ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: ଆଜି ମେଡାଲ ଡେ' ! ଫାଇନାଲ୍‌ ଖେଳିବେ ଅବିନାଶ ମୁକୁନ୍ଦ ସାବଲେ, ଆକ୍ସନକୁ ଆସିବେ ମୀରାବାଇ ଚାନୁ - Paris Olympics 2024

author img

By ETV Bharat Sports Team

Published : Aug 7, 2024, 5:00 AM IST

7 August India Olympics Schedule: ଗତକାଲି (6 ଅଗଷ୍ଟ) ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ବେଶ ଭଲ ଥିଲା । ସୁନା ପୁଅ ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରି ଫାଇନାଲକୁ ପ୍ରବେଶ କରିଥିବାବେଳେ ଷ୍ଟାର ରେସଲର ଭିନେଶ ଫୋଗାଟଙ୍କ ପ୍ରଦର୍ଶନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ତେବେ ଆଜି ଆକ୍ସନକୁ ଓହ୍ଲାଇବେ ଭାରତର ଅନ୍ୟତମ ପଦକ ଆଶା ମୀରାବାଇ ଚାନୁ । ଦେଖନ୍ତୁ ଆଜିର ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀ,

7 August India Olympics Schedule
7 August India Olympics Schedule (ETV Bharat Odisha)

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ 2024ର 11ତମ ଦିନ ଭାରତ ପାଇଁ ବେଶ ଭଲ ଥିଲା । କୌଣସି ମେଡାଲ ମ୍ୟାଚ୍‌ ଖେଳିନଥିଲେ ମଧ୍ୟ ମଙ୍ଗଳବାର ଦିନ ଭାରତର ସୁନା ପୁଅ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି । ତେବେ ଜାଭେଲିନ୍ ଥ୍ରୋ ଇଭେଣ୍ଟ ଯୋଗ୍ୟତା ପର୍ଯ୍ୟାୟରେ ଓଡ଼ିଆ ପୁଅ କିଶୋର ଜେନା କିନ୍ତୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ବିଫଳ ହୋଇଥିଲେ । ଅନ୍ୟପଟେ ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟ ମହିଳା 50 କିଲୋଗ୍ରାମ ବର୍ଗରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ । ସେହିଭଳି ଆଜି (7 ଅଗଷ୍ଟ) ମଧ୍ୟ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ଏକ ବଡ଼ ଦିନ ହେବାକୁ ଯାଉଛି । କାରଣ ଆଜି ସମସ୍ତହ୍କ ନଜର ରହିବ ଭାରତର ଭାରୋତ୍ତୋଳନକାରୀ ମିରବାଇ ଚାନୁ ଏବଂ ମହିଳା ଟେବୁଲ୍ ଟେନିସ୍ ଦଳ ଉପରେ । ଏଠାରେ ନଜର ପକାନ୍ତୁ ପ୍ୟାରିସ ଅଲିମ୍ପିକ୍ସ 2024ରେ ଆଜି ଭାରତର ଆଥଲେଟ୍‌ ଭାଗ ନେବାକୁ ଥିବା ବିଭିନ୍ନ ଇଭେଣ୍ଟ ଉପରେ,

7 ଅଗଷ୍ଟ (ବୁଧବାର) ପ୍ୟାରିସ ଅଲିମ୍ପିକ୍ସରେ ଭାରତର କ୍ରୀଡ଼ାସୂଚୀ :-

ଗଲ୍ଫ: ପ୍ୟାରିସ ଅଲିମ୍ପିକ୍ସରେ ଆଜି ଗଲ୍ଫ ଇଭେଣ୍ଟରୁ ଭାରତ ଏହାର ଅଭିଯାନ ଆରମ୍ଭ କରିବ । ଗଲ୍ଫରେ ଅଦିତି ଅଶୋକ ଏବଂ ଦିଶା ଡଗର ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ୍ ପ୍ଲେ ରାଉଣ୍ଡ -1 ଇଭେଣ୍ଟରେ ଭାଗନେବେ । ଏହି ଦୁଇ ମହିଳା ଗଲ୍ଫ ଖେଳାଳିଙ୍କ ଠାରୁ ଭାରତ ଭଲ ପ୍ରଦର୍ଶନ ଆଶା କରିଛି ।

  • ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ୍ ପ୍ଲେ ରାଉଣ୍ଡ -1 (ଅଦିତି ଅଶୋକ ଏବଂ ଦିଶା ଡଗର) - ଦିନ 12:30

ଟେବୁଲ ଟେନିସ: ମହିଳା ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ଭାରତୀୟ ଦଳ ଆଜି କ୍ବାର୍ଟର ଫାଇନାଲ ମୈଦାନକୁ ଓହ୍ଲାଇବ । ଭାରତୀୟ ଦଳରେ ଅର୍ଚ୍ଚନା କାମାଥ, ମନିକା ବତ୍ରା ଏବଂ ଶ୍ରୀଜା ଅକୁଲା ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବେ । ଭାରତୀୟ ଦଳ ରାଉଣ୍ଡ ଅଫ୍‌ 16ରେ ରୋମାନିଆ ଦଳକୁ ପରାସ୍ତ କରିଥିଲା ।

  • ମହିଳା ଟେବୁଲ୍ ଟେନିସ୍ କ୍ବାର୍ଟର ଫାଇନାଲ (ଅର୍ଚ୍ଚନା କାମାଥ, ମନିକା ବତ୍ରା ଏବଂ ଶ୍ରୀଜା ଅକୁଲା) - ଦିନ 1:30

ଆଥଲେଟିକ୍ସ: ଅଲିମ୍ପିକ୍ସରେ ଆଜି ଭାରତର ସୁରଜ ପାୱାର ଏବଂ ପ୍ରିୟଙ୍କା ଗୋସ୍ବାମୀ ଆଥଲେଟିକ୍ସରେ ମିଶ୍ରିତ ମାରାଥନ୍ ରେସ୍ ୱାକ୍‌ ରିଲେରେ ଅଂଶଗ୍ରହଣ କରିବେ । ଏହା ବ୍ୟତୀତ ଭାରତର ଜ୍ୟୋତି ୟାରାଜୀ ମହିଳା 100 ମିଟର ଦୌଡ଼କୁଦ (Hurdles) ରାଉଣ୍ଡ 1ରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିବ । ସେ ହିଟ୍ 4ରେ ଅଂଶଗ୍ରହଣ କରିବେ । ପୁରୁଷ ଟ୍ରିପଲ ଜମ୍ପ ଯୋଗ୍ୟତା ପର୍ଯ୍ୟାୟ ପାଇଁ ପ୍ରବୀଣ ଚିତ୍ରାଭେଲ ଏବଂ ଅବଦୁଲ୍ଲା ନାରଙ୍ଗୋଲିଣ୍ଟେଭିଡା ଅଂଶଗ୍ରହଣ କରିବେ ।

ଏହା ବ୍ୟତୀତ ସର୍ବେଶ ଅନୀଲ କୁଶାରେ ଆଜି ପୁରୁଷ ଉଚ୍ଚ ଡିଆଁ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ଦେଖିବାକୁ ମିଳିବ । ଏହା ସହିତ ଅବିନାଶ ମୁକୁନ୍ଦ ସାବଲେଙ୍କୁ ପୁରୁଷ 3000 ମିଟର ଷ୍ଟିପଲଚେଜ୍‌ ଇଭେଣ୍ଟ ଫାଇନାଲରେ ଦେଖିବାକୁ ମିଳିବ । ତାଙ୍କଠାରୁ ପଦକ ପାଇବାକୁ ଦେଶବାସୀ ଚାହିଁ ରହିଛନ୍ତି ।

