ETV Bharat / sports

ପାକିସ୍ତାନ ବିପକ୍ଷ ମ୍ୟାଚରେ ହିରୋ ସାଜିଲେ ଭାରତୀୟ ବଂଶୋଭବ, ଜାଣନ୍ତୁ ସେ କିଏ ? - T20 World Cup 2024

T20 World Cup 2024: ଆମେରିକା ଟିମରେ ଖେଳି ପାକିସ୍ତାନକୁ ହରାଇଲେ ଭାରତୀୟ ବଂଶୋଭବ ସୌରଭ ନେତ୍ରାଭାଲକର । ଜାଣିନ୍ତୁ ଏହି ଖେଳାଳି କିଏ ? ଅଧିକ ପଢନ୍ତୁ

T20 World Cup 2024
T20 World Cup 2024 (ETV BHARAT ODISHA)
author img

By ETV Bharat Odisha Team

Published : Jun 7, 2024, 1:07 PM IST

ନୂଆଦିଲ୍ଲୀ: ଆମେରିକା ଟିମରେ ଖେଳି ମଧ୍ୟ ପାକିସ୍ତାନକୁ ପରାସ୍ତ କରିବାରେ ସକ୍ଷମ ହୋଇଛନ୍ତି ଜଣେ ଭାରତୀୟ । ଗତକାଲି ଆଇସିସି ଟି -20 ବିଶ୍ୱକପରେ ଆମେରିକା ସୁପର ଓଭରରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚରେ ହିରୋ ସାଜିଥିଲେ ଭାରତୀୟ ବଂଶୋଭବ ପେସ ବୋଲର ସୌରଭ ନେତ୍ରାଭାଲକର । ସୌରଭଙ୍କ ଘାତକ ବୋଲି ଯୋଗୁଁ ପାକିସ୍ତାନକୁ ଏହି ମ୍ୟାଚରେ ପରାସ୍ତ ହେବାକୁ ପଡିଥିଲା । ସୁପର ଓଭରରେ ପ୍ରଥମେ ଆମେରିକା ବ୍ୟାଟିଂ କରି 1 ଓ୍ବିକେଟରେ 18 ରନ କରିଥିଲା । ଆରୋନା ଜୋନ୍ସ 11 ରନ କରିଥିବା ବେଳେ ଓ୍ବାଇଡ ବଲରୁ 7 ରନ ମିଳିଥିଲା । ଜବାବରେ ପାକିସ୍ତାନ 1 ଓ୍ବିକେଟ ହରାଇ 13 ରନ କରିଥିଲା । ଆମେରିକା ଦଳରେ ଖେଳୁଥିବା ଭାରତୀୟ ବଂଶୋଭବ ସୌରଭ ସୁପର ଓଭରରେ ଚମତ୍କାର ବୋଲିଂ କରି ପାକିସ୍ତାନକୁ ବିଜୟ ରନ ହାସଲ କରିବାରେ ବିଫଳ କରିଥିଲେ । ଦଳକୁ ବିଜୟୀ କରିବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସୁପର ଓଭରରେ 5 ରନରେ ହାରିଥିଲା ପାକିସ୍ତାନ ।

କିଏ ଏହି ସୌରଭ ନେତ୍ରାଭାଲକର ? ସୌରଭ ନେତ୍ରାଭାଲକର ହେଉଛନ୍ତି ଭାରତୀୟ ମୂଳ ବାସିନ୍ଦା । ସେ ବର୍ତ୍ତମାନ ଆମେରିକା ଦଳରେ ପେସ ବୋଲର ଭାବେ ଖେଳୁଛନ୍ତି । 1991 ଅକ୍ଟୋବର 16ରେ ସେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ମୁମ୍ବାଇରେ ତାଙ୍କ ପିଲା ଦିନ କଟିଥିବା ବେଳେ ଜମେ କ୍ରିକେଟର ହେବାକୁ ସେ ସ୍ବପ୍ନ ଦେଖିଥିଲେ । ବର୍ତ୍ତମାନ ସେ ଆମେରିକା ପାଇଁ କ୍ରିକେଟ୍ ଖେଳୁଛନ୍ତି। ସେ ବାମହାତୀ ଦ୍ରୁତ ବୋଲର ଭାବରେ ଦଳରେ ଖେଳୁଛନ୍ତି। ଆମେରିକା ପାଇଁ ଖେଳିବା ପୂର୍ବରୁ ସୌଭ ଭାରତୀୟ କ୍ରିକେଟ୍ ଦଳ ପାଇଁ ଅଣ୍ଡର -19 ବିଶ୍ୱକପରେ ଖେଳିଛନ୍ତି। ଏହା ସହିତ ମୁମ୍ବାଇ ପାଇଁ ସେ ଘରୋଇ କ୍ରିକେଟ୍ ମଧ୍ୟ ଖେଳିଛନ୍ତି। ମୁମ୍ବାଇରୁ ଆମେରିକା ଦଳରେ କ୍ରିକେଟ୍ ଖେଳିବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଅତ୍ୟନ୍ତ କଠିନ ଥିଲା ।

