ETV Bharat / sports

ପୁଣି ମୈଦାନକୁ ଫେରିବେ ଭିନେଶ ଫୋଗାଟ ! ଭାବପୂର୍ଣ୍ଣ ପୋଷ୍ଟ ଲେଖି ଦେଲେ ୟୁ-ଟର୍ଣ୍ଣ ସଙ୍କେତ - Vinesh Phogat Comeback

author img

By ETV Bharat Sports Team

Published : Aug 17, 2024, 1:54 PM IST

VINESH PHOGAT COMEBACK : କୁସ୍ତି ରିଙ୍ଗକୁ ପୁଣି ଫେରିପାରନ୍ତି ଭିନେଶ ଫୋଗାଟ । ଭାରତ ଫେରିବା ପୂର୍ବରୁ ଭାବପୂର୍ଣ୍ଣ ପୋଷ୍ଟ ସେୟାର କରି ଦେଲେ ଅବସରରୁ ୟୁ-ଟର୍ଣ୍ଣ ସଙ୍କେତ । ଅଧିକ ପଢ଼ନ୍ତୁ

VINESH PHOGAT COMEBACK
VINESH PHOGAT COMEBACK (IANS PHOTOS)

ନୂଆଦିଲ୍ଲୀ : ଭାରତ ଫେରିଛନ୍ତି ଷ୍ଟାର ରେସଲର ଭିନେଶ ଫୋଗାଟ । ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି । ତେବେ ଭିନେଶ ଭାରତ ଫେରିବା ପୂର୍ବରୁ ଶୁକ୍ରବାର ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି । ଏଥିରେ ସେ ତାଙ୍କ ଅବସର ଉପରେ ଏକ ସମ୍ଭାବ୍ୟ ୟୁ-ଟର୍ଣ୍ଣ ସଙ୍କେତ ଦେଇଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ମିଳିତ ରୌପ୍ୟ ପଦକ ପାଇଁ ଆବେଦନ ପ୍ରତ୍ୟାଖ୍ୟାନ ହେବାର ଦୁଇ ଦିନ ପରେ ଏହି ପୋଷ୍ଟ ସେୟାର କରିଛନ୍ତି ଭିନେଶ । ଭାରତ ଫେରିବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ରେସଲର ସୋସିଆଲ ମିଡିଆରେ ଏକ ଲମ୍ବା ଏବଂ ଭାବପ୍ରବଣ ପୋଷ୍ଟ ଲେଖି ସେୟାର କରିଛନ୍ତି, ଯେଉଁଥିରେ ଲେଖାଯାଇଛି ଯେ ବୋଧହୁଏ ବିଭିନ୍ନ ପରିସ୍ଥିତିରେ ମୁଁ 2032 ପର୍ଯ୍ୟନ୍ତ ଖେଳିପାରେ । ଏହି ପୋଷ୍ଟରେ ଭିନେଶ ନିଜ କୋଚ ଓ ସହଯୋଗୀ ଷ୍ଟାଫଙ୍କୁ କୃତଜ୍ଞତା ଜଣାଇଛନ୍ତି ।

'ସମୟ ଆଉ ଭାଗ୍ୟ ଆମ ସାଥ ଦେଲାନାହିଁ' :-

ପ୍ୟାରିସ ଅଲିମ୍ପିକ୍ସରୁ ଖାଲି ହାତରେ ଫେରୁଥିବାରୁ ଭିନେଶଙ୍କ ହୃଦୟ ଭାଙ୍ଗି ଯାଇଛି । ଏନେଇ ଭିନେଶ ଫୋଗାଟ ଲେଖିଛନ୍ତି, "ବହୁତ କିଛି କହିବାକୁ ଅଛି, କିନ୍ତୁ ଶବ୍ଦ କଦାପି ଯଥେଷ୍ଟ ହେବ ନାହିଁ । ମୁଁ କେବଳ କହିବାକୁ ଚାହେଁ ଯେ ଆମେ ହାର ମାନି ନାହୁଁ, ଆମର ଉଦ୍ୟମ ଶେଷ ହୋଇନାହିଁ । କିନ୍ତୁ ସମୟ ଶେଷ ହୋଇଗଲା ଏବଂ ଆମର ସାଥ ଦେଲା ନାହିଁ । ଏହା ମୋର ଭାଗ୍ୟ ଥିଲା ।"

