ETV Bharat / sports

ଆଜି ଶେଷ ମ୍ୟାଚ ଖେଳିବେ ଛେତ୍ରୀ, ଭାରତ ବନାମ କୁଏତ ମୁକାବିଲା - World Cup Qualifiers - WORLD CUP QUALIFIERS

Sunil Chhetri's farewell match: ଆଜି ଫିଫା ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଭାରତକୁ ଭେଟିବ କୁଏତ । ଶେଷ ମ୍ୟାଚ ଖେଳିବେ ଅଧିନାୟକ ସୁନୀଲ ଛେତ୍ରୀ । ଅଧିକ ପଢନ୍ତୁ

Sunil Chhetri
Sunil Chhetri (@chetrisunil11)
author img

By ETV Bharat Odisha Team

Published : Jun 6, 2024, 10:57 AM IST

ନୂଆଦିଲ୍ଲୀ: କୋଲକାତାର ସଲ୍ଟ ଲେକ ଷ୍ଟାଡିୟମରେ ଆଜି ଶେଷ ମ୍ୟାଚ ଖେଳିବେ ଭାରତୀୟ ଫୁଟବଲ ଟିମ ଅଧିନାୟକ ସୁନୀଲ ଛେତ୍ରୀ । ଫିଫା ବିଶ୍ବକପ ଯୋଗ୍ୟାତା ପର୍ଯ୍ୟାୟ ପାଇଁ ଭାରତ ଓ କୁଏତ ମଧ୍ୟରେ ଆଜି ଲଢେଇ ହେବ । ଶେଷ ମ୍ୟାଚରେ ଟିମ ଇଣ୍ଡିଆ ବିଜୟୀ ହୋଇ ଛେତ୍ରୀଙ୍କ ବିଦାୟକୁ ସ୍ମରଣୀୟ କରିବାକୁ ଲକ୍ଷ୍ୟ ରଖିଛି । ଆଜି ପରଠାରୁ ସୁନୀଲ ଛେତ୍ରୀଙ୍କୁ ଆଉ ଫୁଟବଲ ଗ୍ରାଉଣ୍ଡରେ ଦେଖିବାକୁ ମିଳିବ ନାହିଁ । ଗତ ମାସରେ ସେ ଫୁଟବଲ ଖେଳରୁ ଅବସର ଘୋଷଣା କରିଥିଲେ । 19 ବର୍ଷର ଅନ୍ତର୍ଜାତୀୟ ଫୁଟବଲ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ଛେତ୍ରୀ ।କ୍ୟାରିୟରର ଶେଷ ମ୍ୟାଚ ହୋଇଥିବାରୁ ଛେତ୍ରୀଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ସେ ଷ୍ଟାଡୟମରେ ଗୋଲ ବର୍ଷା କରିପାରନ୍ତି ବୋଲି ଆଶା କରାଯାଉଛି ।

ମ୍ୟାଚ ପୂର୍ବରୁ ସୁନୀଲ ଛେତ୍ରୀ କହିଛନ୍ତି, ଏହି ମ୍ୟାଚ ଜିତିବା ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ କାରଣ ମୋର ଏହା ଶେଷ ମ୍ୟାଚ। ଆମେ ବାସ୍ତବରେ ଏହି ମ୍ୟାଚ୍ ଜିତିବାକୁ ଚାହୁଁଛୁ ।ଏହା ସହଜ ହେବ ନାହିଁ, କିନ୍ତୁ ଆମେ ପ୍ରସ୍ତୁତ । ଆମେ ଜବରଦସ୍ତ ସମର୍ଥନ ମିଳିବ । ଯଦି ଆମେ ଏହି ମ୍ୟାଚ ଜିତିବୁ ତେବେ ଆମେ ତୃତୀୟ ରଉଣ୍ଡ ପାଇଁ ଯୋଗ୍ୟତା ହାସଲ କରିବୁ । ଅବସର ପରେ ପୁଣି ଫୁଟବଲ ଜଗତକୁ ଫେରିବାକୁ କୌଣସି ଯୋଜନା ନାହିଁ । ମୁଁ ଏବେ ଖେଳ ଦେଖିବି । 19 ବର୍ଷରେ ମୋର ଯାତ୍ରା ବହୁତ ଭଲ ଥିଲା । ଆଗକୁ ମୁଁ ଜଣେ ପ୍ରଶଂସକ ଭାବରେ ଯିବି ଏବଂ ଖେଳ ସମୟରେ ଦଳକୁ ସମର୍ଥନ କରିବି । ''

ଏହା ମଧ୍ୟ ପଢନ୍ତୁ-ଫୁଟବଲରୁ ଛେତ୍ରୀଙ୍କ ଅବସର ଘୋଷଣା, ରେକର୍ଡ ଜାଣିଲେ ଚମକି ଉଠିବେ - Sunil Chhetri

2026 ଫିଫା ବିଶ୍ବକପ ପାଇଁ ଯୋଗ୍ୟତା ପର୍ଯ୍ୟାୟର ଦ୍ବିତୀୟ ରାଉଣ୍ଡରେ ଭାରତ ଏ ଗ୍ରୁପରେ ରହିଛି । କତାର ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଯଦି ଆଜି ଦଳ କୁଏତକୁ ହରାଏ ସେ ତୃତୀୟ ରାଉଣ୍ଡକୁ ଉନ୍ନିତ ହେବ । ତେଣୁ ଆଜିର ମ୍ୟାଚ ପାଇଁ ଭାରତୀୟ ଦଳ ପୁରା ପ୍ରସ୍ତୁତ ରହିଛି । ମେ 17 ତାରିଖରେ କ୍ୟାପଟେନ ସୁନୀଲ ଛେତ୍ରୀ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଥିଲେ। ଅବସର ନେଇ ଟ୍ବିଟରରେ ଏକ ଭିଡିଓ ସେୟାର କରି ସୂଚନା ଦେଇଥିଲେ ଛେତ୍ରୀ । ଭିଡିଓରେ ସେ ନିଜ ଖେଳ କ୍ୟାରିୟରକୁ ନେଇ କହିଥିଲ। ଛେତ୍ରୀ ବର୍ତ୍ତମାନ ଖେଳୁଥିବା ଫୁଟବଲରଙ୍କ ମଧ୍ୟରେ ସବୁଠାରୁ ଅଧିକ ଗୋଲ ସ୍କୋର କରି ଟପ୍ 3ରେ ରହିଛନ୍ତି । ତାଙ୍କ ପଛକୁ ରୋନାଲ୍ଡୋ ଏବଂ ମେସି ରହିଛନ୍ତି । ସେ ସବୁଠୁ ଅଧିକ ଗୋଲ ସ୍କୋର କରିବାରେ 4ର୍ଥ ଖେଳାଳି । ଏହା ସହିତ ଏସିଆ ମହାଦେଶର ବର୍ତ୍ତମାନର ଆକ୍ଟିଭ୍ ଫୁଟବଲରଙ୍କ ମଧ୍ୟରେ ସବୁଠୁ ଅଧିକ ଗୋଲ ସ୍କୋରର ହେଲେ ଛେତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.