ETV Bharat / sports

ଭାବବିହ୍ୱଳ ଖେଳାଳି, ଆତ୍ମହରା ଦେଶବାସୀ... ସବୁଠି ସେଲିବ୍ରେସନ - India celebration after Victory

author img

By ETV Bharat Odisha Team

Published : Jun 30, 2024, 7:54 AM IST

Updated : Jun 30, 2024, 9:29 AM IST

India celebration After winning T20 World Cup 2024: ବିଶ୍ବ ବିଜେତା ସାଜିଲା ଭାରତ । ଦୀର୍ଘ ୧୭ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଟି-୨୦ ବିଶ୍ୱକପ ହାତେଇଲା ଟିମ ଇଣ୍ଡିଆ । ଏହି ସ୍ବର୍ଣ୍ଣିମ କ୍ଷଣକୁ ନେଇ ସବୁଠି ସେଲିବ୍ରେସନ । ପଡିଆରୁ ପଲ୍ଲୀ, ଦେଶରୁ ବିଦେଶ ସବୁଠି ଉତ୍ସାହ । ପଡିଆରେ ଭାବବିହ୍ୱଳ ଖେଳାଳି, ଆତ୍ମହରା ଦେଶବାସୀ । ପଢନ୍ତୁ ପୁରା ଖବର

India celebration After winning T20 World Cup 2024
India celebration After winning T20 World Cup 2024 (@BCCI)

ହାଇଦ୍ରାବାଦ: ବିଶ୍ୱ ବିଜେତା ସାଜିଲା ଭାରତ । ଦୀର୍ଘ ୧୭ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ହାତେଇଲା ଟ୍ରଫି । ଏହି ମ୍ୟାଜିକ ମୂହୁର୍ତ୍ତକୁ ସମସ୍ତେ ହୋଇଉଠିଥିଲେ ଭାବବିହ୍ୱଳ, ଆତ୍ମହରା ଓ ଆତ୍ମବିଭୋର । ଖେଳାଳିଙ୍କଠାରୁ ନେଇ ପ୍ରଂଶସକ ପର୍ଯ୍ୟନ୍ତ ସମସ୍ତଙ୍କ ଆଖିରେ ଥିଲା ଆନନ୍ଦର ଅଶ୍ରୁ । ଓ୍ବାର୍ଲ୍ଡକପରୁ ଦୀର୍ଘ ବର୍ଷ ହେଲା ମାତ୍ର ଗୋଟିଏ ଦୁଇଟି ପାଦରୁ ଅଟକି ଯାଉଥିଲା ଭାରତ । ଦୀର୍ଘ ବର୍ଷର ଚମ୍ପିୟାନର ସ୍ୱପ୍ନ ପୂରଣ ହେବା ପରେ ସବୁଠି ଶୁଭିଥିଲା ସେଲିବ୍ରେସନର ସ୍ୱର । ପଡିଆଠୁ ନେଇ ପଲ୍ଲୀ, ଦେଶରୁ ବିଦେଶ ସବୁଠି ସେଲିବ୍ରେସନ ।

ବିଦେଶ ମାଟିରେ ଚମକିଲେ ଭାରତୀୟ: ବେଶ ରୋମାଞ୍ଚକର ଥିଲା ଭାରତ ବନାମ ଦକ୍ଷିଣ ଆଫ୍ରିକା ଫାଇନାଲ ମ୍ୟାଚ । ଉଭୟ ଟିମ ଅପରାଜୟ ଥିବାବେଳେ ଦକ୍ଷିଣ ଆଫ୍ରିକା ଅପରାଜୟରେ ବ୍ରେକ ଲଗାଇ ଭାରତ ପୁରା ସିରିଜର ପ୍ରତିଟି ମ୍ୟାଚରେ ବିଜୟୀ ହୋଇଛି । କ୍ୟାପଟେନ ରୋହିତ ଶର୍ମାଙ୍କ ନେତୃତ୍ୱରେ ପ୍ରଥମ ଥର ଟିମ ହାତେଇଛି ଟି-୨୦ ବିଶ୍ୱକପ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶେଷ ଓଭରର ଶେଷ ବଲ ଶେଷ ନହେଉଣୁ ଡ୍ରେସିଂ ରୁମରୁ କ୍ରିଜ ମୁହାଁ ହୋଇ ଦୌଡିଥିଲେ କୋଚ ରାହୁଲ ଦ୍ରାବିଡ । ହାର୍ଦ୍ଦିକ ପାଣ୍ଡ୍ୟା ଶେଷ ବଲ ପକାଇ ପଡିଆରେ ଶୋଇ ଯାଇଥିଲେ । ରୋହିତ ଶର୍ମା ମଧ୍ୟ ଗ୍ରାଉଣ୍ଡ ଭିତରେ ମୁହଁ ପୋତି ଶୋଇ ପଡିଥିଲେ ।

