ETV Bharat / sports

ଅବସର ପରେ ବି କ୍ରିକେଟ ଖେଳିବେ ଧାୱନ; କହିଲେ 'କ୍ରିକେଟ ମୋର ଅଭିନ୍ନ ଅଙ୍ଗ' - Shikhar Dhawan Joins LLC - SHIKHAR DHAWAN JOINS LLC

Shikhar Dhawan Joins LLC : ଦୀର୍ଘ ଦିନ ଧରି ଭାରତୀୟ ଦଳରେ ସୁଯୋଗ ନମିଳିବାରୁ ଅନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟରୁ ଅବସର ଘୋଷଣା କରିଥିଲେ ଧାୱନ । ହେଲେ ଏବେ କହିଛନ୍ତି, 'କ୍ରିକେଟ ମୋର ଅଭିନ୍ନ ଅଙ୍ଗ' । ଖୁବଶୀଘ୍ର ଏହି ମ୍ୟାଚ୍‌ରେ ଆକ୍ସନକୁ ଫେରିବେ ଗବ୍ବର । ଅଧିକ ପଢ଼ନ୍ତୁ

Shikhar Dhawan
Shikhar Dhawan (AFP Photo)
author img

By ETV Bharat Sports Team

Published : Aug 26, 2024, 7:31 PM IST

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟରୁ ଅବସର ଘୋଷଣା କରିବା ପରେ ପରେ ତୁରନ୍ତ ଲିଜେଣ୍ଡସ୍‌ ଲିଗ୍ କ୍ରିକେଟ୍ (LLC) ଖେଳିବା ପାଇଁ ସାଇନ୍ ଅପ୍ କରିଛନ୍ତି ଭାରତୀୟ ଦଳର ପୂର୍ବତନ ଓପନର୍ ଶିଖର ଧାୱନ । LLC ଏହାର ପରବର୍ତ୍ତୀ ସିଜିନ ସେପ୍ଟେମ୍ବରରେ ଆରମ୍ଭ କରିବାକୁ ଯାଉଛି, ଯେଉଁଥିରେ ଅବସରପ୍ରାପ୍ତ କ୍ରିକେଟ୍ କିମ୍ବଦନ୍ତୀ ଏହି ଲିଗରେ ପ୍ରତିଦ୍ବନ୍ଦ୍ବିତା କରିଥାନ୍ତି ।

ଏହି ଲିଗ୍‌ରେ ଖେଳିବେ ଧାୱନ :-
ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟ୍‌ରେ ଯୋଗଦେବା ପରେ ଶିଖର ଧାୱନ କହିଛନ୍ତି, "ମୁଁ ଅବସର ପରେ ଏହି ନୂଆ ଅଧ୍ୟାୟ ଆରମ୍ଭ କରିବା ଏକ ଆଦର୍ଶ ପ୍ରଗତି ଭଳି ଅନୁଭବ କରୁଛି । ଖେଳିବା ପାଇଁ ମୋ ଶରୀର ଏବେ ମଧ୍ୟ ପ୍ରସ୍ତୁତ । ମୁଁ ଏହି ନିଷ୍ପତ୍ତି ନେଇଛି, କାରଣ କ୍ରିକେଟ୍ ମୋର ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଏହା ମୋ ଠାରୁ କେବେ ଅଲଗା ହେବ ନାହିଁ । ମୁଁ ମୋର କ୍ରିକେଟ୍ ସାଥିମାନଙ୍କ ସହିତ ପୁଣିଥରେ ମିଶିବାକୁ ଏବଂ ଆମର ପ୍ରଶଂସକମାନଙ୍କ ମନୋରଞ୍ଜନ କରିବାକୁ ଉତ୍ସାହିତ, କାରଣ ଆମେ ଏକତ୍ର ନୂଆ ନୂଆ ସ୍ମୃତି ସୃଷ୍ଟି କରୁ ।"

