ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: ଆଜି ଫାଇନାଲ ଖେଳିବେ ସୁନା ପୁଅ ନୀରଜ; ବ୍ରୋଞ୍ଜ ପଦକ ପାଇଁ ଲଢ଼ିବ ହକି ଦଳ - PARIS OLYMPICS 2024

author img

By ETV Bharat Sports Team

Published : Aug 8, 2024, 5:00 AM IST

8 August India Olympics Schedule: ବୁଧବାର କେବଳ 100 ଗ୍ରାମ ଅଧିକା ଓଜନ 140 କୋଟି ଦେଶବାସୀଙ୍କ ହୃଦୟ ଭାଙ୍ଗି ଦେଇଛି । ତେବେ ଆଜି କିନ୍ତୁ ଭାରତ ପାଇଁ ଅଲିମ୍ପିକ୍ସରେ ଏକ ବଡ଼ ଦିନ ହେବାକୁ ଯାଉଛି । କାରଣ ଆଜି ଫାଇନାଲ ଖେଳିବେ ଦେଶର ସୁନା ପୁଅ ନୀରଜ ଚୋପ୍ରା । ବ୍ରୋଞ୍ଜ ପଦକ ପାଇଁ ଲଢ଼ିବ ଭାରତୀୟ ହକି ଦଳ । ଏଠାରେ ଦେଖନ୍ତୁ ଆଜି ଆଉ କେଉଁ କେଉଁ ଇଭେଣ୍ଟରେ ଖେଳିବେ ଭାରତୀୟ ଖେଳାଳି,

7 August India Olympics Schedule
7 August India Olympics Schedule (ETV Bharat Odisha)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ୍ ଅଲିମ୍ପିକ୍ସ 2024ର ଦ୍ବାଦଶ ଦିନ ଭାରତ ପାଇଁ ଏକ କଳାଦିନ ଥିଲା । ମହିଳା 50 କିଲୋଗ୍ରାମ କୁସ୍ତି ମ୍ୟାଚରେ ଫାଇନାଲରେ ପ୍ରବେଶ କରିଥିବା ଭାରତର ଷ୍ଟାର ରେସଲର ଭିନେଶ ଫୋଗତଙ୍କୁ କେବଳ 100 ଗ୍ରାମ ଅଧିକ ଓଜନ ହେତୁ ଫାଇନାଲ ରାଉଣ୍ଡରୁ ଅଯୋଗ୍ୟ ଘୋଷଣା କରିଦିଆଯାଇଥିଲା । ଯେଉଁଥିପାଇଁ ସାରା ଦେଶ ପ୍ରତିକ୍ରିୟାଶୀଳ ହୋଇ ଉଠିଛି । କୁସ୍ତିରେ ସ୍ବର୍ଣ୍ଣ ପଦକ ଆଶା କରିଥିବା 140 କୋଟି ଭାରତୀୟଙ୍କ ସ୍ୱପ୍ନ ଧ୍ୱଂସ ହୋଇଯାଇଥିଲା । କିନ୍ତୁ ଆଜି 13ତମ ଦିନରେ ଭାରତକୁ ଆହୁରି ପଦକ ଆଶା ରହିଛି । କାରଣ ଆଜି ସୁନା ପୁଅ ନୀରଜ ଚୋପ୍ରା ଏବଂ ଭାରତୀୟ ହକି ଦଳ ପଦକ ପାଇଁ ମ୍ୟାଚ୍‌ ଖେଳିବେ । ଏଠାରେ ନଜର ପକାନ୍ତୁ ଆଜି କେଉଁ କେଉଁ ଖେଳରେ ନଜର ଆସିବେ ଭାରତୀୟ ଖେଳାଳି ।

8 ଅଗଷ୍ଟ (ଗୁରୁବାର) ପ୍ୟାରିସ ଅଲିମ୍ପିକ୍ସରେ ଭାରତର କ୍ରୀଡ଼ାସୂଚୀ :-

ଗଲ୍ଫ: ଗଲ୍ଫରେ ଆଜି ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ୍ ପ୍ଲେ ରାଉଣ୍ଡ-୨ ଇଭେଣ୍ଟରେ ଅଦିତି ଅଶୋକ ଏବଂ ଦିଶା ଡଗର ଅଂଶଗ୍ରହଣ କରିବେ । ଏହି ଦୁଇ ପ୍ରତିଭାବାନ ମହିଳା ଗଲ୍ଫରଙ୍କଠାରୁ ଦେଶ ବହୁତ ଭଲ ପ୍ରଦର୍ଶନ ଆଶା କରୁଛି । ଗତ ଟୋକିଓ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଅଦିତି ଅଶୋକ ଏଥର ଦେଶକୁ ମେଡାଲ ଆଣିବେ ବୋଲି କ୍ରୀଡାପ୍ରେମୀମାନେ ଆଶା କରିଛନ୍ତି ।