ସମସ୍ତଙ୍କ ଆଖିରେ ଥିଲା ଅଶ୍ରୁ । ହେଲେ ଏହି ଅଶ୍ରୁରେ ଥିଲା ବିଜୟର । ଗତବର୍ଷ ଦିନିକିଆ ବିଶ୍ୱକପ ବେଳେ ଫାଇନାଲରେ ହାରିଥିଲା ଭାରତ । ଏହି ବିଜୟୀ ସେହି ପରାଜୟରେ ଯନ୍ତ୍ରଣାରେ ଲଗାଇଛି ମଲମ । ଯଶପ୍ରୀତ ବୁମରା, କୋହଲି, ହାର୍ଦ୍ଦିକ ପାଣ୍ଡା, ରୋହିତ ଶର୍ମା, ଅକ୍ଷର ପଟେଲ, ଋଷଭ ପନ୍ତ ସମସ୍ତ ଖେଳାଳି ଖୁସିରେ ପରସ୍ପରକୁ ଆଲିଙ୍ଗନ କରିପକାଇଥିଲେ । ପଡିଆରେ ଜାତୀୟ ପତାକା ଧରି ଦୌଡିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ହାର୍ଦ୍ଦିକଙ୍କ ଠାରୁ ଜାତୀୟ ପତାକା ନେଇ ପଡିଆରେ ପୋତିଥିଲେ ରୋହିତ ଶର୍ମା । ସେହି ସମୟରେ ବିଜୟର ଖୁସି ସମସ୍ତଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇ ପଡୁଥିଲା । ଆତ୍ମବିଭୋର ହୋଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗାଲରେ ଚୁମ୍ୱନ ଦେଇଥିଲେ ରୋହିତ ଶର୍ମା ।

ଏହାମଧ୍ୟ ପଢନ୍ତୁ.. ଟି20 ବିଶ୍ବକପ୍ 2024: ଅପେକ୍ଷାର ଅନ୍ତ, ଭାରତ ବିଶ୍ୱ ଚମ୍ପିଆନ, 7 ରନରେ ହାରିଲା ଦକ୍ଷିଣ ଆଫ୍ରିକା - T20WORLD CUP 2024 FINAL

ପଡିଆଠୁ ନେଇ ପଲ୍ଲୀ, ଦେଶରୁ ବିଦେଶ ସବୁଠି ସେଲିବ୍ରେସନ: ଷ୍ଟାଡିୟମରୁ ପଡିଆକୁ ଦୌଡିଆସିଥିଲେ ଯଶପ୍ରୀତ ବୁମରାଙ୍କ ପତ୍ନୀ । ଉଭୟ ଭାବବିହ୍ୱଳ ହୋଇପଡିଥିଲେ । ଆହତ କାରଣରୁ ବର୍ଷେ କାଳ କ୍ରିକେଟରୁ ଦୂରରେ ରହିଥିଲେ ବୁମରା । ୨୦୨୨ ଟି୨୦ ବିଶ୍ୱକପରେ ଖେଳି ପାରିନଥିଲେ । ଭାରତରେ ବିଶ୍ୱ ବିଜୟୀରେ ତାଙ୍କର ମଧ୍ୟ ରହିଛି ବେଶ ବଳିଷ୍ଠ ଭୂମିକା । ଯେଉଁଥିପାଇଁ ଉଭୟ ପତିପତ୍ନୀ ଭାବବିହ୍ୱଳ ପଡିଥିଲେ । ଗ୍ରାଉଣ୍ଡ ମଧ୍ୟରେ ବୁମରାଙ୍କୁ କିଛି କ୍ଷଣ ପାଇଁ ଜାବୁଡି ଧରିଥିଲେ ପତ୍ନୀ ସଞ୍ଜନା । ରୋହିତ ଶର୍ମାଙ୍କ ପତ୍ନୀ ମଧ୍ୟ ସ୍ୱାମୀଙ୍କ ବିଜୟୀରେ ଆତ୍ମହରା ହୋଇଉଠିଥିଲେ । ସ୍ୱାମୀଙ୍କୁ କିଛି କ୍ଷଣ ପାଇଁ ଜାବୁଡି ଧରି ଜଣାଇଥିଲେ ଅଭିନନ୍ଦନ ।

