ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: ଫାଇନାଲ୍‌ ଟିକେଟ ପାଇଁ ଜର୍ମାନୀକୁ କଡ଼ା ଟକ୍କର ଦେବ ଟିମ୍‌ ଇଣ୍ଡିଆ; 1980 ଇତିହାସର ଘଟିବ ପୁନରାବୃତ୍ତି - Paris Olympics 2024 - PARIS OLYMPICS 2024

Paris Olympics 2024 Hockey : ଆଜି (6 ଅଗଷ୍ଟ) ହକି ସେମିଫାଇନାଲ୍‌ ମ୍ୟାଚ୍‌ରେ ଜର୍ମାନୀକୁ ଭେଟିବ ଟିମ୍‌ ଇଣ୍ଡିଆ । ଏଥର ସ୍ବର୍ଣ୍ଣ ପଦକ ଜିତିବାକୁ ଭାରତ ପାଖରେ ରହିଛି ସୁବର୍ଣ୍ଣ ସୁଯୋଗ । 1980 ଇତିହାସର ଘଟିବ ପୁନରାବୃତ୍ତି । ଅଧିକ ପଢ଼ନ୍ତୁ

Paris Olympics 2024 Hockey
Paris Olympics 2024 Hockey (AP Photos)
author img

By ETV Bharat Sports Team

Published : Aug 5, 2024, 1:49 PM IST

Updated : Aug 6, 2024, 1:11 PM IST

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ ଅଲିମ୍ପିକ୍ସ 2024ରେ ପୁରୁଷ ହକିରେ ଗୋଲ୍ଡ ମେଡାଲ ଅଭିମୁଖେ ଅଗ୍ରସର ହେଉଛି ଟିମ୍‌ ଇଣ୍ଡିଆ । କ୍ବାର୍ଟର ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଗ୍ରେଟ ବ୍ରିଟେନକୁ ଶୁଟ୍‌ଆଉଟ୍‌ରେ ମାତ ଦେଇଛନ୍ତି ହରମନପ୍ରୀତ ବାହିନୀ । ଆଜି ସେମିଫାଇନାଲ୍‌ ଖେଳିବ ଭାରତୀୟ ଦଳ । ଟୋକିଓ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ଜିତିଥିବା ଟିମ୍‌ ଇଣ୍ଡିଆ ଆଜି ସେମିଫାଇନାଲ୍‌ ମ୍ୟାଚ୍‌ରେ ଜର୍ମାନୀକୁ ଭେଟିବ । ତେବେ ଏଥର ସ୍ବର୍ଣ୍ଣ ପଦକ ଜିତିବାକୁ ଭାରତ ପାଖରେ ରହିଛି ସୁବର୍ଣ୍ଣ ସୁଯୋଗ ।

କ୍ବାର୍ଟର ଫାଇନାଲ୍‌ରେ ଦମ ଦେଖାଇଲା ଇଣ୍ଡିଆ :-

ଗ୍ରେଟ୍‌ ବ୍ରିଟେନ ଓ ଟିମ୍‌ ଇଣ୍ଡିଆ ମଧ୍ୟରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ ମୁକାବିଲା ବେଶ ରୋମାଞ୍ଚକର ଥିଲା । ଉଭୟ ଦଳର ଜୋରଦାର ଆଟାକ ସତ୍ତ୍ବେ ପ୍ରଥମ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା । 16ତମ ମିନିଟରେ ଭାରତର ଷ୍ଟାର ଡିଫେଣ୍ଡର ଅମିତ ରୋହିଦାସଙ୍କୁ ରେଡ କାର୍ଡ ଦେଖାଇ ମ୍ୟାଚ୍‌ରୁ ବ୍ୟାନ କରିବା ପରେ ଭାରତକୁ 11 ବଦଳରେ 10 ଖେଳାଳିଙ୍କ ସହ ପୁରା ମ୍ୟାଚ୍ ଖେଳିବାକୁ ପଡିଥିଲା । ଏହା ଭାରତୀୟ ଦଳକୁ ଅଧିକ ଆକ୍ରାମକ କରିଦେଇଥିଲା । ଏହାପରେ ଦଳ ଅଧିକ ଆକ୍ରମଣାତ୍ମକ ହୋଇ 22ତମ ମିନିଟରେ ଏକ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲା ।​ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ଏହି ସୁଯୋଗକୁ ହାତଛଡ଼ା କରିନଥିଲେ । ସେ ଏକ ଚମତ୍କାର ଗୋଲ ସ୍କୋର କରି ଭାରତକୁ ମ୍ୟାଚରେ 1-0ରେ ଅଗ୍ରଣୀ କରାଇଥିଲେ । ଏହାପରେ 27ତମ ମିନିଟରେ ବ୍ରିଟେନର ଲି ମୋର୍ଟନ୍ ଏକ ଚମତ୍କାର ଫିଲ୍ଡ ଗୋଲ୍ ସ୍କୋର କରି ଦଳକୁ 1-1 ରେ ବରାବର ସ୍ଥିତିକୁ ଆଣିଥିଲେ । ଏହାପରେ ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ ମ୍ୟାଚ୍‌ 1-1ରେ ବରାବର ରଖିଲା । ଶେଷରେ ଖେଳ ଶୁଟ୍‌ଆଉଟ୍‌ରେ ପହଞ୍ଚିଥିଲା । ଏଥିରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରି ପ୍ରତିପକ୍ଷକୁ 4-2ରେ ମାତ ଦେଇଥିଲେ ।

