ETV Bharat / sports

ଏହି ଖେଳାଳିଙ୍କ ପ୍ରଦର୍ଶନରେ ପ୍ରଜ୍ଞାନ ପ୍ରଭାବିତ; କହିଲେ ସେ ନିଶ୍ଚିତ ଖେଳିବା ଉଚିତ - Pragyan Ojha lauds Harshit Rana

author img

By ETV Bharat Odisha Team

Published : Jul 26, 2024, 6:13 PM IST

Pragyan Ojha lauds Harshit Rana: ଶ୍ରୀଲଙ୍କାରେ ପଦାର୍ପଣ କରନ୍ତୁ ହର୍ଷିତ ରାଣା । ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ ଏପରି ଇଚ୍ଛା ପ୍ରକାଶ କରିଛନ୍ତି ପୂର୍ବତନ କ୍ରିକେଟର ପ୍ରଜ୍ଞାନ ଓଝା । ଦଳର କୋଚିଂ ଷ୍ଟାଫକୁ ନେଇ ମଧ୍ୟ ଦେଲେ ବଡ଼ ବୟାନ । ଅଧିକ ପଢ଼ନ୍ତୁ

Pragyan Ojha lauds Harshit Rana
Pragyan Ojha lauds Harshit Rana (ETV Bharat Odisha)

ହାଇଦ୍ରାବାଦ: କିଛି ଦିନର ବିରତି ପରେ ପୁଣି ମୈଦାନକୁ ଓହ୍ଲାଇବେ ଭାରତୀୟ କ୍ରିକେଟର । 3 ମ୍ୟାଚ୍‌ ବିଶିଷ୍ଟ ଟି20 ଓ ସମାନ ସଂଖ୍ୟକ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ପାଇଁ ଏବେ ଶ୍ରୀଲଙ୍କାରେ ଭାରତୀୟ ଦଳ । ତେବେ ଏଥର ଭାରତୀୟ ଜାତୀୟ ଦଳକୁ ମେଡେନ୍‌ କଲ୍‌ ପାଇଥିବା ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ଶ୍ରୀଲଙ୍କାରେ ପଦାର୍ପଣ ସୁଯୋଗ ମିଳିବ ବୋଲି ଆଶା ରଖିଛନ୍ତି ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝା । ଏକ ସାକ୍ଷାତକାରରେ ପ୍ରଜ୍ଞାନ ଏହାର କାରଣ ମଧ୍ୟ କହିଛନ୍ତି ।

ରାଣାଙ୍କ ପ୍ରଦର୍ଶନରେ ପ୍ରଜ୍ଞାନ ପ୍ରଭାବିତ:-

ପ୍ରଜ୍ଞାନ ଓଝା ଇଟିଭି ଭାରତ ସହ ଏକ ସାକ୍ଷାତକାର ସମୟରେ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ନିଶ୍ଚିତ ଭାବରେ ମୁଁ କହିବି ଯେ ହର୍ଷିତ ରାଣା ଜଣେ ଭଲ ଖେଳାଳି । ତାଙ୍କ ପାଖରେ ଥିବା ପ୍ରତିଭା ଭାରତୀୟ ଦଳକୁ ଫାଇଦା ଦେବ । ଆଇପିଏଲ୍‌ 2024 ପୂରା ଟୁର୍ଣ୍ଣାମେଣ୍ଟରେ ସେ ଯେପରି ପ୍ରଭାବୀ ବୋଲିଂ କରିଥିଲେ, ମୁଁ ତାଙ୍କୁ ଭାରତ ପାଇଁ ଦିନିକିଆ (ODI) ଖେଳୁଥିବା ଦେଖିବାକୁ ଚାହେଁ । ମୁଁ ପ୍ରକୃତରେ ଉତ୍ସାହିତ ଏବଂ ତାଙ୍କ ଖେଳକୁ ଅପେକ୍ଷା କରିଛି ।"

