ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: ଆଜି ଫାଇନାଲ ଖେଳିବେ ମନୁ ଭାକର; ଆସିବ ପ୍ରଥମ ଗୋଲ୍ଡ ! ଜାଣନ୍ତୁ ଆଉ କେଉଁ ଖେଳରେ ଉଡ଼ିବ ତ୍ରିରଙ୍ଗା - Paris Olympics 2024

author img

By ETV Bharat Sports Team

Published : Aug 3, 2024, 5:01 AM IST

3 August India Olympics Schedule: ଆଜି ପ୍ୟାରିସ ଅଲିମ୍ପିକ୍ସ 2024ର 8ମ ଦିନରେ ଭାରତକୁ ମିଳିପାରେ ପ୍ରଥମ ଗୋଲ୍ଡ ମେଡାଲ । ଗୋଟିଏ ସଂସ୍କରଣରେ ଭାରତକୁ ଦୁଇ ଦୁଇଟି ବ୍ରୋଞ୍ଜ ମେଡାଲ ଦେଇଥିବା ମନୁ ଭାକର ଆଜି ଆଉ ଏକ ମେଡାଲ ଲକ୍ଷ୍ୟରେ ଫାଇନାଲ ମ୍ୟାଚ୍‌ ଖେଳିବେ । ଜାଣନ୍ତୁ ଆଉ କେଉଁ କେଉଁ ଇଭେଣ୍ଟରେ ନଜର ଆସିବେ ଭାରତୀୟ ଖେଳାଳି,

3 August India Olympics Schedule
3 August India Olympics Schedule (ETV Bharat Odisha)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ ଅଲିମ୍ପିକ୍ସ 2024ର ସପ୍ତମ ଦିନ ଭାରତ ପାଇଁ ଏକ ମିଶ୍ରିତ ଫଳାଫଳର ଦିନ ଥିଲା । କିନ୍ତୁ ଭାରତୀୟ ଷ୍ଟାର ଶୁଟର ମନୁ ଭାକର ମହିଳା 25 ମିଟର ପିସ୍ତଲ ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ । ଏହା ସହିତ ଭାରତୀୟ ହକି ଦଳ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଯାହା ଅଲିମ୍ପିକ୍ସରେ ଭାରତର 52 ବର୍ଷର ପରାଜୟ ଧାରା ଭାଙ୍ଗିଛି । ତେବେ ଆଜି (3 ଅଗଷ୍ଟ), ଅର୍ଥାତ ପ୍ୟାରିସ ଅଲିମ୍ପିକ୍ସ 2024ର 8ମ ଦିନରେ ଭାରତକୁ ମିଳିପାରେ ପ୍ରଥମ ଗୋଲ୍ଡ ମେଡାଲ । ଏହି ଗୋଟିଏ ସଂସ୍କରଣରେ ଭାରତକୁ ଦୁଇ ଦୁଇଟି ବ୍ରୋଞ୍ଜ ମେଡାଲ ଦେଇଥିବା ମନୁ ଭାକର ଆଜି ଆଉ ଏକ ମେଡାଲ ଲକ୍ଷ୍ୟରେ ଫାଇନାଲ ମ୍ୟାଚ୍‌ ଖେଳିବେ । ତେବେ ଆଉ କେଉଁ କେଉଁ ଇଭେଣ୍ଟରେ ଆଜି ଭାରତର ଆଥଲେଟ୍‌ ଓହ୍ଲାଇବେ, ଏଠାରେ ନଜର ପକାନ୍ତୁ...