ସେମିଫାଇନାଲ୍‌ ଖେଳିବେନି ଓଡ଼ିଆ ପୁଅ ଅମିତ ରୋହିଦାସ :-

16ତମ ମିନିଟରେ ଭାରତର ଷ୍ଟାର ଡିଫେଣ୍ଡର ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ରେଡ କାର୍ଡ ଦେଖାଯାଇଥିଲା ଏବଂ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଲା । ଯେତେବେଳେ ଅମିତ ବିପଦପୂର୍ଣ୍ଣ ଭାବେ ବ୍ରିଟେନ ଖେଳାଳି ୱିଲିୟମ କାଲନାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, ଏହି ସମୟରେ ଅମିତଙ୍କ ହକି ଷ୍ଟିକ କାଲନାନଙ୍କ ମୁଣ୍ଡରେ ପିଟି ହୋଇ ଯାଇଥିଲା । ଯଦିଓ ବଲ ରୋକିବାବେଳେ ଏସବୁ ଘଟିଥିଲା, ହେଲେ ଅମିତ ଜାଣଶୁଣି ଏପରି କରିଥିବା ହୃଦୟଙ୍ଗମ କରି ତାଙ୍କୁ ରେଫରୀ ରେଡକାର୍ଡ ଦେଖାଇ ମ୍ୟାଚ୍‌ରୁ ବ୍ୟାନ କରିଥିଲେ । ଏହାକୁ ଅମିତଙ୍କ ସମେତ ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ ସିଂହ ମଧ୍ୟ ବିରୋଧ କରିଥିଲେ । ହେଲେ ରେଫରୀ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ । ଶେଷରେ ନିରାଶ ହୋଇ ରୋହିଦାସଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା । ଏପରିକି ସେ ଆଜି ସେମିଫାଇନାଲ୍‌ ମ୍ୟାଚ୍‌ ମଧ୍ୟ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି ।

ଅମ୍ପାୟାରଙ୍କ ବିବାଦୀୟ ନିଷ୍ପତ୍ତିକୁ ହକି ଇଣ୍ଡିଆର ବିରୋଧ :-

ଅମିତ ରୋହିଦାସଙ୍କୁ ରେର୍ଡ କାର୍ଡ ମିଳିବା ସମେତ ମ୍ୟାଚ୍‌ରେ ଅନେକ ନିଷ୍ପତ୍ତି ଉପରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦକୁ ପାଲଟା ଅଭିଯୋଗ କରିଛି ହକି ଇଣ୍ଡିଆ । ଆପତ୍ତି ଉଠାଇ ହକି ଇଣ୍ଡିଆ କହିଛି ଯେ ଅମ୍ପାୟାରିଂ ନିଷ୍ପତ୍ତି ବିବାଦୀୟ । ଅମିତ ଜାଣିଶୁଣି ଏଭଳି କରିନାହାଁନ୍ତି ବୋଲି ଅଭିଯୋଗ ଫର୍ଦ୍ଦରେ ଦର୍ଶାଇଛି ହକି ଇଣ୍ଡିଆ ।

ସେମିଫାଇନାଲ୍‌ରେ ଜର୍ମାନୀକୁ ଭେଟିବ ଭାରତ :-

ପ୍ୟାରିସ ଅଲିମ୍ପିକ୍ସ 2024 ହକି ପ୍ରଥମ ସେମିଫାଇନାଲ ନେଦରଲାଣ୍ଡ ଓ ସ୍ପେନ ମଧ୍ୟରେ ଆଜି (ମଙ୍ଗଳବାର) ସନ୍ଧ୍ୟା 5:30 ସମୟରେ ଖେଳାଯିବ । ଏହାପରେ ଦ୍ବିତୀୟ ସେମିଫାଇନାଲରେ ଜର୍ମାନୀକୁ ଭେଟିବ ଟିମ୍‌ ଇଣ୍ଡିଆ ।

