ETV Bharat / sports

Paris Olympics2024; କୁସ୍ତିରେ ଆସିଲା ପ୍ରଥମ ମେଡାଲ, ସର୍ବକନିଷ୍ଠ ଖେଳାଳି ଭାବେ ବ୍ରୋଞ୍ଜ ଜିତିଲେ ଅମନ - Paris Olympics 2024

author img

By ETV Bharat Sports Team

Published : Aug 10, 2024, 6:22 AM IST

Updated : Aug 10, 2024, 7:29 AM IST

Paris Olympics 2024: ଚଳିତ ଅଲିମ୍ପିକ୍ସରେ କୁସ୍ତିରେ ଆସିଲା ପ୍ରଥମ ପଦକ । ପୁରୁଷ ଫ୍ରିଷ୍ଟାଇଲ 57 କେଜି ବର୍ଗରେ ବ୍ରୋଞ୍ଜ ପଦକ ଜିତିଲେ ଅମନ ସେରାଓ୍ବାତ । ଅଲିମ୍ପିକ୍ସ ମେଡାଲ ଜିତିବାରେ ଦେଶର ସର୍ବକନିଷ୍ଠ ଖେଳାଳି ଅମନ । ଅଧିକ ପଢନ୍ତୁ

Etv Bharat
Etv Bharat (IANS PHOTOS)

ପ୍ୟାରିସ (ଫ୍ରାନ୍ସ): ଅଲିମ୍ପିକ୍ସରେ ଭାରତକୁ ମିଳିଲା ଷଷ୍ଠ ପଦକ । କୁସ୍ତିରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଲେ କୁସ୍ତି ଯୋଦ୍ଧା ଅମନ ସେରାଓ୍ବାତ । ପ୍ରଥମ ଥର ଅଲିମ୍ପିକ୍ସରେ ଡେବ୍ୟୁ କରି ଦେଶକୁ ପଦକ ଭେଟି ଦେଇଛନ୍ତି ସେ । ଅଲିମ୍ପିକ୍ସରେ ପଦକ ହାସଲ କରିବାରେ ସର୍ବକନିଷ୍ଠ ଆଥଲେଟ ହେଉଛନ୍ତି ଅମନ । ପୁରୁଷ ଫ୍ରିଷ୍ଟାଇଲ 57 କେଜି ବର୍ଗରେ ସେ ପୁଏରଟୋରିକୋର ଡାରିଆନ କ୍ରୁଜଙ୍କୁ 13-5ରେ ପରାସ୍ତ କରି ମେଡାଲ ହାସଲ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Paris Olympics 2024
Paris Olympics 2024 (ETV BHARAT ODISHA)

ଅମନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା: ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁସ୍ତି ଯୋଦ୍ଧା ଅମନ ସେରାଓ୍ବାତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ମୋଦି ଲେଖିଛନ୍ତି, "ଆମର କୁସ୍ତି ଯୋଦ୍ଧାଙ୍କ ପାଇଁ ଦେଶର ଗୌରବ ବୃଦ୍ଧି ପାଇଛି । ପ୍ୟାରିସ୍ ଅଲିମ୍ପିକ୍ସରେ ପୁରୁଷ ଫ୍ରିଷ୍ଟାଇଲ୍ 57 କିଲୋଗ୍ରାମରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅମନଙ୍କୁ ଅଭିନନ୍ଦନ । ତାଙ୍କର ନିଷ୍ଠା ଏବଂ ପରିଶ୍ରମ ସ୍ପଷ୍ଟ ଭାବରେ ଝଲକୁଛି । ତାଙ୍କର ବିଜୟ ଖୁସିରେ ସାରା ଦେଶ ଉତ୍ସବ ମନାଉଛି । ''

ଏହା ମଧ୍ୟ ପଢନ୍ତୁ-10ବର୍ଷ ବୟସରେ ବାପା ମା’ଙ୍କୁ ହରାଇଥିଲେ, 21ବର୍ଷରେ ଜିତିଲେ ଅଲିମ୍ପିକ୍ସ ମେଡାଲ, ଜାଣନ୍ତୁ କୁସ୍ତିଯୋଦ୍ଧା ଅମନଙ୍କ ପ୍ରେରଣାଦାୟୀ କାହାଣୀ - Aman Sehrawat wrestling career

ଅଲିମ୍ପିକ୍ସ ପଦକ ଜିତିବାରେ ସର୍ବକନିଷ୍ଠ ଅମନ: ଦେଶର ସର୍ବକନିଷ୍ଠ ଖେଳାଳି ଭାବେ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି ଅମନ । ମାତ୍ର 21 ବର୍ଷ ବୟସରେ ସେ ବ୍ରୋଞ୍ଜ ପଦକ ହାସଲ କରି ଦେଶକୁ ଗର୍ବିତ କରାଇଛନ୍ତି । 2016 ରିଓ ଅଲିମ୍ପିକ୍ସରେ ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ ସର୍ବକନିଷ୍ଠ ଭାବେ ପଦକ ଜିତିଥିଲେ । ସେତେବେଳେ ତାଙ୍କୁ 21 ବର୍ଷ 4 ମାସ ହୋଇଥିଲା । ଅମନଙ୍କୁ 21 ବର୍ଷ 24 ଦିନ ହୋଇଥିବା ବେଳେ ମେଡାଲ ଜିତିଛନ୍ତି ।

ଡେବ୍ୟୁଟାଣ୍ଟ ଭାବେ ଜିତିଲେ ପଦକ: ପ୍ରଥମ ଥର ଅଲିମ୍ପିକ୍ସ ଖେଳି ମେଡାଲ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଅମନ ସେରାଓ୍ବାତ । ଚଳିତ ଅଲିମ୍ପିକ୍ସରେ ତୃତୀୟ ଡେବ୍ୟୁଟାଣ୍ଟ ଭାବେ ସେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହାପୂର୍ବରୁ ଡେବ୍ୟୁଟାଣ୍ଟ ଭାବେ ସ୍ବପ୍ନୀଲ କୁସାଲେ 50 ମିଟର ରାଇଫଲ 3 ପୋଜିସନ ବ୍ୟକ୍ତିଗତ ପୁରୁଷ ସୁଟିଂ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେହିପରି 10 ମିଟର ଏୟାର ପିସ୍ତଲ ଯୁଗଳ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ ସରବଜୋତ ସିଂହ ।

ଏମିତିଥିଲା ଅମନଙ୍କ ପ୍ରଦର୍ଶନ: ପୁରୁଷ ଫ୍ରିଷ୍ଟାଇଲ 57 କେଜି ବର୍ଗରେ ଆରମ୍ଭରୁ ଆକ୍ରମକ ପ୍ରଦର୍ଶନ କରିଥିଲେ ଅମନ । ପ୍ରଥମ ରାଉଣ୍ଡରେ 6-4ରେ ଆଗୁଆ ରହିଥିଲେ। ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ନିଜର ପ୍ରାଧାନ୍ୟ ବିସ୍ତାର କରି କ୍ରୁଜଙ୍କୁ 7 ପଏଣ୍ଟ ପଛରେ ପକାଇ ଦେଇଥିଲେ ଅମନ। ଶେଷ ରାଉଣ୍ଡରେ 13-5ରେ ଆଗୁଆ ରହି ବ୍ରୋଞ୍ଜ ପଦକ ହାତେବାରେ ସଫଳ ହୋଇଥିଲେ । 21 ବର୍ଷୀୟ ଅମନ ଗତ ବର୍ଷ ଏସିୟାଲ ଗେମ୍ସରେ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ ।

Last Updated : Aug 10, 2024, 7:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.