ETV Bharat / sports

ସ୍ବାଧୀନତା ଦିବସରେ ଫ୍ୟାନ୍ସଙ୍କୁ ଝଟକା, କ୍ରିକେଟକୁ କହିଥିଲେ ଅଲବିଦା; ଜିତିଛନ୍ତି ଆଇସିସି ଟ୍ରଫି, ଜାଣନ୍ତୁ କିଏ ? - Goodbye To Cricket On August 15

author img

By ETV Bharat Sports Team

Published : Aug 15, 2024, 1:20 PM IST

Updated : Aug 15, 2024, 4:18 PM IST

Indian Legends Said Goodbye To Cricket On August 15, One Won 3 ICC Trophies: ସ୍ବାଧୀନତା ଦିବସରେ ଫ୍ୟାନ୍ସଙ୍କୁ ଭାରତୀୟ କ୍ରିକେଟର ଦୁଇ ଦିଗଜ ଖେଳାଳି ଦେଇଥିଲେ ଝଟକା । କ୍ରିକେଟକୁ କହିଥିଲେ ଅଲବିଦା । ଧୋନିଙ୍କ ଅବସର ଘୋଷଣାରେ ଭାଙ୍ଗିପଡିଥିବା ଫ୍ୟାନ୍ସଙ୍କୁ ବଡ ଝଟକା ଦେଇଥିଲେ ସୁରେଶ ରାଇନା । ଅଧିକ ପଢନ୍ତୁ

MS Dhoni-Suresh Raina
MS Dhoni-Suresh Raina (ETV Bharat Odisha)

ହାଇଦ୍ରାବାଦ: ଭାରତୀୟ କ୍ରିକେଟରେ ଅନେକ ସମୟରେ ବନ୍ଧୁତ୍ବର ବଡ ବଡ ଉଦାହରଣ ରହିଛି । ହେଲେ ମହେନ୍ଦ୍ର ସିଂ ଧୋନି ଏବଂ ସୁରେଶ ରାଇନାଙ୍କ ବନ୍ଧୁତ୍ବ କଥା ଟିକେ ଅଲଗା । ପଡିଆରେ ହେଉ କି ପଡିଆ ବାହାରେ ଦୁଇ କ୍ରିକେଟରଙ୍କ ଫ୍ରେଣ୍ଡସିପ୍ କଥା ସବୁବେଳେ ଚର୍ଚ୍ଚା ହୁଏ । ଖାଲି ସେତିକି ନୁହେଁ, ଫ୍ୟାନ୍ସ ଖୁସିରେ ଧୋନିଙ୍କୁ 'ଥାଲା' ଏବଂ ରାଇନାଙ୍କୁ 'ଚିନାଥାଲା' ଡାକିଥାନ୍ତି ।

ଏହା ବି ପଢନ୍ତୁ- ପ୍ୟାରିସ ଅଲିମ୍ପିକ୍ସ: 6 ପଦକରୁ 4ଟି ଜିତିଛନ୍ତି ହରିୟାଣା ଆଥଲେଟ; ଆଉ କାହା ଭାଗରେ କେତେ ? - Paris Olympics 2024

କେବେଠୁ ଆରମ୍ଭ ହେଲା ଫ୍ରେଣ୍ଡସିପ୍-

2005 ଦିଲ୍ଲୀପ ଟ୍ରଫି ସମୟରେ ଦୁହିଁଙ୍କ ବନ୍ଧୁତ୍ବ ଆରମ୍ଭ ହୋଇଥିଲା ବୋଲି ସୁରେଶ ରାଇନା ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି । ଗ୍ବାଲିଅରରେ 2005 ଫ୍ରେବୃଆରୀ ମାସରେ ମ୍ୟାଚ ଚାଲିଥାଏ, ଆଉ ଏହି ସମୟରେ ରାଇନା ଧୋନିଙ୍କ ଆତ୍ମବିଶ୍ବାସ, ଆତ୍ମନିର୍ଭର ଏବଂ ଆକ୍ରମଣାତ୍ମକ ଅନ୍ଦାଜରେ ଫିଦା ହୋଇଥିଲେ । ଏହା ପରେ ଦୁହେଁ ବେଙ୍ଗାଲୁରୁରେ ଅନୁଷ୍ଠିତ ସିନିଅର ଟିମ୍ କ୍ୟାମ୍ପରେ ଦୁହେଁ ଅଧିକ ନିକଟତର ହୋଇଥିଲେ । ଏପରିକି ପରେ ଦୁହେଁ ମଧ୍ୟ ଗୋଟଏ ରୁମରେ ରହିଥିଲେ ।

ଏହା ବି ପଢନ୍ତୁ- CAS ନିଷ୍ପତ୍ତିରୁ ନିରାଶ ହେଲେ ଭିନେଶଙ୍କ ପରିବାର; ପୁଣି ଝୁଲି ରହିଲା ପଦକ ଆଶା - Vinesh Phogat CAS Verdict

15 ଅଗଷ୍ଟରେ କ୍ରିକେଟକୁ ବାଏ ବାଏ କହିଥିଲେ ଧୋନି-ରାଇନା-

2019 ମସିହା ଜୁଲାଇରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ ଧୋନି । ଏହାର ପାଖାପାଖି ଏକ ବର୍ଷ ପରେ ଧୋନି 74 ତମ ସ୍ବାଧୀନତା ଦିବସରେ କ୍ରିକେଟକୁ ଅଲବିଦା କହିଥିଲେ । ଏପଟେ ଧୋନିଙ୍କ ଅବସର ଘୋଷଣାରେ ଭାଙ୍ଗିପଡିଥିବା ଫ୍ୟାନ୍ସଙ୍କୁ ବଡ ଝଟକା ଦେଇଥିଲେ ସୁରେଶ ରାଇନା । ସୁରେଶ ମଧ୍ୟ ସେହି ଦିନ ଘୋଷଣା କରିଥିଲେ ଅବସର ।

ଏହା ବି ପଢନ୍ତୁ-ନୀରଜଙ୍କ ସହ ଆଫେୟାର ଚର୍ଚ୍ଚା ନେଇ ମୁହଁ ଖୋଲିଲେ ମନୁ; କହିଲେ ଆମେ... - Manu Bhaker reacts on Neeraj Chopra

କାହିଁକି ଅଗଷ୍ଟ 15ରେ ଅବସର ନେଲେ-

ତେବେ ଅଗଷ୍ଟ 15ରେ ଅବସର ଘୋଷଣା ଉପରେ ରାଇନା କହଥିଲେ କି, "ଧୋନିଙ୍କ ଜର୍ସି ନମ୍ବର 7 ଏବଂ ମୋର ଜର୍ସି ନମ୍ବର 3 । ଦୁଇ ଜର୍ସି ନମ୍ବର ମିଶିଲେ ହେଉଛି 73 । ଅଗଷ୍ଟ 15, 2020ରେ ଭାରତର ସ୍ବାଧୀନତାକୁ 73 ବର୍ଷ ପୁରି ସାରିଥିଲା । ତେଣୁ ଏହା ଠାରୁ ଭଲ ଦିନ ନଥିଲା ଅବସର ନେବାର ।"

Last Updated : Aug 15, 2024, 4:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.