ETV Bharat / sports

ଅଲିମ୍ପିକ୍ସରେ ପ୍ରଥମ ମେଡାଲ ଅଭିମୁଖେ ଯିବ କି ଭାରତ ?  ଆଜି ହକି ଅଭିଯାନ, କମାଲ କରିବେ ଓଡ଼ିଆ ପୁଅ ରୋହିଦାସ - Paris Olympics 2024 - PARIS OLYMPICS 2024

Paris Olympics 2024 27 July Olympic schedule: ଆଜି କେଉଁ ମ୍ୟାଚ୍‌ରେ ଓହ୍ଲାଇବେ ଭାରତର ଖେଳାଳି ? ପ୍ରଥମ ମେଡାଲ ଅଭିମୁଖେ ଯିବ କି ଭାରତ ? ଅଧିକ ପଢ଼ନ୍ତୁ

Paris Olympics 2024 27 July Olympic schedule
Paris Olympics 2024 27 July Olympic schedule (ETV Bharat Odisha)
author img

By ETV Bharat Odisha Team

Published : Jul 27, 2024, 6:01 AM IST

Updated : Jul 27, 2024, 9:55 AM IST

ହାଇଦ୍ରାବାଦ: ବହୁ ପ୍ରତିକ୍ଷିତ ପ୍ୟାରିସ୍‌ ଅଲିମ୍ପିକ୍ସ 2024 ମହାକୁମ୍ଭର ବିଗୁଲ ବାଜି ସାରିଛି । ଆଜିଠାରୁ (27 ଜୁଲାଇ) ବିଭିନ୍ନ ଦେଶର ଆଥଲେଟ୍‌ମାନେ ବିଭିନ୍ନ କ୍ରୀଡ଼ାରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିବ । ଆଜି ଭାରତୀୟ ଆଥଲେଟମାନେ ଶୁଟିଂ, ବ୍ୟାଡମିଣ୍ଟନ୍, ବକ୍ସିଂ, ହକି ଏବଂ ଟେନିସ୍ ଭଳି ଖେଳରେ ଦେଶର ପ୍ରତିନିଧି ସ୍ବରୂପ ଚମତ୍କାର ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିବ । ଏହା ପୂର୍ବରୁ ନଜର ପକାନ୍ତୁ, ଆଜି କେଉଁ କେଉଁ ଖେଳରେ ଭାରତର କେଉଁ ଖେଳାଳି ଦେଶକୁ ମେଡାଲ ଆଣିବାକୁ ମୈଦାନକୁ ଓହ୍ଲାଇବେ,

Paris Olympics 2024 27 July Olympic schedule
Paris Olympics 2024 27 July Olympic schedule (ETV Bharat)

ଆଜି (27 ଜୁଲାଇ) ଖେଳାଯିବାକୁ ଥିବା ଭାରତୀୟ ଖେଳାଳିଙ୍କ କ୍ରୀଡ଼ାସୂଚୀ:

ଶୁଟିଂ:-

ଆଜି ଭାରତ ପାଇଁ ମୋଟ 3ଟି ଶୁଟିଂ ଇଭେଣ୍ଟ ଖେଳାଯିବ । 10 ମିଟର ଏୟାର ରାଇଫଲ ଦଳ ଯୋଗ୍ୟତା ପର୍ଯ୍ୟାୟ, 10 ମିଟର ଏୟାର ପିସ୍ତଲ ପୁରୁଷ ଯୋଗ୍ୟତା ପର୍ଯ୍ୟାୟ ଏବଂ 10 ମିଟର ଏୟାର ପିସ୍ତଲ ମହିଳା ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଭାରତ ପାଇଁ 10 ମିଟର ଏୟାର ରାଇଫଲ ଦଳରେ ସନ୍ଦୀପ ସିଂହ, ଅର୍ଜୁନ ବାବୁତା, ଏଲାଭେନିଲ ଭଲାରିବନ ଓ ରମିତା ଜିନ୍ଦଲଙ୍କୁ ଦେଖିବାକୁ ମିଳିବ । ସେହିଭଳି 10 ମିଟର ଏୟାର ପିସ୍ତଲ ପୁରୁଷ ମ୍ୟାଚରେ ସରବଜୋତ ସିଂହ ଓ ଅର୍ଜୁନ ଚିମାଙ୍କୁ ଦେଖିବାକୁ ମିଳିବ । ଏହା ସହିତ ରିଦମ ସାଙ୍ଗୱାନ୍ ଓ ମନୁ ଭାକର 10 ମିଟର ଏୟାର ପିସ୍ତଲ ମହିଳା ଯୋଗ୍ୟତା ପର୍ଯ୍ୟାୟରେ ପ୍ରତିପକ୍ଷଙ୍କୁ ଚ୍ୟାଲେଞ୍ଜ ଦେବେ ।

