ETV Bharat / sports

ଫାଇନାଲ ମ୍ୟାଚ୍‌ ପୂର୍ବରୁ କେମିତି ବଢ଼ିଲା ଓଜନ ? CAS ଆଗରେ ବଡ଼ ଖୁଲାସା କଲେ ଭିନେଶ ଫୋଗାଟ - WHY VINESH PHOGAT WEIGHT INCREASE

author img

By ETV Bharat Sports Team

Published : Aug 12, 2024, 6:29 PM IST

WHY VINESH PHOGAT WEIGHT INCREASE ? : ପ୍ୟାରିସ ଅଲିମ୍ପିକ୍ସ 2024ରେ କୁସ୍ତିରେ ଫାଇନାଲରେ ପହଞ୍ଚି ଦେଶ ପାଇଁ ପଦକ ପକ୍କା କରିଥିଲେ ଭିନେଶ ଫୋଗାଟ । ହେଲେ କେବଳ 100 ଗ୍ରାମ ଓଜନ ବଢ଼ିଥିବା ଦର୍ଶାଇ ତାଙ୍କୁ ଫାଇନାଲରୁ ଅଯୋଗ୍ୟ ଘୋଷଣା କରାଯାଇଛି । 13ରେ ଏହି ମାମଲାର ରାୟ ଆସିବା ପୂର୍ବରୁ କାହିଁକି ଓଜନ ବଢ଼ିଲା, ତାହାର ଖୁଲାସା କରିଛନ୍ତି ଭିନେଶ । ଅଧିକ ପଢ଼ନ୍ତୁ

WHY VINESH PHOGAT WEIGHT INCREASE ?
WHY VINESH PHOGAT WEIGHT INCREASE ? (IANS PHOTO)

ହାଇଦ୍ରାବାଦ : ଭାରତୀୟ ମହିଳା ରେସଲର ଭିନେଶ ଫୋଗାଟଙ୍କୁ ଫାଇନାଲ ମ୍ୟାଚ୍‌ରୁ ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ କୋର୍ଟ ଅଫ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (CAS)ରେ ଚାଲିଛି ଶୁଣାଣି । ଏହି ପ୍ରସଙ୍ଗରେ କୋର୍ଟର ନିଷ୍ପତ୍ତିକୁ ସମଗ୍ର ଦେଶ ଅପେକ୍ଷା କରିଛି । ଦେଶବାସୀ ଚାହାଁନ୍ତି ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିବା ଭିନେଶ ଫୋଗାଟ ରୌପ୍ୟ ପଦକ ପାଆନ୍ତୁ ଏବଂ ଖାଲି ହାତରେ ଦେଶକୁ ନ ଫେରନ୍ତୁ । ଭିନେଶ ଏବଂ ତାଙ୍କ ଓକିଲ CAS ଆଗରେ ଯୁକ୍ତି ରଖିଛନ୍ତି ଯେ ଭିନେଶ ଆଇନଗତ ଭାବେ ଲଢ଼ି ଫାଇନାଲରେ ପହଞ୍ଚିଛନ୍ତି, ତେଣୁ ସେ ରୌପ୍ୟ ପଦକ ପାଇବାକୁ ଯୋଗ୍ୟ ।

100 ଗ୍ରାମ ଅଧିକ ଓଜନ ପାଇଁ ହୋଇଥିଲେ ଅଯୋଗ୍ୟ :-

ମହିଳା 50 କିଲୋଗ୍ରାମ ଫ୍ରିଷ୍ଟାଇଲ ରେସ୍‌ଲିଂରେ ସେମିଫାଇାନଲରେ ବିଜୟୀ ହେବାପରେ ଫାଇାନଲରେ ପ୍ରବେଶ କରିଥିଲେ ଭିନେଶ ଫଗାଟ । ଏହା ପରଦିନ ତାଙ୍କର ଫାଇନାଲ ମ୍ୟାଚ ରହିଥିଲା । ଏହା ପୂର୍ବରୁ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ । 50 କିଲୋଗ୍ରାମରୁ 100 ଗ୍ରାମ ଅଧିକ ଓଜନ ହେବାରୁ ଫାଇନାଲରୁ ବଞ୍ଚିତ ହେବା ସହ ପଦକ ମଧ୍ୟ ହାତରୁ ଚାଲିଯାଇଥିଲା । ଏହି ଖବର ଶୁଣିବା ପରେ ପୁରା ଭାଙ୍ଗି ପଡିଥିଲେ ଭିନେଶ ।

