ETV Bharat / sports

ଆରେ ବାପ୍‌ରେ ! ବର୍ଷକୁ ଏତେ ଟଙ୍କା ରୋଜଗାର କରୁଛନ୍ତି କୋହଲି; କ୍ରିକେଟ ସହ ଟଙ୍କା ରୋଜଗାରରେ ବି ଭାଙ୍ଗୁଛନ୍ତି ରେକର୍ଡ - Virat Kohli Income

author img

By ETV Bharat Sports Team

Published : Sep 7, 2024, 7:43 PM IST

Virat Kohli Income : କ୍ରିକେଟର କିଙ୍ଗ ବିରାଟ କୋହଲି କେବଳ କ୍ରିକେଟରେ ନୁହେଁ, ଟଙ୍କା ରୋଜଗାର କ୍ଷେତ୍ରରେ ମଧ୍ୟ କରିଛନ୍ତି ରେକର୍ଡ । ଦିନିକିଆ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିଥିବା କୋହଲି ଗତ 12 ମାସରେ ସର୍ବାଧିକ ରୋଜଗାର କରିଥିବା କ୍ରିକେଟର ମଧ୍ୟ ପାଲଟିଛନ୍ତି । ଅଧିକ ପଢ଼ନ୍ତୁ

Virat Kohli
Virat Kohli (ANI Photo)

ହାଇଦ୍ରାବାଦ : ସାଧାରଣତଃ ଦେଶରେ କ୍ରୀଡ଼ାର ଲୋକପ୍ରିୟତା ବୃଦ୍ଧି ହେତୁ କ୍ରିକେଟରମାନେ ବହୁ ଅର୍ଥ ଉପାର୍ଜନ କରନ୍ତି । ତେବେ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ବିଶ୍ବରେ ସର୍ବାଧିକ ରୋଜଗାର କରୁଥିବା ଖେଳାଳିଙ୍କ ମଧ୍ୟରୁ ଜଣେ ହୋଇଛନ୍ତି । କ୍ରିକେଟରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ପରିଚିତ କୋହଲି ଗତ 12 ମାସ ମଧ୍ୟରେ ସର୍ବାଧିକ ରୋଜଗାର କରିବାରେ ମଧ୍ୟ ରେକର୍ଡ କରିଛନ୍ତି ।

ସବୁଠାରୁ ଅଧିକ ରୋଜଗାର କରୁଥିବା କ୍ରିକେଟର :-

ଷ୍ଟେଟିଷ୍ଟା ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପୂର୍ବତନ ଭାରତୀୟ ଅଧିନାୟକ ତଥା ଷ୍ଟାର କ୍ରିକେଟର କୋହଲି ଗତ 12 ମାସରେ 847 କୋଟି ଟଙ୍କା ରୋଜଗାର କରିଛନ୍ତି । ସାମଗ୍ରିକ ତାଲିକାରେ ଏହି ଭାରତୀୟ କ୍ରିକେଟର ନବମ ସ୍ଥାନରେ ଅଛନ୍ତି । ଏହି ତାଲିକାରେ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ଶୀର୍ଷରେ ଅଛନ୍ତି, ଯାହାଙ୍କ ରୋଜଗାର ପ୍ରାୟ 2081 କୋଟି ଟଙ୍କା ରହିଛି । ଗତ 12 ମାସ ମଧ୍ୟରେ ସର୍ବାଧିକ ରୋଜଗାର କରୁଥିବା ଆଥଲେଟ୍ ତାଲିକାରେ କୋହଲି ଏକମାତ୍ର କ୍ରିକେଟର ।

ଏହି ତାଲିକାରେ ଫୁଟବଲ ଖେଳାଳି ଏବଂ ବାସ୍କେଟବଲ ଖେଳାଳି ମଧ୍ୟ ରହିଛନ୍ତି । ଜନ୍ ରହମ୍ ଦ୍ବିତୀୟ ସ୍ଥାନରେ ଥିବାବେଳେ ଆର୍ଜେଣ୍ଟିନାର ଷ୍ଟାର ଫୁଟବଲର୍ ଲିଓନେଲ୍ ମେସି ତୃତୀୟ ସ୍ଥାନରେ ଅଛନ୍ତି । ଲେବ୍ରୋନ୍ ଜେମ୍ସ ଏବଂ ଜିଆନିସ୍ ଆଣ୍ଟେଟୋକାଉନମ୍ପୋ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଅଛନ୍ତି । ଏହାପରେ ଯଥାକ୍ରମେ କାଇଲିଆନ୍ ଏମବାପ୍ପେ, ନେମାର, କରିମ୍ ବେଞ୍ଜେମା, ବିରାଟ କୋହଲି ଏବଂ ଷ୍ଟିଫେନ୍ କ୍ୟୁରୀ ଅଛନ୍ତି ।

କୋହଲିଙ୍କ ରୋଜଗାରର ଉତ୍ସ :-

ଏହି ଷ୍ଟାର ଭାରତୀୟ ବ୍ୟାଟରଙ୍କୁ ବିସିସିଆଇ ଦ୍ବାରା ଗ୍ରେଡ୍ ଏ+ କେନ୍ଦ୍ରୀୟ ଚୁକ୍ତି ମିଳିଛି । ଏଥିରୁ କୋହଲି ପ୍ରତିବର୍ଷ ବିସିସିଆଇରୁ 7 କୋଟି ଟଙ୍କା ପାଇଥାନ୍ତି । ଆଇପିଏଲରେ ବିରାଟ କୋହଲିଙ୍କ ଦରମା ବିସିସିଆଇ ଚୁକ୍ତିଠାରୁ ମଧ୍ୟ ଅଧିକ । କୋହଲି ଗୋଟିଏ ସିଜିନରେ ଆର୍‌ସିବି ଫ୍ରାଞ୍ଚାଇଜରୁ 15 କୋଟି ଟଙ୍କା ଦରମା କରନ୍ତି । ଏହା ବ୍ୟତୀତ ସେ ବିଭିନ୍ନ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ ରୋଜଗାର କରନ୍ତି । ଏହା ବ୍ୟତୀତ କୋହଲି ଅନେକ କମ୍ପାନୀରେ ଅଂଶୀଦାର ମଧ୍ୟ ଅଛନ୍ତି ।

ଟ୍ୟାକ୍ସ ଦେଇଛନ୍ତି 66 କୋଟି :-

ଫର୍ଚ୍ୟୁନ୍ ଇଣ୍ଡିଆର ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ ବିରାଟ କୋହଲି 66 କୋଟି ଟଙ୍କା ଟ୍ୟାକ୍ସ ଦେଉଛନ୍ତି, ଯାହାକି କୌଣସି ଭାରତୀୟ ଖେଳାଳିଙ୍କ ଦ୍ୱାରା ଦିଆଯାଇଥିବା ସର୍ବାଧିକ ପରିମାଣର ଟ୍ୟାକ୍ସ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.