ETV Bharat / sports

ଦୂତୀ ଚାନ୍ଦଙ୍କ କାରକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଦୌଡରାଣୀ - DUTEES CAR MEETS WITH ACCIDENT

କଟକରେ ଦୂତୀ ଚାନ୍ଦଙ୍କ କାର ଦୁର୍ଘଟଣାଗ୍ରସ୍ତ। କାରକୁ ଟ୍ରକ ଧକ୍କା ଦେବାରୁ ସେ ଥାନାରେ ଅଭିଯୋଗ କରିଛନ୍ତି ।

DUTEES CAR MEETS WITH ACCIDENT
DUTEES CAR MEETS WITH ACCIDENT (ETV BHARAT ODISHA)
author img

By ETV Bharat Odisha Team

Published : Dec 13, 2024, 7:33 AM IST

Updated : Dec 13, 2024, 7:43 AM IST

କଟକ: ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ କାର ଦୁର୍ଘଟଣାଗ୍ରସ୍ତ। ଦୂତୀଙ୍କ କାରକୁ ଧକ୍କା ଦେଲା ଟ୍ରକ, ଅଳ୍ପରେ ବର୍ତ୍ତିଗଲା ଦୌଡରାଣୀଙ୍କ ଜୀବନ । କଟକ ମଧୁପାଟଣା ଥାନା ନିକଟ ବ୍ରିଜ ତଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ମଧୁପାଟଣା ପୋଲିସ ଟ୍ରକ ଚାଳକ କ୍ରିଷ୍ଣା ବୈଠାକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ।

ଦୂତୀଙ୍କ କାରକୁ ଧକ୍କା ଦେଲା ଟ୍ରକ:

ସୂଚନା ଅନୁଯାୟୀ, ଗତକାଲି ଯାଜପୁରରୁ ଭୁବନେଶ୍ବରକୁ କାର ଯୋଗେ ଦୂତୀ ଓ ତାଙ୍କ ବନ୍ଧୁ ଫେରୁଥିଲେ । ଓଏମପି ଛକରୁ ଏକ ଟ୍ରକ ତାଙ୍କୁ ଅତିକ୍ରମ କରିବାକୁ ଚେଷ୍ଟା କରିବା ସହିତ ଅଶାଳୀନ ଆଚରଣ କରିଥିଲା। ଯାହା ଫଳରେ ଦୂତୀ ମଧୁପାଟଣା ବ୍ରିଜ ତଳ ରାସ୍ତାରେ ଟ୍ରକକୁ ଆଗକୁ ଯିବାକୁ ନଦେଇ ରାସ୍ତା ଉପରେ ତାଙ୍କ କାର ଛିଡା କରିଥିଲେ । ଏହି ସମୟରେ ଟ୍ରକ ଚାଳକ ଡାହାଣ ପଟରୁ କାରକୁ ଧକ୍କା ଦେଇ ଚାଲିଯିବାକୁ ଚେଷ୍ଟା କରିଥିଲେ। ଦୂତୀ ତାଙ୍କୁ ପିଛା କରି କାଠଯୋଡି ପୋଲ ପୂର୍ବରୁ ଅଟକାଇବା ସହିତ ପୋଲିସକୁ ଜଣାଇଥିଲେ। ଏହି ସମୟରେ ଅନ୍ୟ କିଛି ଟ୍ରକ ଚାଳକ ସେଠାରେ ଅଟକି ଦୂତୀଙ୍କୁ ଖରାପ ବ୍ୟବହାର କରିଥିବା ସେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି। ତେବେ ଦୂତୀ ଓ ତାଙ୍କ ବନ୍ଧୁ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି।

DUTEES CAR MEETS WITH ACCIDENT (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-RTI Activist Pradip Pradhan Arrested: ଜାମିନ ଆବେଦନ ଖାରଜ, ଝାରପଡ଼ା ଜେଲ ଗଲେ ପ୍ରଦୀପ ପ୍ରଧାନ‌ - ଦୂତୀ ଚାନ୍ଦଙ୍କୁ ବ୍ଲାକମେଲ ଷଡଯନ୍ତ୍ର ମାମଲା

ଏହା ମଧ୍ୟ ପଢନ୍ତୁ-ପ୍ରତ୍ୟକ୍ଷ ଭାବେ ନହେଲେ ବି ପରୋକ୍ଷରେ ବିବାହ ପାଇଁ ସ୍ବୀକୃତି ଦେଇଛନ୍ତି ସୁପ୍ରିମକୋର୍ଟ: ଦୂତୀ - ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମ ରାୟ

ଦୂତୀ ଚାନ୍ଦ କହିଛନ୍ତି, '' ସନ୍ଧ୍ୟା 6ଟା ବେଳେ ଯାଜପୁରରୁ ମୁଁ ଭୁବନେଶ୍ବର ଫେରୁଥିଲି । କଟକରେ ପହଞ୍ଚିବା ପରେ ଓଏମପି ଛକ ପୂର୍ବରୁ ଏକ ଟ୍ରକ ଡ୍ରାଇଭର ବାରମ୍ବାର ମୋତେ ହର୍ଣ୍ଣ ମାରୁଥିଲେ । ସେ ଟ୍ରକ ଚାଳକକୁ ଅନାଇବାରୁ ଖରା ଇଙ୍ଗିତ କରିଥିଲେ । ମୁଁ ଗାଡି ସାଇଡ କରିବା ପରେ ସେ ଧକ୍କା ଦେଇକି ପଳାଇଲେ । ପରେ ତାଙ୍କୁ ପିଛା କରି କାଛ ଯୋଡି ବ୍ରିଜ ଆଗରେ ଟ୍ରକ ସାମ୍ନାରେ ମୋ ଗାଡି ରଖି ଦେଇ ଅଟକାଇ ଦେଇଥିଲି । ଚାଳକ ଜଣଙ୍କ ଟ୍ରକରୁ ନ ଓହ୍ଲାଇ ମୋତେ ଦୋଷ ଦେଇ ଖରାପ ଭାଷା କହିଲେ । ଅନ୍ୟ ଟ୍ରକ ଚାଳକ ମାନେ ମଧ୍ୟ ଗାଳି ଗୁଲଜ କରିଥିଲେ । ଏହାପରେ ପିସିଆର ଭ୍ୟାନକୁ ଫୋନ କରିବାରୁ ମଧୁପାଟଣା ପୋଲିସ ଆମକୁ ସୁରକ୍ଷା ଦେଇଥିଲେ । ଟ୍ରକକୁ ପୋଲିସ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖାଯାଇଛି । ''

DUTEES CAR MEETS WITH ACCIDENT
DUTEES CAR MEETS WITH ACCIDENT (ETV BHARAT ODISHA)

ଇଟିଭି ଭାରତ, କଟକ

Last Updated : Dec 13, 2024, 7:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.