ETV Bharat / sports

'ଭଗବାନ ତୁମକୁ ସଦବୁଦ୍ଧି ଦିଅନ୍ତୁ'; ଭିନେଶଙ୍କ ଉପରେ ରାଗିଗଲେ ଭିଣୋଇ - Vinesh Phogat Brother in Law

author img

By ETV Bharat Sports Team

Published : Aug 17, 2024, 4:03 PM IST

Vinesh Phogat Brother in Law criticized her : ଭାରତ ଫେରିବା ପୂର୍ବରୁ 'ଏକ୍ସ'ରେ ଭାବପୂର୍ଣ୍ଣ ପୋଷ୍ଟ ଲେଖି ନିଜ ଜୀବନ କାହାଣୀ ଏବଂ କୁସ୍ତି ଯାତ୍ରା ବିଷୟରେ ବର୍ଣ୍ଣନା କରିଥିଲେ ଭିନେଶ ଫୋଗାଟ । ହେଲେ ଏହାକୁ ନେଇ ଏବେ ତାଙ୍କ ନିଜ ଭିଣୋଇ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

Vinesh Phogat
Vinesh Phogat (IANS Photo)

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ 2024ରେ କୁସ୍ତିରେ ଫାଇନାଲ ମ୍ୟାଚରୁ ଭାରତୀୟ ଷ୍ଟାର ରେସଲର ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । 50 କିଲୋଗ୍ରାମ ଓଜନ ବର୍ଗର ଓଜନ ସୀମାଠାରୁ 100 ଗ୍ରାମ ଅଧିକ ଓଜନ ଥିବା ଦର୍ଶାଇ ତାଙ୍କୁ ଫାଇନାଲ୍‌ ମ୍ୟାଚ୍‌ରୁ ହିଁ ଅଯୋଗ୍ୟ କରାଯାଇଥିଲା । ଏହାପରେ ଯଦିଓ ସେ ଏକ ସଂଯୁକ୍ତ ରୌପ୍ୟ ପଦକ ଦେବାକୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର ସ୍ପୋର୍ଟସ୍ (CAS)ରେ ଆବେଦନ କରିଥିଲେ, ହେଲେ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ଏବଂ ଭିନେଶଙ୍କୁ କୌଣସି ପଦକ ଦିଆଯାଇନଥିଲା । ଶେଷରେ ଖାଲି ହାତରେ ଆଜି ଭାରତ ଫେରିଛନ୍ତି ଭିନେଶ । ତାଙ୍କୁ ଦିଲ୍ଲୀରେ ଭବ୍ୟ ସ୍ବାଗତ କରାଯାଇଛି । ହେଲେ ଏହା ପୂର୍ବୁରୁ ସେ ଏକ୍ସରେ କରିଥିବା ଏକ ଭାବପୂର୍ଣ୍ଣ ପୋଷ୍ଟକୁ ନେଇ ଏବେ ତାଙ୍କୁ ନିଜ ଲୋକଙ୍କଠାରୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।

3 ପୃଷ୍ଠାର ପୋଷ୍ଟ କରିଥିଲେ ଭିନେଶ :-
CASରେ ଆବେଦନ ଖାରଜ କରାଯିବା ପରେ ଭିନେଶ ଫୋଗାଟ ଶୁକ୍ରବାର ଦିନ 'X' ରେ ଏକ ବିବୃତ୍ତି ଜାରି କରିଛନ୍ତି, ଯେଉଁଥିରେ ସେ ତାଙ୍କ ଜୀବନ କାହାଣୀ ଏବଂ କୁସ୍ତି ଯାତ୍ରା ବିଷୟରେ ବର୍ଣ୍ଣନା କରିଛନ୍ତି ଏବଂ ସର୍ବୋଚ୍ଚସ୍ତରରେ ଖେଳିବାକୁ ସେ କରିଥିବା ସଂଘର୍ଷ ଉପରେ ଗୁରୁତ୍ୱାରୋପ କରିଛନ୍ତି । ପ୍ୟାରିସରେ ତାଙ୍କର ଅଭିଯାନ ସମୟରେ ଅଦମ୍ୟ ସମର୍ଥନ ପାଇଁ ତାଙ୍କ ସହଯୋଗୀ ଷ୍ଟାଫ ଏବଂ ପ୍ରଶିକ୍ଷକମାନଙ୍କୁ ଭିନେଶ ଏହି ପୋଷ୍ଟରେ କୃତଜ୍ଞତା ଜଣାଇଛନ୍ତି। 29 ବର୍ଷୀୟା ଭିନେଶ ଲେଖିଛନ୍ତି ଯେ ବୋଧହୁଏ ସେ 2032 ପର୍ଯ୍ୟନ୍ତ ଖେଳିପାରିବେ । 2026 ଓ 2032 ଅଲିମ୍ପିକ୍ସରେ ଭାରତ ପାଇଁ ଖେଳିବା ନେଇ ସେ ସଙ୍କେତ ଦେଇଛନ୍ତି ।

