ETV Bharat / sports

ଦମଦାର ବିଜୟରୁ ପିଭି ସିନ୍ଧୁଙ୍କ ଅଭିଯାନ ଆରମ୍ଭ; ପ୍ରଥମ ମ୍ୟାଚ୍‌ରେ ପ୍ରତିଦ୍ବନ୍ଦ୍ବୀଙ୍କୁ ଚଟାଇଲେ ଧୂଳି - Paris Olympics 2024

author img

By ETV Bharat Sports Team

Published : Jul 28, 2024, 2:33 PM IST

Paris Olympics 2024 Badminton: ପ୍ରଥମ ମ୍ୟାଚ୍‌ରେ ଚମକିଲେ ଭାରତର ବ୍ୟାଡମିଣ୍ଟନ କ୍ବିନ ପିଭି ସିନ୍ଧୁ । ମାଳଦ୍ବୀପର ସଟ୍‌ଲର୍‌ ଅବଦୁଲ ରଜାକଙ୍କୁ ପ୍ରଥମ ମ୍ୟାଚ୍‌ରେ 21-9 ଓ 21-6 ସ୍କୋର ସହ ଦେଲେ ମାତ । ଅଧିକ ପଢ଼ନ୍ତୁ

Paris Olympics 2024 Badminton
Paris Olympics 2024 Badminton (AP Photos)

ପ୍ୟାରିସ (ଫ୍ରାନ୍ସ): 140 କୋଟି ଭାରତୀୟଙ୍କ ଅଲିମ୍ପିକ୍‌ ପଦକ ଆଶା ଓ ଭରସା ଭାରତର ଷ୍ଟାର ସଟଲର୍‌ ପିଭି ସିନ୍ଧୁ ଏକ ଦମଦାର ବିଜୟ ସହ ଏଥର ଅଲିମ୍ପିକ୍‌ ଅଭିଯାନ ଆରମ୍ଭ କରିଛନ୍ତି । ରବିବାର ଖେଳାଯାଇଥିବା ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ ମ୍ୟାଚରେ ସିନ୍ଧୁ ମାଳଦ୍ବୀପର ସଟ୍‌ଲର୍‌ ଅବଦୁଲ ରଜାକଙ୍କୁ 21-9 ଓ 21-6 ସ୍କୋର ସହ ପରାସ୍ତ କରିଛନ୍ତି । ଅଲିମ୍ପିକ୍ସରେ ଭାରତ ପାଇଁ ପୂର୍ବରୁ କାଂସ୍ୟ ଏବଂ ରୌପ୍ୟ ପଦକ ଜିତିଥିବା ସିନ୍ଧୁଙ୍କଠାରୁ ଏଥର ସମସ୍ତେ ସ୍ବର୍ଣ୍ଣ ପଦକ ଆଶା ରଖିଛନ୍ତି ।

ଦୁଇଥର ଅଲିମ୍ପିକ୍ ପଦକ ବିଜେତା ସିନ୍ଧୁ ପ୍ରଥମ ସେଟରେ ନିଜ ସର୍ଭିସ୍‌ରେ 14 ପଏଣ୍ଟ ହାସଲ କରିଥିବାବେଳେ ଦ୍ବିତୀୟ ସେଟ୍‌ ସର୍ଭିସରେ 18 ପଏଣ୍ଟ ହାସଲ କରିଛନ୍ତି । ପ୍ରକାଶ ଥାଉ, ସିନ୍ଧୁ ନିଜର ମାଳଦ୍ବୀପ ପ୍ରତିଦ୍ବନ୍ଦ୍ବୀଙ୍କ ବିପକ୍ଷରେ ସମୁଦାୟ ଦୁଇଟି ମ୍ୟାଚ ଖେଳିଥିବାବେଳେ ଏହା ହେଉଛି ଦ୍ୱିତୀୟ ବିଜୟ । ଏହା ପୂର୍ବରୁ ସେ 2022 କମନୱେଲଥ୍‌ ଗେମ୍ସରେ ମଧ୍ୟ ସମାନ ପ୍ରତିଦ୍ବନ୍ଦ୍ବୀଙ୍କ ବିପକ୍ଷରେ ବିଜୟ ହାସଲ କରିଥିଲେ ।

