ETV Bharat / sports

ଟି20 ବିଶ୍ବକପ୍ 2024: ଅପେକ୍ଷାର ଅନ୍ତ, ଭାରତ ବିଶ୍ୱ ଚମ୍ପିଆନ, 7 ରନରେ ହାରିଲା ଦକ୍ଷିଣ ଆଫ୍ରିକା - T20WORLD CUP 2024 FINAL

author img

By ETV Bharat Odisha Team

Published : Jun 29, 2024, 11:56 PM IST

Updated : Jun 30, 2024, 7:56 AM IST

T20WORLD CUP 2024 FINAL: ଟି20 ବିଶ୍ବକପ୍ 2024 ଫାଇନାଲରେ ଭାରତ ଚମ୍ପିଆନ । ଦକ୍ଷିଣ ଆଫ୍ରିକାକୁ 7 ରନରେ ମାତ୍ ଦେଇ ହାତେଇଲା ବିଶ୍ବକପ୍ ଟ୍ରଫି । ଅଧିକ ପଢ଼ନ୍ତୁ

TEAM INDIA CHAMPION
TEAM INDIA CHAMPION (@BCCI)

ବ୍ରିଜଟାଉନ (ୱେଷ୍ଟ ଇଣ୍ଡିଜ): ଦୀର୍ଘ 17 ବର୍ଷ ଅପେକ୍ଷାର ଅନ୍ତ । ଟିମ୍ ଇଣ୍ଡିଆ ବନିଲା ବିଶ୍ବ ଚମ୍ପିଆନ୍ । ଟି20 ବିଶ୍ବକପ୍ 2024 ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ 7 ରନରେ ମାତ୍ ଦେଇ ଭାରତ ହାତେଇଲା ବିଶ୍ୱକପ୍ ଟ୍ରଫି । 140 କୋଟି ଭାରତୀୟଙ୍କ ଛାତି ଗର୍ବରେ କୁଣ୍ଢେମୋଟ କରିଦେଲେ ମେନ ଇନ ବ୍ଲ୍ୟୁ । ଟି20 ବିଶ୍ବକପ ନବମ ସଂସ୍କରଣରେ ଟ୍ରଫି ହାତେଇ ବିଶ୍ବ ବିଜେତା ହୋଇଛି ରୋହିତ ବାହିନୀ । ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ ଓ ପାଣ୍ଡ୍ୟାଙ୍କ ଘାତକ ବୋଲିଂ । ଶେଷ ଓଭରରେ ବଦଳିଲା ଖେଳର ମୋଡ । ବିପକ୍ଷ ଦଳ ଠାରୁ ମ୍ୟାଚ ଛଡାଇ ଆଣିଲା ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାଚ ।

17 ବର୍ଷ ପରେ ଭାରତକୁ ବିଶ୍ବକପ ଟ୍ରଫି ଆସିଛି: 2007 ଟି20 ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ଚମ୍ପିଆନ ହୋଇଥିଲା ଭାରତ । ଫାଇନାଲରେ ମ୍ୟାଚରେ ପାକିସ୍ତାନକୁ ହରାଇ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବରେ ପ୍ରଥମ ଟ୍ରଫି ହାତେଇଥିଲା ଟିମ୍‌ ଇଣ୍ଡିଆ । 17 ବର୍ଷ ପରେ ସେହି ବିଜୟ ସ୍ବାଦ ପୁଣି ଚାଖିଛି ଭାରତ । ଚଳିତ ଟୁର୍ଣ୍ଣାମେଣ୍ଟରେ ରୋହିତଙ୍କ ନେତୃତ୍ବରେ ଦ୍ବିତୀୟ ଥର ବିଶ୍ବ ବିଜେତା ହେଲା ଦଳ ।

