ETV Bharat / sports

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୋଇଲେ ରୋହିତ, ସେମିରେ ଇଂଲଣ୍ଡ-ଭାରତ ମୁକାବିଲା - T20 World Cup 2024

author img

By ETV Bharat Odisha Team

Published : Jun 25, 2024, 8:02 AM IST

India qualified for semi final: ଅଷ୍ଟ୍ରେଲିଆଠୁ ବିଶ୍ବକପର ପ୍ରତିଶୋଧ ଟି-20 ବିଶ୍ବକପରେ ନେଲା ଭାରତ । ସୁପର 8 ଅନ୍ତିମ ମୁକାବିଲାରେ କଙ୍ଗାରୁ ଦଳକୁ ସେମିରେ ଏଣ୍ଟ୍ରି କରିବାକୁ ଦେଲା ନାହିଁ ରୋହିତ ବାହିନୀ । ଅଷ୍ଟ୍ରେଲିଆକୁ 24 ରନରେ ହରାଇ ସେମିରେ ଭାରତ । ଅଧିକ ପଢନ୍ତୁ

T20 WORLD CUP 2024
T20 WORLD CUP 2024 (BCCI)

ଗ୍ରସ୍‌ ଆଇଲେଟ୍‌ (ସେଣ୍ଟ ଲୁସିଆ): T-20 ବିଶ୍ବକପ ସେମିଫାଇନାଲରେ ଭାରତ । କଙ୍ଗାରୁ ବୋଲରଙ୍କୁ ଧୋଇଲେ ରୋହିତ । ଷ୍ଟାଡିୟମରେ ହେଲା ଛକା ଚୌକାର ବର୍ଷା । ହିଟ ମ୍ୟାନଙ୍କ ସଟରେ କମ୍ପିଲା ଷ୍ଟାଡିୟମ । ବିଶ୍ବକପର ପ୍ରତିଶୋଧ ନେଲା ଟିମ ଇଣ୍ଡିଆ । ଡାରେନ ସାମ୍ମି କ୍ରିକେଟ୍‌ ଷ୍ଟାଡିୟମରେ ଉଡିଲା ତ୍ରିରଙ୍ଗା । ସୁପର-8 ଅନ୍ତିମ ମ୍ୟାଚରେ ଅଷ୍ଟ୍ରେଲିଆକୁ24 ରନରେ ହରାଇ ସେମିକୁ ପ୍ରବେଶ କରିଛି ରୋହିତ ବାହିନୀ । ବିଫଳ ଗଲା ଟ୍ରାଭିସ ହେଡଙ୍କ ଧୂଆଁଧାର ଅର୍ଦ୍ଧଶତକ । କଙ୍ଗାରୁ ଦଳର ଅଧା ରହିଗଲା ଟି-20 ବିଶ୍ବକପ ହାତେଇବାର ସ୍ବପ୍ନ । ଅର୍ଶଦୀପ ଓ କୁଳଦୀପଙ୍କ ଘାତକ ବୋଲିଂରେ ଚିତପଟାଙ୍ଗ ଅଷ୍ଟ୍ରେଲିଆ ବ୍ୟାଟର ।

T20 WORLD CUP 2024
T20 WORLD CUP 2024 (AP)

ସେମିରେ ଇଂଲଣ୍ଡ-ଭାରତ ମୁକାବିଲା

ଆସନ୍ତା 27 ତାରିଖରେ ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲ ମୁକିବିଲା ରହିଛି । ଗ୍ରୁପ-2ର ଇଂଲଣ୍ଡକୁ ଭେଟିବ ଗ୍ରୁପ -1ର ଭାରତ । ଏହି ମ୍ୟାଚରେ ଯିଏ ବିଜୟୀ ହେବ ସେ ସିଧା ଫାଇନାଲରେ ପହଞ୍ଚିବ । ଫାଇନାଲ ପାଇଁ ହେବ ଜୋରଦାର ଫାଇଟ ।

T20 WORLD CUP 2024
T20 WORLD CUP 2024 (BCCI)

କଙ୍ଗାରୁ ଟିମକୁ ଭାରି ପଡିଲା ଭାରତକୁ ବ୍ୟାଟିଂ ଆମନ୍ତ୍ରଣ

ଉତ୍ତର ଆମେରିକା ସେଣ୍ଟ ଲୁସିଆର ଗ୍ରସ୍‌ ଆଇଲେଟ୍‌ସ୍ଥିତ ଡାରେନ ସାମ୍ମି କ୍ରିକେଟ୍‌ ଷ୍ଟାଡିୟମରେ ଗତକାଲି ଟି20 ବିଶ୍ବକପ୍‌ର 51 ତମ ମ୍ୟାଚ୍‌ ଖେଳାଯାଇଥିଲା । ଗ୍ରୁପ୍‌-1ର ସୁପର 8 ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଅଷ୍ଟ୍ରେଲିଆ । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ ଓ ଭାରତ ଦଳକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଯାହା ପର ମୁହୂର୍ତ୍ତରେ ଦଳକୁ ଭାରି ପଡିଥିଲା । ଭାରତ 20 ଓଭରରେ 5 ୱିକେଟ୍‌ ହରାଇ 205 ରନ କରିଥିଲା । ଜବାବରେ 20 ଓଭରରେ 7 ଓ୍ବିକେଟ ହରାଇ 181 ରନ କରି ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଲା ଅଷ୍ଟ୍ରେଲିଆ ।

