ETV Bharat / sports

ଫିଲ୍ମ ଦୁନିଆରେ ଧୋନିଙ୍କ ଏଣ୍ଟ୍ରି ! ଏହି ଫିଲ୍ମରେ ଆସିବେ ନଜର - MS Dhoni GOAT

author img

By ETV Bharat Sports Team

Published : Sep 6, 2024, 7:46 PM IST

MS Dhoni GOAT : ଫିଲ୍ମ ଦୁନିଆରେ ଏଣ୍ଟ୍ରି ମାରିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ 'ଥାଲା' ଧୋନି । ଫ୍ୟାନ୍ସ କହିଲେ 'ସୁପର ହିଟ୍‌' । ଅଧିକ ପଢ଼ନ୍ତୁ

MS Dhoni
MS Dhoni (ETV Bharat)

ହାଇଦ୍ରାବାଦ : ଗୋଟିଏ ଫିଲ୍ମରେ ଦୁଇ ତାରକା ନଜର ଆସିଲେ ସେହି ଫିଲ୍ମ ସୁପର ହିଟ୍‌ ହୋଇଯାଏ । ନିଜ ପ୍ରିୟ ସୁପରଷ୍ଟାରଙ୍କୁ ଦେଖିବାକୁ ସିନେମା ହଲ ଆଗରେ ଲୋକଙ୍କ ଧାଡ଼ି ଲମ୍ବିଯାଏ । ଏବେ ନୂଆକରି ରିଲିଜ ହୋଇଥିବା ସାଉଥ ଫିଲ୍ମ GOATରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଏଥିରେ ସୁପରଷ୍ଟାର ଥାଲାପତି ବିଜୟ ଲିଡ ରୋଲରେ ନଜର ଆସିଛନ୍ତି ସତ, ହେଲେ ଏଥିରେ ନଜର ଆସିଥିବା ଆଉ ଜଣେ ଷ୍ଟାରଙ୍କୁ ଦେଖିବାକୁ ବର୍ତ୍ତମାନ ବିଭିନ୍ନ ହଲରେ ଦର୍ଶକଙ୍କ ଭିଡ଼ ଜମୁଛି । ଏହି ଷ୍ଟାର କୌଣସି ଫିଲ୍ମ ଜଗତ ନୁହେଁ, ବରଂ କ୍ରିକେଟ ଜଗତର କ୍ୟାପ୍ଟେନ କୁଲ ଏମଏସ୍‌ ଧୋନି ।

GOAT ଫିଲ୍ମରେ ଧୋନି :-

ଭାରତକୁ ଦୁଇଥର ବିଶ୍ବ ବିଜୟୀ କରାଇଥିବା ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଆଇପିଏଲ୍‌ରେ ମଧ୍ୟ ସଫଳତମ ଅଧିନାୟକ ବୋଲି କୁହାଯାଏ । କାରଣ ସେ ଆଇପିଏଲ୍‌ରେ ନିଜ ଦଳ ଚେନ୍ନାଇ ସୁପର କିଙ୍ଗସ୍‌ (CSK)କୁ 5 ଥର ଟାଇଟଲ ଜିତାଇଛନ୍ତି । ତେଣୁ ଚେନ୍ନାଇକୁ ଧୋନି ତାଙ୍କ ଦ୍ବିତୀୟ ଘର ଭାବେ ଅନେକ ସାକ୍ଷାତକାରରେ ସ୍ବୀକାର କରିଛନ୍ତି । ତାମିଲରେ ତାଙ୍କୁ 'ଥାଲା' ଅର୍ଥାତ ବଡ଼ ଭାଇ ଭାବେ ନୂଆ ପରିଚୟ ମଧ୍ୟ ମିଳିଛି । ଏବେ କ୍ରିକେଟ ଦୁନିଆରୁ ଫିଲ୍ମ ଦୁନିଆରେ ପାଦ ରଖିଥିବା ଧୋନିଙ୍କୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ମଧ୍ୟ ବିଭିନ୍ନ ହଲରେ ନାହିଁ ନଥିବା ଭିଡ଼ ଜମାଉଛନ୍ତି । ଦକ୍ଷିଣୀ ମୁଭି GOATରେ ଧୋନିଙ୍କର ଏଖ ଛୋଟ କ୍ୟାମୋ ଦେଖାଯାଇଛି । ଯେଉଁଥିରେ ସେ ଚେନ୍ନାଇ ସୁପର କିଙ୍ଗସ୍‌ ପାଇଁ ଆଇପିଏଲ୍‌ ମ୍ୟାଚ୍‌ ଖେଳୁଛନ୍ତି । ଯଦିଓ ଧୋନିଙ୍କ ଏହି ସ୍କ୍ରିନ ସମୟ ବହୁତ କମ, ହେଲେ ତାଙ୍କର ଏହି ସାମାନ୍ୟ ଉପସ୍ଥିତି ବହୁତ ହାଇଲାଇଟ ହୋଇଛି । ଏହି ଛୋଟ କ୍ୟାମୋ କାରଣରୁ ଫିଲ୍ମ ସୁପର ହିଟ ବୋଲି ପ୍ରଶଂସକମାନେ ପ୍ରତିକ୍ରିୟା ରଖୁଛନ୍ତି ।

