ETV Bharat / sports

ବିନା ଅଭ୍ୟାସରେ ବାଂଲାଦେଶ ଟେଷ୍ଟ ଖେଳିବେ ରୋହିତ-କୋହଲି; ଅସନ୍ତୋଷ ଗାଭାସ୍କର - Gavaskar on Kohli and Rohit

author img

By ETV Bharat Sports Team

Published : Aug 19, 2024, 7:34 PM IST

Sunil Gavaskar on Virat Kohli and Rohit Sharma : ଦୁଲୀପ ଟ୍ରଫି ପାଇଁ ଘୋଷଣା ହୋଇଥିବା 4ଟି ଦଳରେ ନାହିଁ ରୋହିତ ଓ କୋହଲିଙ୍କ ନାଁ । ଅସନ୍ତୋଷ ଝାଡ଼ିଲେ ସୁନୀଲ ଗାଭାସ୍କର । ଅଧିକ ପଢ଼ନ୍ତୁ

GAVASKAR ON KOHLI AND ROHIT
GAVASKAR ON KOHLI AND ROHIT (ETV Bharat Odisha)

ନୂଆଦିଲ୍ଲୀ : ନିକଟରେ ଦୁଲୀପ ଟ୍ରଫି ପାଇଁ ଟିମ୍‌ ଘୋଷଣା କରିଛି ବିସିସିଆଇ । ଅଜିତ ଅଗରକରଙ୍କ ନେତୃତ୍ବାଧୀନ ଚୟନ କମିଟି ଆଗାମୀ ଦୁଲୀପ ଟ୍ରଫି ପାଇଁ 4ଟି ଦଳ ଘୋଷଣା କରିଛନ୍ତି । ଏଥିରେ ଭାରତୀୟ ଜାତୀୟ ଦଳର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ଥିବା ଅନେକ ଷ୍ଟାର କ୍ରିକେଟରଙ୍କ ନାଁ ମଧ୍ୟ ସାମିଲ ରହିଛି । ଯଦିଓ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲି ମଧ୍ୟ ଏହି ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବେ ବୋଲି ଆଲୋଚନା ହୋଇଥିଲା, ହେଲେ ଭୟଙ୍କ ନାମ କୌଣସି ଦଳରେ ନାହିଁ । ତେବେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଦୁଲୀପ୍ ଟ୍ରଫିରେ ଅନ୍ତର୍ଭୁକ୍ତ କରାନଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ ଦଳର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ।

ରିସ୍କ ନେବାକୁ ଚାହୁଁନି BCCI :-

ଦୁଲୀପ ଟ୍ରଫିରେ ବିରାଟ ଓ ରୋହିତଙ୍କ ଅନୁପସ୍ଥିତିକୁ ନେଇ ମହାନ ବ୍ୟାଟର ସୁନୀଲ ଗାଭାସ୍କର ଉଦ୍‌ବେଗ ପ୍ରକାଶ କରିଛନ୍ତି । କାରଣ ଆଗକୁ ଭାରତ ଅନେକ ଟେଷ୍ଟ ସିରିଜ ଖେଳିବ । ବାଂଲାଦେଶ ବିପକ୍ଷ ସିରିଜରୁ ଭାରତର ଏହି ଟେଷ୍ଟ ଅଭିଯାନ ଆରମ୍ଭ ହେବ । ହେଲେ ଭଲରେ ଅଭ୍ୟାସ ନକରି ସିଧାସଳଖ ବାଂଲାଦେଶ ଟେଷ୍ଟ ସିରିଜରେ ଖେଳିବେ ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ଦଳର ଅଧିନାୟକ ରୋହିତ ଶର୍ମା । ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ବିସିସିଆଇ ସଚିବ ଜୟ ଶାହ କହିଥିଲେ ଯେ, ଦୁଲୀପ୍ ଟ୍ରଫିରେ ବିରାଟ ଏବଂ ରୋହିତଙ୍କୁ ଖେଳାଇ ସେମାନଙ୍କର କାର୍ଯ୍ୟ ଭାର ବଢ଼ାଇବା ବୁଦ୍ଧିମାନର କାର୍ଯ୍ୟ ନୁହେଁ । ଏଥିରେ ସେମାନେ ଆହତ ହେବାର ସମ୍ଭାବନା ମଧ୍ୟ ରହିଛି । ଆଗକୁ ଭାରତୀୟ ଦଳର ଏକ ଲମ୍ବା ଅଭିଯାନ ଆରମ୍ଭ ହେବାକୁ ଯାଉଥିବାରୁ ବିରାଟ ଓ ରୋହିତଙ୍କ ଭଳି ଖେଳାଳି ଘରୋଇ କ୍ରିକେଟ୍ ଖେଳି ଆହତ ହୋଇଯାଆନ୍ତୁ, ଏହା ବିସିସିଆଇ ଚାହେଁ ନାହିଁ ।

