ETV Bharat / sports

ଅଲରାଉଣ୍ଡର ମାନ୍ୟତା; 112 ମ୍ୟାଚରେ ବୋଲିଂ ନକରି ଜାଡେଜାଙ୍କୁ ଟପିଲେ କୋହଲି, କ୍ରିକେଟ ଫ୍ୟାନ୍ସ ଚକିତ - virat kohli all rounder rankings

author img

By ETV Bharat Odisha Team

Published : Jul 4, 2024, 10:25 AM IST

t20I all rounder rankings Wickets in T20world cup knockout match: ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ପଛରେ ପକାଇଛନ୍ତି କିଙ୍ଗ୍ କୋହଲି । ତା ପୁଣି 112ଟି ଟି-20 ମ୍ୟାଚରେ ବୋଲିଂ ନକରି । ଦେଖନ୍ତୁ ସଦ୍ୟତମ ଅଲରାଉଣ୍ଡର ମାନ୍ୟତା ତାଲିକା...

Etv Bharatall rounder rankings
Etv Bharatall rounder rankings (ETV Bharat Odisha)

ହାଇଦ୍ରାବାଦ: ଟି-20 ବିଶ୍ବକପ ଫାଇନାଲ ମ୍ୟାଚ ଜିତି ବିଶ୍ବ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାକୁ ମାତ୍ର 7 ରନରେ ହରାଇ 17 ବର୍ଷ ପରେ ଟି-20 ବିଶ୍ବକପ ଟ୍ରଫି ଉଠାଇଛି ଟିମ୍ ଇଣ୍ଡିଆ । ବାରବାଡୋସରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ ମୁକାବିଲାରେ ଟିମ୍ ଇଣ୍ଡିଆ କ୍ରିକେଟରଙ୍କ ରହିଥିଲା ଅଲରାଉଣ୍ଡ ପ୍ରଦର୍ଶନ । ସମସ୍ତ ବିଭାଗ ଯଥା- ବ୍ୟାଟିଂ, ବୋଲି ଏବଂ ଦମଦାର ଫିଲ୍ଡିଂ କରି ଚମ୍ପିଆନ ହୋଇଛନ୍ତି ରୋହିତ ବ୍ରିଗେଡ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଦଳର ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଦର୍ଶନୀୟ ରହିଥିଲା । ଟପ୍ ଅର୍ଡରେ ରୋହିତ, କୋହଲି, ସୂର୍ଯ୍ୟକୁମାର, ପନ୍ତ, ଦୁବେ ଏବଂ ହାର୍ଦ୍ଦିକଙ୍କ ବ୍ୟାଟିଂ ପ୍ରଦର୍ଶନ ବେଶ ଉଚ୍ଚକୋଟର ରହିଥିଲା ।

ଏପଟେ ବୋଲିଂ ଡିପାର୍ଟମେଣ୍ଟରେ ମଧ୍ୟ ଉଭୟ ସ୍ପିନର ଏବଂ ପେସର କମାଲ କରିଥିଲେ । ସ୍ପିନ ଡିପାର୍ଟମେଣ୍ଟରେ କୁଲଦୀପ, ଅକ୍ସର ଦର୍ଶନୀୟ ବୋଲିଂ କରିଥିବା ବେଳେ ଜାଡେଜା କାମଚଳା ବୋଲିଂ କରିଥିଲେ । ପେସ ଡିପାର୍ଟମେଣ୍ଟରେ ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ ଅବିଶ୍ବସନୀୟ ବୋଲଂ କରିଥିବା ବେଳେ ହାର୍ଦ୍ଦିକ ମଧ୍ୟ ପଛରେ ନଥିଲେ । ତେବେ ବର୍ତ୍ତମାନ ବିଶ୍ବକପ ପରେ ଆସିଛି ବ୍ୟାଟର ବୋଲର ଏବଂ ଅଲରାଉଣ୍ଡରଙ୍କ ତାଲିକା । ଯାହା ସମଗ୍ର ବିଶ୍ବର କ୍ରିକେଟ ଫ୍ୟାନ୍ସଙ୍କ ସହିତ ଭାରତୀୟଙ୍କୁ ମଧ୍ୟ ଚକିତ କରିଛି ।

