ETV Bharat / sports

ଟିମ୍ ଇଣ୍ଡିଆର '3 ପିଲାର'; ରୋହିତ କହିଲେ କେମିତି ଜିତିଲେ T-20 ବିଶ୍ବକପ, 5 IPL ଟ୍ରଫି - Rohit Sharma on Indian cricket team

author img

By ETV Bharat Sports Team

Published : Aug 22, 2024, 3:40 PM IST

Updated : Aug 22, 2024, 7:50 PM IST

Rohit Sharma Indian cricket team captain revealed his 'three pillars': ଟିମ୍ ଇଣ୍ଡିଆର '3 ପିଲାର' କିଏ କିଏ ସେ ନେଇ ଖୁଲାସା କରିଛନ୍ତି ରୋହିତ । ସେ ପୁଣି କହିଛନ୍ତି କି, ମୁଁ ପୂର୍ବରୁ 5ଟି ଆଇପିଏଲ ଟ୍ରଫି ଜିତିଛି ତେଣୁ ଗୋଟିଏ ଆଇସିସି ଟ୍ରଫି ଜାତିବା ପରେ ଥମି ଯିବନି । ଅଧିକ ପଢନ୍ତୁ

ରୋହିତ ଶର୍ମା
ରୋହିତ ଶର୍ମା (ETV Bharat)

ହାଇଦ୍ରାବାଦ: ଟିମ୍ ଇଣ୍ଡିଆର ଐତିହାସିକ ଟି-20 ବିଶ୍ବକପ ବିଜୟକୁ ନେଇ ବଡ ଖୁଲାସା କରିଛନ୍ତି ଅଧିନାୟକ ରୋହିତ ଶର୍ମା । 'ମନ୍ ଇନ୍ ବ୍ଲୁ' କିପରି କାରବିଆନ ମାଟିରେ ଫଟାଫଟ କ୍ରିକେଟରେ ଧମାକା କରି 11 ବର୍ଷ ପରେ କ୍ରିକେଟ ଫ୍ୟାନ୍ସ ଓ ଦେଶବାସୀଙ୍କ ମୁଁହରେ ହସ ଫୁଟାଇଲେ ତାହା କହିଛନ୍ତି । ବିଶେଷ କରି ଏହା ପଛର ମୁଖ୍ୟ ଚରିତ୍ର କିଏ ତାର ଉନ୍ମୋଚନ କରିଛନ୍ତି ରୋହିତ । ଟିମ୍ ଇଣ୍ଡିଆ '3 ପିଲାର' କିଏ କିଏ ସେ ନେଇ ଖୁଲାସା କରିଛନ୍ତି ।

Virat Kohli, Rahul Dravid and Rohit Sharma
Virat Kohli, Rahul Dravid and Rohit Sharma (ANI)

କିଏ ଭାରତୀୟ କ୍ରିକେଟ ଟିମର '3 ପିଲାର' । ଭାରତୀୟ କ୍ରିକେଟ ଟିମର ସଫଳତା ପଛରେ ରହିଛି କି ଏମାନଙ୍କ ହାତ । କାରଣ ବୁଧବାର ରୋହିତ ଶର୍ମା ଭାରତୀୟ କ୍ରିକେଟ ବୋର୍ଡର ସଫଳତା ପାଇଁ 3 ଜଣଙ୍କୁ ଶ୍ରେୟ ଦେଇଛନ୍ତି । ଟି-20 ବିଶ୍ବକପରେ ବିଜୟ ପାଇଁ ମଧ୍ୟ ଏହି 3 ଜଣଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ରୋହିତ । ତେବେ ଏହି ସମୟରେ ଅନ୍ୟ କ୍ରିକେଟ ଖେଳୁଥିବା ଦେଶକୁ ଚେତାବନୀ ଦେଇଛନ୍ତି ରୋହିତ । ଆସନ୍ତା 2025 ଚାମ୍ପିଆନ୍ସଟ୍ରଫି ଏବଂ ଟେଷ୍ଟ ଚାମ୍ପିଆନସିପ୍ ଫାଇନାଲ ପାଇଁ ଭାରତ ପ୍ରସ୍ତୁତ ଥିବା କହିଛନ୍ତି ରୋହିତ ଶର୍ମା ।

ଏହା ବି ପଢନ୍ତୁ- ଆଫଗାନିସ୍ତାନ ଖେଳାଳିଙ୍କୁ କ୍ରିକେଟ ଶିଖେଇବେ ଟିମ୍ ଇଣ୍ଡିଆର ଏହି ପୂର୍ବତନ କୋଚ; ଜାଣନ୍ତୁ ଏହା ପଛର ଷ୍ଟ୍ରାଟେଜି-ଗେମ୍ ପ୍ଲାନ - Afghanistan Assistant Coach Sridhar

ନିକଟରେ କିଛି ମାସ ତଳେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ କ୍ରିକେଟ ଟିମ୍ କାରବିଆନ ମାଟିରେ ତ୍ରିରଙ୍ଗା ଉଡାଉ ବିଶ୍ବ ବିଜୟୀ ହୋଇଥିଲା । ଭାରତ ଦ୍ବିତୀୟ ଥର ପାଇଁ ଟି-20 ବିଶ୍ବକପ ବିଜୟୀ ହୋଇଥିବା ବେଳେ ବିଶ୍ବର 3ୟ ଟିମ୍ ହୋଇଛି ଦ୍ବିତୀୟ ଥର ଟି-20 ଟ୍ଫି ଟେକିଥିବା ଦେଶ । 2013 ପରେ ପ୍ରଥମ ଥର ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କ ପରେ ରୋହିତ ଶର୍ମା ଭାରତ ପାଇଁ ବିଶ୍ବକପ ଜିତିଛନ୍ତି । 11 ବର୍ଷ ପରେ ଭାରତ ଆଇସିସି ଟ୍ରଫି ଜିତିଥିବା ବେଳେ ଭାରତ 17 ବର୍ଷ ପରେ ଟି-20 ବିଶ୍ବକପ ଜିତିଛି ।

ତେବେ ରୋହିତ CEAT Cricket Awards କ୍ରିକେଟ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ କି, "ପୂର୍ବତନ ଭାରତୀୟ ଟିମ କୋଚ ରାହୁଲ ଦ୍ରାବିଡ, ଚୟନକର୍ତ୍ତା ଅଧ୍ୟକ୍ଷ ଅଜିତ ଅଗରକର ଏବଂ ବିସିସିଆଇ ସମ୍ପାଦକ ଜୟ ଶାହ ହେଉଛନ୍ତି ଭାରତୀୟ କ୍ରିକେଟ ଟମର 3 ମୁଖ୍ୟ ପିଲାର ।" ସେ ପୁଣି କହିଛନ୍ତି, ଟି-20 ବିଶ୍ବକପ ଜିତିବା ମୋ ସ୍ବପ୍ନ ଥିଲା । ତେବେ ମୁଁ ପୂର୍ବରୁ 5ଟି ଆଇପିଏଲ ଟ୍ରଫି ଜିତିଛି ତେଣୁ ଗୋଟିଏ ଆଇସିସି ଟ୍ରଫି ଜାତିବା ପରେ ଥମି ଯିବନି ବରଂ ଅଧିକ ଜିତିବା ପାଇଁ ଚେଷ୍ଟା କରିବି ।

Last Updated : Aug 22, 2024, 7:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.