21-9ରେ ପ୍ରଥମ ସେଟ୍‌ ଜିତିଲେ ସିନ୍ଧୁ:-

ବିଶ୍ବର ନମ୍ବର 13 ସଟ୍‌ଲର୍‌ ପିଭି ସିନ୍ଧୁ ପ୍ରଥମ ସେଟ୍‌ରେ ଧିମା ଆରମ୍ଭ କରିଥିଲେ ଏବଂ ପ୍ରତିପକ୍ଷ ଖେଳାଳିଙ୍କୁ ଅନେକ ସୁଯୋଗ ଦେଇଥିଲେ । ସେଟ୍‌ ଆରମ୍ଭରେ ସ୍କୋର 3-3ରେ ବରାବର ସ୍ଥିତିରେ ରହିଥିଲା । କିନ୍ତୁ ଏହାପରେ ସିନ୍ଧୁ ମାଳଦ୍ବୀପ ଖେଳାଳିଙ୍କୁ କୌଣସି ସୁଯୋଗ ଦେଇନଥିଲେ ଏବଂ ମିଡ୍‌ବ୍ରେକ୍‌ ପର୍ଯ୍ୟନ୍ତ ସେ 11-4 ସ୍କୋର ସହିତ 7 ପଏଣ୍ଟ୍‌ର ଗୁରୁତ୍ବପୂର୍ଣ୍ଣ ଅଗ୍ରଣୀ ନେଇଥିଲେ । ବିରତି ପରେ ସିନ୍ଧୁ ତାଙ୍କର ଚମତ୍କାର ପ୍ରଦର୍ଶନ ଜାରି ରଖିଥିଲେ ଏବଂ ପ୍ରଥମ ସେଟ୍ 21-9 ବ୍ୟବଧାନରେ ଜିତିଥିଲେ ।

ଦ୍ବିତୀୟ ସେଟ୍‌ରେ ବି ଚମକିଲେ ସିନ୍ଧୁ:-

ଦ୍ବିତୀୟ ସେଟରେ ଭାରତର ଶୀର୍ଷ ସଟଲର ପିଭି ସିନ୍ଧୁ ନିଜର ଚମତ୍କାର ପ୍ରଦର୍ଶନ ବଜାୟ ରଖିଥିଲେ । ସିନ୍ଧୁଙ୍କ ପକ୍ଷରୁ ବୁଲେଟ୍‌ ସ୍ପିଡ୍‌ରେ ଯାଉଥିବା ସଟ୍‌ର କୌଣସି ଜବାବ ବିଶ୍ବ ମାନ୍ୟତାର 99 ସ୍ଥାନରେ ଥିବା ମାଳଦ୍ବୀପ ସଟ୍‌ଲର ଅବଦୁଲ ରଜାକଙ୍କ ପାଖରେ ନଥିଲା । ସିନ୍ଧୁ ଦ୍ବିତୀୟ ସେଟ୍‌ 21-6 ସ୍କୋର ସହିତ ଏକପାଖିଆ ଜିତିଥିଲେ । ଯଦିଓ ସିନ୍ଧୁ କିଛିଟା ଭୁଲ କରିଥିଲେ, ହେଲେ ପୂରା ମ୍ୟାଚ୍‌ରେ ସେ ଭଲ ଫର୍ମରେ ନଜର ଆସିଥିଲେ ।

31 ଜୁଲାଇରେ ପରବର୍ତ୍ତୀ ମ୍ୟାଚ୍‌:-

29 ବର୍ଷୀୟ ପିଭି ସିନ୍ଧୁଙ୍କ ପରବର୍ତ୍ତୀ ଗ୍ରୁପ୍ ମ୍ୟାଚ୍‌ ବୁଧବାର, ଜୁଲାଇ 31 ତାରିଖ ଦିନ 12:50 ସମୟରେ ଖେଳାଯିବ । ଏହି ମ୍ୟାଚ୍‌ରେ ସେ ଇଷ୍ଟୋନିଆର ସଟ୍‌ଲର କ୍ରିଷ୍ଟିନ କୁବାଙ୍କୁ ଭେଟିବେ ।

ଏହା ମଧ୍ୟ ପଢ଼ନ୍ତୁ...ଅଲିମ୍ପିକ୍ସ ପ୍ରି-କ୍ବାର୍ଟରରେ ପ୍ରୀତି ପାୱାର; ବକ୍ସିଂରେ ପଦକ ଆଶା ଉଦ୍‌ଜୀବୀତ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.