ଭିନେଶ କହିଲେ କାହିଁକି ବଢ଼ିଲା ଓଜନ :-

ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭିନେଶ କହିଛନ୍ତି ଯେ ମ୍ୟାଚ୍‌ ମଧ୍ୟରେ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରେ ଓଜନ ହ୍ରାସ କରିବାକୁ ତାଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଇ ନାହିଁ । ଅଲିମ୍ପିକ୍ ଗ୍ରାମ ଏବଂ ପ୍ରତିଯୋଗିତା ଆୟୋଜନ ସ୍ଥାନ ମଧ୍ୟରେ ଦୂରତା ହେତୁ ତାଙ୍କର କାର୍ଯ୍ୟସୂଚୀ ସମ୍ପୂର୍ଣ୍ଣ ବ୍ୟସ୍ତ ଥିଲା । ଏହି କାରଣରୁ ସେ ଏଥିରେ ଧ୍ୟାନ ଦେବାର ସୁଯୋଗ ପାଇଲେ ନାହିଁ ଏବଂ ଅଭିଯାନର ପ୍ରଥମ ଦିନ ପରେ ଫାଇନାଲ୍ ପୂର୍ବରୁ ତାଙ୍କ ଓଜନ ବୃଦ୍ଧି ପାଇଥିଲା । 100 ଗ୍ରାମ ଓଜନ ବୃଦ୍ଧି ପ୍ରାୟ ଅମୂଳକ । ଖରାଦିନେ ଶରୀରର ଫୁଲିଯିବା ହେତୁ ଓଜନ ସହଜରେ ବଢ଼ିପାରେ, କାରଣ ଉତ୍ତାପ ଶରୀରରେ ଅଧିକ ଜଳ ଜମା କରିଥାଏ । ଅତିରିକ୍ତ ଭାବରେ ଏହା ମାଂସପେଶୀ ଜନିତ ବୃଦ୍ଧି ହେତୁ ମଧ୍ୟ ହୋଇପାରେ, କାରଣ ଭିନେଶ ଗୋଟିଏ ଦିନରେ ତିନୋଟି ମ୍ୟାଚ୍‌ ଖେଳିଥିଲେ ।

CASରେ ଚାଲିଛି ଶୁଣାଣୀ, 13ରେ ଆସିବ ରାୟ :-

ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ମହିଳା 50 କିଲୋଗ୍ରାମ ରେସଲିଂ ଫାଇନାଲରୁ ଅଯୋଗ୍ୟ ଘୋଷିତ ହୋଇଥିବା ଭାରତୀୟ ଷ୍ଟାର ରେସଲର ଭିନେଶ ଫୋଗାଟ ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂର ଏହି ନିଷ୍ପତ୍ତି ବିରୋଧରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (CAS)ରେ ଆବେଦନ କରିଥିଲେ । CASର ଆଡ୍-ହକ୍ ବିଭାଗରେ ଏହାର ଶୁଣାଣି ଚାଲିଛି । ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ ଏକ ବିବୃତ୍ତି ଜାରି କରି କହିଛି ଯେ, ଭିନେଶ ଫୋଗାଟଙ୍କ ଆବେଦନର ରାୟ ପ୍ରକାଶ ନେଇ CAS ପକ୍ଷରୁ 13 ଅଗଷ୍ଟକୁ ଧାର୍ଯ୍ୟ କରାଯାଇଛି । ସେହିଦିନ ଭାରତୀୟ ସମୟ ରାତି 9ଟା 30ରେ ରାୟ ପ୍ରକାଶ ପାଇବ । CASର ଆଡ-ହକ୍ ଡିଭିଜିନ ଭିନେଶ ଫୋଗାଟ ବନାମ ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ ଏବଂ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ମାମଲାରେ ସୋଲ୍ ଆର୍ବିଟ୍ରେଟର ଡଃ ଆନ୍ନାବେଲ ବେନେଟଙ୍କୁ ଅଗଷ୍ଟ 13 ପର୍ଯ୍ୟନ୍ତ ନିଷ୍ପତ୍ତି ନେବାକୁ ସମୟ ବୃଦ୍ଧି କରିଛି ।

କୌଣସି ଠକାମୀ କରିନାହାନ୍ତି ଭିନେଶ :-

ଠକେଇ ଏବଂ ପ୍ରତାରଣାର ସମ୍ଭାବନାକୁ ଭିନେଶ ଫୋଗାଟଙ୍କ ଓକିଲ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରିଛନ୍ତି । ଏହା ସହିତ ସେ ଅତ୍ୟଧିକ ଖାଇଦେବାରୁ ଓଜନ ବଢ଼ିଥିବା ଯୁକ୍ତିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି । ବର୍ତ୍ତମାନ ଭିନେଶ ଏବଂ ସମଗ୍ର ଦେଶ ଏହି ମାମଲାରେ CAS ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ 2024: ଭିନେଶ ଫୋଗତଙ୍କ ପାଇଁ ରୌପ୍ୟ ପଦକ ଦାବି କଲେ ସଚିନ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.