ଅସନ୍ତୋଷ ଝାଡ଼ିଲେ ଗାଭାସ୍କର :-

ଗାଭାସ୍କର ଏକ ଇଂରାଜୀ ଖବରକାଗଜ 'ମିଡ୍ ଡେ' ପାଇଁ ଏକ ଆଲେଖ୍ୟରେ ଲେଖିଛନ୍ତି, 'ଚୟନକର୍ତ୍ତାମାନେ ଦୁଲୀପ୍ ଟ୍ରଫି ପାଇଁ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଅଣଦେଖା କରିଛନ୍ତି, ତେଣୁ ସେମାନେ ବୋଧହୁଏ ବିନା ଅଭ୍ୟାସରେ ସିଧାସଳଖ ବାଂଲାଦେଶ ଟେଷ୍ଟ ସିରିଜ ଖେଳିବେ । ଯେତେବେଳେ ଜଣେ ଖେଳାଳି ପ୍ରାୟ 30 ବର୍ଷ କିମ୍ବା ତା'ଠାରୁ ଅଧିକ ବର୍ଷ ବୟସରେ ପହଞ୍ଚନ୍ତି, ସେତେବେଳେ ତାଙ୍କର ମାଂସପେଶୀ ଦୁର୍ବଳ ହେବାକୁ ଲାଗେ ଏବଂ ଏହାର ମୁକାବିଲା କରିବାର ଏକମାତ୍ର ଉପାୟ ହେଉଛି ନିୟମିତ କ୍ରିକେଟ୍ ଖେଳିବା । ଯଦିଓ ଯସପ୍ରୀତ ବୁମରାଙ୍କ ପରି ଜଣେ ଖେଳାଳିଙ୍କୁ ତାଙ୍କ ପିଠିର ଯତ୍ନ ନେଇ ସାବଧାନତା ସହ ପରିଚାଳନା କରାଯିବା ଆବଶ୍ୟକ, ହେଲେ ବ୍ୟାଟରମାନଙ୍କୁ ମଝିରେ ବ୍ୟାଟିଂ କରିବାକୁ କିଛି ସମୟ ଦିଆଯାଇପାରିଥା'ନ୍ତା । ଯେତେବେଳେ ଏକ ଲମ୍ବା ବ୍ୟବଧାନ ହୋଇଯାଏ, ତେବେ ମାଂସପେଶୀ କିଛି ପରିମାଣରେ ଦୁର୍ବଳ ହୋଇଯାଏ ଏବଂ ପୂର୍ବ ଭଳି ଉଚ୍ଚ ମାନକୁ ଫେରିବା ସହଜ ହୁଏନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ପୁଣି ମୈଦାନକୁ ଫେରିବେ ମହମ୍ମଦ ଶାମି; ବଡ଼ ଅପ୍‌ଡେଟ୍‌ ଦେଲେ ଜୟ ଶାହ - Jay Shah on Mohammed Shami Comeback

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.