ଧାୱନଙ୍କୁ ଲିଗକୁ ସ୍ବାଗତ କରି LLCର ସହ-ପ୍ରତିଷ୍ଠାତା ରମଣ ରାହେଜା କହିଛନ୍ତି, "ଶିଖର ଧାୱନ ଆମ ସହ ଯୋଗ ଦେଇଥିବାରୁ ଆମେ ବହୁତ ଖୁସି । ତାଙ୍କର ଅଭିଜ୍ଞତା ଏବଂ ପ୍ରତିଭା ନିଶ୍ଚିତ ଭବରେ ପ୍ରତିଯୋଗିତାକୁ ଆଗକୁ ବଢ଼ାଇବ ଏବଂ ପ୍ରଶଂସକମାନଙ୍କୁ ମନୋରଞ୍ଜନ କରିବ । ଆମେ ତାଙ୍କୁ ଅନ୍ୟ ମହାନ କ୍ରିକେଟରଙ୍କ ସହିତ ଆକ୍ସନରେ ଦେଖିବା ପାଇଁ ଉତ୍ସାହିତ । କିମ୍ବଦନ୍ତୀ କ୍ରିକେଟରଙ୍କ ପାଇଁ ଏହା ଦ୍ବିତୀୟ ଇନିଂସ ଭାବରେ ଆମର ସ୍ଥିତିକୁ ଆହୁରି ଦୃଢ଼ କରିବ ।"

ଧାୱନଙ୍କ କ୍ରିକେଟ କ୍ୟାରିୟର:-

ଶିଖରଙ୍କୁ ଆଇସିସି ଇଭେଣ୍ଟରେ ଭାରତୀୟ ଦଳର ଶଙ୍କଟମୋଚକ ବୋଲି କୁହାଯାଏ । ଅନେକ ବଡ ବଡ ମ୍ୟାଚରେ ଦଳ ଚାପରେ ଥିବାବେଳେ ସେ ଧୂଆଁଧାର ବ୍ୟାଟିଂ କରି ଦଳକୁ ଚାପମୁକ୍ତ କରାଇବା ସହ ଦଳକୁ ବିଜୟୀ କରାଇଛନ୍ତି । ସେ କ୍ରିକେଟର ସମସ୍ତ ଫର୍ମାଟରେ ଦଳର ନେତୃତ୍ବ ମଧ୍ୟ ନେଇଛନ୍ତି । କିନ୍ତୁ ଦିନିକିଆ ମ୍ୟାଚରେ ତାଙ୍କର ପ୍ରଦର୍ଶନ ସର୍ବଶେଷ୍ଠ । ଏହି ବାମହାତୀ ବ୍ୟାଟର ଭାରତୀୟ ଦଳ ପାଇଁ ମୋଟ 167ଟି ଦିନିକିଆ ମ୍ୟାଚ୍‌ ଖେଳି 44.1 ହାରରେ 6,793 ରନ୍ ସଂଗ୍ରହ କରିଛନ୍ତି । ସେଥିରେ 17ଟି ଶତକ ଓ 39ଟି ଅର୍ଦ୍ଧଶତକ ସାମିଲ ରହିଛି । ଟେଷ୍ଟ ଫର୍ମାଟରେ ସେ 34ଟି ମ୍ୟାଚ ଖେଳି 2315 ରନ ସଂଗ୍ରହ କରିଛନ୍ତି । ଏଥିରେ 7ଟି ଶତକ ଓ 5ଟି ଅର୍ଦ୍ଧଶତକ ରହିଛି । ଅନ୍ତର୍ଜାତୀୟ ଟି20 ଫର୍ମାଟରେ ମୋଟ 68ଟି ମ୍ୟାଚ ଖେଳି 1759 ରନ କରିଛନ୍ତି ଧାୱନ । ଏଥିରେ 11ଟି ଅର୍ଦ୍ଧଶତକ ସାମିଲ ରହିଛି । ଘରୋଇ କ୍ରିକେଟରେ ଧାୱନ 122 ରଣଜୀ ମ୍ୟାଚ୍ ଖେଳିଥିଲେ । ଏଥିରେ ସେ 44.26 ହାରରେ 25ଟି ଶତକ ଓ 29ଟି ଅର୍ଦ୍ଧଶତକ ସହିତ 8499 ରନ କରିଥିଲେ । ଲିଷ୍ଟ ଏରେ 302ଟି ମ୍ୟାଚ୍‌ ଖେଳି 20ଟି ଶତକ ଓ 67ଟି ଅର୍ଦ୍ଧଶତକ ସହ 12 ହଜାର ରନ କରିଛନ୍ତି ଧାୱନ ।

ଏହା ମଧ୍ୟ ପଢ଼ନ୍ତୁ...ଧାୱନଙ୍କ ପରେ ଖୁବଶୀଘ୍ର ଅବସର ନେବେ ଏହି 11 କ୍ରିକେଟର ! ଆଉ ନାହିଁ ସୁଯୋଗ ଆଶା - Indian Player who may retire soon

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.