ETV Bharat / sports

ପ୍ୟାରିସ ପାରାଲିମ୍ପିକ୍ସରୁ ଭାରତକୁ 5ମ ପଦକ; ଶୁଟିଂରେ ବ୍ରୋଞ୍ଜ ଜିତିଲେ ରୁବିନା ଫ୍ରାନ୍ସିସ - Paris Paralympics 2024

author img

By ETV Bharat Sports Team

Published : Aug 31, 2024, 7:21 PM IST

Paris Paralympics 2024 : ପ୍ୟାରିସ ପାରାଲିମ୍ପିକ୍ସ 2024ରେ ଶୁଟିଂରେ ବ୍ରୋଞ୍ଜ ଜିତିଲେ ରୁବିନା ଫ୍ରାନ୍ସିସ । ଭାରତକୁ ମିଳିଲା 5ମ ପଦକ । ଅଧିକ ପଢ଼ନ୍ତୁ

Rubina Francis
Rubina Francis (ETV Bharat)

ପ୍ୟାରିସ (ଫ୍ରାନ୍ସ) : ପ୍ୟାରିସ ପାରାଲିମ୍ପିକ୍ସ 2024ରୁ ଭାରତକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ପଦକ । ଶୁକ୍ରବାର ଗୋଟିଏ ଦିନରେ 4ଟି ପଦକ ଆସିବା ପରେ ଆଜି ଭାରତ ପାଇଁ 5ମ ପଦକ ଜିତିଛନ୍ତି ରୁବିନା ଫ୍ରାନ୍ସିସ । 10 ମିଟର ଏୟାର ପିସ୍ତଲ (SH-1) ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି ରୁବିନା । ଭାରତ ବର୍ତ୍ତମାନ ସୁଦ୍ଧା ପ୍ୟାରିସ ପାରାଲିମ୍ପିକ୍ସ 2024ରେ ଜିତିଥିବା 5ଟି ପଦକ ମଧ୍ୟରୁ କେବଳ ଶୁଟିଂରେ ଏହା ହେଉଛି 4ର୍ଥ ପଦକ ।

ପିସ୍ତଲ ଇଭେଣ୍ଟରେ ଭାରତକୁ ପ୍ରଥମ ପଦକ :-

10 ମିଟର ଏୟାର ପିସ୍ତଲ (SH-1) ଇଭେଣ୍ଟରେ ଭାରତର ଷ୍ଟାର ପାରା ଶୁଟର ରୁବିନା ଫ୍ରାନ୍ସିସ ଆରମ୍ଭରୁ ବେଶ ଭଲ ଆରମ୍ଭ କରିଥିଲେ । ହେଲେ ମଧ୍ୟ ଭାଗରେ କିଛି ଶଟ୍‌ରେ ସେ ଲୟରୁ ଦୂରକୁ ଚାଲିଯାଇଥିଲେ । ସଠିକ ଭାବେ ଲକ୍ଷ୍ୟ ଭେଦ କରିନପାରିବାରୁ ସେ 4ର୍ଥ ସ୍ଥାନକୁ ଖସି ଯାଇଥିଲେ । ପରବର୍ତ୍ତୀ ସମୟରେ ସେ ଦମଦାର କମ୍‌ବ୍ୟାକ୍‌ କରି ନିଜ ଲୟକୁ ଫେରିଥିଲେ । ଆଜିର ମ୍ୟାଚ୍‌ରେ ସେ ମୋଟ 211.1 ପଏଣ୍ଟ ସ୍କୋର କରି ଭାରତ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହା ସହିତ ସେ ପିସ୍ତଲ ଇଭେଣ୍ଟରେ ପ୍ରଥମ ଭାରତୀୟ ପାରା ଶୁଟର ଭାବେ ଏହି ପାରାଲିମ୍ପିକ୍ସରେ ମେଡାଲ ଜିତିଛନ୍ତି । ତାଙ୍କ ପୂର୍ବରୁ ଗତକାଲି ଶୁଟିଂରେ ଅବନୀ ଲେଖରା ଗୋଲ୍ଡ ଓ ମୋନା ଅଗ୍ରୱାଲ ବ୍ରୋଞ୍ଜ ପଦକ ହାସଲ କରିଥିଲେ ମଧ୍ୟ ଉଭୟ 10 ମିଟର ଏୟାର ରାଇଫଲ (SH-1) ଇଭେଣ୍ଟରେ ପଦକ ହାସଲ କରିଥିଲେ ।

ପାରାଲିମ୍ପିକ୍ସ 2024ରେ ଭାରତକୁ 5ମ ପଦକ :-

10 ମିଟର ଏୟାର ପିସ୍ତଲ (SH-1) ଇଭେଣ୍ଟରେ ବ୍ରୋଞ୍ଜ ପଦକ ଦେଇଥିବା ରୁବିନା ଫ୍ରାନ୍ସିସ ଚଳିତ ପ୍ୟାରିସ ପାରାଲିମ୍ପିକ୍ସ 2024ରେ ଭାରତ ପାଇଁ 5ମ ପଦକ ହାସଲ କରିଛନ୍ତି । ଏହା ପୂର୍ବରୁ ଶୁକ୍ରବାର ଗୋଟିଏ ଦିନରେ ଭାରତ ପାଇଁ 4ଟି ପଦକ ଜିତିଥିଲେ ଦେଶର ଷ୍ଟାର ପାରା ଆଥଲେଟ । 10 ମିଟର ଏୟାର ରାଇଫଲ (SH-1) ଇଭେଣ୍ଟରେ ଅବନୀ ଲାଖରା ଗୋଲ୍ଡ ଓ ମୋନା ଅଗ୍ରୱାଲ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏହାପରେ ମହିଳା 100 ମିଟର T35ରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତି ଦେଶକୁ ତୃତୀୟ ପଦକ ଭେଟି ଦେଇଥିଲେ ପ୍ରୀତି ପାଲ । ପୁରୁଷ 10 ମିଟର ଏୟାର ପିସ୍ତଲ (SH1) ଇଭେଣ୍ଟରେ ମନୀଷ ନରୱାଲ ଦେଶ ପାଇଁ ଏକମାତ୍ର ରୌପ୍ୟ ପଦକ ଜିତିଥିଲେ । ଯାହା ଏହି ଗୋଟିଏ ଦିନର 4ର୍ଥ ପଦକ ଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ପାରାଲିମ୍ପିକ୍ସରେ ଭାରତକୁ ବ୍ୟାକ୍‌ ଟୁ ବ୍ୟାକ୍‌ ମେଡାଲ; ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ଅବନି ଲେଖରା - Paris Paralympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.