ETV Bharat / sports

ଇତିହାସ ରଚିଲେ ଶ୍ରୀଲଙ୍କା କ୍ରିକେଟର ପଥୁମ ନିଶଙ୍କା, ପଛରେ ପଡ଼ିଲେ ମହାନ କ୍ରିକେଟର

author img

By ETV Bharat Odisha Team

Published : Feb 9, 2024, 11:06 PM IST

Pathum Nissanka ODI Double Century: ଆଫଗାନିସ୍ତାନ ବିପକ୍ଷରେ ଶ୍ରୀଲଙ୍କା ବ୍ୟାଟର ପଥୁମ ନିଶଙ୍କାଙ୍କ ଦ୍ବିଶତକୀୟ ପାଳି । ପ୍ରଥମ ଶ୍ରୀଲଙ୍କା କ୍ରିକେଟର ଭାବେ ଅର୍ଜିଲେ ଦିନିକିଆ ଦ୍ବିଶତକ । ଭାଙ୍ଗିଲେ ବଡ଼ ବଡ଼ କ୍ରିକେଟରଙ୍କ ରେକର୍ଡ । ଅଧିକ ପଢ଼ନ୍ତୁ

ଇତିହାସ ରଚିଲେ ଶ୍ରୀଲଙ୍କା କ୍ରିକେଟର ପଥୁମ ନିଶଙ୍କା

ପାଲେକଲ୍‌ (ଶ୍ରୀଲଙ୍କା): ଶ୍ରୀଲଙ୍କାର ଷ୍ଟାର କ୍ରିକେଟର ପଥୁମ ନିଶଙ୍କା ରଚିଲେ ଇତିହାସ । ପ୍ରଥମ ଶ୍ରୀଲଙ୍କା କ୍ରିକେଟର ଭାବେ ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ଦ୍ବିଶତକ । ଶୁକ୍ରବାର (ଫେବୃଆରୀ 9) ଶ୍ରୀଲଙ୍କାର ପାଲେକଲ୍‌ରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ଦିନିକିଆ ମ୍ୟାଚ୍‌ରେ ଧୂଆଁଧାର ବ୍ୟାଟିଂ କରିଥିଲେ ପଥୁମ । କେବଳ 139 ବଲରେ ସେ 210 ରନ କରି ପାଳିରେ ଅପରାଜିତ ରହିଥିଲେ । ଏହି ରେକର୍ଡ ସହ ସେ ଅନେକ ବଡ଼ ବଡ଼ କ୍ରିକେଟରଙ୍କ ରେକର୍ଡ ଭାଙ୍ଗି ଆଗକୁ ଆସିଛନ୍ତି ।

ଦିନିକିଆ କ୍ରିକେଟ୍‌ରେ ଶ୍ରୀଲଙ୍କା ପାଇଁ ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ସନଥ ଜୟସୁରିୟା ସର୍ବାଧିକ ବ୍ୟକ୍ତିଗତ ରନ କରିଥିଲେ । 2000 ମସିହାରେ ଶାରଜାହ କ୍ରିକେଟ୍‌ ଷ୍ଟାଡିୟମରେ ଭାରତ ବିପକ୍ଷରେ 189 ରନର ପାଳି ଖେଳିଥିଲେ ଜୟସୁରିୟା । ଏହା ଗୋଟିଏ ମ୍ୟାଚ୍‌ରେ ଶ୍ରୀଲଙ୍କା ପାଇଁ ସର୍ବାଧିକ ବ୍ୟକ୍ତିଗତ ରନ ସଂଗ୍ରହ କରିଥିବା ରେକର୍ଡ ହୋଇ ରହିଥିଲା । ହେଲେ 25 ବର୍ଷୀୟ ପଥୁମ ନିଶଙ୍କା ଆଫଗାନିସ୍ତାନ ବିପକ୍ଷରେ ଏହି ଦ୍ବିଶତକୀୟ ପାଳି ଖେଳି ଜୟସୁରିୟାଙ୍କୁ ପଛରେ ପକାଇଛନ୍ତି । ଭାରତ ଓ ଅଷ୍ଟ୍ରେଲିଆ ସମେତ ଅନ୍ୟ ଦେଶର ଅନେକ ଖେଳାଳୀ ଆଗରୁ ଦ୍ବିଶତକ ହାସଲ କରିଛନ୍ତି । ହେଲେ ଶ୍ରୀଲଙ୍କା ଭଳି ଦଳର କୌଣସି ଖେଳାଳି ପୂର୍ବରୁ ଦ୍ବିଶତକ ହାସଲ କରିବାର ରେକର୍ଡ କରିପାରିନଥିଲେ । ହେଲେ ଆଫଗାନିସ୍ତାନ ବିପକ୍ଷରେ ଏହି ବିରାଟ ପାଳି ଖେଳି ନିଜ ଦଳ ଉପରୁ ଏହି କଳଙ୍କ ହଟାଇଛନ୍ତି ପଥୁମ ।

ଏହା ମଧ୍ୟ ପଢ଼ନ୍ତୁ...ODI କ୍ରିକେଟର ଅଫ୍‌ ଦି ଇୟର, ଦ୍ବିତୀୟ ଥର ଜିତିଲେ କିଙ୍ଗ କୋହଲି

ମ୍ୟାଚ୍‌ ଜିତିଲା ଶ୍ରୀଲଙ୍କା: ନିଶଙ୍କାଙ୍କ ଏହି ଶ୍ରେଷ୍ଠ ବ୍ୟାଟିଂ ଯୋଗୁଁ ଆଜି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ 50 ଓଭରରେ କେବଳ 3 ୱିକେଟ୍‌ ହରାଇ 381 ରନ କରିଥିଲା । 382 ରନର ବିଶାଳ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଆଫଗାନିସ୍ତାନ ଜମବରଦସ୍ତ ଫାଇଟ୍‌ କରିଥିଲେ ମଧ୍ୟ 42 ରନ ପଛରେ ରହିଯାଇଥିଲା । ଦଳ ପକ୍ଷରୁ ଆଜମତୁଲ୍ଲା ଓମାରଜାଇ 115 ବଲରୁ 149 ରନ ମାରି ଅପରାଜିତ ରହିଥିଲେ ହେଁ ସେ ଏକାକୀ ଦଳକୁ ମ୍ୟାଚ୍‌ ଜିତାଇ ପାରିନଥିଲେ । ଅଭିଜ୍ଞ ଅଲରାଉଣ୍ଡର ମହମ୍ମଦ ନବୀ 130 ବଲରୁ 136 ରନର ପାଳି ଖେଳି ଆଉଟ୍‌ ହୋଇଯିବା ପରେ ଦଳ ପରାଜୟର ସମ୍ମୁଖୀନ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଦ୍ୱିତୀୟ ଟେଷ୍ଟରେ ଜୟସ୍ୱାଲଙ୍କ ଜଲୱା; ହାସଲ କଲେ ଦ୍ୱିଶତକ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.