ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ 2024 ଫାଇନାଲରେ ନୀରଜ ଚୋପ୍ରା; ବାପା କହିଲେ ପୁଅ ଦୋହରାଇବ ଇତିହାସ - Neeraj Chopra Family Reaction

author img

By ETV Bharat Sports Team

Published : Aug 6, 2024, 7:12 PM IST

Neeraj Chopra Family Reaction : ପ୍ୟାରିସ ଅଲିମ୍ପିକ୍ସ 2024 ଫାଇନାଲରେ ନୀରଜ ଚୋପ୍ରା । ବାପା କହିଲେ ପୁଅ ଦୋହରାଇବ ଟୋକିଓ ଅଲିମ୍ପିକ୍ସ ଇତିହାସ । ଜେଜେ କହିଲେ ସାରା ଦେଶକୁ ଗର୍ବିତ କରିବ ନାତି । ଅଧିକ ପଢ଼ନ୍ତୁ

Neeraj Chopra Family Reaction
Neeraj Chopra Family Reaction (ETV Bharat)

ପାନିପଥ (ହରିୟାଣା): ଭାରତର ଷ୍ଟାର ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା ତାଙ୍କର ପ୍ରଥମ ପ୍ରୟାସରେ ଜାଭେଲିନ୍ ଥ୍ରୋ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଆଜି ପ୍ୟାରିସ ଅଲିମ୍ପିକ୍ସ ଜାଭେଲିନ ଥ୍ରୋ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ନୀରଜ 89.34 ମିଟର ଦୂରକୁ ଜାଭେଲିନ ଫିଙ୍ଗିଥିଲେ । ନୀରଜଙ୍କ ଏହି ଉତ୍କୃଷ୍ଟ ପ୍ରଦର୍ଶନ ସହିତ ପୂରା ଦେଶ ତାଙ୍କଠାରେ ଥିବା ସ୍ବର୍ଣ୍ଣ ପଦକ ଆଶାକୁ ଆହୁରି ଦୃଢ଼ କରିଛି । ତେବେ ଏହି ଉତ୍କୃଷ୍ଟ ପ୍ରଦର୍ଶନକୁ ନେଇ ନୀରଜ ଚୋପ୍ରାଙ୍କ ପରିବାର ସଦସ୍ୟ ମଧ୍ୟ ବେଶ ଖୁସି ଅଛନ୍ତି । ତାଙ୍କ ପିତା ଏବଂ ଜେଜେବାପା କହିଛନ୍ତି ଯେ ଟୋକିଓ ପରି ପ୍ୟାରିସରେ ମଧ୍ୟ ନୀରାଜ ସ୍ୱର୍ଣ୍ଣ ଜିତିବେ ବୋଲି ସେମାନେ ଆଶାବାଦୀ ।

'ପୁଅ ନିରାଶ କରିବନି ବୋଲି ଆମର ଆଶା' :- ନୀରଜଙ୍କ ପିତା

ନୀରଜ ଚୋପ୍ରା ହେଉଛନ୍ତି ହରିୟାଣାର ପାନିପଥ ଜିଲ୍ଲା ଅନ୍ତର୍ଗତ ଖଣ୍ଡରା ଗାଁର ବାସିନ୍ଦା । ପ୍ୟାରିସ ଅଲିମ୍ପିକ୍ସ 2024 ଫାଇନାଲରେ ପହଞ୍ଚିବା ପରେ ତାଙ୍କ ପିତା ସୁଭାଷ ଚୋପ୍ରା କହିଛନ୍ତି, "ଆମର ସମ୍ପୂର୍ଣ୍ଣ ଆଶା ଅଛି ଯେ ଏଥର ମଧ୍ୟ ପୁଅ ସ୍ବର୍ଣ୍ଣ ପଦକ ଆଣି ସମଗ୍ର ଦେଶକୁ ଗୌରବାନ୍ବିତ କରିବ । 3 ଦିନ ପୂର୍ବରୁ ନୀରଜଙ୍କ ସହ କଥା ହୋଇଥିଲି । ସେ କହିଥିଲା ଯେ ସବୁକିଛି ଠିକ ଅଛି ଓ ଅଭ୍ୟାସ ଭଲ ହୋଇଛି । ଆଶା କରୁଛୁ, ଏଥର ମଧ୍ୟ ସେ ଟୋକିଓ ଅଲିମ୍ପିକ୍ସର ଇତିହାସ ପୁନରାବୃତ୍ତି କରିପାରିବ ।" ପ୍ରକାଶ ଥାଉ, ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଜାଭେଲିନ୍ 87.58 ମିଟର ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଥିଲେ ।