3 ଅଗଷ୍ଟ (ଶନିବାର) ଖେଳାଯିବାକୁ ଥିବା ଭାରତୀୟ ଖେଳାଳିଙ୍କ କ୍ରୀଡ଼ାସୂଚୀ:-

ଗଲ୍ଫ: ଭାରତ ପାଇଁ ତୃତୀୟ ରାଉଣ୍ଡ ଗଲ୍ଫ ମ୍ୟାଚ୍ ପୁରୁଷ ବ୍ୟକ୍ତିଗତ ଷ୍ଟୋକ୍‌-ପ୍ଲେ ରାଉଣ୍ଡ 3ରେ ଶୁଭଙ୍କର ଶର୍ମା ଏବଂ ଗଗନଜିତ୍ ଭୁଲାର ମୈଦାନକୁ ଓହ୍ଲାଇବେ । ବିଶ୍ବର 173 ମାନ୍ୟତା ପ୍ରାପ୍ତ ଶୁଭଙ୍କର 17ଟି ଟୁର୍ଣ୍ଣାମେଣ୍ଟ ଖେଳିଛନ୍ତି, ସେଥିମଧ୍ୟରୁ ସେ 14ରେ ସଫଳ ହୋଇଛନ୍ତି । ତେଣୁ ତାଙ୍କଠାରୁ ଦେଶବାସୀ ନିଶ୍ଚିତ ଭାବରେ ଭଲ ପ୍ରଦର୍ଶନର ଆଶା ରଖିଛନ୍ତି । ଅନ୍ୟପଟେ ବିଶ୍ବର 295 ମାନ୍ୟତାପ୍ରାପ୍ତ ଗଗନଜିତ କେବଳ ଗତ ଦୁଇ ବର୍ଷ ମଧ୍ୟରେ ଇଭେଣ୍ଟରେ ଭାଗ ନେଇଛନ୍ତି । ତେଣୁ ସେ କିଛି ଚମତ୍କାର କରିବାକୁ ନିଶ୍ଚୟ ଚେଷ୍ଟା କରିବେ ।

  • ପୁରୁଷ ବ୍ୟକ୍ତିଗତ ଷ୍ଟୋକ୍‌-ପ୍ଲେ ରାଉଣ୍ଡ 3 - (ଶୁଭଙ୍କର ଶର୍ମା ଏବଂ ଗଗନଜିତ୍ ଭୁଲାର) - ଦିନ 12:30

ଶୁଟିଂ: ଭାରତ ଅଷ୍ଟମ ଦିନର ଅଭିଯାନ ଶୁଟିଂ ଇଭେଣ୍ଟରୁ ଆରମ୍ଭ କରିବ । ପଦକ ଜିତିବା ଆଶାରେ ମନୁ ଭାକର ମହିଳା 25 ମିଟର ପିସ୍ତଲ ଫାଇନାଲରେ ମୈଦାନକୁ ଓହ୍ଲାଇବେ । ଏହା ସହିତ ପୁରୁଷ ବର୍ଗରେ ସ୍କିଟ୍ ଫାଇନାଲ ପାଇଁ ମ୍ୟାଚ୍‌ ଖେଳାଯିବ । ଯଦି ଭାରତର ଅନନ୍ତ ଏହି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରନ୍ତି, ତେବେ ସେ ଭାରତ ପାଇଁ ପଦକ ଦାବିଦାର ରହିବେ । ଭାରତ ପାଇଁ ସ୍କିଟ୍ ମହିଳା ଯୋଗ୍ୟତା ପର୍ଯ୍ୟାୟ ପ୍ରଥମ ଦିନରେ ରାଇଜା ଢିଲନ୍ ଏବଂ ମହେଶ୍ବରୀ ଚୌହାନଙ୍କୁ ଦେଖିବାକୁ ମିଳିବ । ସ୍କିଟ୍ ପୁରୁଷ ଯୋଗ୍ୟତା ଦ୍ବିତୀୟ ଦିନରେ ଭାରତର ଅନନ୍ତ ଜିତ ସିଂହ ନାରୁକା ମୈଦାନକୁ ଓହ୍ଲାଇବେ ।

  • ସ୍କିଟ ମହିଳା ଯୋଗ୍ୟତା ପର୍ଯ୍ୟାୟ Day-1 (ରାଇଜା ଢିଲନ୍ ଏବଂ ମହେଶ୍ବରୀ ଚୌହାନ) - ଦିନ 12:30
  • ସ୍କିଟ ପୁରୁଷ ଯୋଗ୍ୟତା ପର୍ଯ୍ୟାୟ Day-2 (ଅନନ୍ତ ଜିତ ସିଂହ ନାରୁକା) - ଦିନ 1
  • ମହିଳା 25 ମିଟର ପିସ୍ତଲ ଫାଇନାଲ (ମନୁ ଭାକର) - ଦିନ 1
  • ସ୍କିଟ ପୁରୁଷ ଫାଇନାଲ - ସନ୍ଧ୍ୟା 7ଟା