ଯୁବ ଦ୍ରୁତ ବୋଲର ହର୍ଷିତ ରାଣାଙ୍କ କାର୍ଯ୍ୟଶୈଳୀ ଦ୍ବାରା ବେଶ ପ୍ରଭାବିତ ହୋଇଛନ୍ତି ପୂର୍ବତନ ଭାରତୀୟ ବାମହାତୀ ସ୍ପିନର ପ୍ରଜ୍ଞାନ ଓଝା । ସେ କହିଛନ୍ତି, "ମୁଁ ତାଙ୍କୁ ଶୁଭକାମନା ଜଣାଉଛି । ତାଙ୍କର କାର୍ଯ୍ୟଶୈଳୀ, ତାଙ୍କର ଦକ୍ଷତା ଓ ମାନସିକତା ଉପରେ କହିବାକୁ ଗଲେ ସେ ବହୁତ ଭଲ ଏବଂ ତାଙ୍କର ନିଜ ବୋଲିଂକୁ ନେଇ ସ୍ପଷ୍ଟତା ଅଛି । ଯଦି ଆପଣ ମୋତେ ବ୍ୟକ୍ତିଗତ ଭାବରେ ପଚାରିବେ, ତେବେ ମୁଁ ତାଙ୍କୁ ଖେଳୁଥିବା ଦେଖିବାକୁ ଚାହେଁ ।"

'ଦଳର ପ୍ରଦର୍ଶନ ଦ୍ବାରା ସପୋର୍ଟ ଷ୍ଟାଫଙ୍କୁ ମିଳିବ ମାନ୍ୟତା':-

ଭାରତୀୟ ଦଳର ଏହି ଶ୍ରୀଲଙ୍କା ଗସ୍ତ ପୂର୍ବାପେକ୍ଷା କିଛିମାତ୍ରାରେ ଭିନ୍ନ । କାରଣ କେବଳ ଦଳର ଫିଲ୍ଡିଂ କୋଚ୍‌ ଟି ଦିଲ୍ଲୀପଙ୍କ ବ୍ୟତୀତ ମୁଖ୍ୟ କୋଚ ଗୌତମ ଗମ୍ଭୀର ଓ ଅନ୍ୟ ସହଯୋଗୀ ସଦସ୍ୟଙ୍କ ପାଇଁ ମଧ୍ୟ ଏହା ଦଳ ସହ ପ୍ରଥମ ଗସ୍ତ । ଏହା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପ୍ରଜ୍ଞାନ ଓଝା । ଦଳର ପ୍ରଦର୍ଶନ ଅନୁସାରେ କୋଚ ଓ ସହଯୋଗୀ ସଦସ୍ୟଙ୍କ ମୂଲ୍ୟାଙ୍କନ ହେବ ବୋଲି କହିଛନ୍ତି ପ୍ରଜ୍ଞାନ । ସେ କହିଛନ୍ତି, "ଆମେ ସେମାନଙ୍କୁ ସହଯୋଗୀ ସଦସ୍ୟ ବା ସପୋର୍ଟ ଷ୍ଟାଫ କହିବାର ଏକ କାରଣ ରହିଛି । ଏମାନେ ସର୍ବଦା ଏକ 'ସପୋର୍ଟ ସିଷ୍ଟମ' ଭାବରେ କାର୍ଯ୍ୟ କରନ୍ତି । ମୋ ମତରେ ଦଳର ପ୍ରଦର୍ଶନ ଦ୍ବାରା ସପୋର୍ଟ ଷ୍ଟାଫମାନଙ୍କୁ ମଧ୍ୟ ମାନ୍ୟତା ମିଳିବ ବା ସ୍ମରଣ କରାଯିବା ଉଚିତ । ଯେତେବେଳେ ବି ଆମେ ରାହୁଲ ଦ୍ରାବିଡ (ଭାରତର ପୂର୍ବତନ ମୁଖ୍ୟ କୋଚ)ଙ୍କ ବିଷୟରେ କଥା ହେବା, ତେବେ ନିଶ୍ଚିତ ଆମେ ଟି20 ବିଶ୍ବକପ୍‌ 2024 ବିଜୟ ବିଷୟରେ ହିଁ କଥା ହେବା ।"

ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ନିଶ୍ଚିତ ଯେ ଗୌତମ ଗମ୍ଭୀର, ଅଭିଷେକ ନାୟାରଙ୍କ ପରି ଅଭିଜ୍ଞ ସମ୍ପନ୍ନ ବ୍ୟକ୍ତି ଭଲ ଭାବରେ ବୁଝିପାରିବେ, କିପରି ଦଳ କ୍ରମାଗତ ଭଲ ପ୍ରଦର୍ଶନ କରିବ ଓ ଯାହା ଦ୍ବାରା 140 କୋଟି ଲୋକଙ୍କର ସ୍ବପ୍ନ ପୂରଣ ହୋଇପାରିବ ।

ହର୍ଷିତ ରାଣାଙ୍କ କ୍ୟାରିୟର:-

ହର୍ଷିତ ରାଣା ଘରୋଇ କ୍ରିକେଟ୍‌ରେ ଦିଲ୍ଲୀ ପାଇଁ ଖେଳୁଛନ୍ତି । ଘରୋଇ ସଂସ୍କରଣରେ ସେ 7 ମ୍ୟାଚ୍‌ ଖେଳି 28 ୱିକେଟ୍‌ ହାସଲ କରିଛନ୍ତି । ସେ 2024 ଆଇପିଏଲ୍‌ ସଂସ୍କରଣରେ ଚମ୍ପିଆନ୍‌ ହୋଇଥିବା କୋଲକାତା ନାଇଟ୍‌ ରାଇଡର୍ସ (KKR) ପକ୍ଷରୁ ଖେଳି ଚମତ୍କାର ପ୍ରଦର୍ଶନ କରିଥିଲେ । ଏହି ସଂସ୍କରଣରେ ସେ 13ଟି ମ୍ୟାଚ୍‌ରୁ 19 ୱିକେଟ୍‌ ଦଖଲ କରିଥିଲେ । 2022ରୁ ଆଇପିଏଲ୍‌ରେ କୋଲକାତା ପାଇଁ ଖେଳୁଥିବା ରାଣା ଏପର୍ଯ୍ୟନ୍ତ 21 ମ୍ୟାଚ୍‌ ଖେଳି 25 ୱିକେଟ୍‌ ହାସଲ କରିଛନ୍ତି ।

ପ୍ରଜ୍ଞାନ ଓଝାଙ୍କ କ୍ୟାରିୟର:-

37 ବର୍ଷୀୟ ଭାରତୀୟ ପୂର୍ବତନ ବାମହାତୀ ସ୍ପିନର ପ୍ରଜ୍ଞାନ ଓଝା ଓଡ଼ିଶାର ଜଣେ ଆଗଧାଡ଼ିର ସଫଳତମ କ୍ରିକେଟର । ସେ ଭାରତ ପାଇଁ 24 ଟେଷ୍ଟ ମ୍ୟାଚ୍‌ ଖେଳିଥିବାବେଳେ ଜଣେ ପ୍ରଭାବଶାଳୀ ବାମହାତୀ ସ୍ପିନର ଭାବେ 113 ଟେଷ୍ଟ ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି । ଏହା ବୟତୀତ 18 ଏକଦିବସୀୟ ଓ 6 ଟି20 ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି ପ୍ରଜ୍ଞାନ ଓଝା ।

ଏହା ମଧ୍ୟ ପଢ଼ନ୍ତୁ...ମହିଳା ଏସିଆ କପ୍‌: ବୋଲରଙ୍କ ପରେ ମାନ୍ଧାନାଙ୍କ ବିସ୍ଫୋରଣ; ବାଂଲାଦେଶକୁ ହରାଇ ଫାଇନାଲ୍‌ରେ ଭାରତ - Womens Asia Cup 2024 Semi Final

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.