ETV Bharat / sports

15 ଟଙ୍କାରେ ବି ମ୍ୟାଚ୍‌ ଟିକେଟ କିଣିଲେନି ପାକିସ୍ତାନୀ; ଶେଷରେ ଫ୍ରି-ଏଣ୍ଟ୍ରି ଦେଲା PCB - PCB Announce Free Ticket - PCB ANNOUNCE FREE TICKET

PCB Announce Free Ticket : ବାଂଲାଦେଶ ବନାମ ପାକିସ୍ତାନ ଟେଷ୍ଟ ମ୍ୟାଚ୍‌ ଦେଖିବାକୁ 15 ଟଙ୍କା ଦେଇ ଟିକେଟ କିଣିଲେନି ପାକିସ୍ତାନୀ ଦର୍ଶକ । ଶେଷରେ ଫ୍ରି-ଏଣ୍ଟ୍ରି ଘୋଷଣା କରିଛି ପିସିବି । ଅଧିକ ପଢ଼ନ୍ତୁ

PCB Announce Free Ticket
PCB Announce Free Ticket (AP Photo)
author img

By ETV Bharat Sports Team

Published : Aug 24, 2024, 1:14 PM IST

ନୂଆଦିଲ୍ଲୀ : ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି ଟେଷ୍ଟ ସିରିଜ । ଅନ୍ୟପଟେ ଚାମ୍ପିୟନ୍ସ ଟ୍ରଫି 2025 ପାଇଁ ମଧ୍ୟ ଜୋରଦାର ପ୍ରସ୍ତୁତି ଚଳାଇଛି ପାକିସ୍ତାନ କ୍ରିକେଟ ବୋର୍ଡ । ହେଲେ ଏହାରି ଭିତରେ ବୋର୍ଡର ଗୋଟିଏ ପରେ ଗୋଟିଏ ଶୋଚନୀୟ ସ୍ଥିତି ସାମ୍ନାକୁ ଆସିବାରେ ଲାଗିଛି । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଦେଖିବାକୁ ଆସୁନାହାନ୍ତି ଦର୍ଶକ । ଏଥିପାଇଁ ପିସିବି ଏହି ମ୍ୟାଚର ଟିକେଟ୍‌ ମୂଲ୍ୟ ବହୁତ କମ ରଖିଛି, ଏହାସତ୍ତ୍ବେ ପ୍ରଶଂସକମାନେ କ୍ରିକେଟ୍ ଦେଖିବାକୁ ଆସିଲେ ନାହିଁ । ଶେଷରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏକ ଏକ ବଡ଼ ପଦକ୍ଷେପ ନେଇଛି ।

ଫ୍ରି-ଏଣ୍ଟ୍ରି ଘୋଷଣା କଲା ପିସିବି :-

ବାଂଲାଦେଶ ବିପକ୍ଷ ଟେଷ୍ଟର ଶେଷ ଦୁଇ ଦିନ ମ୍ୟାଚ୍ ଦେଖିବା ପାଇଁ PCB ଏହାର ସମସ୍ତ ଦର୍ଶକଙ୍କ ପାଇଁ ମାଗଣା ପ୍ରବେଶ ଘୋଷଣା କରିଛି । ଯଦିଓ ବୋର୍ଡ ଦ୍ବାରା ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତିରେ, ମାଗଣା ଟିକେଟ୍ ହେବାର କାରଣ ସପ୍ତାହାନ୍ତ (ୱିକେଣ୍ଡ) ବୋଲି କୁହାଯାଇଛି, ହେଲେ କ୍ରମାଗତ ଭାବେ ଦର୍ଶକମାନେ ମ୍ୟାଚ୍‌ ଦେଖିବାକୁ ନଆସିବାରୁ ପିସିବି ଏହି ଘୋଷଣା କରିଛି । ଯାହାଦ୍ବାରା ବାଂଲାଦେଶ ବନାମ ପାକିସ୍ତାନ ମ୍ୟାଚରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ହୋଇପାରିବ ।

