ETV Bharat / sports

T-20 ବିଶ୍ବକପ ଫାଇନାଲରେ ଦକ୍ଷିଣ ଆଫ୍ରିକା, 9 ଓ୍ବିକେଟରେ ହାରିଲା ଆଫଗାନ - SOUTH AFRICA BEATS AFGHANISTAN

author img

By ETV Bharat Odisha Team

Published : Jun 27, 2024, 8:43 AM IST

Updated : Jun 27, 2024, 8:54 AM IST

T20 World Cup Semi Final 1: ଟି 20 ବିଶ୍ବକପ ସେମିଫାଇନାରେ ଦକ୍ଷିଣ ଆଫ୍ରିକାର ସହଜ ବିଜୟ । ଆଫଗାନିସ୍ତାନକୁ 9 ଓ୍ବିକେଟରେ ହରାଇ ଫାଇନାଲରେ ପ୍ରବେଶ କଲା ଦକ୍ଷିଣ ଆଫ୍ରିକା । ଅଧିକ ପଢନ୍ତୁ

T20 World Cup Semi Final
T20 World Cup Semi Final (ICC)

କିଙ୍ଗଷ୍ଟନ: ଟି-20 ବିଶ୍ବକପ ଫାଇନାଲରେ ଦକ୍ଷିଣ ଆଫ୍ରିକା । ସେମିଫାଇନାରେ ଆଫଗାନିସ୍ତାନକୁ 9 ଓ୍ବିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ଦଳ । 8.5 ଓଭରରେ 60 ରନ କରି ବିଜୟୀ ହୋଇଛି ଦକ୍ଷିଣ ଆଫ୍ରିକା । ସେମିରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର 11.5 ଓଭରରେ 56 ରନ କରି ଅଲଆଉଟ ହୋଇଥିଲା ଆଫଗାନ । ବାଂଲାଦେଶକୁ ହରାଇ ପ୍ରଥମ ଥର ସେମିରେ ପ୍ରବେଶ କରିଥିଲା ଦଳ । କିନ୍ତୁ ପରାଜୟ ପରେ ଟ୍ରଫି ଆଶା ଧୂଳିସାତ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ସେମିଫାଇାନଲରୁ ଫାଇନାଲ ଯିବାକୁ ଭାରତ ପାଇଁ ସୁବର୍ଣ୍ଣ ସୁଯୋଗ: କ୍ରିକେଟ ସମୀକ୍ଷକ - T20 World Cup 2024

ପ୍ରଥମ ଥର ଫାଇନାଲରେ ଦକ୍ଷିଣ ଆଫ୍ରିକା: 2007 ମସିହାରୁ ଆରମ୍ଭ ହୋଇଥିବା ଟି-20 ବିଶ୍ବକପର କୌଣସି ବି ସଂସ୍କରଣରେ ଫାଇନାଲରେ ପହଞ୍ଚି ପାରିନଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମ ଥର ଭାବେ ଚଳିତ ସଂସ୍କରଣରେ ଫାଇନାଲରେ ପ୍ରବେଶ କରିବାର ସୌଭାଗ୍ୟ ଅର୍ଜନ କରିଛି । ଅତି ସହଜରେ ସେମି ଫାଇାନାଲରେ ଆଫଗାନିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚିଛି ।

ଫାଇନାଲରେ କାହାକୁ ଭେଟିବ ଦକ୍ଷିଣ ଆଫ୍ରିକା ? : ଆସନ୍ତା 27 ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ । ପ୍ରଥମ ଦଳ ଭାବେ ଦକ୍ଷିଣ ଆଫ୍ରିକା ଫାଇାନଲକୁ ପ୍ରବେଶ କରିଥିବା ବେଳେ କାହାକୁ ଦଳ ଭେଟିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି । ଆଜି ଦ୍ବିତୀୟ ସେମିଫାଇନାଲ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳିଯିବ । ଯେଉଁ ଦଳ ବିଜୟୀ ହେବ ସେ ଫାଇନାଲରେ ପ୍ରବେଶ କରି ଦକ୍ଷିଣ ଆଫ୍ରିକାକୁ ଭେଟିବ ।

ବୋଲରଙ୍କ ଆଗରେ ଆଣ୍ଠେଇଲେ ଆଫଗାନ ବ୍ୟାଟର: ଓ୍ବେଷ୍ଟଇଣ୍ଡିଜର ବ୍ରିଆୟନ ଲାରା କ୍ରିକେଟ ଷ୍ଟାଡିୟମରେ ଆଜି ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆଫଗାନ । ଫଳରେ ଫିଲ୍ଡିଂ କରିଥିଲା ବିପକ୍ଷ ଦଳ । ଆରମ୍ଭରୁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଘାତକ ବୋଲିଂ କରି ବ୍ୟାଟରଙ୍କ ଅଣ୍ଟା ଭାଙ୍ଗି ଦେଇଥିଲେ ଦକ୍ଷିଣ ଆଫ୍ରିକା ବୋଲର । କୌଣସି ବି ବ୍ୟାଟର ପଡିଆରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ବୋଲରଙ୍କ ଆଗରେ ଆଣ୍ଠେଇଥିଲେ ବ୍ୟାଟର । ମାତ୍ର 11.5 ଓଭରରେ ଦଳ ସମସ୍ତ ଓ୍ବିକେଟ ହରାଇ ମାତ୍ର 56 ରନ କରିଥିଲା । ତାବରାଇଜ ଓ ମାରକୋ ତିନୋଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଦକ୍ଷିଣ ଆଫ୍ରିକାର ସହଜ ବିଜୟ : 57 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଲା ଦକ୍ଷିଣ ଆଫ୍ରିକା । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ କୁଇଣ୍ଟନ ଡିକକ୍‌ ଓ ରିଜା । ମାତ୍ର 5 ରନ କରି ଦଳୀୟ ସ୍କୋର 5 ହୋଇଥିବା ବେଳେ ଆଫଟ ହୋଇଥିଲେ ଡିକକ୍‌ । ଏହାପରେ ରିଜା ଓ ଆଡେନ ମାର୍କମ ସହଳ ବିଜୟ ରନ ହାସଲ କରି ଦଳକୁ ଫାଇନାଲରେ ପହଞ୍ଚିଥିଲେ । ମାତ୍ର 8.5 ଓଭରରେ ଗୋଟିଏ ଓ୍ବିକେଟ ହରାଇ 60 ରନ କରି ବିଜୟୀ ହୋଇଥିଲା ଦଳ ।

Last Updated : Jun 27, 2024, 8:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.