ETV Bharat / sports

Ashwin IPL all time XI; ଅଶ୍ବୀନଙ୍କ ସର୍ବକାଳୀନ ଆଇପିଏଲ୍ ଟିମ; ଧୋନୀ କ୍ୟାପଟେନ୍, କୋହଲି ଓପନର, ଗେଲ-ପୋଲାର୍ଡ-ପାଣ୍ଡ୍ୟାଙ୍କୁ ମିଳିଲାନି ସ୍ଥାନ - RAVICHANDRAN ASHWIN

IPL all time playing XI : ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତାକର ସମୟରେ ଅଶ୍ବୀନ ନିଜର ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ ଟିମ୍ ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି । ଏଥରେ ଆରସିବିର ଦୁଇ ଖେଳାଳି, ମୁମ୍ବାଇ ଇଣ୍ଡିଆନ୍ସର 4 ଖେଳାଳି ଏବଂ ସିଏସକେର ଦୁଇ ଖେଳାଳି ସ୍ଥାନ ପାଇଛନ୍ତି । ଅଧିକ ପଢନ୍ତୁ

Ravichandran Ashwin
Ravichandran Ashwin (ETV Bharat)
author img

By ETV Bharat Sports Team

Published : Aug 29, 2024, 2:13 PM IST

Updated : Aug 29, 2024, 5:39 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ତାଙ୍କର ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ ଟିମ୍ ଘୋଷଣା କରିଛନ୍ତି । ଅଶ୍ୱୀନଙ୍କ ଟିମରେ ଆଇପିଏଲର ଟପ୍ କ୍ରିକେଟରଙ୍କୁ ସ୍ଥାନ ମିଳିଥିବା ବେଳେ ସବୁଠୁ ଧନୀ ଲିଗର ବିସ୍ଫୋରକ ବ୍ୟାଟର କ୍ରିସ ଗେଲ ବାଦ ପଡିଛନ୍ତି । ଏହା ସହିତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କିରଣ ପୋଲାର୍ଡ ମଧ୍ୟ ସ୍ଥାନ ପାଇନାହାଁନ୍ତି । ତେବେ ଅଶ୍ୱୀନଙ୍କ ଟିମରେ ସିଏସକେର ଦୁଇ ଭେଟେରାନ ଷ୍ଟାର ଏବଂ ଏମଆଇର 4 ତାରକା କ୍ରିକେଟର ସ୍ଥାନ ବଜାୟ ରଖିଛନ୍ତି ।

ଏହା ବି ପଢନ୍ତୁ- Virat Kohli Deepfake video; କୋହିଲଙ୍କ ଡିପ୍‌ଫେକ୍ ଭିଡିଓ ଭାଇାଲ; 'ଟିମ୍ ଇଣ୍ଡିଆରେ ଜଣେ ହିଁ ବିରାଟ କୋହଲି, ଗିଲଙ୍କୁ ସମାଲୋଚନା' - Virat Kohli Deepfake video

ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତାକର ସମୟରେ ଅଶ୍ବୀନ 1983 ବିଶ୍ବକପ ବିଜୟୀ ଟିମ୍ ସଦସ୍ୟ ଶ୍ରୀକାନ୍ତଙ୍କ ସହିତ ନିଜର ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ ଟିମ୍ ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି । 5 ଥର ଆଇପିଏଲ ଜିତିଥିବା ଅଧିନାୟକ ରୋହିତ ଶର୍ମା ଏବଂ ସର୍ବାଧିକ ରନ ସ୍କୋରର ବିରୋଟ କୋହଲିଙ୍କୁ ଓପନର ବାଛିଛନ୍ତି ଅଶ୍ବୀନ । ଏହା ପରେ 3 ନମ୍ବର ସ୍ଥାନ ଯାଇଛି 'ମିଷ୍ଟର ଆଇପିଏଲ' ସୁରେଶ ରାଇନାଙ୍କୁ । କାରଣ ରାଇନାଙ୍କ ଦମଦାର ଏବଂ ବିସ୍ଫୋରକ ଇନିଂସ ପାଇଁ 4 ଥର ଆଇପିଏଲ ଚମ୍ପିଆନ ହୋଇଛି ସିଏସକେ ।

ଏହା ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ଯାଇଛି 4ର୍ଥ ସ୍ଥାନ । ପଞ୍ଚମ ସ୍ଥାନ ନେଇଛନ୍ତି ଆରସିବି ଷ୍ଟାର ଏବି ଡିଭିଲର୍ସ । ପରେ ମହେନ୍ଦ୍ର ସିଂ ଧୋନୀ ଅଧିନାୟକ । ଏହା ପଛକୁ ରହଛନ୍ତି ସୁନିଲ ନାରେନ ଏବଂ ରସିଦ ଖାନ । ପେସ ବୋଲିଂ ଆଟାକରେ ରହିଛନ୍ତି ଯଶପ୍ରୀତ ବୁମରା, ଲସିଥ ମାଲିଙ୍ଗା ଏବଂ ଭୁବନେଶ୍ବର କୁମାର ।

ରବିଚନ୍ଦ୍ରନ ଅଶ୍ୱୀନଙ୍କ ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ ଟିମ୍- IPL XI

ରୋହିତ ଶର୍ମା, ବିରାଟ କୋହଲି, ସୁରେଶ ରାଇନା, ସୂର୍ଯ୍ୟକୁମାର ଯାଦବ, ଏବି ଡିଭିଲର୍ସ, ଏମଏସ ଧୋନୀ (କ୍ୟାପଟେନ-ଓ୍ବିକେଟ କିପର), ସୁନିଲ ନାରେନ, ରସିଦ ଖାନ, ଭୁବନେଶ୍ବର କୁମାର, ଯଶପ୍ରୀତ ବୁମରା, ଲସିଥ ମାଲିଙ୍ଗା ।

Last Updated : Aug 29, 2024, 5:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.