ତୀରନ୍ଦାଜୀ: ଭାରତ ପାଇଁ ମହିଳା ବ୍ୟକ୍ତିଗତ 1/8 ଏଲିମିନେସନ୍ ରାଉଣ୍ଡରେ ଭାରତର ଦୀପିକା କୁମାରୀ, ଜର୍ମାନୀର ମିସେଲ କ୍ରପେନଙ୍କ ସହ ଖେଳିବେ । ସେହିପରି ଭଜନ କୌର ଇଣ୍ଡୋନେସିଆର ଦିନାନନ୍ଦ କୋଇରୁନିସାଙ୍କୁ ଭେଟିବେ । ଏହାପରେ ଯଦି ଉଭୟ ଏହି ଇଭେଣ୍ଟରେ ଫାଇନାଲରେ ପ୍ରବେଶ କରନ୍ତି, ତେବେ ଫାଇନାଲ ମ୍ୟାଚରେ ମଧ୍ୟ ଭାରତ ପାଇଁ ଖେଳୁଥିବା ଦେଖିବାକୁ ମିଳିବ ।

  • ମହିଳା ବ୍ୟକ୍ତିଗତ ରାଉଣ୍ଡ ଅଫ୍‌ 16ରି ପଦକ ମ୍ୟାଚ୍‌ ପର୍ଯ୍ୟନ୍ତ - ଦିନ 1ଟାରୁ
  • ମହିଳା ବ୍ୟକ୍ତିଗତ 1/8 ଏଲିମିନେସନ୍ ରାଉଣ୍ଡ (ଦୀପିକା କୁମାରୀ) - ଦିନ 1:52
  • ମହିଳା ବ୍ୟକ୍ତିଗତ 1/8 ଏଲିମିନେସନ୍ ରାଉଣ୍ଡ (ଭଜନ କୌର) - ଦିନ 2:504

ସେଲିଂ: ଭାରତ ପାଇଁ ପୁରୁଷ ସେଲିଂ ଇଭେଣ୍ଟରେ ଆଥଲେଟ୍ ବିଷ୍ଣୁ ସରଭଣନ ନଜର ଆସିବେ । ଭାରତ ପାଇଁ ମହିଳା ସେଲିଂ ପ୍ରତିଯୋଗିତାରେ ନେତ୍ରା କୁମାନନଙ୍କୁ ଦେଖିବାକୁ ମିଳିବ । ପ୍ୟାରିସ୍ ଅଲିମ୍ପିକ୍ସ 2024ର ଅଷ୍ଟମ ଦିନରେ ଉଭୟ ରେସ୍‌ 5 ଏବଂ ରେସ୍‌ 6ରେ ଅଂଶଗ୍ରହଣ କରିବେ ।

  • ପୁରୁଷ ସେଲିଂ ରେସ୍‌ 5 ଓ ରେସ୍‌ 6 (ବିଷ୍ଣୁ ସରଭଣନ) - ଦିନ 3:45
  • ମହିଳା ସେଲିଂ ରେସ୍‌ 5 ଓ ରେସ୍‌ 6 (ନେତ୍ରା କୁମାନନ) - ସନ୍ଧ୍ୟା 5:55

ବକ୍ସିଂ: ଭାରତୀୟ ଷ୍ଟାର ବକ୍ସର ନିଶାନ୍ତ ଦେବଙ୍କୁ ଆଜି ବକ୍ସିଂରେ ଦେଖିବାକୁ ମିଳିବ । ପୁରୁଷ 71 କିଲୋଗ୍ରାମ ବର୍ଗରେ କ୍ୱାର୍ଟର ଫାଇନାଲରେ ନିଶାନ୍ତ ମେକ୍ସିକୋର ଆଲଭରେଜ୍ ମାର୍କୋ ଆଲୋନସୋ ଭର୍ଡେଙ୍କ ସହ ଖେଳୁଥିବା ଦେଖିବାକୁ ମିଳିବ । ଯଦି ନିଶାନ୍ତ ଏହି ମ୍ୟାଚ୍ ଜିତନ୍ତି, ତେବେ ସେ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିବେ । ଏବଂ ଯଦି ସେ ସେମିଫାଇନାଲରେ ପ୍ରବେଶ କରିବେ, ତେବେ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ ହେବ ।

  • ପୁରୁଷ 71 କିଲୋଗ୍ରାମ ବର୍ଗ କ୍ୱାର୍ଟର ଫାଇନାଲ (ନିଶାନ୍ତ ଦେବ) - ରାତି 12:02

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: ପୁଣି ଫାଇନାଲରେ ମନୁ ଭାକର; ଆଣିବେ ତୃତୀୟ ପଦକ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.