ପ୍ୟାରିସ ଅଲିମ୍ପିକ୍ସ ହକି ସେମିଫାଇନାଲ କ୍ରୀଡ଼ାସୂଚୀ :-

ପ୍ରଥମ ସେମିଫାଇନାଲ - ନେଦରଲାଣ୍ଡ ବନାମ ସ୍ପେନ - 6 ଅଗଷ୍ଟ (ମଙ୍ଗଳବାର) ସନ୍ଧ୍ୟା 5:30

ଦ୍ବିତୀୟ ସେମିଫାଇନାଲ - ଭାରତ ବନାମ ଜର୍ମାନୀ - 6 ଅଗଷ୍ଟ (ମଙ୍ଗଳବାର) ରାତି 10:30

1980 ଇତିହାସ ପୁନରାବୃତ୍ତି ଲକ୍ଷ୍ୟରେ ହରମନପ୍ରୀତ ଆଣ୍ଡ କୋ :-

ଭାରତୀୟ ହକି ଦଳକୁ ଗୋଲ୍ଡ ମେଡାଲ ଜିତିବା ପାଇଁ ଏଥର ସୁବର୍ଣ୍ଣ ସୁଯୋଗ ରହିଛି । ଏହାକୁ ହାତଛଡ଼ା ନକରି 1980 ମସିହାର ଇତିହାସକୁ ଦୋହରାଇବାକୁ ଚାହିଁବେ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ । 1980 ପରଠାରୁ ଦୁଇ ଶକ୍ତିଶାଳୀ ଦଳ ବେଲଜିୟମ ଓ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ସେମିଫାଇନାଲ ଖେଳିବେ ନାହିଁ । କାରଣ ଦୁଇ ଦଳ କ୍ବାର୍ଟର ଫାଇନାଲରୁ ହିଁ ବିଦା ହୋଇଛନ୍ତି । ଯାହା ଭାରତ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଗତ ଟୋକିଓ ଅଲିମ୍ପିକ୍ସ 2020ରେ ବେଲଜିୟମ ସ୍ବର୍ଣ୍ଣ ପଦକ ହାତେଇଥିବାବେଳେ ଅଷ୍ଟ୍ରେଲିଆ ରୌପ୍ୟ ପଦକ ପାଇଥିଲା । ଅନ୍ୟପଟେ ଚମତ୍କାର ପ୍ରଦର୍ଶନ କରିବା ସତ୍ତ୍ବେ କାଂସ୍ୟରେ ସନ୍ତୁଷ୍ଟ ହୋଇଥିଲା ଟିମ୍‌ ଇଣ୍ଡିଆ । ଏଥର ଦୁଇ ଦଳ ସେମିଫାଇନାଲରେ ନଥିବାରୁ ଭାରତ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ।

ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ରେକର୍ଡ :-

ଅଲିମ୍ପିକ୍ସ ଇତିହାସରେ ଭାରତକୁ ସର୍ବଦା ଗୌରବାନ୍ବିତ କରି ଆସିଛି ଭାରତୀୟ ହକି ଦଳ । 1980 ମସିହାରେ ଶେଷ ଥର ପାଇଁ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲା ଟିମ୍‌ ଇଣ୍ଡିଆ । ହକିରେ ଭାରତ ଏବେଯାଏଁ ମୋଟ 12ଟି ଅଲିମ୍ପିକ ପଦକ ଜିତିଥିବାବେଳେ ଏଥିରେ କେବଳ ସ୍ବର୍ଣ୍ଣ ପଦକ 8ଟି ସାମିଲ ରହିଛି । ଏଥର 1980 ମସିହାର ଇତିହାସର ପୁନରାବୃତ୍ତି କରି ଭାରତକୁ ନବମ ଗୋଲ୍ଡ ଆଣିବାର ସମୟ ଆସିଛି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: ଓଡ଼ିଆ ପୁଅ ଅମିତଙ୍କୁ ବ୍ୟାନ୍‌ କରିବା ପଡ଼ିଲା ମହଙ୍ଗା; ଏମିତି ବଦଳିଗଲା ଖେଳର ମୋଡ଼ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 6, 2024, 1:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.