ETV Bharat / sports

ଫାଇନାଲରେ ଏଣ୍ଟ୍ରି ପରେ ରାବାଡାଙ୍କ ଓ୍ବାର୍ଣ୍ଣିଂ, ଆମେ ହିଁ ବିଶ୍ୱକପ ଜିତିବୁ... - Rabada on world cup final

author img

By ETV Bharat Odisha Team

Published : Jun 27, 2024, 2:59 PM IST

KG Rabada reaction on world cup final match: ସେମି ଫାଇନାଲରେ ଆଫଗାନିସ୍ତାନକୁ ହରାଇବା ପରେ ବଡ ବୟାନ ଦେଇଛନ୍ତି କାଗିସୋ ରାବାଡା । ବିଶ୍ବକପରେ ଦମଦାର ବୋଲିଂ ପ୍ରଦର୍ଶନ ଜାରି ରଖିଥିବା ରାବାଡା କହିଛନ୍ତି, ଆମେ ଏଥର ଶତ ପ୍ରତିଶତ ସୁନିଶ୍ଚିତ ଯେ ଆମେ ହିଁ ଟି-20 ବିଶ୍ବକପ ଜିତିବୁ । ଅଧିକ ପଢନ୍ତୁ

KG Rabada
KG Rabada (ETV Bharat Odisha)

ହାଇଦ୍ରାବାଦ: ଶେଷ ହେଲା 18ଟା ବିଶ୍ବକପ ଏବଂ 32 ବର୍ଷର ଅପେକ୍ଷା । ଶେଷରେ କ୍ରିକେଟ ବିଶ୍ବକପର କୌଣସି ଫର୍ମାଟରେ ଫାଇନାଲରେ ପହଞ୍ଚିଛି ଦକ୍ଷିଣ ଆଫ୍ରିକା । 2024 ଟି-20 ବିଶ୍ବକପର ଫାଇନାଲରେ ରାଇଜିଂ ଟିମ୍ ଆଫଗାନିସ୍ତାନକୁ ଶୋଚନୀୟ ଭାବେ ପରାଜିତ କରି ଫାଇନାଲରେ ଏଣ୍ଟ୍ରିମାରିଛି ଏଡନ୍ ମାର୍କମଙ୍କ ଟିମ୍ । ଏପଟେ ଦକ୍ଷିଣ ଆଫ୍ରିକା ଫାଇନାଲରେ ପହଞ୍ଚିବା ପରେ ବଡ ବୟାନ ଦେଇଛନ୍ତି ରାବାଡା ।

ଦକ୍ଷିଣ ଆଫ୍ରିକା ପେସ୍ ବ୍ୟାଟିରୀର ପ୍ରମୁଖ ବୋଲର କାଗିସୋ ରାବାଡା ସେମି ଫାଇନାଲରେ ଆଫଗାନିସ୍ତାନକୁ ହରାଇବା ପରେ ବଡ ବୟାନ ଦେଇଛନ୍ତି । ବିଶ୍ବକପରେ ଦମଦାର ବୋଲିଂ ପ୍ରଦର୍ଶନ ଜାରି ରଖିଥିବା ରାବାଡା କହିଛନ୍ତି, ଆମେ ଏଥର ଶତ ପ୍ରତିଶତ ସୁନିଶ୍ଚିତ ଯେ ଆମେ ହିଁ ଟି-20 ବିଶ୍ବକପ ଜିତିବୁ ।

ସୁପର 8 ଷ୍ଟେଜରେ ଅଗ୍ନିବର୍ଷୀ ବୋଲିଂ କରି ଇଂଲଣ୍ଡ ଟିମକୁ ଧରାଶାୟୀ କରିଥିଲେ ରାବାଡା । ମ୍ୟାଚର ଶେଷ ଭାଗରେ ଗୋଟିଏ ଓଭରରେ ଦୁଇ ଦୁଇଟି ଓ୍ବିକେଟ ନେଇ ଲଂଲଣ୍ଡ ଟିମକୁ ଟାର୍ଗେଟ ଚେଜ୍ କରିବାରେ ଅଟକାଇଥିଲେ । ଏପଟେ ସେମିରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ ରାବାଡା । 3 ଓଭରରେ 14 ରନ ଦେଇ ଦୁଇଟି ଓ୍ବିକେଟ ନେଇଛନ୍ତି ରାବାଡା ।

ତେବେ ଫାଇନାଲ ପୂର୍ବରୁ ଓ୍ବାର୍ଣ୍ଣି ଦେଇଛନ୍ତି ରାବାଡା । ସେ କହିଛନ୍ତି ଆମେ ଶତ ପ୍ରତିଶତ ସୁନିଶ୍ଚିତ ଯେ ଦକ୍ଷିଣ ଆଫ୍ରିକା ଏଥର ବିଶ୍ବକପ ହାତେଇବ । ଆମେ ବିଶ୍ବାସର ସହିତ ଖେଳୁଛୁ । ଆମ ବିଶ୍ବାସ ରହିଛି କି ଆମେ ପକ୍କା ଜିତିବୁ । ତେବେ ଯଦି ଆପଣଙ୍କ ଜିତିବା ନେଇ ବିଶ୍ବାସ ନାହିଁ ତାହାଲେ ଆପଣ ଖେଳିବେ କଣ ପାଇଁ । ଆମର ଏଥର ଜିତିବା ନେଇ ବିଶ୍ବାସ ରହିଛି ବୋଲି କହିଛନ୍ତି ରାବାଡା ।

ଏପଟେ ଆଜି ଖେଳାଯାଇଥିବା ପ୍ରଥମ ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକା, ରାଇଜିଂ ଟିମ୍ ଆଫଗାନସ୍ତାକୁ ମାତ ଦେଇଥିଲା । ପ୍ରଥମେ ବ୍ୟାଟିଂ କରି ରସିଦ ଖାନଙ୍କ ଟିମ୍ ମାତ୍ର 56 ରନ ସ୍କୋର କରିଥିଲା । ପରେ ଏହି ସ୍କୋରକୁ ଚେଜ କରି ଦକ୍ଷିଣ ଆଫ୍ରିକା ମାତ୍ର 1 ଓ୍ବିକେଟ ବିନିମୟରେ ଲକ୍ଷ୍ୟ ହାସଲ କରିଥିଲା । ଆଉ ଆଜିର ବିଜୟ ପରେ ଦକ୍ଷିଣ ଆଫ୍ରିକା ଅଧିନାୟକ କହିଛନ୍ତି ଟିମର ପ୍ରତିଟି ଖେଳାଳିଙ୍କ ଅବଦାନ ରହିଛି । ଆମେ ଟିମ୍ ଭାବେ ଖେଳି ଫାଇନାଲରେ ପହଞ୍ଚିବାରେ ସକ୍ଷମ ହୋଇଛୁ । ଟିମ୍ ପ୍ରଦର୍ଶନ ପାଇଁ ଆମେ ବିଜୟୀ ହେଲୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.