ଅପରାଜେୟ ରହି ଇତିହାସ ରଚିଲା ଭାରତ: ଟି20 ବିଶ୍ବକପରେ ଅପରାଜେୟ ଧାରା ବଜାୟ ରଖି ବିଶ୍ବକପ ହାତେଇଛି ଟିମ ଇଣ୍ଡିଆ । ପ୍ରଥମ ଦଳ ଭାବେ କୌଣସି ମ୍ୟାଚରେ ନ ହାରି ଫାଇନାଲରେ ପ୍ରବେଶ କରିଥିଲା । ଶେଷ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରି ଟ୍ରଫି ଜିତି ଇତିହାସ ରଚିଛି ଟିମ ଇଣ୍ଡିଆ ।

ଏହା ମଧ୍ୟ ପଢନ୍ତୁ-T20 ବିଶ୍ୱକପ ଫାଇନାଲ: ବିରାଟଙ୍କ ଦମଦାର ଇନିଂସ, ଦକ୍ଷିଣ ଆଫ୍ରିକାକୁ ୧୭୭ ରନର ଟାର୍ଗେଟ ଦେଲା ଭାରତ - T20 World Cup 2024 Final

ଆରମ୍ଭରୁ ବିପର୍ଯ୍ୟୟ, ଏକା ଲଢିଲେ କୋହଲି: ଓ୍ବେଷ୍ଟଇଣ୍ଡିଜର କେସିଂଟନ ଓଭାର ବାରବାଡୋସ ଷ୍ଟାଡିୟମରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା ଫାଇନାଲ ମ୍ୟାଚ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ କ୍ୟାପଟେନ ରୋହିତ । ରୋହିତ ଓ କୋହଲି ପ୍ରଥମରୁ ଭଲ ଆରମ୍ଭ କରିଥିଲେ । ମାତ୍ର ଦଳୀୟ ସ୍କୋର 23 ହୋଇଥିବାବେଳେ 9 ରନରେ ଆଉଟ ହୋଇଥିଲେ ରୋହିତ । ଏହାପରେ ଶାନ୍ତ ପଡିଯାଇଥିଲା ପୁରା ଷ୍ଟାଡିୟମ । କୋହଲିଙ୍କ ସାଥ୍ ଦେବାକୁ ଆସିଥିଲେ ପନ୍ତ କିନ୍ତୁ ସେ ବି ଫେଲ ମାରିଥିଲେ । ସୂର୍ଯ୍ୟ କୁମାରଙ୍କ ବ୍ୟାଟ ମଧ୍ୟ ଚାଲିପାରିନଥିଲା । ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସି କୋହଲିଙ୍କୁ ସାଥ ଦେଇଥିଲେ ଅକ୍ସର ପଟେଲ । ଏହାପରେ ଦଳୀୟ ସ୍କୋର ଆଗକୁ ଯାଇଥିଲା । ଷ୍ଟାଡିୟମରେ ଛକା ଚୌକାର ବର୍ଷା ହୋଇଥିଲା । 31 ବଲରେ 47 ରନ କରି ଆଉଟ ହୋଇଥିଲେ ଅକ୍ସର । ପରେ କୋହଲି 76 ରନର ଦମଦାର ପାଳି ଖେଳି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୁବେ 27, ପାଣ୍ଡ୍ୟା 5 ଓ ଜାଡେଜା 2 ରନ କରିଥିଲେ । 20 ଓଭରରେ ଦଳ 7 ଓ୍ବିକେଟ ହରାଇ 176 ରନ କରିଥିଲା ।

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ କାଣ୍ଟେ କା ଟକ୍କର: 177 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମ ଥର ଫାଇନାଲରେ ପ୍ରବେଶ କରି ଟ୍ରଫି ହାତେଇ ଇତିହାସ ରଚିବା ଲକ୍ଷ୍ୟରେ ଥିଲା ଦଳ । 19 ଓଭର ପର୍ଯ୍ୟନ୍ତ ଲାଗୁଥିଲା ମ୍ୟାଚ ଦକ୍ଷିଣ ଆଫ୍ରିକା ସପକ୍ଷରେ ଯାଇପାରେ । କିନ୍ତୁ ଶେଷ ଓଭରରେ ପାଣ୍ଡ୍ୟା ବୋଲିଂ କରି ବାଜି ପଲଟାଇ ଦେଇଥିଲେ । 20 ଓଭରରେ 8 ଓ୍ବିକେଟ ହରାଇ 168 ରନ କରି ପରାଜିତ ହୋଇଥିଲା ଦକ୍ଷିଣ ଆଫ୍ରିକା