ଏହା ମଧ୍ୟ ପଢନ୍ତୁ-T20 ବିଶ୍ୱକପରେ ବଡ ବିପର୍ଯ୍ୟୟ; ପାକିସ୍ତାନକୁ ସୁପର ଓଭରରେ ହରାଇଲା Usa, ପଏଣ୍ଟ ଟେବୁଲ ଟପର - T20 World Cup

ମୁମ୍ବାଇରୁ ଆମେରିକା ଦଳରେ ଖେଳିବାର ଯାତ୍ରା :

  • 2008-09 ରେ କୁଚ ବିହାର ଟ୍ରଫିରେ 6 ଟି ମ୍ୟାଚରେ ସୌରଭ 30 ଟି ୱିକେଟ୍ ନେଇ ଚର୍ଚ୍ଚାକୁ ଆସିଥିଲେ ।
  • 2010 ମସିହାରେ ସେ ଭାରତ ପାଇଁ 19 ବର୍ଷରୁ କମ୍ ବିଶ୍ୱକପ୍ ଖେଳି ସର୍ବାଧିକ 9 ୱିକେଟ୍ ନେଇଥିଲେ।
  • 2013 ରେ ମୁମ୍ବାଇ ପାଇଁ ରଣଜୀ ଟ୍ରଫି ମଧ୍ୟ ଖେଳିଛନ୍ତି ସୌରଭ।
  • 2015-16 ରେ ସୌରଭ ପାଠପଢା ପାଇଁ ଆମେରିକା ଯାଇଥିଲେ, ସେଠାରେ ସେ କମ୍ପ୍ୟୁଟର ସାଇନ୍ସରେ ମାଷ୍ଟର କରିଥିଲେ।
  • 2016 ରେ ଆମେରିକାରେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ ଓରାକଲ କମ୍ପାନୀରେ କାମ କରିବା ଆରମ୍ଭ କରିଥିଲେ ।
  • 2018ରେ ସେ ଆମେରିକା କ୍ରିକେଟ ଟିମରେ ସାମିଲ ହୋଇଥିଲେ ।
  • 2019 ରେ ସୌରଭ ଆମେରିକାର କ୍ରିକେଟ୍ ଦଳର ଅଧିନାୟକ ହୋଇଥିଲେ।
  • 2019 ରେ ୟୁଏଇ ବିପକ୍ଷ ଦିନିକିଆ ମ୍ୟାଚରେ ସେ ପାଞ୍ଚଟି ୱିକେଟ୍ ନେଇଥିଲେ ।
  • ଦିନିକିଆ ଟି20ରେ ଆମେରିକା ପାଇଁ ସୌରଭ ସର୍ବାଧିକ ୱିକେଟ୍ ନେଇଛନ୍ତି ।
  • 2022ରେ ସିଙ୍ଗାପୁର ବିପକ୍ଷ ମ୍ୟାଚରେ ସେ 5ଟି ଓ୍ବିକେଟ ନେଇଥିଲେ ।
  • ସୌରଭ ଆମେରିକା ପାଇଁ 48 ଟି ODI ମ୍ୟାଚରେ 73 ୱିକେଟ୍ ଏବଂ 28 ଟି -20 ମ୍ୟାଚ୍ ରେ 27 ୱିକେଟ୍ ନେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.