ଅଲରାଉଣ୍ଡର ଲିଷ୍ଟରେ ଭାରତର ଆଇସିସି ଟୁର୍ଣ୍ଣାମେଣ୍ଟ ‘ସେଭର’ ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡ ଖେଳ ପ୍ରଦର୍ଶନ ପାଇଁ ବାଂଲାଦେଶର ବେଷ୍ଟ ଅଲରାଉଣ୍ଡର ସାକିବ ଅଲ ହାସନଙ୍କୁ ପଛରେ ପକାଇଛନ୍ତି । ବର୍ତ୍ତମାନ ହାର୍ଦ୍ଦିକ ବିଶ୍ବର ଏକ ନମ୍ବର ଅଲରାଉଣ୍ଡର ଟି-20 ଫର୍ମାଟରେ । ତେବେ ଆପଣ ଜାଣିକି ଆଶ୍ବର୍ଯ ହେବେ ଯେ, ଅଲରାଉଣ୍ଡର ଲିଷ୍ଟରେ ଭାରତର ଅନ୍ୟତମ ବେଷ୍ଟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ପଛରେ ପକାଇଛନ୍ତି କିଙ୍ଗ୍ କୋହଲି । ତା ପୁଣି 112ଟି ଟି-20 ମ୍ୟାଚରେ ବୋଲିଂ ନକରି । କୋହଲି 125ଟି ଟି-20 ମ୍ୟାଚ ଖାଳିଥିବା ବେଳେ 112 ମ୍ୟାଚରେ କେବେବି ବୋଲିଂ କରିନାହାଁନ୍ତି । କୋହଲି ଶେଷ ଥର ପାଇଁ 2016 ଟି-20 ସେମିଫାଇନାଲରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ବୋଲିଂ କରିଥିଲେ ।

ତେବେ ସଦ୍ୟତମ ପ୍ରକାଶିତ ଅଲରାଉଣ୍ଡର ଲିଷ୍ଟରେ ବିରାଟ କୋହଲିଙ୍କୁ 79 ତମ ମାନ୍ୟତା ମିଥିଳିବା ବେଳେ ସ୍ପିନ୍ ଅଲରଉଣ୍ଡର ଜାଡେଜାଙ୍କୁ 86 ତମ ମାନ୍ୟତା ମିଳିଛି । ଯାହା ସମସ୍ତଙ୍କୁ ଚକିତ କରିଛି । ଏପଟେ ଟି-20 ବିଶ୍ବକପରେ ଚାମ୍ପିଆନ ହେବା ପରେ ଉଭୟ କୋହଲି ଏବଂ ଜାଡେଜା ଏହି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । କୋହଲି ଫାଇନାଲରେ ଦମଦାର ଇନିଂସ ପାଇଁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।

ଏପଟେ ଆଇସିସି ନକ୍ ଆଉଟ୍ ମ୍ୟାଚରେ ମଧ୍ୟ ଜାଡେଜାଙ୍କ ଠାରୁ କୋହଲିଙ୍କ ବୋଲିଂ ରେକର୍ଡ ଭଲ ରହିଛି । କୋହଲି ଗୋଟିଏ ନକ ଆଉଟ ମ୍ୟାଚରେ ବୋଲିଂ କରି ଗୋଟିଏ ଓ୍ବିକେଟ ପାଇଥିବା ବେଳେ ଜାଡେଜା 4ଟି ନକ୍ ଆଉଟ୍ ମ୍ୟାଚରେ ବୋଲିଂ କରିଥିଲେ ମଧ୍ୟ ଏଯାଏଁ ଓ୍ବିକେଟ ଖାତା ଖେଲାପାରିନାହାଁନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.