'2032 ପର୍ଯ୍ୟନ୍ତ ଖେଳିବା ଜାରି ରଖିପାରେ' :-

ଭିନେଶ ଏହି ପୋଷ୍ଟରେ ଆହୁରି ଲେଖିଛନ୍ତି, "ମୋ ଦଳ, ମୋର ସାଥୀ ଭାରତୀୟ ଏବଂ ମୋ ପରିବାର ଅନୁଭବ କରନ୍ତି ଯେ ଆମେ ଯେଉଁ ଲକ୍ଷ୍ୟରେ କାର୍ଯ୍ୟ କରୁଥିଲୁ ଏବଂ ଯାହା ହାସଲ କରିବାକୁ ଯୋଜନା କରିଥିଲୁ ତାହା ଅଧୁରା ରହିଗଲା । କିଛି ସର୍ବଦା କମ୍‌ ହୋଇପାରେ, ଏବଂ ସବୁ ପୁଣି ଆଉ ଆଗଭଳି ହୋଇପାରେ ନାହିଁ । ବୋଧହୁଏ ବିଭିନ୍ନ ପରିସ୍ଥିତିରେ, ମୁଁ ନିଜକୁ 2032 ପର୍ଯ୍ୟନ୍ତ ଖେଳୁଥିବା ଦେଖିପାରେ, କାରଣ ଲଢ଼େଇ ଏବଂ କୁସ୍ତି ମୋ ଭିତରେ ସର୍ବଦା ରହିବ । ଭବିଷ୍ୟତ ମୋ ପାଇଁ କ’ଣ ହେବ ଏବଂ ଏହି ଯାତ୍ରାରେ ଆଗକୁ କ’ଣ ଅଛି ମୁଁ ପୂର୍ବାନୁମାନ କରିପାରିବି ନାହିଁ, କିନ୍ତୁ ମୁଁ ନିଶ୍ଚିତ ଯେ ମୁଁ ସର୍ବଦା ବିଶ୍ବାସ କରେ ଯାହା ଠିକ୍ ତାହା ପାଇଁ ମୁଁ ସର୍ବଦା ଲଢେଇ ଜାରି ରଖିବି ।"

ଅଲିମ୍ପିକ୍ସ ରିଙ୍ଗ୍‌କୁ ମନେ ପକାଇ ଲେଖିଲେ ଏମିତି :-

ଭିନେଶ ତାଙ୍କ ପୋଷ୍ଟରେ ଲେଖିଛନ୍ତି, "ଏକ ଛୋଟ ଗାଁର ସାଧାରଣ ଝିଅଟିଏ ଭାବରେ ମୁଁ ଜାଣିନଥିଲି ଅଲିମ୍ପିକ୍ସ କ’ଣ କିମ୍ବା ଏହି ରିଙ୍ଗଗୁଡ଼ିକର ଅର୍ଥ କ’ଣ ? ଏକ ଛୋଟ ଝିଅ ହିସାବରେ ମୋର ଲମ୍ବା କେଶ ହେବାର ଓ ମୋ ହାତରେ ମୋବାଇଲ୍ ଫୋନ୍ ଧରି ବୁଲିବାର ସ୍ୱପ୍ନ ଦେଖୁଥିଲି । ଯାହା କୌଣସି ସାଧାରଣ ଝିଅଟିଏ ସ୍ବପ୍ନ ଦେଖେ । ମୋର ଅଲିମ୍ପିକ୍ସ ଯାତ୍ରା ମୋତେ ଅନେକ ଲୋକଙ୍କୁ ଭେଟିବାର ସୁଯୋଗ ଦେଇଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଭଲ ଏବଂ କିଛି ଖରାପ । ଗତ କିଛିବର୍ଷ ଧରି ମ୍ୟାଟ୍‌ ଉପରେ ଏବଂ ବାହାରେ ଅନେକ ଘଟଣା ଘଟିଛି । ମୋ ଜୀବନ ଅନେକ ମୋଡ଼ ନେଇଗଲା, ଲାଗିଲା ଯେ ଜୀବନ ସବୁଦିନ ପାଇଁ ଅଟକି ଯାଇଛି ଏବଂ ଆମେ ଯେଉଁ ଗର୍ତ୍ତରେ ଫସି ଯାଇଛୁ, ସେଠାରୁ ବାହାରିବା ପାଇଁ କୌଣସି ରାସ୍ତା ନାହିଁ । କିନ୍ତୁ ମୋ ଆଖପାଖର ଲୋକମାନଙ୍କର ସଚ୍ଚୋଟତା ଅଛି, ସେମାନଙଅକ ପାଖରେ ମୋ ପାଇଁ ଶୁଭେଚ୍ଛା ଏବଂ ବହୁତ ସମର୍ଥନ ଥିଲା । ଏହି ଲୋକମାନେ ଏବଂ ମୋ ଉପରେ ସେମାନଙ୍କର ବିଶ୍ବାସ ଏତେ ଶକ୍ତିଶାଳୀ ଥିଲା, ଯେଉଁଥିପାଇଁ ମୁଁ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରିଲି ଏବଂ ଗତ 2 ବର୍ଷରେ ସଫଳ ହୋଇପାରିଲି ।"