  • 10 ମିଟର ଏୟାର ରାଇଫଲ (ଯୁଗଳ ଟିମ୍‌) ଯୋଗ୍ୟତା ପର୍ଯ୍ୟାୟ

ଶୁଟର- ସନ୍ଦୀପ ସିଂହ, ଅର୍ଜୁନ ବାବୁତା, ଏଲାଭେନିଲ ଭଲାରିବନ ଓ ରମିତା ଜିନ୍ଦଲ

ସମୟ- ମଧ୍ୟାହ୍ନ 12:30

  • 10 ମିଟର ଏୟାର ପିସ୍ତଲ (ପୁରୁଷ) ଯୋଗ୍ୟତା ପର୍ଯ୍ୟାୟ

ଶୁଟର- ସରବଜୋତ ସିଂହ, ଅର୍ଜୁନ ଚିମା

ସମୟ- ଦ୍ବିପ୍ରହର 2ଟା

  • 10 ମିଟର ଏୟାର ପିସ୍ତଲ (ମହିଳା) ଯୋଗ୍ୟତା ପର୍ଯ୍ୟାୟ

ଶୁଟର- ରିଦମ ସାଙ୍ଗୱାନ୍, ମନୁ ଭାକର

ସମୟ- ଅପରାହ୍ନ 4ଟା

ବ୍ୟାଡ୍‌ମିଣ୍ଟନ:-

ଆଜି ଭାରତ ପାଇଁ ବ୍ୟାଡମିଣ୍ଟନରେ ମଦ୍ୟ 3ଟି ମ୍ୟାଚ୍ ହେବାକୁ ଯାଉଛି । ଯେଉଁଥିରେ ପୁରୁଷ ଏକକ ବର୍ଗରେ ଭାରତର ଲକ୍ଷ୍ୟ ସେନ୍‌ ଗୁଆଟେମାଲାର କର୍ଡନ୍ କେଭିନଙ୍କୁ ଭେଟିବେ । ପୁରୁଷ ଡବଲ୍ସରେ ସାତ୍ତ୍ବିକସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟୀଙ୍କ ତାରକା ଯୋଡ଼ି ଫ୍ରାନ୍ସର କର୍ଭି ଲୁକାସ ଏବଂ ଲେବର ରୋନାନଙ୍କୁ ଭେଟିବେ । ସେହିଭଳି ମହିଳା ଡବଲ୍ସରେ ଭାରତର ତନିଶା କ୍ରାଷ୍ଟୋ ଏବଂ ଅଶ୍ବିନୀ ପୋନ୍ନାପ୍ପାଙ୍କ ଯୋଡି କିମ୍‌ ସୋ ୟୋଙ୍ଗ ଏବଂ କାଙ୍ଗ ହି ୟୋଙ୍ଗଙ୍କ ସହିତ ଖେଳୁଥିବା ଦେଖିବାକୁ ମିଳିବ । ଗ୍ରୁପ୍‌ ପର୍ଯ୍ୟାୟରେ ଲକ୍ଷ୍ୟ ସେନଙ୍କ ମ୍ୟାଚ୍ ଏବଂ ସତ୍ତ୍ବିତସାଇରାଜ ଏବଂ ଚିରାଗ ଶେଟ୍ଟୀଙ୍କ ଯୋଡି ନିକଟରୁ ଭାରତ ବେଶ ଆଶା ରଖିଛି ।

