ETV Bharat / sports

T20 ବିଶ୍ବକପ: ଏକୁଟଆ ଟିମ୍ ଇଣ୍ଡିଆକୁ ଫାଇନାଲରେ ପହଞ୍ଚାଇଲେ ରୋହିତ, ସର୍ବାଧିକ ବିଜୟରେ ପଛରେ ପଡିଲେ ବାବର - T20 World Cup 2024

author img

By ETV Bharat Odisha Team

Published : Jun 28, 2024, 12:25 PM IST

Rohit Sharma records: ଚଳିତ ଟି-20 ବିଶ୍ବକପରେ ସର୍ବାଧିକ ଅର୍ଦ୍ଧଶତକ କରିବାରେ ରୋହିତ ଆଗରେ । ତାଙ୍କ ନେତୃତ୍ବରେ ଦିନିକିଆ ବିଶ୍ବକପ ପରି ଟି 20 ବିଶ୍ବକପରେ ମଧ୍ୟ ଅପରାଜୟ ରହି ଫାଇନାଲରେ ପ୍ରବେଶ କରିଛି ଭାରତ । ଅଧିକ ପଢନ୍ତୁ

Rohit Sharma
Rohit Sharma (IANS)

ହାଇଦ୍ରାବାଦ: ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଆଉ ଏକ ବିଶ୍ବକପରେ ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଦିନିକିଆ ବିଶ୍ବକପ ପରି ଟି 20ରେ ମଧ୍ୟ ରୋହିତ ପ୍ରଦର୍ଶନକୁ ବେଶ ପ୍ରଶଂସା କରାଯାଉଛି । ସୁପର 8ରୁ ସେମି ଫାଇନାଲ ଓ ସେମିରୁ ଫାଇନାଲରେ ପ୍ରବେଶ କରିବାରେ ଶେଷ ଦୁଇ ମ୍ୟାଚରେ ରୋହିତ ଲଗାତାର ଅର୍ଦ୍ଧଶତକ କରିଛନ୍ତି । ଯାହା ଦଳକୁ ବିଜୟୀ କରାଇବାରେ ବେଶ ସହାୟକ ହୋଇଥିଲା । ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳୀ ତଥା ଜଣେ ଅଧିନାୟକ ଭାବେ ରୋହିତ ଏକାଧିକ ରୋକର୍ଡ କରିବା ସହ ସର୍ବାଧିକ ଅର୍ଦ୍ଧଶତକ କରିଛନ୍ତି । ଏପଟେ ଟି-20ରେ ସର୍ବାଧିକ ବିଜୟ ହାସଲ କରିଛନ୍ତି ଅଧିନାୟକ ଭାବେ । ସେ ପାକିସ୍ତାନ ଅଧିନାୟକ ବାବର ଆଜାମକୁ ପଛରେ ପକାଇଛନ୍ତି ।

ନଜର ପକାନ୍ତୁ ରୋହିତଙ୍କ ରୋକର୍ଡ ଉପରେ:

ସର୍ବାଧିକ ଅର୍ଦ୍ଧଶତକ ରୋହିତଙ୍କ ନାମରେ: ରୋହିତ ଶର୍ମା ଚଳିତ ଟି 20 ବିଶ୍ବକପରେ ଅର୍ଦ୍ଧଶତକ ହାସଲ କରିବାରେ ସବୁଠାରୁ ଆଗରେ ରହିଛନ୍ତି । ସେ ଆୟରଲାଣ୍ଡ ବିପକ୍ଷ ମ୍ୟାଚରେ 37 ବଲରେ 51 ରନ କରିଥିବାବେଳେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ 92 ଓ ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ 57 ରନ କରିଥିଲେ । ଅନ୍ୟ କୌଣସିବି ଖେଳାଳି 3ଟି ଅର୍ଦ୍ଧଶତକ ହାସଲ କରିନାହାନ୍ତି ।

