋଷ ଜାହିର କରିଥିଲେ । କୋହଲି ରାଗି ଯାଇ ଏମିତି କାମ କଲେ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ରାଗକୁ ନିୟନ୍ତ୍ରଣ କରିପାରିଲେନି କୋହଲି:

359 ରନର ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ଇନିଂସ ଆରମ୍ଭ କରିଥିଲା ଭାରତ । କିନ୍ତୁ ଖେଳର ଚତୁର୍ଥ ଦିନରେ245 ରନରେ ସୀମିତ ରହି 113 ରନରେ ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ । ଫଳରେ ଟେଷ୍ଟ ସିରିଜରେ 0-2ରେ ଆଗୁଆ ରହିଛି ନ୍ୟୁଜିଲାଣ୍ଡ । ଦ୍ବିତୀୟ ଇନିଂସରେ ବିରାଟ କୋହଲି 4 ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । କିନ୍ତୁ ମାତ୍ର 40 ବଲରେ 17 ରନ କରି ଆଉଟ ହୋଇଯାଇଥିଲେ । ଫଳରେ ନିଜ ରାଗକୁ ଆଉ ନିୟନ୍ତ୍ରଣ କରିପାରିନଥିଲେ କୋହଲି । ପାଭିଲିୟନକୁ ଯିବା ସମୟରେ କିଛି ଏମିତି କରିଥିଲେ ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ମଧ୍ୟ ଡରିଯାଇଥିଲେ । ଗ୍ରାଉଣ୍ଡ ବାହାରେ ଥିବା ଏକ ଆଇସି ବକ୍ସକୁ ରାଗରେ ବ୍ୟାଟରେ ବାଡେଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ-12 ବର୍ଷ ପରେ ନିଜ ମାଟିରେ ଟେଷ୍ଟ ସିରିଜ ହାରିଲା ଟିମ୍ ଇଣ୍ଡିଆ, 69 ବର୍ଷ ପରେ ଏହି ରେକର୍ଡ କଲା ନ୍ୟୁଜିଲାଣ୍ଡ

ଏହା ମଧ୍ୟ ପଢନ୍ତୁ-ଚିନ୍ନାସ୍ବାମୀରେ ଇତିହାସ ରଚିଲା କିୱି, 36 ବର୍ଷ ପରେ ଭାରତ ମାଟିରେ ଟିମ୍‌ ଇଣ୍ଡିଆକୁ ହରାଇଲା

ରାଗରେ ଆଇସି ବକ୍ସକୁ ବ୍ୟାଟରେ ପିଟିଲେ କୋହଲି:

ଭିଡିଓରେ ଦେଖିବାକୁ ମିଳୁଛି ଯେ, କୋହଲି ଆଉ' ହେବା ପରେ ଡ୍ରେସିଂ ରୁମକୁ ଫେରୁଛନ୍ତି । ଏହି ସମୟରେ ରବିନ୍ଦ୍ର ଜାଡେଜା ବ୍ୟାଟିଂ କରିବାକୁ ଯାଉଛନ୍ତି । ସେହି ସମୟରେ କୋହଲି ପାଖରେ ଥିବା ଏକ ଆଇସି ବକ୍ସକୁ ବ୍ୟାଟରେ ଜୋରସେ ମାଡ କରିଥିଲେ । ଏହାପରେ ଡ୍ରେସିଂ ରୁମ୍‌କୁ ଚାଲିଯାଇଥିଲେ ।

12 ବର୍ଷ ପରେ ଘରୋଇ ମାଟିରେ ଟେଷ୍ଟ ସିରିଜ ହାରିଲା ଭାରତ:

ମହାରାଷ୍ଟ୍ରର ପୁଣେ ଠାରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳାଯାଇଥିଲେ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ । ପ୍ରଥମ ପାଳିରେ 259 ରନରେ ଅଲଆଉଟ ହୋଇଥିଲା ଦଳ । ଏହାର ଜବାବରେ ଭାରତ ମାତ୍ର 156 ରନରେ ସୀମିତ ରହିଥିଲା । ଦ୍ବିତୀୟ ଇନିଂସରେ ନ୍ୟୁଜିଲାଣ୍ଡ 255 ରନ ସ୍କୋର କରିଥିଲା । 359 ରନର ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ଇନିଂସରେ ଭାରତ ଭଲ ଆରମ୍ଭ କରିଥିଲେ ମଧ୍ୟ 245 ରନରେ ସୀମିତ ରହି ମ୍ୟାଚକୁ 113 ରନରେ ପରାସ୍ତ ହୋଇଥିଲା । 12 ବର୍ଷ ପରେ ଘରୋଇ ମାଟିରେ କୌଣସି ଟେଷ୍ଟ ସିରିଜରେ ଭାରତ ପରାସ୍ତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.