  • ମାରାଥନ୍ ରେସ୍ ୱାକ୍‌ ରିଲେ ମିଶ୍ରିତ ଇଭେଣ୍ଟ (ସୁରଜ ପାୱାର ଏବଂ ପ୍ରିୟଙ୍କା ଗୋସ୍ବାମୀ) - ଦିନ 11:00
  • ମହିଳା 100 ମିଟର ଦୌଡ଼କୁଦ (Hurdles) ରାଉଣ୍ଡ 1 (ଜ୍ୟୋତି ୟାରାଜୀ) - ଦିନ 1:45
  • ପୁରୁଷ ଟ୍ରିପଲ ଜମ୍ପ ଯୋଗ୍ୟତା ପର୍ଯ୍ୟାୟ (ପ୍ରବୀଣ ଚିତ୍ରାଭେଲ ଏବଂ ଅବଦୁଲ୍ଲା ନାରଙ୍ଗୋଲିଣ୍ଟେଭିଡା) - ରାତି 10:45
  • ପୁରୁଷ ଉଚ୍ଚ ଡିଆଁ ଯୋଗ୍ୟତା ପର୍ଯ୍ୟାୟ (ସର୍ବେଶ ଅନୀଲ କୁଶାରେ) - ଦିନ 1:35
  • ପୁରୁଷ 3000 ମିଟର ଷ୍ଟିପଲଚେଜ୍‌ ଫାଇନାଲ (ଅବିନାଶ ମୁକୁନ୍ଦ ସାବଲେ) - ରାତି 1:10

କୁସ୍ତି: ଭାରତ ପାଇଁ ରେସଲିଂରେ ଅନ୍ତିମ ପଙ୍ଘାଲ ମହିଳା ଫ୍ରିଷ୍ଟାଇଲ 53 କିଲୋଗ୍ରାମ ବର୍ଗର ପ୍ରି-କ୍ବାର୍ଟର ଫାଇନାଲରେ ଆଜି ମୈଦାନକୁ ଓହ୍ଲାଇବେ । ସେ ତୁର୍କୀର ଜେନିପ ୟେଟଗିଲଙ୍କ ସହ ମୁହାଁମୁହିଁ ହେବେ । ଏହି ଇଭେଣ୍ଟର ମ୍ୟାଚଗୁଡିକ ପ୍ରି-କ୍ବାର୍ଟର ଫାଇନାଲରୁ ସେମିଫାଇନାଲ ପର୍ଯ୍ୟନ୍ତ ଆଜି ହିଁ ଅନୁଷ୍ଠିତ ହେବ ।

  • ମହିଳା ଫ୍ରିଷ୍ଟାଇଲ 53 କିଲୋଗ୍ରାମ ପ୍ରି-କ୍ବାର୍ଟର ଫାଇନାଲ (ଅନ୍ତିମ ପଙ୍ଘାଲ) - ଦିନ 2:30

ଭାରତ୍ତୋଳନ: ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ଆଜି ଭାରତ ପାଇଁ ଭାରୋତ୍ତୋଳନରେ ଦେଖିବାକୁ ମିଳିବେ । ଚାନୁ ଦେଶ ପାଇଁ ପଦକ ନିଶ୍ଚିତ କରିବାକୁ ଭାରତ ପୁଣିଥରେ ଆଶା ରଖିଛି । ମହିଳା 49 କିଲୋଗ୍ରାମ ବର୍ଗରେ ମୀରାବାଇ ଚାନୁଙ୍କୁ ଦେଖିବାକୁ ମିଳିବ । ଏହି ମ୍ୟାଚ୍‌ ଏକ ପଦକ ମ୍ୟାଚ୍‌ ହେବାକୁ ଯାଉଛି । ସମ୍ପ୍ରତି ତାଙ୍କର ପ୍ରଦର୍ଶନ ବେଶ ଭଲ ରହିଛି ।

  • ମହିଳା 49 କିଲୋଗ୍ରାମ ଭାରୋତ୍ତଳନ (ମୀରାବାଇ ଚାନୁ) - ରାତି 11

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: କମାଲ କଲେ ଭିନେଶ ଫୋଗାଟ; କେବେ ହାରିନଥିବା କୁସ୍ତିଯୋଦ୍ଧାଙ୍କୁ ଚଟାଇଲେ ଧୂଳି - Paris Olympics 2024

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: ଫେଲ ମାରିଲେ ଓଡ଼ିଆ ପୁଅ କିଶୋର ଜେନା; ଗୋଟିଏ ଥ୍ରୋ'ରେ ଫାଇନାଲରେ ପ୍ରବେଶ କଲେ ନୀରଜ ଚୋପ୍ରା - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.