ମୋ ନାତି ସାରା ଦେଶକୁ ଖୁସି କରିଦେବ :- ନୀରଜଙ୍କ ଜେଜେବାପା

ନୀରଜ ଚୋପ୍ରାଙ୍କ ଜେଜେବାପା କହିଛନ୍ତି, "ନୀରଜର ପ୍ରଦର୍ଶନରେ ପୁରା ପରିବାର ଖୁସି ଅଛୁ । ଆମେ ଏଥିପାଇଁ ଖୁସି ଯେ, ସେ ସମଗ୍ର ଦେଶକୁ ଖୁସି ହେବାର ସୁଯୋଗ ଦେଇଥାଏ ।" ପଦକ ଜିତିବା ଆଶା ନେଇ ସେ କହିଛନ୍ତି, "ଆମର ସମ୍ପୂର୍ଣ୍ଣ ଭରସା ଅଛି ଯେ ସେ ସ୍ବର୍ଣ୍ଣ ଜିତିବ । କିନ୍ତୁ ଏହା ଭଗବାନଙ୍କ ଇଚ୍ଛା । ଯାହା ପଦକ ଆସୁ, ଆମେ ଖୁସିରେ ଏହାକୁ ଗ୍ରହଣ କରିବୁ ।" କୌଣସି ବି ମ୍ୟାଚ୍‌ ସମୟରେ ନୀରଜଙ୍କ ଜେଜେବାପା ତାଙ୍କ ନାତିଙ୍କ ସହ କଥାବାର୍ତ୍ତା କରନ୍ତି ନାହିଁ ବୋଲି କହିଛନ୍ତି । ସେ କହିଛନ୍ତି ଯେ ନୀରଜ ପୁରା ପରିବାର ସହିତ କଥାବାର୍ତ୍ତା କରନ୍ତି, କିନ୍ତୁ ସେ ଘରକୁ ଫେରିବା ପରେ ଜେଜେ ତାଙ୍କ ସହ କଥା ହୁଅନ୍ତି ।

8 ଅଗଷ୍ଟରେ ଫାଇନାଲ ଖେଳିବେ ନୀରଜ :-

ପ୍ୟାରିସ ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ନୀରଜ ଚୋପ୍ରା ନିଜର ଶ୍ରେଷ୍ଠ ଥ୍ରୋ କରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଦେଶର ସୁନା ପୁଅ ନୀରଜ ଚୋପ୍ରା ଯୋଗ୍ୟତା ପର୍ଯ୍ୟାୟରେ 89.34 ମିଟର ଜାଭେଲିନ ଫିଙ୍ଗି ଫାଇନାଲରେ ପ୍ରବେଶ କରିଛନ୍ତି । ନୀରଜଙ୍କ ଏହି ଉତ୍କୃଷ୍ଟ ପ୍ରଦର୍ଶନ ପୁଣିଥରେ ସାରା ଦେଶ ସମେତ ତାଙ୍କ ନିଜ ଜିଲ୍ଲା ପାନିପଥରେ ଖୁସିର ମାହୋଲ ସୃଷ୍ଟି କରିଛି ।ହରିୟାଣା ସମେତ ସମଗ୍ର ଦେଶ ପୁଣି ଥରେ ନୀରଜଙ୍କଠାରୁ ସ୍ବର୍ଣ୍ଣ ପଦକ ଆଶା ରଖିଛି । ନୀରଜଙ୍କ ଫାଇନାଲ୍‌ ମ୍ୟାଚ୍ 8 ଅଗଷ୍ଟରେ ଅନୁଷ୍ଠିତ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: ଫେଲ ମାରିଲେ ଓଡ଼ିଆ ପୁଅ କିଶୋର ଜେନା; ଗୋଟିଏ ଥ୍ରୋ'ରେ ଫାଇନାଲରେ ପ୍ରବେଶ କଲେ ନୀରଜ ଚୋପ୍ରା - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.