ETV Bharat / sports

କମେଡି ଶୋ'ରେ ଇମୋସନାଲ ହେଲେ ରୋହିତ, ମନେ ପକାଇଲେ ବିଶ୍ବକପ୍‌ ପରାଜୟ ଦୁଃଖ - ROHIT SHARMA IN KAPIL SHARMA SHOW - ROHIT SHARMA IN KAPIL SHARMA SHOW

Rohit Sharma in Kapil Sharma Show: କପିଲ ଶର୍ମାଙ୍କ କମେଡି ଶୋ'ରେ ଭାବୁକ ହେଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା । ବିଶ୍ବକପ୍‌ ୨୦୨୩ ପରାଜୟକୁ ମନେ ପକାଇଲେ । ଅଧିକ ପଢ଼ନ୍ତୁ

Rohit Sharma in Kapil Sharma Show
Rohit Sharma in Kapil Sharma Show
author img

By ETV Bharat Odisha Team

Published : Apr 7, 2024, 10:39 PM IST

ହାଇଦ୍ରାବାଦ: ନେଟ୍‌ଫ୍ଲିକ୍ସରେ ନୂଆ କମେଡି ଶୋ 'ଦି ଗ୍ରେଟ୍‌ ଇଣ୍ଡିଆନ କପିଲ ଶୋ' ଆରମ୍ଭ କରି ଧମାଲ କରୁଛନ୍ତି କପିଲ ଶର୍ମା ଓ ତାଙ୍କ ଟିମ୍‌ । ଏହି ଚର୍ଚ୍ଚିତ କମେଡି ଶୋ'ର ଦ୍ବିତୀୟ ଏପିସୋଡ୍‌ରେ ଯୋଗ ଦେଇଥିଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ଶ୍ରେୟସ ଆୟର । ଏଥିରେ ରୋହିତ ଶର୍ମା ୨୦୨୩ ବିଶ୍ବକପ୍‌ ଫାଇନାଲରେ ଭାରତର ପରାଜୟ କଥା ମନେ ପକାଇ ଭାବବିହ୍ବଳ ହୋଇ ପଡ଼ିଥିଲେ । ଏହି ପରାଜୟ ପରେ ଲୋକମାନେ ଆମ ଉପରେ ରାଗିଥିବେ ବୋଲି ଅନୁଭବ କରୁଥିବା କହିଥିଲେ ରୋହିତ ଶର୍ମା । ହେଲେ ସମସ୍ତେ ବେଶ ଭଲ ପାଇବା ଓ ସମ୍ମାନ ଦେଇଥିବା କହିଲେ ହିଟ୍‌ ମ୍ୟାନ୍‌ ।

ଏହି କମେଡି ଶୋ'ରେ ସମସ୍ତଙ୍କୁ ଇମୋସନାଲ କରଦେଇଥିଲେ ଭାରତୀୟ ଅଧିନାୟକ । ୨୦୨୩ ବିଶ୍ବକପ୍‌ ପରାଜୟର ଦୁଃଖ ଏବେ ମଧ୍ୟ ଭାରତୀୟଙ୍କ ମନରୁ ଲିଭି ନାହିଁ । ସମାନ ଭାବେ ଅଧିନାୟକ ରୋହିତ ମଧ୍ୟ ଏହି ଦୁଃଖ ଭୁଲି ପାରିନାହାନ୍ତି । ୨୦୨୩ ବିଶ୍ବକପ୍‌ ଫାଇନାଲ ପରାଜୟକୁ ମନେ ପକାଇ ରୋହିତ କହିଥିଲେ, "ମ୍ୟାଚ୍‌ର ଦୁଇ ଦିନ ପୂର୍ବରୁ ଆମ ଦଳ ଅହମ୍ମଦାବାଦରେ ଥିଲା । ଆମେ ସମସ୍ତେ ବେଶ ଭଲ ଅଭ୍ୟାସ ମଧ୍ୟ କରୁଥିଲୁ । ପୂରା ଟୁର୍ଣ୍ଣାମେଣ୍ଟରେ ଆମ ଦଳ ଭଲ ପ୍ରଦର୍ଶନ କରିଥିଲା । ଫାଇନାଲ୍‌ ମ୍ୟାଚ୍‌ରେ ମଧ୍ୟ ଆମେ ଭଲ ଆରମ୍ଭ କରିଥିଲୁ । ଶୁବମନ ଗିଲ୍‌ ଶୀଘ୍ର ଆଉଟ୍‌ ହୋଇଥିଲେ ମଧ୍ୟ ବିରାଟ ଓ ମୁଁ ଏକ ଦୃଢ଼ ଭାଗିଦାରୀ ଗଠନ କରିଥିଲୁ । ଆମେ ନିଶ୍ଚିତ ଥିଲୁ ଯେ ଆମେ ଏକ ଭଲ ସ୍କୋର କରିପାରିବୁ । ହେଲେ ଆମେ ଏଥିରେ ବିଫଳ ହୋଇଥିଲୁ ।"

ଏହା ମଧ୍ୟ ପଢ଼ନ୍ତୁ...ରୋହିତ ଓ କୋହଲିଙ୍କୁ ନେଇ ଏମିତି କହିଲେ ଅଷ୍ଟ୍ରେଲିଆ ଖେଳାଳି କାମେରନ୍ - IPL 2024

ରୋହିତଙ୍କ ଏପରି କଥାରେ ସେଠାରେ ଉପସ୍ଥିତ ସମସ୍ତେ ଭାବବିହ୍ବଳ ହୋଇପଡ଼ିଥିଲେ । ଏହାପରେ ଏହି କମେଡି ଶୋ'ର ଜଜ୍‌ ଅର୍ଚ୍ଚନା ପୁରନ ସିଂ ଛିଡ଼ା ହୋଇ ରୋହିତଙ୍କ ପାଇଁ କରତାଳି ଦେଇଥିଲେ । ସେ କହିଲେ, "ଆପଣ ବିଶ୍ବକପ୍‌ ଜିତି ନାହାନ୍ତି ସତ, କିନ୍ତୁ ଆପଣ ସମସ୍ତ ଭାରତୀୟଙ୍କ ହୃଦୟ ଜିତିଛନ୍ତି ।" ଏହାପରେ ରୋହିତ ପୁଣି କହିଲେ, "ମୁଁ ଅନୁଭବ କରୁଥିଲେ ଯେ ଏହି ପରାଜୟ ପରେ ଲୋକମାନେ ଆମ ଉପରେ ରାଗିଥିବେ । ହେଲେ ତାହା ହୋଇନଥିଲା । ସମସ୍ତେ ଆମକୁ ବେଶ ଭଲ ପାଇବା ଓ ସମ୍ମାନ ଦେଇଥିଲେ । ସେଥିପାଇଁ ଆମେ କୃତଜ୍ଞ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.