ସର୍ବାଧିକ ଚୌକା ମାରିଛନ୍ତି ରୋହିତ: ଟି 20 ବିଶ୍ବକପ ଇତିହାସରେ ରୋହିତଙ୍କ ବ୍ୟାଟରୁ ସର୍ବାଧିକ ଚୌକା ବର୍ଷା ହୋଇଛି । 43 ଟି ଇଂନିସରେ 113ଟି ଚୌକା ମାରିଛନ୍ତି ସେ । ସର୍ବାଧିକ ଚୌକା ମାରିବା ତାଲିକାରେ ରୋହିତ ସବୁଠାରୁ ଆଗରେ ରହିଥିବା ବେଳେ 111 ଚୌକା ମାରି ଦ୍ବିତୀୟରେ ରହିଛନ୍ତି ଶ୍ରୀଲଙ୍କାର ମାହେଲା ଓ 52 ଇଂନିସରେ 105 ଚୌକା ମାରି ତୃତୀୟ ସ୍ଥାନରେ ରହିଛନ୍ତି ବିରାଟ କୋହଲି । ସେହିପରି ଏହି ତାଲିକାର ତୃତୀୟରେ ଡେଭିଡ ଓ୍ବାର୍ଣ୍ଣର ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-T20 ବିଶ୍ବକପ: ଇଲଂଣ୍ଡକୁ ହରାଇବା ପରେ କାନ୍ଦିଲେ ରୋହିତ, ବୁଝାଇଲେ କୋହଲି - ROHIT SHARMA GOT EMOTIONAL

ଟିମ ଇଣ୍ଡିଆକୁ ଫାଇନାଲରେ ପହଞ୍ଚାଇଲେ ରୋହିତ: ସୁପର 8ର ଶେଷ ମୁକାବିଲାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ରୋହିତଙ୍କ ବ୍ୟାଟର ଛକା ଚୌକାର ବର୍ଷା ହୋଇଥିଲା । ପୂର୍ବ ମ୍ୟାଚ ଗୁଡିକରେ ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲେ । 41ଟି ବଲରୁ 7 ଚୌକା ଓ 8 ଛକା ସହିତ 92 ରନ କରିଥିଲେ । ରୋହିତଙ୍କ ଏହି ରନ ଦଳକୁ ବିଜୟୀ କରାଇବା ସହ ସେମିଫାଇନାଲରେ ପହଞ୍ଚାଇବାରେ ବେଶ ସହାୟକ ହୋଇଥିଲା । ଏହାପରେ ଗତକାଲି ଖେଳାଯାଇଥିଲା ସେମି ମୁକାବିଲାରେ କୋହଲି ଆଉଟ ହେବା ପରେ ଏକା ଲଢିଥିଲେ । 39 ବଲରେ 57 ରନ କରିଥିଲେ । ତାଙ୍କର ଏହି ରନ ଫଳରେ ଦଳୀୟ ସ୍କୋରକୁ ବିନା ଚାପରେ ଆଗକୁ ନେଇଥିଲେ ଅନ୍ୟ ଖେଳାଳି । ଯାହା ଫଳରେ ଫାଇାନଲରେ ଦଳ ପ୍ରବେଶ କରିବା ସହଜ ହୋଇଥିଲା ।

ଟି 20 ବିଶ୍ବକପ ଇତିହାସରେ ସର୍ବାଧିକ ଛକା ମାରିବାରେ ରୋହିତ ଦ୍ବିତୀୟ: ଟି-20 ବିଶ୍ବକପ ଇତିହାସରେ ରୋହିତ ରେକର୍ଡ କରିଛନ୍ତି । 43ଟି ଇଂନିସ ଖେଳି 50 ଛକା ମାରିଛନ୍ତି । ସର୍ବାଧିକ ଛକା ମାରିବାରେ ସେ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ପ୍ରଥମ ସ୍ଥାନରେ ରହିଛନ୍ତି ଗେଲ । ସେ ସର୍ବାଧିକ 31ଟି ଇଂନିସ ଖେଳି 63 ଛକା ମାରିଛନ୍ତି ।

ଭାରତୀୟ ଭାବେ ସର୍ବାଧିକ ରନ କରିଛନ୍ତି ରୋହିତ: ଟି 20 ବିଶ୍ବକପରେ ଭାରତୀୟ ଖେଳାଳି ଭାବେ ସର୍ବାଧିକ ରନ କରିଛନ୍ତି ରୋହିତ ଶର୍ମା । ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 7ଟି ଇଂନିସରୁ ସେ 248 ରନ କରିଛନ୍ତି । ତାଙ୍କର ସର୍ବାଧିକ ରନ 92 ରହିଛି । ଷ୍ଟ୍ରାଇକ ରେଟ 155 ରହିଛି । ପୁରା ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ କରିବାରେ ସେ ଦ୍ବିତୀୟରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.