15 ଟଙ୍କା ଦେଇ ବି ଟିକେଟ କିଣୁନାହାନ୍ତି ଲୋକେ :-

ପାକିସ୍ତାନ କ୍ରିକେଟ ବୋର୍ଡ ଜାରି କରିଥିବା ଏକ ପ୍ରେସ ବିଜ୍ଞପ୍ତି ଅନୁସାରେ, ସପ୍ତାହ ଶେଷ ଅବସରରେ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ପାଇଁ ମାଗଣା ଟିକେଟ୍ ଘୋଷଣା କରାଯାଇଛି, ଯାହାଫଳରେ ସେମାନେ କ୍ରିକେଟରଙ୍କୁ ସମର୍ଥନ କରିବାକୁ ଆସିପାରିବେ । ଯେଉଁମାନେ ଶେଷ 2 ଦିନ ପାଇଁ ଟିକେଟ୍ କିଣି ସାରିଛନ୍ତି, ସେମାନେ ଟଙ୍କା ଫେରସ୍ତ ପାଇବେ । ପ୍ରକାଶ ଥାଉ, ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ଟେଷ୍ଟ ମ୍ୟାଚ୍‌ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଟିକେଟ ମୂଲ୍ୟ 50 (ପାକିସ୍ତାନୀ) ଟଙ୍କା ରଖିଛି, ଯାହା ଭାରତରେ 15 ଟଙ୍କା ସହିତ ସମାନ । ଏତେ କମ୍ ମୂଲ୍ୟ ସତ୍ତ୍ୱେ ପ୍ରଶଂସକମାନେ ମ୍ୟାଚ୍ ଦେଖିବାକୁ ଟିକେଟ କିଣି ନଆସିବାରୁ ଶେଷରେ ସମସ୍ତଙ୍କ ପାଇଁ ମାଗଣା ମ୍ୟାଚ୍‌ ଦେଖିବା ସୁବିଧା ଉପଲବ୍ଧ କରିଛି ପିସିବି ।

ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବ ପାକିସ୍ତାନ :-

ଏଠାରେ ଉଲ୍ଲେଖଯୋଗ୍ୟ, ଚାମ୍ପିୟନ୍ସ ଟ୍ରଫି 2025 ଆସନ୍ତା ବର୍ଷ ଆରମ୍ଭରେ ପାକିସ୍ତାନରେ ଖେଳାଯିବ । ଏଥିପାଇଁ ପାକିସ୍ତାନରେ ବିଭିନ୍ନ କ୍ରିକେଟ ଷ୍ଟାଡିୟମର ନବୀକରଣ କାର୍ଯ୍ୟ ଜୋରସୋରରେ ଚାଲିଛି । PCB ଏଥିପାଇଁ ଭଡାରେ ଫ୍ଲଡଲାଇଟ୍ ନେଉଛି, ଏହା ବ୍ୟତୀତ ପାୱାର କଟ୍‌ ସମୟରେ ମ୍ୟାଚ୍‌ ପ୍ରଭାବିତ ନହେବା ପାଇଁ ବର୍ଷେ ପାଇଁ ଭଡାରେ ଜେନେରେଟର ମଧ୍ୟ ନେବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ କ୍ରିକେଟ ବୋର୍ଡ । କିଛିଦିନ ପୂର୍ବରୁ ନିଜେ ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ମୋହସିନ୍ ନକଭି ପାକିସ୍ତାନରେ ଆଇସିସି ମାନଦଣ୍ଡ ଅନୁଯାୟୀ ଷ୍ଟାଡିୟମ ନାହିଁ ବୋଲି ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ନା ବସିବାକୁ ଅଛି ଚେୟାର ନା ଅଛି ୱାଶରୁମ; କେମିତି ଆୟୋଜନ ହେବ ଚାମ୍ପିୟନ୍ସ ଟ୍ରଫି ? - Champions Trophy 2025

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.