  • ପୁରୁଷ ଏକକ ପର୍ଯ୍ୟାୟ

ଖେଳାଳି- ଲକ୍ଷ୍ୟ ସେନ୍‌

ସମୟ- ମଧ୍ୟାହ୍ନ 12ଟା

  • ପୁରୁଷ ଯୁଗଳ

ଖେଳାଳି- ସାତ୍ତ୍ବିକସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟୀ

ସମୟ- ମଧ୍ୟାହ୍ନ 12ଟା

  • ମହିଳା ଯୁଗଳ

ଖେଳାଳି- ତନିଶା କ୍ରାଷ୍ଟୋ ଏବଂ ଅଶ୍ବିନୀ ପୋନ୍ନାପ୍ପା

ସମୟ- ମଧ୍ୟାହ୍ନ 12ଟା

ବକ୍ସିଂ:-

ଆଜି ଭାରତ ପାଇଁ କେବଳ ଗୋଟିଏ ବକ୍ସିଂ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚରେ ଭାରତୀୟ ମହିଳା ବକ୍ସର ପ୍ରୀତି ପାୱାର ମହିଳା 54 କିଲୋଗ୍ରାମ ବର୍ଗ ପ୍ରତିଯୋଗିତାରେ ନଜର ଆସିବେ । ଯେଉଁଥିରେ ସେ ନିଜର 32 ରାଉଣ୍ଡ ଅଫ୍‌ ମ୍ୟାଚ୍ ଖେଳିବେ । ସେ ଏହି ମ୍ୟାଚ୍‌ରେ ଭିଏତନାମର ଭିଓ ଥି କିମ ଆନ୍‌ଙ୍କ ସହ ମୁହାଁମୁହିଁ ହେବେ ।

  • ମହିଳା 54 କିଲୋଗ୍ରାମ ବର୍ଗ

ଖେଳାଳି- ପ୍ରୀତି ପାୱାର (ରାଉଣ୍ଡ ଅଫ୍‌ 32)

ସମୟ- ସନ୍ଧ୍ୟା 7ଟା

ହକି:-

ଅଲିମ୍ପିକ୍ସର ପ୍ରଥମ ଦିନରେ ଆଜି ଭାରତୀୟ ହକି ଦଳ ମଧ୍ୟ ମୈଦାନକୁ ଓହ୍ଲାଇବ । ହରମାନପ୍ରୀତ ସିଂଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଗ୍ରୁପ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ ଖେଳିବ ଟିମ୍‌ ଇଣ୍ଡିଆ ।

  • ଗ୍ରୁପ 'ବି', ହକି

ଭାରତ ବନାମ ନ୍ୟୁଜିଲାଣ୍ଡ

ସମୟ- ରାତି 9ଟା

ଟେନିସ:-

ଟେନିସରେ ଆଜି ଭାରତର ସବୁଠାରୁ ଅଭିଜ୍ଞ ଟେନିସ୍ ଖେଳାଳି ରୋହନ ବୋପାନ୍ନା ନିଜ ସାଥୀ ଖେଳାଳି ଏନ୍‌ ଶ୍ରୀରାମ ବାଲାଜୀଙ୍କ ସହିତ ମୈଦାନକୁ ଓହ୍ଲାଇବେ । ପୁରୁଷ ଡବଲ୍ସର ପ୍ରଥମ ରାଉଣ୍ଡରେ ଫ୍ରାନ୍ସର ରେବେଲ ଫାବିଆନ୍ ଏବଂ ରୋଜର-ଭାସେଲିନ୍ ଏଡ୍‌ୱାର୍ଡଙ୍କ ବିପକ୍ଷରେ ମୁହାଁମୁହିଁ ହେବେ ଏହି ଦୁଇ ଭାରତୀୟ ଭେଟେରାନ ।

  • ପୁରୁଷ ଯୁଗଳ

ଖେଳାଳି- ରୋହନ ବୋପାନ୍ନା ଏବଂ ଏନ୍‌ ଶ୍ରୀରାମ ବାଲାଜୀ

ସମୟ- ଅପରାହ୍ନ 3.30

ଟେବୁଲ ଟେନିସ:-

ଭାରତ ପାଇଁ ଆଜି ଟେବୁଲ ଟେନିସରେ ହରମିତ ଦେଶାଇ ପ୍ରଥମ ରାଉଣ୍ଡର ପ୍ରଥମ ମ୍ୟାଚ୍‌ ଖେଳିବେ । ସେ ଜୋର୍ଡାନର ଅବୋ ୟମନ ଜୈଦଙ୍କ ବିପକ୍ଷରେ ମୈଦାନକୁ ଓହ୍ଲାଇବେ । ଆଜି (27 ଜୁଲାଇ) ଭାରତ ଟେବୁଲ୍ ଟେନିସରେ କେବଳ ଗୋଟିଏ ମ୍ୟାଚ୍‌ ଖେଳିବ ।

  • ପୁରୁଷ ଏକକ (ପ୍ରାରମ୍ଭିକ ରାଉଣ୍ଡ)

ଖେଳାଳି- ହରମିତ ଦେଶାଇ

ସମୟ- ସନ୍ଧ୍ୟା 6.30

ଏହା ମଧ୍ୟ ପଢ଼ନ୍ତୁ...ଅଲମିମ୍ପିକ୍ସରେ ବକ୍ସିଂ ଡ୍ର'; ଭାରତୀୟ ବକ୍ସରଙ୍କ ଆଗରେ କଡ଼ା ଚ୍ୟାଲେଞ୍ଜ୍‌ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 27, 2024, 9:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.