ETV Bharat / sports

T20 ବିଶ୍ବକପ: ଭାରତୀୟ ସ୍ପିନ୍‌ ବୋଲିଂରେ ମାଟି କାମୁଡିଲା ଇଂଲଣ୍ଡ, 10 ବର୍ଷ ପରେ ଫାଇନାଲରେ ଭାରତ - T20 World Cup 2024

author img

By ETV Bharat Odisha Team

Published : Jun 28, 2024, 8:20 AM IST

Updated : Jun 28, 2024, 8:28 AM IST

India reach T20 World Cup final: ବର୍ଷା ସାଜିଲାନି ବାଧକ । ଟି 20 ବିଶ୍ବକପ ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ଫାଇନାଲରେ ଭାରତ । ତୃତୀୟ ଥର ଟ୍ରଫି ହାତେଇବାର ସ୍ବପ୍ନ ଇଂଲଣ୍ଡର ଧୂଳିସାତ । 29 ତାରିଖରେ ଦକ୍ଷିଣ ଆଫ୍ରିକା ସହ ଫାଇନାଲ ଲଢେଇ । ଅଧିକ ପଢନ୍ତୁ

India reach T20 World Cup final
India reach T20 World Cup final (@BCCI)

ଓ୍ବାଂଶିଟନ: ଦୀର୍ଘ 10 ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ତୃତୀୟ ଥର ପାଇଁ ଟି 20 ବିଶ୍ବକପର ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ସେମିଫାଇାନଲରେ ବର୍ଷା ସାଜିଲାନି ବାଧକ । ଭାରତର ବିଜୟ ଧାରାରେ ବ୍ରେକ ଲଗାଇପାରିଲା ନାହିଁ ବର୍ଷା । ଟି 20 ବିଶ୍ବକପର ସେମିଫାଇନାଲରେ ଟିମ ଇଣ୍ଡିଆର ଦମଦାର ବିଜୟ । 68 ରନରେ ଇଂଲଣ୍ଡକୁ ପରାସ୍ତ କରି 2022 ସେମିଫାଇାନଲର ପ୍ରତିଶୋଧ ନେଲା ମେନ ଇନ ବ୍ଲୁ । ପ୍ରୋଭିଡେନ୍ସ ଷ୍ଟାଡିୟମରେ ହିଟ ମ୍ୟାନଙ୍କ ଛକା ଚୌକାର ବର୍ଷା । ଅକ୍ଷର ଓ କୁଳଦୀପଙ୍କ ଯାଦୁକରୀ ସ୍ପିନ୍‌ରେ ମାଟି କାମୁଡିଲା ଇଲଂଣ୍ଡ ବାହିନୀ । ଚଳିତ ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ ଅପରାଜୟ ରହି ଫାଇନାଲକୁ ପ୍ରବେଶ କରିଛି ରୋହିତ ବାହିନୀ । ତୃତୀୟ ଥର ଟ୍ରଫି ହାତେଇବାର ସ୍ବପ୍ନ ଇଂଲଣ୍ଡର ଧୂଳିସାତ ହୋଇଛି । ଆସନ୍ତା 29 ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ । ଟ୍ରଫି ପାଇଁ ଦକ୍ଷିଣ ଆଫ୍ରିକା ଓ ବାରତ ମଧ୍ୟରେ ମହାମୁକାବିଲା ହେବ ।

10 ବର୍ଷ ପରେ ଟି 20 ବିଶ୍ବକପ ଫାଇାନଲରେ ଭାରତ: 10 ବର୍ଷ ପୂର୍ବେ ଅର୍ଥାତ 2014ରେ ଏହି ଟୁର୍ଣ୍ଣାମେଣ୍ଟର ବାଂଲାଦେଶ ଆୟୋଜନ କରିଥିଲା । ସେର ଇ ବାଂଲା ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ଭାରତ ବ୍ୟାଟିଂ କରି 20 ଓଭରରେ 4 ୱିକେଟ୍ ହରାଇ 130 ରନ୍ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା 17.5 ଓଭରରେ 5 ୱିକେଟ୍ ହରାଇ 134 ରନରେ ବିଜୟୀ ବିଶ୍ୱକପ 2014 ଟାଇଟଲ ଜିତିଥିଲା। ଏବେ ଭାରତ 10 ବର୍ଷ ପରେ ପୁଣିଥରେ ଟି -20 ବିଶ୍ୱକପ ଫାଇନାଲରେ ପହଞ୍ଚିଛି ।

