ETV Bharat / sports

ବର୍ଷା ଧୋଇଦେବ ସେମି-ଫାଇନାଲ ! ଖେଳ ନହେଲେ କାହାକୁ ମିଳିବ ଫାଇଦା ? ଦେଖନ୍ତୁ ସମ୍ପୂର୍ଣ୍ଣ ସମୀକରଣ - T20 World Cup 2024

author img

By ETV Bharat Odisha Team

Published : Jun 26, 2024, 1:11 PM IST

T20 World Cup 2024 Semifinal: ଟି20 ବିଶ୍ବକପ୍‌ ସେମିଫାଇନାଲ୍‌କୁ ବର୍ଷା ଭୟ । ଉଭୟ ମ୍ୟାଚ୍‌କୁ ଧୋଇଦେଇପାରେ ବର୍ଷା । ଏପରି ହେଲେ ଫାଇନାଲକୁ ଯିବ କେଉଁ ଦଳ ? କାହାକୁ ମିଳିବ ଫାଇଦା ? ଜାଣନ୍ତୁ ସମ୍ପୂର୍ଣ୍ଣ ସମୀକରଣ,

T20 World Cup 2024 Semifinal
T20 World Cup 2024 Semifinal (ETV Bharat Odisha)

ହାଇଦ୍ରାବାଦ: ଟି20 ବିଶ୍ବକପ୍‌ 2024ର ସୁପର 8 ପର୍ଯ୍ୟାୟ ନାଟକୀୟ ଢଙ୍ଗରେ ଶେଷ ହୋଇଛି । ଅପରାଜେୟ ଭାରତ ସେମିଫାଇନାଲ୍‌ରେ ପ୍ରବେଶ କରିଥିବାବେଳେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟ ସେମି ଫାଇଟ୍‌ରେ ପ୍ରବେଶ କରିଛନ୍ତି । ସବୁଠାରୁ ବଡ଼ କାଣ୍ଡ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଏକ ରୋମାଞ୍ଚକର ମୁକାବିଲାରେ ହରାଇ ପ୍ରଥମ ଥର ପାଇଁ ସେମିଫାଇନାଲ୍‌ରେ ପ୍ରବେଶ କରିଛି ରଶିଦ ଖାନଙ୍କ ନେତୃତ୍ବାଧୀନ ଆଫଗାନିସ୍ତାନ । ପ୍ରଥମ ସେମିରେ ଦକ୍ଷିଣ ଆପ୍ରିକାକୁ ଭେଟିବ ଆଫଗାନିସ୍ତାନ । ସେହିଭଳି ଗୁରୁବାର ଖେଳାଯିବାକୁ ଥିବା ଦ୍ବିତୀୟ ସେମି ଫାଇଟ୍‌ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ତେବେ ଯଦି ବର୍ଷା ହୁଏ, କ'ଣ ହେବ ଫଳାଫଳ ? ଜାଣନ୍ତୁ ଏହି ରିପୋର୍ଟରେ,

ପ୍ରଥମ ସେମିଫାଇନାଲ୍‌ (ଆଫଗାନିସ୍ତାନ ବନାମ ଦକ୍ଷିଣ ଆଫ୍ରିକା): ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ଚଳିତ ଟି20 ବିଶ୍ବକପ୍‌ 2024ର ପ୍ରଥମ ସେମିଫାଇନାଲ୍‌ । ସ୍ଥାନୀୟ ସମୟ ସନ୍ଧ୍ୟା 8.30 (ବୁଧବାର) ଏବଂ ଭାରତୀୟ ସମୟ ଅନୁସାରେ ଗୁରୁବାର ସକାଳ 6ଟାରେ ଆରମ୍ଭ ହେବ ଏହି ମୁକାବିଲା । ଦକ୍ଷିଣ ଆଫ୍ରିକା ଲିଗ୍‌ ଏବଂ ସୁପର-8 ପର୍ଯ୍ୟାୟରେ ଅପରାଜେୟ ରହି ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ହେଲେ ଶେଷ ପର୍ଯ୍ୟାୟ ମ୍ୟାଚ୍‌ ଗୁଡ଼ିକରେ ଦକ୍ଷିଣ ଆଫ୍ରିକାର ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗ ଏତେ ଶକ୍ତିଶାଳୀ ପରି ମନେ ହେଉନଥିଲା । ଅନ୍ୟପଟେ ପ୍ରଥମ ଥର ସେମିରେ ପ୍ରବେଶ କରିଥିବା ଆଫଗାନିସ୍ତାନର ମନୋବଳ ସୁଦୃଢ଼ ରହିଛି । ବିଶେଷ କରି ସ୍ପିନ୍‌ ବୋଲିଂ ପାଇଁ ପରିଚିତ ଆଫଗାନ ଦଳର ପେସ୍‌ ଆଟାକ୍‌ ମଧ୍ୟ ଏଥର ବେଶ ଚମତ୍କାର ରହିଛି । ନବୀନ ଉଲ୍‌ ହକ୍‌ଙ୍କ ନେତୃତ୍ବାଧୀନ ପେସ୍‌ ଆଟାକ୍‌ ବେଶ ଆକ୍ରମଣାତ୍ମକ ଢଙ୍ଗରେ ବୋଲିଂ କରୁଛନ୍ତି । ଏହି ପ୍ରଦର୍ଶନ ବଜାୟ ରଖିଲେ ଦଳ ଫାଇନାଲ୍‌ରେ ପ୍ରବେଶ କରିବାକୁ ସୁଯୋଗ ପାଇବ ।