କୋଚ ୱଲର ଅକୋସଙ୍କୁ ନେଇ ଏମିତି କହିଲେ ଭିନେଶ :-

ଭିନେଶଙ୍କ ଓଜନ ବଢିଯିବା ତଥା ସେ ଅଯୋଗ୍ୟ ଘୋଷିତ ହେବା ପରେ ତାଙ୍କ ପ୍ରଶିକ୍ଷକ ହଙ୍ଗେରୀର ୱଲର ଅକୋସଙ୍କୁ ଭାରତରେ ବହୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ହେଲେ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଭିନେଶ । ସେ ନିଜ ପୋଷ୍ଟରେ ଲେଖିଛନ୍ତି, "ମୁଁ ତାଙ୍କ ବିଷୟରେ ଯାହା ବି ଲେଖିବି ସବୁବେଳେ କମ୍ ରହିବ । ମହିଳା କୁସ୍ତି ଦୁନିଆରେ ମୁଁ ତାଙ୍କୁ ସର୍ବୋତ୍ତମ ପ୍ରଶିକ୍ଷକ, ସର୍ବୋତ୍ତମ ମାର୍ଗଦର୍ଶକ ଏବଂ ସର୍ବୋତ୍ତମ ମଣିଷ ବୋଲି ଜାଣିଛି, ଯିଏ ନିଜର ଶାନ୍ତି, ଧୈର୍ଯ୍ୟ ଏବଂ ଆତ୍ମବିଶ୍ବାସ ସହିତ ଯେକୌଣସି ପରିସ୍ଥିତିକୁ ସମ୍ଭାଳିବାରେ ସକ୍ଷମ । ତାଙ୍କ ଅଭିଧାନରେ କୌଣସି ଅସମ୍ଭବ ଶବ୍ଦ ନାହିଁ । ଯେତେବେଳେ ବି ଆମେ ମ୍ୟାଟ୍‌ ଉପରେ କିମ୍ବା ବାହାରେ କୌଣସି କଷ୍ଟଦାୟକ ପରିସ୍ଥିତିର ସାମ୍ନା କରୁ, ସେ ସବୁବେଳେ ଏକ ଯୋଜନା ସହିତ ପ୍ରସ୍ତୁତ ଥାଆନ୍ତି ।

ଭିନେଶ ଆହୁରି କହିଛନ୍ତି, "ମୁଁ ତାଙ୍କୁ ସେହି ପରିଚୟ ଦେବାକୁ ଚାହୁଁଛି, ଯାହାର ସେ ହକଦାର । ମୁଁ ଯାହାବି କରେ, ତାହା ତାଙ୍କର ବଳିଦାନ ପାଇଁ, ତାଙ୍କ ପରିବାରଠାରୁ ଦୂରରେ ବିତାଇଥିବା ସମୟ ପାଇଁ କୃତଜ୍ଞତା ଜଣାଇବା ପାଇଁ କେବେ ଯଥେଷ୍ଟ ହେବ ନାହିଁ । ଆଜି ମୁଁ କେବଳ ଦୁନିଆ ଆଗରେ ତାଙ୍କୁ ଏହା କହିଦେଇପାରିବି ଯେ ଯଦି ଆପଣ ନଥାନ୍ତେ, ତେବେ ମୁଁ ସେଠାରେ ଯାହା କରିପାରିଲି, ତାହା କରି ପାରି ନଥା'ନ୍ତି ।"

ଅଲିମ୍ପିକ୍ସ ଯାତ୍ରାକୁ କଷ୍ଟଦାୟକ ବୋଲି କହିଲେ ଭିନେଶ :-

ନିଜ ପୋଷ୍ଟରେ ସେ ଲେଖିଛନ୍ତି, "ଗତ 2.5 ବର୍ଷ ମଧ୍ୟରେ ସେ (ୱଲର ଅକୋସ) ମୋ ସହିତ ଏହି ଯାତ୍ରାରେ ଏପରି ସାମିଲ ଥିଲେ, ଯେପରି ଏହା ତାଙ୍କ ନିଜର ଯାତ୍ରା । ପ୍ରତ୍ୟେକ ପ୍ରତିଯୋଗିତା, ବିଜୟ ଏବଂ ପରାଜୟ, ପ୍ରତ୍ୟେକ ଆଘାତ ଏବଂ ପୁନର୍ବାସ ଯାତ୍ରା ମୋର ଯେତିକି ଥିଲା ସେତିକି ତାଙ୍କର ମଧ୍ୟ ଥିଲା । ପ୍ରଥମ ଥର ପାଇଁ ମୁଁ ଜଣେ ଫିଜିଓଥେରାପିଷ୍ଟଙ୍କୁ ପାଇଥିଲି, ଯିଏ ମୋର ତଥା ମୋର ଯାତ୍ରା ପ୍ରତି ଏତେ ଉତ୍ସର୍ଗୀକୃତ ଏବଂ ସମ୍ମାନ ପ୍ରଦର୍ଶନ କରିଥିଲେ । ପ୍ରତ୍ୟେକ ପ୍ରଶିକ୍ଷଣ ଅଧିବେଶନ ପୂର୍ବରୁ ଓ ପରେ ଏବଂ ମଧ୍ୟରେ ଥିବା ମୁହୂର୍ତ୍ତରେ ଆମେ କିପରି ଅନୁଭବ କରୁଥିଲୁ, ତାହା କେବଳ ଆମେ ହିଁ ପ୍ରକୃତରେ ଜାଣିଛୁ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସରୁ ଫେରିଲେ ରେସଲର ଭିନେଶ ଫୋଗତ; ଖାଲି ହାତରେ ଫେରିଥିବାରୁ କାନ୍ଦି ପକାଇଲେ, ସ୍ବାଗତ କଲେ ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲ୍ଲିକ - Vinesh Phogat arrives at Delhi

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.