ETV Bharat / sports

T20 ବିଶ୍ୱକପ ଫାଇନାଲ: ବିରାଟଙ୍କ ଦମଦାର ଇନିଂସ, ଦକ୍ଷିଣ ଆଫ୍ରିକାକୁ ୧୭୭ ରନର ଟାର୍ଗେଟ ଦେଲା ଭାରତ - T20 World Cup 2024 Final

author img

By ETV Bharat Odisha Team

Published : Jun 28, 2024, 11:10 PM IST

Updated : Jun 29, 2024, 9:56 PM IST

T20 World Cup 2024 Final: ଶେଷ ହେଲା ଟି-20 ବିଶ୍ବକପ୍‌ ଫାଇନାଲ୍‌ର ପ୍ରଥମ ଇନିଂସ । ୧୭୭ ରନର ବିଜୟ ଲକ୍ଷ୍ୟ ଦେଲା ଭାରତ । ଅଧିକ ପଢନ୍ତୁ

T20 WORLD CUP 2024 IND VS SA
T20 WORLD CUP 2024 IND VS SA (ETV Bharat Odisha)

ବ୍ରିଜଟାଉନ୍‌ (ୱେଷ୍ଟଇଣ୍ଡିଜ): ଟି-20 ବିଶ୍ବକପ୍‌ ଫାଇନାଲ୍‌ ଫାଇଟ୍‌, ଶେଷ ହେଲା ପ୍ରଥମ ଇନିଂସ । ପ୍ରଥମେ ଟସ୍ ଜିତି ଭାରତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୬ ରନ୍ କରିବାରେ ସଫଳ ହୋଇଛି । ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ବିରାଟ୍ କୋହଲି ସର୍ବାଧିକ ୫୯ଟି ବଲରେ ୭୬ ରନ୍ କରିଥିବାବେଳେ ଅକ୍ସର ପଟେଲ ୪୭,ରୋହିତ ଶର୍ମା ୯, ହାର୍ଦ୍ଦିକ ପାଣ୍ଡିଆ ୫ ରନ୍ କରିବାରେ ସକ୍ଷମ ହୋଇଥିଲେ । ତେବେ ଗତ ଥର ରୋହିତଙ୍କ ଭଳ ପ୍ରଦର୍ଶନ ଦେଖିବାକୁ ମିଳିଥିଲେ ମଧ୍ୟ ଏଥର ତାଙ୍କ ଯାଦୁ ଦେଖିବାକୁ ମିଳିନଥିଲା । ଚଳିତ ସଂସ୍କରଣର ଦୁଇ ଅପରାଜେୟ ଦଳ ଭାରତ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହୋଇଛନ୍ତି । ସେପଟେ ଲମ୍ବା ସମୟ ଧରି ଆଇସିସି ଟ୍ରଫି ପାଖକୁ ଯାଇ ପହଞ୍ଚି ମଧ୍ୟ ହାତଛଡ଼ା କରିଦେଉଛି ଭାରତ । ଏଥର ଅପେକ୍ଷାର ଅନ୍ତ ଘଟାଇବାକୁ ଜୋରଦାର ପ୍ରୟାସ କରୁଛି ମେନ୍‌ ଇନ୍‌ ବ୍ଲୁ । ଅନ୍ୟପଟେ ପ୍ରଥମ ଥର ଫାଇନାଲ୍‌ରେ ପ୍ରବେଶ କରିଥିବା ଦକ୍ଷିଣ ଆଫ୍ରିକା ମଧ୍ୟ ଇତିହାସ ରଚିବା ଲକ୍ଷ୍ୟରେ ରହିଛି ।

ପ୍ରଥମ ଥର ପାଇଁ ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା: ପ୍ରଥମ ଥର ପାଇଁ କୌଣସି ବିଶ୍ବକପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକୀୟ ଦଳ । କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକାର ଏକମାତ୍ର ବିଜୟ ୧୯୯୮ ଚମ୍ପିଆନ୍ସ ଟ୍ରଫି (ସେତେବେଳେ ଆଇସିସି ନକ୍‌-ଆଉଟ୍‌ ଟ୍ରଫି)ରେ ଆସିଥିଲା । ଏହାପରେ ଦକ୍ଷିଣ ଆଫ୍ରିକା କେବେ ମଧ୍ୟ ଆଇସିସି ଇଭେଣ୍ଟର ଫାଇନାଲରେ ପହଞ୍ଚି ନଥିଲା । ଏପର୍ଯ୍ୟନ୍ତ କୌଣସି ବିଶ୍ବକପ୍‌ ଟ୍ରଫି ହାତେଇବାରେ ମଧ୍ୟ ସକ୍ଷମ ହୋଇନାହିଁ ଦକ୍ଷିଣ ଆଫ୍ରିକା । ଏଥର ପ୍ରଥମ ଥର ବିଶ୍ବକପ୍‌ ଫାଇନାଲ୍‌ରେ ପ୍ରବେଶ କରିଥିବାରୁ ଦଳ ଏହାକୁ ଜିତି ପ୍ରଥମ ଟାଇଟଲ ସହ ଇତିହାସ ରଚିବା ଲକ୍ଷ୍ୟରେ ରହିଛି ।

10 ବର୍ଷରେ 10 ଆଇସିସି ଟ୍ରଫି ହାରିଛି ଭାରତ: ଟିମ୍‌ ଇଣ୍ଡିଆ 2013ରେ ଶେଷ ଆଇସିସି ଟ୍ରଫି ଜିତିଥିଲା । ସେତେବେଳେ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ବରେ ଚମ୍ପିଆନ୍ସ ଟ୍ରଫି ଜିତିଥିଲା ଭାରତ । ସେବେଠାରୁ ଭାରତୀୟ ଦଳ କୌଣସି ଆଇସିସି ଟ୍ରଫି ଜିତିବାରେ ସକ୍ଷମ ହୋଇନାହିଁ । ଦଳ ଗତ ୧୦ ବର୍ଷ ମଧ୍ୟରେ ୧୦ଟି ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିଛି ଏବଂ ପ୍ରତ୍ୟେକ ଥର ଟାଇଟଲ ହାରିଛି । ଟିମ୍‌ ଇଣ୍ଡିଆ ଧୋନୀ, କୋହଲି ଓ ରୋହିତ ଶର୍ମାଙ୍କ ନେତୃତ୍ବରେ ୨୦୧୩ରୁ ୨୦୨୩ ପର୍ଯ୍ୟନ୍ତ ସମସ୍ତ ତିନୋଟି ଫର୍ମାଟରେ ୧୦ ଥର ଅଂଶଗ୍ରହଣ କରିଛି । ହେଲେ ସମସ୍ତ ଟୁର୍ଣ୍ଣାମେଣ୍ଟରେ ଦଳକୁ ପରାଜୟ ବରଣ କରିବାକୁ ପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...T20 ବିଶ୍ବକପ: କୋହଲିଙ୍କ ଖରାପ ଫର୍ମକୁ ନେଇ ଏମିତି କହିଲେ କ୍ୟାପଟେନ୍ ରୋହିତ, କୋଚ୍ ଦ୍ରାବିଡ - VIRAT KOHLI POOR FORM

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 29, 2024, 9:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.