ନିକଟ ଆଇପିଏଲରେ ଫ୍ୟାନ୍ସଙ୍କ ଆଖିରେ ଖଳନାୟକ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ହେଲେ ଏବେ ସେ ବିଶ୍ୱବିଜେତା । ଉଭୟ ବ୍ୟାଟିଂ ଓ ବୋଲିଂରେ ହାର୍ଦ୍ଦିକ ପାଣ୍ଡ୍ୟା ଥିଲେ ପୁରା ଫର୍ମରେ । ଶେଷ ଓଭରରେ ବେଶ ଉଚ୍ଚକୋଟୀର ବୋଲିଂ କରି ଭାରତ ହାତରେ ଧରାଇ ଦେଇଥିଲେ ଚମ୍ପିୟାନ ଟ୍ରଫି । ଫ୍ୟାନ୍ସ ଆଖିରେ ଖଳନାୟକରୁ ଏବେ ସେ ହିରୋ । ପଡିଆରେ ଛୋଟ ପିଲାଙ୍କ ଭଳି ଭୋ ଭୋ ହୋଇ କାନ୍ଦି ଉଠିଥିଲେ ପାଣ୍ଡ୍ୟା ।

କେବଳ ଖେଳାଳି ନୁହେଁ ପ୍ରଶଂସକମାନେ ଜୋରଦାର କରିଥିଲେ ସେଲିବ୍ରେସନ । ବିଜୟରେ ସମସ୍ତେ ହୋଇଉଠିଥିଲେ ମତୁଆଲା । ଭାରତୀୟମାନଙ୍କ ପାଇଁ ଏହା ଗର୍ବ ଓ ଗୌରବର ଦିନ । ଖେଳାଳିଙ୍କ କଠିନ ପରିଶ୍ରମର ମୂଲ୍ୟ ମିଳିଛି । ଭାରତ ହାତକୁ ଆସିଛି ଚମ୍ପିଆନ ଟ୍ରଫି । ବିଦେଶରୁ ବିଜୟର ବାର୍ତ୍ତା ଆସିଛି । ଯାହାକୁ ନେଇ ଦେଶର ଘରେ ଘରେ ଉତ୍ସାହର ମାହୋଲ ।

ଗୋଟିଏ ପଟେ ଭାରତର ସେଲିବ୍ରେସନ ଓ ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ପରାଜୟର ଦୁଃଖ । ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ମଧ୍ୟ ବେଶ ଭଲ ପ୍ରଦର୍ଶନ କରିଆସିଛି । ସିରିଜରେ ଫାଇନାଲ ମ୍ୟାଚକୁ ବାଦ ଦେଲେ ସବୁ ମ୍ୟାଚରେ ବିଜୟ ହୋଇଛି ଦକ୍ଷିଣ ଆଫ୍ରିକା । ସେ ମଧ୍ୟ ସମ୍ମାନ ଓ ପ୍ରଶଂସାର ହକଦାର । ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସବୁଥିରେ ଭଲ ପ୍ରଦର୍ଶନ କରିଥିଲା ଦକ୍ଷିଣ ଆଫ୍ରିକା । ଫାଇନାଲରେ ଧୂଆଁଧାର ପ୍ରଦର୍ଶନ କରିଥିଲା ଦକ୍ଷିଣ ଆଫ୍ରିକା । ହେଲେ ସାଉଥ ଆଫ୍ରିକା ହାତରୁ ଟ୍ରଫି ଛଡାଇ ଆଣିଛି ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 30, 2024, 9:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.