ବଡ଼ବାପା ମହାବୀର ଫୋଗାଟଙ୍କ ବିଷୟରେ ଲେଖିନାହାନ୍ତି :-

ଭିନେଶ ଫୋଗାଟଙ୍କ ଏହି ପୋଷ୍ଟକୁ ଅନେକ ପ୍ରଶଂସା କରୁଛନ୍ତି, କିନ୍ତୁ ତାଙ୍କ ଭିଣୋଇ, ଅର୍ଥାତ ଭଉଣୀ ଗୀତା ଫୋଗାଟଙ୍କ ସ୍ବାମୀ ପୱନ କୁମାର ସରୋହା ଅସନ୍ତୋଷ ପ୍ରକାଶ କରିଛନ୍ତି । କାରଣ ସେ ଅନୁଭବ କରିଛନ୍ତି ଯେ ଭିନେଶ ଏହି ପୋଷ୍ଟରେ ଜଣେ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ବିଷୟରେ ଉଲ୍ଲେଖ କରିବାକୁ ଭୁଲିଯାଇଛନ୍ତି । ଭିନେଶଙ୍କ କୁସ୍ତି କ୍ୟାରିୟରରେ ତାଙ୍କ ବଡ଼ବାପା ମହାବୀର ଫୋଗାଟଙ୍କ ଅବଦାନ ବିଷୟରେ ଭିନେଶଙ୍କୁ ମନେ ପକାଇଛନ୍ତି ପୱନ ସରୋହା ।

'ଭଗବାନ ତୁମକୁ ସଦବୁଦ୍ଧି ଦିଅନ୍ତୁ' :-

ପୱନ ନିଜ ଏକ୍ସ ହ୍ୟାଣ୍ଡେଲରେ ଭିନେଶଙ୍କ ପୋଷ୍ଟକୁ ସେୟାର କରି ଲେଖିଛନ୍ତି, 'ଭିନେଶ, ତୁମେ ବହୁତ ଭଲ ଲେଖିଛ । କିନ୍ତୁ ବୋଧହୁଏ ଆଜି ତୁମେ ବଡ଼ବାପା ମହାବୀର ଫୋଗାଟଙ୍କୁ ଭୁଲି ଯାଇଛ, ଯିଏ ତୁମର କୁସ୍ତି କ୍ୟାରିୟର ଆରମ୍ଭ କରିଥିଲେ । ଭଗବାନ ତୁମକୁ ଶୁଦ୍ଧ ବୁଦ୍ଧି ଦିଅନ୍ତୁ ।"

କିଏ ମହାବୀର ଫୋଗାଟ ? :-

ମହାବୀର ସିଂହ ଫୋଗାଟ ଜଣେ ପୂର୍ବତନ ଭାରତୀୟ ରେସଲର ତଥା ଗୀତା ଏବଂ ବବିତାଙ୍କ ପିତା, ଯେଉଁମାନେ ଭିନେଶ ଫୋଗାଟଙ୍କ ସମ୍ପର୍କୀୟ ଭଉଣୀ । ମହାବୀର ଭିନେଶଙ୍କର ଯତ୍ନ ନେଇଥିଲେ ଏବଂ ତାଙ୍କ ପିତା ଅଳ୍ପ ବୟସରେ ମୃତ୍ୟୁବରଣ କରିବା ପରେ ଭିନେଶଙ୍କୁ କୁସ୍ତି ଶିଖାଇଥିଲେ ।

ମହାବୀର ଫୋଗାଟଙ୍କ ତତ୍ତ୍ବାବଧାନରେ ଭିନେଶ କୁସ୍ତି ଏବଂ ଯୁଦ୍ଧ କୌଶଳ ଶିଖିଥିଲେ । ଫଳରେ ସେ ତାଙ୍କ ସମ୍ପର୍କୀୟ ଭଉଣୀ ଗୀତା ଏବଂ ବବିତା ଫୋଗାଟଙ୍କ ଭଳି ଶ୍ରେଷ୍ଠ ମହିଳା ରେସଲର ଭାବରେ ପରିଣତ କରିଥିଲେ । 3 ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଥିବା ଭିନେଶ ଫୋଗାଟଙ୍କ କୁସ୍ତି କ୍ୟାରିୟରରେ ମହାବୀର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଭିନେଶ କମନୱେଲଥ ଗେମ୍ସରେ 3ଟି ସ୍ବର୍ଣ୍ଣ ପଦକ ଏବଂ ଏସୀୟ ରେସଲିଂ ଚମ୍ପିଆନସିପରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପୁଣି ମୈଦାନକୁ ଫେରିବେ ଭିନେଶ ଫୋଗାଟ ! ଭାବପୂର୍ଣ୍ଣ ପୋଷ୍ଟ ଲେଖି ଦେଲେ ୟୁ-ଟର୍ଣ୍ଣ ସଙ୍କେତ - Vinesh Phogat Comeback

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.