ତୃତୀୟ ଥର ଫାଇନାଲରେ ଭାରତ: ଟି 20 ବିଶ୍ବକପରେ ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । 2007ରେ ପ୍ରଥମ ଥର ଆରମ୍ଭ ହୋଇଥିଲା ଟି 20 ବିଶ୍ବକପରେ ମହେନ୍ଦ୍ରେ ସିଂ ଧୋନିଙ୍କ ନେତୃତ୍ବରେ ଭାରତ ଫାଇନାଲରେ ପ୍ରବେଶ କରି ଟ୍ରଫି ହାତେଇଥିଲା । ଏହାପରେ 2014ରେ ଧୋନିଙ୍କ ନେତୃତ୍ବରେ ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ଶ୍ରୀଲଙ୍କା ଠାରୁ ପରାଜିତ ହୋଇ ଟ୍ରଫି ହାତେଇବାରେ ଗୋଟିଏ ପାଦ ପଛରେ ରହିଯାଇଥିଲା ଭାରତ । ଏହାପରେ ଚଳିତ ଟୁର୍ଣ୍ଣାମେଣ୍ଟରେ ତୃତୀୟ ଥର ପାଇଁ ଭାରତ ଫାଇନାଲରେ ପ୍ରବେଶ କରିଛି ଓ ପୁଣି ଥରେ ଟ୍ରଫି ନେବାର ସ୍ବପ୍ନକୁ ପୂରଣ କରିବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ-10ଟି ଆଇସିସି ଇଭେଣ୍ଟରେ ଭାରତର ଟପ୍ ସ୍କୋରର, ଜାଣନ୍ତୁ ରୋହିତ-କୋହଲି ନା ଆଉ କିଏ ? - last 10 icc events white ball

ହିଟ ମ୍ୟାନଙ୍କ ଧୂଆଁଧାର ଶତକ: ଗତକାଲି ପ୍ରୋଭିଡେନ୍ସ ଷ୍ଟାଡିୟମରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ସେମିଫାଇନାଲ ଖେଳାଯାଇଥିଲା । ବର୍ଷା ହେବା କାରଣରୁ ବିଳମ୍ବରେ ଟସ ପଡିଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲେ ଅଧିନାୟକ ଜସ ବଟଲର । ପ୍ରଥମେ ବ୍ୟାଟିଂ କରି 20 ଓଭରରେ ଦଳ 7 ଓ୍ବିକେଟ ହରାଇ 171 ରନ କରିଥିଲା ରୋହିତ ବାହିନୀ । ରୋହିତ ଓ କୋହଲି ଓପନିଂ ଯୋଡି ଭାବେ ଭଲ ପାଳି ଆରମ୍ଭ କରିଥିଲେ ମଧ୍ୟ ମାତ୍ର 9 ରନରେ ଆଉଟ ହୋଇଥିଲେ କୋହଲି । ଏହାପରେ ରୋହିତଙ୍କୁ ସାଥ ଦେଇଥିଲେ ପନ୍ତ । କିନ୍ତୁ ସେବି ମାତ୍ର 4 ରନ କରି ଆଉଟ ହୋଇଥିଲେ । ପରେ ରୋହିତ ଓ ସୂର୍ଯ୍ୟ କୁମାର ପାଳି ସମ୍ଭାଳିଥିଲେ । ରୋହିତଙ୍କ ବ୍ୟାଟରକୁ ଛକା ଚୌକାର ବର୍ଷା ହୋଇଥିଲା, ସେ ଅର୍ଦ୍ଧଶତକ ହାସଲ କରିଥିଲେ । ଦଳୀୟ ସ୍କୋର 113 ରନ ହୋଇଥିଲା ବେଳେ ରୋହିତ 57 ରନରେ ଆଉଟ ହୋଇଥିଲେ । ପରେ ପରେ 47 ରନରେ ସୂର୍ଯ୍ୟ କୁମାର, 23 ରନରେ ପାଣ୍ଡ୍ୟା ଆଉଟ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜାଡେଜା ଅପରାଜତି 17, ଅକ୍ସର ପଟେଲ 10 ରନ କରିଥିଲେ ।

କୁଳଦୀପ-ଅକ୍ଷରଙ୍କ ଘାତକ ବୋଲିଂରେ ଧରାଶାୟୀ ଇଂଲଣ୍ଡ: 172 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଇଂଲଣ୍ଡ । କିନ୍ତୁ ବିଜୟ ଲକ୍ଷ୍ୟ ହାସଲ କରିବାର ବହୁ ଦୂରରେ ରହିୟାଇଥିଲା ଦଳ । ଭାରତୀୟ ସ୍ପିନ ବୋଲରଙ୍କ ଯାଦୁରେ ଫସିଥିଲେ ବ୍ୟାଟର । କୁଳଦୀପ, ଅକ୍ଷର ଓ ବୁମରାଙ୍କ ଘାତକ ବୋଲିଂ ରେ ଧରାଶାୟୀ ହୋଇଥିଲା ଦଳ । କୌଣସି ବି ବ୍ୟାଟର 30 ରନ କରିବାକୁ ସକ୍ଷମ ହୋଇନଥିଲେ । ଶେଷରେ 16.4 ଓଭରରେ ଦଳ ସମସ୍ତ ଓ୍ବିକେଟ ହରାଇ 103 ରନରେ ଅଟକିଥିଲା । କୁଳଦୀପ 3, ଅକ୍ସର 3 ଓ ବୁମରା 2ଟି ଓ୍ବିକେଟ ନେଇଥିଲେ ।

Last Updated : Jun 28, 2024, 8:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.