ETV Bharat / sports

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଗିଲ୍ ଆହତ: ଆଙ୍ଗୁଠିରେ ଆଘାତ, ପରବର୍ତ୍ତୀ ମ୍ୟାଚ୍ ଖେଳିବା ନେଇ ସନ୍ଦେହ - Visakhapatnam

India vs England 2nd Test: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଆହତ ହୋଇଥିଲେ ବ୍ୟାଟର ଗିଲ । ପରବର୍ତ୍ତୀ ମ୍ୟାଚ ଖେଳିବା ନେଇ ସନ୍ଦେହ । ଅଧିକ ପଢନ୍ତୁ

ଶୁବମନ ଗିଲ
Shubman Gill
author img

By ETV Bharat Odisha Team

Published : Feb 5, 2024, 10:34 AM IST

ବିଶାଖାପାଟଣା: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଆଜି ଚତୁର୍ଥ ଦିନ । ସକାଳ 9ଟା 30 ମିନିଟରୁ ଆରମ୍ଭ ହୋଇଯାଇଛି ମ୍ୟାଚ । ଦ୍ୱିିତୀୟ ଇଂନିସରେ ବ୍ୟାଟିଂ କରୁଛି ଭ୍ରମଣକାରୀ ଇଂଲଣ୍ଡ । ଆହତ ହୋଇଥିବାରୁ ଆଜିର ମ୍ୟାଚରେ ଫିଲ୍ଡିଂ କରିବେ ନାହିଁ ଶୁବମନ ଗିଲ । ତାଙ୍କ ଡାହାଣ ହାତର ବିଷି ଆଙ୍ଗୁଠି (Index Finger)ରେ ଆଘାତ ଲାଗିଛି । ଟେଷ୍ଟ ମ୍ୟାଚରେ ଦ୍ୱିତୀୟ ଦିନରେ ଫିଲ୍ଡିଂ କରୁଥିବା ବେଳେ ସେ ଆହତ ହୋଇଥିଲେ । ଯେଉଁଥିପାଇଁ ସେ ଆଜି ଫିଲ୍ଡିଂ କରିବେ ନାହିଁ । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-ମ୍ୟାନେଜମେଣ୍ଟ ଦେଇଥିଲା ଚେତାବନୀ, ଚମତ୍କାର କମବ୍ୟାକ୍‌ କଲେ ଗିଲ୍‌

କ୍ରମାଗତ ଭାବେ ଖରାପ ଫର୍ମରେ ଥିବା ଶୁବମନ ଗିଲ ଦ୍ୱିିତୀୟ ଇନିଂସରେ ବିସ୍ଫୋରକ ବ୍ୟାଟିଂ କରି କମ୍ ବ୍ୟାକ କରିଥିଲେ । ଆହତ ହେବା ସତ୍ତ୍ବେ ମଧ୍ୟ ସେ ଧୂଆଁଧାର ବ୍ୟାଟିଂ କରି ଶତକ ହାସଲ କରିଥିଲେ । ବିପକ୍ଷ ଦଳର ବୋଲରଙ୍କ ପ୍ରତିଟି ବଲକୁ ବଡ଼ ବଡ଼ ସଟ ମାରିଥିଲେ ଗିଲ । 147 ବଲରୁ 104 ରନର ଚମତ୍କାର ପାଳି ଖେଳିଥିଲେ । ଏଥିରେ 11ଟି ଚୌକା ଓ 2 ଛକା ସାମିଲ ରହିଛି । କ୍ରମାଗତ ଭାବେ ମ୍ୟାଚରେ ଭଲ ପ୍ରଦର୍ଶନ କରୁନଥିବାରୁ ଗିଲ୍‌ଙ୍କୁ 3ୟ ସ୍ଥାନରେ ଖେଳିବାର ଏହା ଶେଷ ସୁଯୋଗ ବୋଲି ଅନେକ ରିପୋର୍ଟ ପ୍ରକାଶ ପାଇଥିଲା । ଗିଲ୍‌ ଏହି ଶତକ ହାସଲ କରି ସମସ୍ତ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଭାରତ-ଇଂଲଣ୍ଡ ଟେଷ୍ଟ: ୩ୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୬୭/୧, ପ୍ରଥମ ବିଜୟ ଲକ୍ଷ୍ୟରେ ଭାରତ

ଏହା ମଧ୍ୟ ପଢନ୍ତୁ-ଗିଲ୍‌ଙ୍କ କମ୍‌ବ୍ୟାକ୍‌ ସେଞ୍ଚୁରି; ଇଂଲଣ୍ଡ ଆଗରେ ୩୯୮ ରନ ଟାର୍ଗେଟ୍‌

ଟେଷ୍ଟ ମ୍ୟାଚର ଚତୁର୍ଥ ଦିନର ଖେଳ ଆରମ୍ଭ ହୋଇଯାଇଛି । 399 ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦ୍ୱିତୀୟ ଇଂନିସ ବ୍ୟାଟିଂ କରୁଛି ଭ୍ରମଣକାରୀ ଦଳ । ଗତକାଲି(ରବିବାର) ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଦ୍ୱିିତୀୟ ପାଳି ବ୍ୟାଟିଂ କରି ଗୋଟିଏ ଓ୍ବିକେଟ ପତନରେ 67 ରନ କରିଥିଲା । ରବିଚନ୍ଦ୍ରନ ଅଶ୍ବିନ ବେନ୍‌ ଡକେଟଙ୍କ ଓ୍ବିକେଟ ନେଇଥିଲେ । ଆଜି(ସୋମବାର) ଚତୁର୍ଥ ଦିନ ଖେଳ ଚାଲିଥିବା ବେଳେ, ଏହା ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ଇଂଲଣ୍ଡ ବିଜୟ ପାଇଁ ପ୍ରଚେଷ୍ଠା କରୁଥିବା ବେଳେ, ଟେଷ୍ଟ ସିରିଜକୁ ଫେରିବା ପାଇଁ ପୂରା ବଳ କଟାଇ ଦେଇଛି ଟିମ୍ ଇଣ୍ଡିଆ । ଦ୍ୱିତୀୟ ଟେଷ୍ଟ ମ୍ୟାଚ ଜିତିବା ପାଇଁ ଭାରତକୁ ୧୦ ୱିକେଟ ହାସଲ କରିବା ଜରୁରୀ ଥିବା ବେଳେ, ଇଂଲଣ୍ଡକୁ ଦରକାର ୩୯୯ ରନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.