ETV Bharat / sports

ରାହୁଲ ଗାନ୍ଧୀଙ୍କ ଟାର୍ଗେଟରେ ଆଇସିସି ଅଧ୍ୟକ୍ଷ ଜୟ ଶାହ; କହଲେ 'ଯିଏ ଦିନେ ହେଲେ ବ୍ୟାଟ୍‌ ଧରିନି...' - Rahul Gandhi on Jay Shah

author img

By ETV Bharat Sports Team

Published : Sep 4, 2024, 4:37 PM IST

Rahul Gandhi on Jay Shah : ବିସିସିଆଇ ସଚିବ ଜୟ ଶାହ ଆଇସିସି ଚେୟାରମ୍ୟାନ୍ ହେବା ପ୍ରସଙ୍ଗରେ ତେଜିଛି ରାଜନୀତି । ଜୟଙ୍କ ନାଁ ନନେଇ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଅଧିକ ପଢ଼ନ୍ତୁ

Rahul Gandhi and Jay Shah
Rahul Gandhi and Jay Shah (IANS and ANI Photos)

ନୂଆଦିଲ୍ଲୀ : ନିକଟରେ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହ ଆଇସିସିର ଚେୟାରମ୍ୟାନ୍ ଭାବେ ନିର୍ବାଚିତ ହୋଇଛନ୍ତି । ଜୟ ଶାହ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଅଧ୍ୟକ୍ଷ ହେବା ପରେ ଲୋକସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ରାହୁଲ ଗାନ୍ଧୀ ଜମ୍ମୁ କାଶ୍ମୀରର ଅନନ୍ତନାଗଠାରେ ଏକ ନିର୍ବାଚନୀ ସଭାକୁ ଉଦ୍‌ବୋଧନ ଦେବା ସମୟରେ ନାଁ ନନେଇ ଜୟ ଶାହଙ୍କ ଉପରେ ମଧ୍ୟ ଜୋରଦାର ଆକ୍ରମଣ କରିଛନ୍ତି ।

ଜୟ ଶାହ ଟାର୍ଗେଟ କଲେ ରାହୁଲ :-

ରାହୁଲ ଗାନ୍ଧୀ ଏହି ନିର୍ବାଚନୀ ରାଲିରେ କହିଛନ୍ତି, "ସମସ୍ତ ସୁବିଧା ଏବଂ ଦେଶର ସମସ୍ତ ବ୍ୟବସାୟ କେବଳ 3-4 ଜଣଙ୍କୁ ହିଁ ମିଳୁଛି । ଅମିତ ଶାହଙ୍କ ପୁଅ କେବେ ବି କ୍ରିକେଟ୍ ବ୍ୟାଟ୍ ଉଠାଇ ନାହାଁନ୍ତି, କିନ୍ତୁ କ୍ରିକେଟ୍ ଅଧ୍ୟକ୍ଷ ହୋଇଛନ୍ତି । 6-7 ଜଣ ଲୋକ ଦେଶ ଚଳାଉଛନ୍ତି ଏବଂ ଭାବୁଛନ୍ତି ଯେ ଭାରତ, ଜାମ୍ମୁ କାଶ୍ମୀର ତଥା ଅନ୍ୟ ରାଜ୍ୟର ଲୋକେ ନୀରବ ରହିବେ ।" କଂଗ୍ରେସ ଏହାର ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍ 'X'ରେ କିଛି ସେକେଣ୍ଡର ଏକ ଭିଡିଓ ଜାରି କରିଛି । ଯେଉଁଥିରେ ଜୟ ଶାହ ଆଇସିସି ଅଧ୍ୟକ୍ଷ ହେବା ଉପରେ ରାହୁଲ ଗାନ୍ଧୀ ଆକ୍ରମଣାତ୍ମକ ଉଦ୍‌ବୋଧନ ଦେଉଥିବା ଦେଖିବାକୁ ମିଳିଛି । ପ୍ରକାଶ ଥାଉ, ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ତଥା ବିସିସିଆଇ ସଚିବ ଥିବା ଜୟ ଶାହ ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । 2019ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ବିସିସିଆଇର ସଚିବ ଥିଲେ ।

ପରୋକ୍ଷରେ ସମାଲୋଚନା କରିଥିଲେ ମମତା :-

ଏହାପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଜୟ ଶାହଙ୍କ ଆଇସିସି ଅଧ୍ୟକ୍ଷ ହେବା ପ୍ରସଙ୍ଗରେ ପରୋକ୍ଷରେ ତାଙ୍କ ବାପା ତଥା ଦେଶର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଆଟାକ୍‌ କରିଥିଲେ । ନିଜ 'ଏକ୍ସ' ହ୍ୟାଣ୍ଡେଲରେ ସେ ଲେଖିଥିଲେ, 'ଅଭିନନ୍ଦନ କେନ୍ଦ୍ର ଗୃହମନ୍ତ୍ରୀ, ଆପଣଙ୍କ ପୁଅ ରାଜନେତା ହୋଇନାହାଁନ୍ତି, ବରଂ ଆଇସିସିର ଚେୟାରମ୍ୟାନ୍ ହୋଇଛନ୍ତି । ଏହା ଏଭଳି ଏକ ପଦବୀ, ଯାହା ଅଧିକାଂଶ ରାଜନେତାଙ୍କ ପଦ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କ ପୁଅ ପ୍ରକୃତରେ ବହୁତ ଶକ୍ତିଶାଳୀ ହୋଇଛନ୍ତି ଏବଂ ମୁଁ ତାଙ୍କର ସର୍ବଶ୍ରେଷ୍ଠ ସଫଳତା ପାଇଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି ।'

ଆଇସିସି ଅଧ୍ୟକ୍ଷ ହୋଇଛନ୍ତି ଜୟ ଶାହ :-

2019ରୁ ବିସିସିଆଇ ସଚିବ ଥିବା ଜୟ ଶାହାଙ୍କୁ ଆଇସିସି ଚେୟାରମ୍ୟାନ ହେବା ପାଇଁ 16ଟି କ୍ରିକେଟ୍ ବୋର୍ଡ ମଧ୍ୟରୁ 9 ଜଣଙ୍କ ସମର୍ଥନ ଆବଶ୍ୟକ ଥିଲା । ହେଲେ ରିପୋର୍ଟ ଅନୁଯାୟୀ ଶାହଙ୍କୁ 15 ବୋର୍ଡର ସମର୍ଥନ ମିଳିଥିବାବେଳେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏହାକୁ ବିରୋଧ କରିନଥିଲା କିମ୍ବା ସମର୍ଥନ କରିନଥିଲା । ଏଭଳି ପରିସ୍ଥିତିରେ ସେ ଅପ୍ରତିଦ୍ବନ୍ଦ୍ବୀ ଭାବେ ଆଇସିସିର ଚେୟାରମ୍ୟାନ୍ ଭାବରେ ନିର୍ବାଚିତ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.