  • ମହିଳା ସିଙ୍ଗଲ୍ସ ରାଉଣ୍ଡ-୨ (ଅଦିତି ଅଶୋକ ଏବଂ ଦିଶା ଡଗର) - ଦିନ 12:30

ଆଥଲେଟିକ୍ସ: ମହିଳା 100 ମିଟର ହର୍ଡଲ୍ସ ରେପେଚେଜ୍ ରାଉଣ୍ଡ (ଜ୍ୟୋତି ୟାରାଜୀ) - ଦିନ 02:05

କୁସ୍ତି: ଗ୍ରୁପ୍ 'ଏ' ପୁରୁଷ ଫ୍ରିଷ୍ଟାଇଲ୍ 57 କିଲୋଗ୍ରାମ ବର୍ଗର ପ୍ରି-କ୍ୱାର୍ଟର ଫାଇନାଲ୍ ରେସଲିଂ ମ୍ୟାଚ୍ ଭାରତର ଅମନ୍ ଏବଂ ମାକଡୋନିଆର ଇଗୋରୋଭ୍ ଭ୍ଲାଡିମିର୍‌ଙ୍କ ମଧ୍ୟରେ ହେବ । ଅନ୍ୟପଟେ ଗ୍ରୁପ୍ 'ବି' ମହିଳା ଫ୍ରିଷ୍ଟାଇଲ୍ 57 କିଲୋଗ୍ରାମ ବର୍ଗର ପ୍ରି-କ୍ୱାର୍ଟର ଫାଇନାଲ ରେସଲିଂ ମ୍ୟାଚ୍‌ରେ ଭାରତର ଅଂଶୁ ଏବଂ ଆମେରିକାର ହେଲେନ ଲୁଇସ୍ ମାରୁଲିସ୍ ପରସ୍ପରକୁ ଭେଟିବେ ।

  • ପୁରୁଷ ଫ୍ରିଷ୍ଟାଇଲ୍ ଗ୍ରୁପ୍ ଏ 57 କିଲୋଗ୍ରାମ ପ୍ରି-କ୍ବାର୍ଟର୍ ଫାଇନାଲ୍ (ଭାରତ ବନାମ ଉତ୍ତର ମାକଡୋନିଆ) - ଦିନ 2:30
  • ମହିଳା ଫ୍ରିଷ୍ଟାଇଲ୍ ଗ୍ରୁପ୍ ବି 57 କିଲୋଗ୍ରାମ ପ୍ରି-କ୍ୱାର୍ଟର୍ ଫାଇନାଲ୍ (ଭାରତ ବନାମ ଆମେରିକା) - ଦିନ 2:30

ହକି: ସେମିଫାଇନାଲରେ ଜର୍ମାନୀଠାରୁ ହାରିବା ପରେ ଫାଇନାଲ୍‌ ଯିବା ଆଶା ଭାରତୀୟ ହକି ଦଳର ଚୁରମାର ହୋଇଯାଇଛି । ଫଳରେ ସ୍ବର୍ଣ୍ଣ କିମ୍ବା ରୌପ୍ୟ ପଦକ ଦୌଡ଼ରୁ ବାଦ ପଡ଼ିଛି ଭାରତ । ତେଣୁ ଆଜି ହକି ଦଳ ସ୍ପେନ ବିପକ୍ଷରେ ବ୍ରୋଞ୍ଜ ପଦକ ମ୍ୟାଚ୍‌ ଖେଳିବ । ଟୋକିଓ ଅଲିମ୍ପିକ୍ସ 2020ର ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଦଳ ଇତିହାସକୁ ପୁଣିଥରେ ଦୋହରାଇବ ବୋଲି 140 କୋଟି ଭାରତୀୟଙ୍କ ଆଶା ।

  • ପୁରୁଷ ହକି ବ୍ରୋଞ୍ଜ ପଦକ ମ୍ୟାଚ୍ (ଭାରତ ବନାମ ସ୍ପେନ୍) - ସନ୍ଧ୍ୟା 5:30

ଜାଭେଲିନ୍ ଥ୍ରୋ: ପୁରୁଷ ଜାଭେଲିନ୍ ଥ୍ରୋ ଗ୍ରୁପ୍-ବି ଯୋଗ୍ୟତା ରାଉଣ୍ଡରେ କମାଲ କରିଥିଲେ ଭାରତର ସୁନା ପୁଅ ନୀରଜ ଚୋପ୍ରା । ନୀରଜ ପ୍ରଥମ ପ୍ରୟାସରେ 89.34 ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସେ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଆଜି ସେ ପୁଣି ଦେଶକୁ ସ୍ବର୍ଣ୍ଣ ପଦକ ଦିଅନ୍ତୁ ବୋଲି ଦେଶବାସୀ ପ୍ରାର୍ଥନା କରୁଛନ୍ତି ।

  • ପୁରୁଷ ଜାଭେଲିନ୍ ଥ୍ରୋ ଫାଇନାଲ୍ ମ୍ୟାଚ୍ (ନୀରଜ ଚୋପ୍ରା): ରାତି 11:55

ଏହା ମଧ୍ୟ ପଢ଼ନ୍ତୁ...ପୂରା ରାତିର କାହାଣୀ କହିଲେ ଭିନେଶଙ୍କ ଫିଜିଓ; ଓଜନ କମାଇବାକୁ କଟାଯାଇଥିଲା କେଶ - Paris Olympics 2024

ଏହା ମଧ୍ଯ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: କୁସ୍ତିରେ ଭାରତକୁ ବଡ଼ ଝଟକା, ଫାଇନାଲ୍‌ ଖେଳିପାରିବେନି ଭିନେଶ ଫୋଗତ; ଅଯୋଗ୍ୟ ଘୋଷିତ ସହ ହେଲେ ବିଦା - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.