ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ହାରିବା ପରେ ଭାରତୀୟ ଦଳକୁ ବଡ଼ ଝଟ୍କା ଲାଗିଛି । 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ରେ ଭାରତୀୟ ଦଳକୁ ବେଶ ଭଲ ଆରମ୍ଭ ମିଳିଥିଲେ ମଧ୍ୟ ଶେଷରେ ହାର ମାନିଥିଲା ଦଳ । ଏହି ମ୍ୟାଚ୍ ହାରିବା ପରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ପଏଣ୍ଟ ଟେବୁଲରେ ବାଂଲାଦେଶ ଠାରୁ ବି ତଳକୁ ଖସି ଯାଇଛି ଟିମ୍ ଇଣ୍ଡିଆ । ବର୍ତ୍ତମାନ ଡବ୍ଲୁଟିସି ପଏଣ୍ଟ ଟେବୁଲରେ 5ମ ସ୍ଥାନରେ ରହିଛି ଭାରତ ।
-
The latest #WTC25 standings following 24 hours of box office Test match cricket 🎟#AUSvWI #INDvENG pic.twitter.com/YL6C4oJGwQ
— ICC (@ICC) January 29, 2024 " class="align-text-top noRightClick twitterSection" data="
">The latest #WTC25 standings following 24 hours of box office Test match cricket 🎟#AUSvWI #INDvENG pic.twitter.com/YL6C4oJGwQ
— ICC (@ICC) January 29, 2024The latest #WTC25 standings following 24 hours of box office Test match cricket 🎟#AUSvWI #INDvENG pic.twitter.com/YL6C4oJGwQ
— ICC (@ICC) January 29, 2024
ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ । ଜାନୁଆରୀ 25ରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ୍ର 4ର୍ଥ ଦିନରେ ଖେଳ ଶେଷ ହୋଇଥିଲା । 28 ରନରେ ଭ୍ରମଣକାରୀ ଦଳ ଠାରୁ ହାରିଥିଲା ଟିମ୍ ଇଣ୍ଡିଆ । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 246 ରନରେ ସମସ୍ତ ୱିକେଟ ହରାଇଥିଲା । ଜବାବରେ 436 ରନ କରି ପ୍ରଥମ ପାଳିରେ 190ର ଲିଡ୍ ନେଇଥିଲା ଭାରତ । ଜବାବରେ ଇଂଲଣ୍ଡ ଏହି ଲିଡ୍କୁ ଟ୍ରାଏଲ କରି ଘରୋଇ ଦଳ ଉପରେ 230 ରନର ଲିଡ୍ ଲଦିଦେଇଥିଲା । ଯାହାକୁ ଭେଦ କରିବାକୁ ଭାରତୀୟ ବ୍ୟାଟର ଫେଲ ମାରିଥିଲେ । 202 ରନ କରିଥିଲେ ସୁଦ୍ଧା କେବଳ 28 ରନ ପଛରେ ରହି ପ୍ରଥମ ମ୍ୟାଚ୍ ହାରିଛି ଭାରତ । ଫଳରେ ଏହି ସିରିଜ୍ରେ ଏବେ 0-1ରେ ପଛୁଆ ରହିଛି ଟିମ୍ ଇଣ୍ଡିଆ ।
-
A special spell from Tom Hartley leads England to an extraordinary win in the opening Test against India 👏#WTC25 | 📝 #INDvENG: https://t.co/E53vcqjfHE pic.twitter.com/qoJl3biFfu
— ICC (@ICC) January 28, 2024 " class="align-text-top noRightClick twitterSection" data="
">A special spell from Tom Hartley leads England to an extraordinary win in the opening Test against India 👏#WTC25 | 📝 #INDvENG: https://t.co/E53vcqjfHE pic.twitter.com/qoJl3biFfu
— ICC (@ICC) January 28, 2024A special spell from Tom Hartley leads England to an extraordinary win in the opening Test against India 👏#WTC25 | 📝 #INDvENG: https://t.co/E53vcqjfHE pic.twitter.com/qoJl3biFfu
— ICC (@ICC) January 28, 2024
ଏହା ମଧ୍ୟ ପଢ଼ନ୍ତୁ...2ୟ ଟେଷ୍ଟରୁ ବାଦ ପଡ଼ିଲେ ରାହୁଲ-ଜାଡେଜା; ସର୍ଫରାଜଙ୍କୁ ପ୍ରଥମ ଡକରା
ତେବେ ଏହି ପରାଜୟ ସହିତ ଭାରତୀୟ ଦଳକୁ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ (WTC) ପଏଣ୍ଟ ଟେବୁଲରେ ମଧ୍ୟ ବହୁତ କ୍ଷତି ସହିବାକୁ ପଡ଼ିଛି । ଏହି ମ୍ୟାଚ୍ ପୂର୍ବରୁ ଭାରତ ଡବ୍ଲୁଟିସି ପଏଣ୍ଟ ଟେବୁଲରେ 2ୟ ସ୍ଥାନରେ ରହିଥିଲା । ହେଲେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ହାରିବା ପରେ ଦଳ ପଏଣ୍ଟ ଟେବୁଲରେ 5ମ ସ୍ଥାନକୁ ଖସି ଯାଇଛି । ଏହି ପଏଣ୍ଟ ଟେବୁଲରେ ଭାରତୀୟ ଦଳ 5 ମ୍ୟାଚ୍ ଖେଳି 2ଟି ବିଜୟ, 2 ପରାଜୟ ଓ ଗୋଟିଏ ଡ୍ର ସହିତ ଏବେ 5ମ ସ୍ଥାନରେ ରହିଛି । ବର୍ତ୍ତମାନ ସ୍ଥିତିରେ ଭାରତୀୟ ଦଳର ପଏଣ୍ଟ 43.33 ରହିଛି । ଅନ୍ୟପଟେ ବାଂଲାଦେଶ ମଧ୍ୟ ଏବେ ଭାରତ ଠାରୁ ଉପରକୁ ଚାଲିଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