TEAM INDIA CHAMPION
TEAM INDIA CHAMPION (@BCCI)

ଶେଷ 5 ଓଭରରେ ବୋଲିଂ ଯାଦୁ ଦେଖାଇଲେ ଭାରତୀୟ ବୋଲର: 15 ଓଭର ଖେଳ ଚାଲିଥିଲବା ବେଳେ କ୍ରିଜରେ ବ୍ୟାଟିଂ କରୁଥିଲେ ଡେଭିଡ ମିଲର ଓ କ୍ଲାସେନ । ଅକ୍ସର ପଟେଲଙ୍କ ବଲକୁ ମାଡ କରିଥିଲେ କ୍ଲାସେନ । ଲାଗୁଥିଲା ଯେମିତି ଅତି ସହଜରେ ଭାରତ ହାତରୁ ମ୍ୟାଚ ଚାଲିଯିବ । 15 ଓଭର ସୁଦ୍ଧା 4 ଓ୍ବିକେଟ ହରାଇ 147 ରନ କରିଥିଲା ଦକ୍ଷିଣ ଆଫ୍ରିକା । 16 ତମ ଓଭରରେ ଭାରତୀୟ ବୋଲରଙ୍କ ଚମକ ଦେଖିବାକୁ ମିଳିଥିଲା । 16 ତମ ଓଭରେ କ୍ଲାସେନଙ୍କୁ ଆଉଟ କରିଥିଲେ ବୁମରା, 17 ତମ ଓଭରରେ ଜାନସେନଙ୍କୁ ଆଉଟ କରିଥିଲେ ପାଣ୍ଡ୍ୟା । 18 ଓ 19 ତମ ଓଭରରେ ବିମରା ଓ ଅର୍ଶଦୀପ ଘାତକ ବୋଲିଂ କରି ରନ ଅଟକାଇଥିଲେ । ଶେଷ ଓଭରେ ପାଣ୍ଡ୍ୟା ବୋଲି କରି ପ୍ରଥମେ ମିଲରଙ୍କୁ ଆଉଟ କରିଥିଲେ । ପରେ ପଞ୍ଚମ ବଲରେ ରାବଡା କ୍ୟାଚ ଆଉଟ ହେବା ପରେ ବିଜୟୀ ହୋଇଥିଲା ଭାରତ । ପାଣ୍ଡ୍ୟା 3, ବୁମରା 2 ଓ ଅର୍ଶଦୀପ 2ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ସୂର୍ଯ୍ୟଙ୍କ କ୍ୟାଚ ଜିତାଇଲା ମ୍ୟାଚ: ଶେଷ ଓଭରରେ ସୂର୍ଯ୍ୟ ନେଇଥିବା କ୍ୟାଚ ସବୁଠାରୁ ଚର୍ଚ୍ଚାରେ । ଶେଷ ଦୁଇ ବଲରେ 9 ରନର ଆବଶ୍ୟକତା ଥିଲା । ପାଣ୍ଡ୍ୟାଙ୍କ ବଲକୁ ଉଠାଇ ମାରିଥିଲେ ରାବଡା । ସେହି ସମୟରେ ସୂର୍ଯ୍ୟ ବାଉଣ୍ଡୁରିରେ ଛିଡା ହୋଇ ଅବିଶ୍ବସନୀୟ କ୍ୟାଚ ନେଇଥିଲେ । ସୂର୍ଯ୍ୟଙ୍କ କ୍ୟାଚ ମ୍ୟାଚ ଛଡାଇ ଆଣିଥିଲା ଦକ୍ଷିଣ ଆଫ୍ରିକା ଠାରୁ ।

Last Updated : Jun 30, 2024, 7:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.