ETV Bharat / sports

IPL ଖେଳିବେ ଋଷଭ ପନ୍ତ, ଫିଟନେସ ସାର୍ଟିଫିକେଟ ଦେଲା NCA

Rishabh Pant Set To Play IPL 2024: ଆଇପିଏଲ୍‌ ଖେଳିବାକୁ ଋଷଭ ପନ୍ତ ପ୍ରସ୍ତୁତ । ଫିଟନେସ ସାର୍ଟିଫିକେଟ ଦେଲା ଜାତୀୟ କ୍ରିକେଟ ଏକାଡେମୀ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Mar 11, 2024, 9:15 AM IST

Rishabh Pant
Rishabh Pant

ନୂଆଦିଲ୍ଲୀ: ଆଇପିଏଲର ଦିଲ୍ଲୀ କ୍ୟାପିଟାଲ୍ସ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଆଇପିଏଲ ସିଜିନ 17 ଖେଳିବେ ଋଷଭ ପନ୍ତ । ଦୀର୍ଘ ସମୟର ବିରତି ପରେ ପଡିଆକୁ ଓହ୍ଳାଇବେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ କ୍ରିକେଟର ତଥା ୱିକେଟ କିପର ଋଷଭ ପନ୍ତ । ସେ ସମ୍ପୂର୍ଣ୍ଣ ଫିଟ ଥିବା ଫିଟନେସ ସାର୍ଟିଫିକେଟ ଦେଇଛି ଜାତୀୟ କ୍ରିକେଟ୍ ଏକାଡେମୀ । ସେ ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ ଖେଳିବା ପାଇଁ ପୁରା ଫିଟ ଥିବା କୁହାଯାଇଛି । ଗତ ବର୍ଷ ଏପ୍ରିଲ ମାସରୁ ବେଙ୍ଗାଲୁରୁ ସ୍ଥିତ ଏନ୍‌ସିଏ ଅଧିନରେ ଥିବା ପନ୍ତଙ୍କୁ ଫିଟନେସ ସାର୍ଟିଫିକେଟ ଦିଆଯାଇଛି । 2ରୁ 3 ଦିନ ପୂର୍ବରୁ ସେ ଫିଟ ହୋଇ ଜାତୀୟ କ୍ରିକେଟ୍ ଏକାଡେମୀ ଛାଡିଥିବା ଜଣାପଡିଛି । ଏନେଇ ପନ୍ତ ନିଜେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।

ଏନ୍‌ସିଏ ପନ୍ତଙ୍କୁ ଫିଟନେସ ସାର୍ଟିଫିକେଟ ଦେଇଛି । ଚଳିତ ଆଇପିଏଲରେ ପନ୍ତ ଅଧିନାୟକ ପଦକୁ ଫେରିବେ ନା କେବଳ ଜଣେ ବ୍ୟାଟର ଭାବରେ ନଜର ଆସିବେ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପୂର୍ବରୁ ସେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିପାରନ୍ତି ବୋଲି କୁହାଯାଉଥିଲା । ମ୍ୟାଚରେ କେବଳ ସେ ବ୍ୟାଟିଂ କରିବେ କିନ୍ତୁ କିପିଂ କରିବାକୁ ତାଙ୍କୁ ଦିଆଯିବ ନାହିଁ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ସେ ଖେଳିବେ ବୋଲି ସ୍ପଷ୍ଟ କରିଥିଲେ ସୌରଭ ଗାଙ୍ଗୁଲି ।

ଏହା ମଧ୍ୟ ପଢନ୍ତୁ-ସମ୍ପୂର୍ଣ୍ଣ ଫିଟ୍‌ ହେଲେଣି ପନ୍ତ ! ଟି୨୦ ବିଶ୍ବକପ୍‌ ପାଇଁ ଅଲଗା ଯୋଜନା କରୁଛି BCCI

ଗତ ଡିସେମ୍ବର ମାସରେ ଋଷଭ ପନ୍ତ ନିଜ ଫିଟନେସକୁ ନେଇ ପ୍ରତିକ୍ରିୟା ରଖିଥିଲେ । କିଛି ମାସ ମଧ୍ୟରେ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବେ ବୋଲି କହିଥିଲେ । ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ ଖେଳିବେ ବୋଲି ଆଶା ରଖିଥିବା ମଧ୍ୟ କହିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଏନେଇ ଏକ ଭିଡିଓ ଜାରି କରାଯାଇଥିଲା । ଆଇପିଏଲ ଖେଳିବାକୁ ବହୁ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥିଲେ ପନ୍ତ । ଜିମରେ ଏକ୍ସରସାଇଜ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ସେ ସେୟାର କରିଥିଲେ । 2023 ଡିସେମ୍ବର ମାସରେ ଦିଲ୍ଲୀରୁ ରୁର୍‌କିକୁ ଯାଉଥିବା ବେଳେ ଡେରାଡୁନ୍‌ରେ ପନ୍ତଙ୍କ କାର ଦୁର୍ଘଟଣାର ଶିକାର ହୋଇଥିଲା । ଏହାପରେ ସେ ଗଭୀର ଭାବେ ଆହତ ହୋଇଥିବାରୁ ଚିକିତ୍ସା ଜାରି ରହିଥିଲା । ଦୁର୍ଘଟଣା ପରଠୁ ସେ କ୍ରିକେଟ୍‌ ଠାରୁ ଦୂରରେ ରହିଥିଲେ । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ କ୍ରିକେଟ ମୈଦାନକୁ ଓହ୍ଳାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.