ଦ୍ବିତୀୟ ସେମିଫାଇନାଲ (ଭାରତ ବନାମ ଇଂଲଣ୍ଡ) : ଦ୍ବିତୀୟ ସେମି ଫାଇଟ୍‌ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବ । ଭାରତୀୟ ସମୟ ଗୁରୁବାର ସନ୍ଧ୍ୟା 8ଟାରେ ଆରମ୍ଭ ହେବ ଏହି ପ୍ରତିଯୋଗିତା । ବିଶେଷ କରି ଭାରତ ପାଖରେ ମଧୁର ପ୍ରତିଶୋଧ ନେବାର ଏହା ଏକ ସୁଯୋଗ ସୃଷ୍ଟି କରିବ । କାରଣ ଗତ 2022 ଟି20 ବିଶ୍ବକପ୍‌ ସେମିଫାଇନାଲ୍‌ରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍‌ରେ ଭାରତକୁ ଏକପାଖିଆ ଭାବେ 10 ୱିକେଟ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚି ଚମ୍ପିଆନ୍‌ ହୋଇଥିଲା ଇଂଲଣ୍ଡ । ତେଣୁ ଏଥର ସେମିଫାଇନାଲରୁ ଇଂଲଣ୍ଡକୁ ବିଦା କରି ଭାରତ ନେଇପାରିବ ପ୍ରତିଶୋଧ । ଭାରତ ସୁପର-8 ପର୍ଯ୍ୟାୟରେ ଗ୍ରୁପ୍‌ ଟପ୍‌ରେ ରହିଥିବାରୁ ବର୍ଷା ହେଲେ ମଧ୍ୟ ଫାଇଦାରେ ରହିବ ।

ଏହା ମଧ୍ୟ ପଢ଼ନ୍ତୁ...ରୋହିତଙ୍କ ନାମରେ ଏକାଧିକ ରେକର୍ଡ, T20ରେ ସର୍ବାଧିକ ଛକା - T20 World Cup 2024

ବର୍ଷା ହେଲେ କ'ଣ ହେବ ?: ଉଭୟ ସେମିଫାଇନାଲ୍‌ ମ୍ୟାଚ୍‌କୁ ରହିଛି ବର୍ଷା ଆଶଙ୍କା । ଏହାକୁ ଦୃଷ୍ଟିରେ ରଖି ପ୍ରଥମ ସେମିଫାଇନାଲ ପାଇଁ ସେହିଦିନ ଅତିରିକ୍ତ ୬୦ ମିନିଟ ରଖାଯାଇଛି । ତଥାପି ଖେଳ ହୋଇନପାରିଲେ ରଖାଯାଇଛି ଏକ ରିଜର୍ଭ ଡେ' । ଅର୍ଥାତ ସ୍ଥାନୀୟ କ୍ୟାଲେଣ୍ଡରରେ ବୁଧବାର ଖେଳ ହୋଇନପାରିଲେ ଗୁରୁବାର ହେବ ପ୍ରଥମ ସେମି ମ୍ୟାଚ୍‌ । ଏହି ମ୍ୟାଚ୍‌ ପାଇଁ ସଂରକ୍ଷଣ ଦିବସରେ ମଧ୍ୟ 190 ମିନିଟ୍‌ ଅତିରିକ୍ତ ସମୟ ରଖାଯାଇଛି । ଏହି 190 ମିନିଟ ସ୍ଥାନୀୟ ସମୟ ଦିନ 2ଟାରୁ ଆରମ୍ଭ ହେବ । ତେବେ ନିୟମ ଅନୁସାରେ ସୁପର-8ରେ ପଏଣ୍ଟ ଟେବୁଲ ଶୀର୍ଷରେ ରହି ସେମିଫାଇନାଲକୁ ଆସିଥିବା ଦଳ ମ୍ୟାଚ୍‌ ବାତିଲ ହେଲେ ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରିବ । ସେହି ନିୟମ ଆଧାରରେ ଦକ୍ଷିଣ ଆଫ୍ରିକା ପଲ୍ଲା ଭାରି ରହିଛି । କାରଣ ଦକ୍ଷିଣ ଆଫ୍ରିକା ମଧ୍ୟ ଅପରାଜେୟ ରହି ଗ୍ରୁପ ଶୀର୍ଷରେ ରହି ସେମିଫାଇନାଲ୍‌କୁ ଆସିଛି ।