ଏହି ଫିଲ୍ମରେ ବିଜୟ ଥାଲାପତିଙ୍କ ବ୍ୟତୀତ ପ୍ରଭାସ ଦେବ ଓ ଲୋକପ୍ରିୟ ଅଭିନେତ୍ରୀ ସ୍ନେହା ମଧ୍ୟ ଅଭିନୟ କରିଛନ୍ତି । ଭେଙ୍କଟ ପ୍ରଭାସଙ୍କ କହିବା କଥା, ଧୋନି ଫିଲ୍ମର ଫାଇନାଲ କଟ୍‌ର ଅଂଶ ନୁହଁନ୍ତି । ହେଲେ ତାଙ୍କୁ କ୍ରିକେଟ ମ୍ୟାଚ୍‌ ଦୃଶ୍ୟରେ ଦେଖିବାକୁ ମିଳିଛି । ଧୋନିଙ୍କ ବ୍ୟତୀତ ଏହି ଫିଲ୍ମରେ ପୂର୍ବତନ ଭାରତୀୟ କ୍ରିକେଟର ସୁବ୍ରମଣ୍ୟମ ବଦ୍ରିନାଥଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।" ପ୍ରକାଶ ଥାଉ, କ୍ରିକେଟ ଜଗତର ଅନ୍ୟତମ ବାଦଶାହ ମହେନ୍ଦ୍ର ସିଂହ ଧୋନିଙ୍କର ଏକ ବାୟୋପିକ୍‌ (MS Dhoni, The Untold Story) ରହିଛି । ଯେଉଁଥିରେ ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଧୋନିଙ୍କ ଭୂମିକାରେ ନିଖୁଣ ଅଭିନୟ କରିଥିଲେ । ଏହା ବ୍ୟତୀତ ପ୍ରଥମ ଥର ପାଇଁ କୌଣସି ଚଳଚ୍ଚିତ୍ର ପ୍ରଶଂସକ ଧୋନିଙ୍କର ଏକ କ୍ୟାମୋ ଦେଖିବାକୁ ପାଇଛନ୍ତି । ଧୋନିଙ୍କର ନିଜସ୍ବ ଏକ ପ୍ରଡକ୍ସନ ହାଉସ ଅଛି । ଏହାର ନାମ ହେଉଛି ଧୋନି ଏଣ୍ଟରଟେନମେଣ୍ଟ ଲିମିଟେଡ । ଏହି ପ୍ରଡକ୍ସନ ହାଉସ LGM ନାମକ ଏକ ଫିଲ୍ମ ମଧ୍ୟ ନିର୍ମାଣ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ବାପରେ ବାପ... ଏତେ ଟ୍ୟାକ୍ସ ଭରୁଛନ୍ତି କୋହଲି-ଧୋନୀ, ଟପ୍-20ରେ ନାହାଁନ୍ତି ରୋହିତ, ଜାଣନ୍ତୁ କିଏ ଦେଉଛି କେତେ ? - Most Tax Payer Cricketer

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.