ETV Bharat / sports

T20 ବିଶ୍ବକପ: ଇଲଂଣ୍ଡକୁ ହରାଇବା ପରେ କାନ୍ଦିଲେ ରୋହିତ, ବୁଝାଇଲେ କୋହଲି - ROHIT SHARMA GOT EMOTIONAL

author img

By ETV Bharat Odisha Team

Published : Jun 28, 2024, 10:03 AM IST

ROHIT SHARMA GOT EMOTIONAL: ଟି 20 ବିଶ୍ବକପ ଫାଇାନାଲରେ ଭାରତ । ସେମିରେ ଇଂଲଣ୍ଡକୁ ପରାସ୍ତ କରିବା ପରେ କାନ୍ଦି ପକାଇଲେ ରୋହିତ । ଅଧିକ ପଢନ୍ତୁ

T20 World Cup
T20 World Cup (IANS)

ହାଇଦ୍ରାବାଦ: ଟି 20 ବିଶ୍ବକପ ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । 7 ମାସ ପରେ ପୁଣି ଆଉ ଏକ ବିଶ୍ବକପ ଫାଇନାଲ ଖେଳିବ ଭାରତ । ଦିନିକିଆ ବିଶ୍ବକପ ଟ୍ରଫି ନ ହେଲା ନାଇଁ ଟି 20 ବିଶ୍ବକପ ଟ୍ରଫି ହାତେଇବାର ସ୍ବପ୍ନ ପୂରଣ ହେବାକୁ ଆଉ ମାତ୍ର ଗୋଟିଏ ପାଦ ବାକି ରହିଛି । ସେମିଫାଇାନଲରେ ବିଜୟ ପରେ ଖୁସିରେ ଭାବପ୍ରବଣ ହୋଇପଡିଲେ ଅଧିନାୟକ ରୋହିତ ଶର୍ମା । ରୋହିତ ଆଖିରୁ ଲୁହ ପୋଛି ଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ରୋହିତଙ୍କ ଏହି ଭିଡିଓ ପ୍ରତିଟି ଭାରତୀୟଙ୍କୁ ଭାବପ୍ରବଣ କରିଦେଇଛି ।

ଏହା ମଧ୍ୟ ପଢନ୍ତୁ-T20 ବିଶ୍ବକପ: ଭାରତୀୟ ସ୍ପିନ୍‌ ବୋଲିଂରେ ମାଟି କାମୁଡିଲା ଇଂଲଣ୍ଡ, 10 ବର୍ଷ ପରେ ଫାଇନାଲରେ ଭାରତ - T20 World Cup 2024

ରୋହିତଙ୍କ ଆଖିରେ ଲୁହ: ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହୋଇଥିଲେ । ପ୍ରଥମେ ଭାରତ ବ୍ୟାଟିଂ କରି 172 ର ବିଜୟ ଲକ୍ଷ୍ୟ ଦେଇଥିଲା ବିପକ୍ଷ ଦଳକୁ । ଇଂଲଣ୍ଡ ବିଜୟ ଲକ୍ଷ୍ୟ ହାସଲ କରି ନପାରି ପରାଜିତ ହୋଇ ଟି 20 ବିଶ୍ବକପ ଅଭିଯାନ ଶେଷ କରିଥିଲା । ମ୍ୟାଚ ସରିବା ପରେ ରୋହିତ ଶର୍ମା ଇଂଲଣ୍ଡ ଖେଳାଳିଙ୍କ ସହ ହାତ ମିଳାଇବା ପରେ ଡ୍ରେସିଂ ରୁମରେ ପହଞ୍ଚିଥିଲେ। ରୋହିତଙ୍କୁ ଡ୍ରେସିଂ ରୁମ ବାହାରେ ଏକ ଚେୟାରରେ ବସିଥିବାର ନଜର ଆସିଥିଲେ। ଏହି ସମୟରେ ରୋହିତ ବହୁତ ଭାବପ୍ରବଣ ହୋଇପଡିଥିବା ଦେଖିବାକୁ ମିଳିଥିଲା । ରୋହିତ ଆଖିରୁ ଲୁହ ପୋଛୁଥିବାର ଏକ ଭିଡିଓରେ ଦେଖିବାକୁ ମିଳିଛିଲା । ଏହି ସମୟରେ କୋହଲି ହସି ହସି ରୋହିତଙ୍କୁ ବୁଝାଇଥିଲେ ଯେ ଆମେ ଫାଇନାଲରେ ପହଞ୍ଚିଛେ, ଏଥିପାଇଁ ଖୁସି ହେବା ଉଚିତ୍ । ଏହି ସମୟ ମଧ୍ୟରେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ରୋହିତଙ୍କ ଖୁସିର ଲୁହ ଥିଲା ।

ରୋହିତଙ୍କ ଧୂଆଁଧାର ଅର୍ଦ୍ଧଶତକ: ଟି-20 ବିଶ୍ବକପ ସେମିଫାଇନାଲରେ ଇଲଂଣ୍ଡ ବିପକ୍ଷ ମ୍ୟାଚରେ ରୋହିତ ଶର୍ମା ଧୂଆଁଧାର ଅର୍ଦ୍ଧଶତକ ହାସଲ କରିଛନ୍ତି । 39 ଟି ବଲରେ 6 ଚୌକା ଓ 2ଟି ଛକା ବଳରେ 57 କରିଥିଲେ । ଏଥିରେ ସାମିଲ ରହିଛି । ସହ ହାରାହାରି 146.15 ରନ୍ରେ 57 ରନ୍ ସଂଗ୍ରହ କରିଥିଲେ। ରୋହିତଙ୍କ ଏହି ରନ ଅନ୍ୟ ଖେଳାଳିଙ୍କୁ ବିନା ଚାପରେ ପଡିଆରେ ଖେଳିବାକୁ ଶକ୍ତି ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.