ଦ୍ବିତୀୟ ସେମିରେ ଭାରତ ପଲ୍ଲା ଭାରି: ପ୍ରଥମ ସେମିଫାଇନାଲ୍‌ ପରି ଦ୍ବିତୀୟ ସେମି ପାଇଁ କୌଣସି ସଂରକ୍ଷିତ ଦିବସ ରଖାଯାଇନାହିଁ । କାରଣ ଦ୍ବିତୀୟ ସେମିଫାଇନାଲ୍‌ ଓ ଫାଇନାଲ ମଧ୍ୟରେ କେବଳ ଗୋଟିଏ ଦିନର ଗ୍ୟାପ ରହୁଛି । ଗୁରୁବାର ସେମିଫାଇନାଲ ଖେଳାଯିବାକୁ ଥିବାବେଳେ ଶନିବାର ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ । ତେବେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଗାୟାନାରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପାଇଁ ମୋଟ 250 ମିନିଟ ବା ୪ ଘଣ୍ଟା ୧୦ ମିନିଟର ଅତିରିକ୍ତ ସମୟ ରଖାଯାଇଛି । ଅର୍ଥାତ ବର୍ଷା ବାଧକ ହେଲେ ମଧ୍ୟ ମ୍ୟାଚ୍‌ ସେହିଦିନ ସାରିବାକୁ ଯୋଜନା ରହିଛି । ଏହା ସତ୍ତ୍ବେ ବି ଯଦି ମ୍ୟାଚ୍‌ ହୋଇନପାରେ, ତେବେ ଭାରତ ଟେବୁଲ ଟପ୍ପର ଭାବରେ ଫାଇନାଲ୍‌ରେ ପ୍ରବେଶ କରିବ ।

ଏହା ମଧ୍ୟ ପଢ଼ନ୍ତୁ...T20 ବିଶ୍ୱକପ: ପ୍ରଥମ ଥର ସେମିରେ ଏଣ୍ଟ୍ରି ମାରିଲା ଆଫଗାନିସ୍ତାନ, ଅଷ୍ଟ୍ରେଲିଆର ଖେଳ ଖତମ୍‌ - AFGHANISTAN DEFEATS BANGLADESH

ସେମି ଓ ଫାଇନାଲ୍‌ ପାଇଁ ପରିବର୍ତ୍ତିତ ରୁଲ୍‌: ଲିଗ୍‌ ଓ ସୁପର-8ରେ ମ୍ୟାଚ୍‌ର ରେଜଲ୍ଟ ପାଇଁ ସର୍ବନିମ୍ନ ୫ ଓଭର ରହିଥିଲା । ଅର୍ଥାତ ବର୍ଷା ବା କୌଣସି କାରଣରୁ ମ୍ୟାଚ୍‌ ବ୍ୟାଘାତ ହେଲେ 5 ଓଭର ପରେ ଡିଏଲଏସ୍‌ ଲାଗୁ କରାଯାଇ ମ୍ୟାଚ୍‌ରୁ ଓଭର ଓ ଟାର୍ଗେଟ କମ କରାଯାଉଥିଲା । ହେଲେ ସେମି ଓ ଫାଇନାଲ ମ୍ୟାଚ୍‌ ରେଜଲ୍ଟ ପାଇଁ ଏହି ସର୍ବନିମ୍ନ ଓଭରକୁ ବଢ଼ାଯାଇ 10 ଓଭର କରାଯାଇଛି । ଅର୍ଥାତ ବର୍ଷା ହେଲେ 10 ଓଭର ପରେ ଡିଏଲଏସ୍‌ ଲାଗୁ କରାଯିବ । ଉଭୟ ଭେନ୍ୟୁରେ ମ୍ୟାଚ୍‌ ଉପରେ ବର୍ଷା ବାଧକ ସାଜିବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ ସମ୍ଭାବ୍ୟ ପାଣିପାଗକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା ଲାଗୁ କରାଯାଇଛି ।

ଉଲ୍ଲେଖ ଯୋଗ୍ୟ, ଜୁନ 29, ଫାଇନାଲ୍‌ ମ୍ୟାଚ୍‌ ପାଇଁ କୌଣସି ସଂରକ୍ଷିତ ଦିନ ଧାର୍ଯ୍ୟ ହୋଇନାହିଁ । ଅର୍ଥାତ ଯଦି ବର୍ଷା କାରଣରୁ ଫାଇନାଲ ମ୍ୟାଚ୍‌ ଖେଳାଯାଇନପାରେ, ତେବେ ଫାଇନାଲ୍‌କୁ ଯାଇଥିବା ଉଭୟ ଦଳକୁ ମିଳିତ ବିଜେତା ଘୋଷଣା କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.