ଏହା ମଧ୍ୟ ପଢନ୍ତୁ-ପ୍ରତିଶୋଧ ମୁଖା ଭାରତ; ଅଷ୍ଟ୍ରେଲିଆ ଆଗରେ ୨୦୬ ଟାର୍ଗେଟ୍‌ ରଖିଲା ରୋହିତ ବାହିନୀ - T20 World Cup 2024

ବିଶ୍ବକପର ପ୍ରତିଶୋଧ ଟି-20 ବିଶ୍ବକପରେ: ଭାରତ ମାଟିରେ ଛିଡା ହୋଇ 2023 ବିଶ୍ବକପ ଟ୍ରଫି ରୋହିତ ବାହିନୀଠାରୁ ଛଡାଇ ନେଇଥିଲା କଙ୍ଗାରୁ ଦଳ । ଫଳରେ କୋଟି କୋଟି ଭାରତୀୟଙ୍କ ସ୍ବପ୍ନ ଭାଙ୍ଗିଥିଲା । ଏହାର ପ୍ରତିଶୋଧର ସମୟ ଟି 20 ବିଶ୍ବକପରେ ଦେଖିବାକୁ ମିଳିଛି । ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ସୁପର 8 ଅନ୍ତିମ ମ୍ୟାଚରେ ସେମିଫାଇନାଲରୁ ଅଷ୍ଟ୍ରେଲିଆକୁ ବିଦା କରିଛି ଭାରତ । ପ୍ରତିଶୋଧ ଏମିତି ହିଁ ନିଆଯାଏ ବୋଲି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୋଇଲେ ରୋହିତ

ପ୍ରଥମେ ଓପନି ଯୋଡି ଭାବେ ବ୍ୟାଟିଂ କରିବାକୁ ଆସିଥିଲେ ରୋହିତ ଓ କୋହଲି । କୋହଲି ଖାତା ଖୋଲିବା ପୂର୍ବରୁ ପାଭିଲିୟନକୁ ଫେରିଥିବା ବେଳେ ରୋହିତଙ୍କୁ ଅଟକାଇବା କଙ୍ଗାରୁ ବୋଲରଙ୍କ ପାଖରେ ସହଜ ହୋଇନଥିଲେ । ଫର୍ମକୁ ଫେରି ଧୂଆଁଧାର ବ୍ୟାଟିଂ କରିଥିଲେ ହିଟ ମ୍ୟାନ । ବଡ ବଡ ସଟ ଖେଳି ଷ୍ଟାଡିୟମରେ କରିଥିଲେ ଛକା ଚୌକାର ବର୍ଷା । ହିଟମ୍ୟାନଙ୍କ ସଟରେ ଘାଇଲା ହୋଇଥିଲେ ବିପକ୍ଷ ଦଳର ଘାତକ ବୋଲର । ରୋହିତଙ୍କ ଆଗରେ କାମ ଦେଇନଥଲା କଙ୍ଗାରୁ ରଣନୀତି । 41ତମ ବଲରେ ମିଚେଲ୍‌ ଷ୍ଟାର୍କଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ । ସେ 40 ବଲରୁ 7 ଚୌକା ଓ 8 ଛକା ସହିତ 92 ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପନ୍ତ 15, ସୂର୍ଯ୍ୟକୁମାର 31, ଶିବମ ଦୁବେ 28, ଜାଡେଜା ଅପରାଜିତ 9 ରନ, ପାଣ୍ଡ୍ୟା ଅପରାଜିତ 27 ରନ କରି ଦଳୀୟ ସ୍କୋରକୁ 200 ପାର କରାଇଥିଲେ । ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍‌ ହରାଇ 205 ରନ କରିଥିଲା ଭାରତ ।

କଙ୍ଗାରୁ ଦଳର ଅଙ୍କ ବିଗାଡିଲେ ଭାରତୀୟ ବୋଲର

206 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା କଙ୍ଗାରୁ ଦଳ । କିନ୍ତୁ ବିଜୟ ଲକ୍ଷ୍ୟର ନିକଟତର ହେବାକୁବି ଦେଇଥିଲେ ଭାରତୀୟ ବୋଲର । ଆରମ୍ଭରୁ ଲାଗୁଥିବା ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଚାଲିଯିବ । କିନ୍ତୁ ଘାତକ ବୋଲିଂ କରି ଅଷ୍ଟ୍ରେଲିଆ ବୋଲରଙ୍କ ଅଙ୍କ ବିଗାଡିଦେଇଥିଲେ ଭାରତୀୟ ବୋଲର । ଅର୍ଶଦୀପ 3ଟି, କୁଳଦୀପ 2 ଓ ଅକ୍ସର ପଟେଲ ଗୋଟିଏ ଓ୍ବିକେଟ ନେଇଥିଲେ । ଟ୍ରାଭିସ ହେଡ 76 ରନ କରିଥିବା ବେଳେ ମିଚେଲ ମାର୍ଶ 37 ଓ ମାକ୍ସଓ୍ବେଲ 20 ରନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.