ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: ପ୍ରି-କ୍ବାର୍ଟରଫାଇନାଲରେ ପିଭି ସିନ୍ଧୁ; ଭାରତର ପଦକ ଆଶା ଉଜ୍ବଳ - Paris Olympics 2024

author img

By ETV Bharat Sports Team

Published : Jul 31, 2024, 2:05 PM IST

Paris Olympics 2024, PV Sindhu Qualifies for Pre Quarterfinals in Badminton : ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ବ୍ୟାଡ୍‌ମିଣ୍ଟନ କ୍ବିନ୍‌ ପିଭି ସିନ୍ଧୁଙ୍କ ରାଜ । ଦମଦାର ପ୍ରଦର୍ଶନ ସହ ପ୍ରତିଦ୍ବନ୍ଦ୍ବୀଙ୍କୁ ଦେଲେ ମାତ । 21-5 ଓ 21-10 ସ୍କୋରରେ ଉଭୟ ସେଟ୍‌ ଜିତି ପ୍ରି-କ୍ବାର୍ଟରଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ସିନ୍ଧୁ । ଅଧିକ ପଢ଼ନ୍ତୁ

Paris Olympics 2024 Badminton
Paris Olympics 2024 Badminton (IANS Photo)

ପ୍ୟାରିସ (ଫ୍ରାନ୍ସ): ବ୍ୟାଡ୍‌ମିଣ୍ଟନରେ ଭାରତର ପଦକ ଆଶା ଉଦ୍‌ଜୀବୀତ । ଦମଦାର ପ୍ରଦର୍ଶନ ସହ ପ୍ରତିଦ୍ବନ୍ଦ୍ବୀଙ୍କୁ ମାତ ଦେଇ ପ୍ରି-କ୍ବାର୍ଟରଫାଇନାଲକୁ ଉନ୍ନିତ ହେଲେ ଭାରତୀୟ ଷ୍ଟାର ସଟ୍‌ଲର ପିଭି ସିନ୍ଧୁ । ବିପକ୍ଷ ଇଷ୍ଟୋନିଆର କ୍ରିଷ୍ଟେନ କୁବାଙ୍କ ବିପକ୍ଷରେ ଦମଦାର ବିଜୟ ହାସଲ କରିଛନ୍ତି ପିଭି ସିନ୍ଧୁ । ଆରମ୍ଭରୁ ହିଁ ମ୍ୟାଚ୍‌ରେ ଦବଦବା ଜାରି ରଖିବା ସହ ଏକ ସହଜ ବିଜୟ ହାସଲ କରିଛନ୍ତି ସିନ୍ଧୁ । ସେ ଉଭୟ ସେଟ୍‌କୁ ଯଥାକ୍ରମେ 21-5 ଓ 21-10 ସ୍କୋରରେ ଜିତିଛନ୍ତି । ମ୍ୟାଚ୍ କେବଳ 32 ମିନିଟ୍ ଧରି ଚାଲିଥିଲା ​​ଏବଂ ସିନ୍ଧୁ କ୍ରମାଗତ 2ଟି ଯାକ ସେଟ୍‌ ଜିତି ରାଉଣ୍ଡ ଅଫ୍‌ 16, ଅର୍ଥାତ ପ୍ରି-କ୍ବାର୍ଟରଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଆରମ୍ଭରୁ ଦବଦବା ଜାରି ରଖିଲେ ସିନ୍ଧୁ:-

ପିଭି ସିନ୍ଧୁ ମ୍ୟାଚ୍‌ ଆରମ୍ଭରୁ ହିଁ ପ୍ରତିଦ୍ବନ୍ଦ୍ବୀଙ୍କ ବିପକ୍ଷରେ ଦବଦବା ଜାରି ରଖିଥିଲେ ଏବଂ ପ୍ରଥମ ସେଟ୍‌କୁ ସହଜରେ 21-5 ସ୍କୋରରେ ଜିତିଥିଲେ । ତାଙ୍କ ପ୍ରତିଦ୍ବନ୍ଦ୍ବୀ ସିନ୍ଧୁଙ୍କ 'ବ୍ୟାକହାଣ୍ଡ୍ ସଟ୍' ବିପକ୍ଷରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ସିନ୍ଧୁ ଦ୍ବିତୀୟ ସେଟ୍‌କୁ 21-10 ସ୍କୋରରେ ଜିତି ନେଇଥିଲେ । ସିନ୍ଧୁ ଇଷ୍ଟୋନିଆର କ୍ରିଷ୍ଟେନ କୁବାଙ୍କ ବିପକ୍ଷରେ ବିପକ୍ଷ ମ୍ୟାଚରେ ଏକ ଶକ୍ତିଶାଳୀ ଆରମ୍ଭ କରି ପ୍ରଥମ ତିନୋଟି ପଏଣ୍ଟ ଜିତି ଆରମ୍ଭରୁ ଅଗ୍ରଣୀ ହାସଲ କରିଥିଲେ । ସେ ନେଟ୍‌ ସଟ୍‌ ସହିତ 6 ପଏଣ୍ଟ ଲିଡ୍‌ ନେଇ ମ୍ୟାଚ୍‌କୁ ଆଗେଇ ନେଇଥିଲେ । ହେଲେ କ୍ରିଷ୍ଟେନ କୁବା ପ୍ରଭାବଶାଳୀ ପ୍ରତ୍ୟାବର୍ତ୍ତନ କରିବାରେ ଅସମର୍ଥ ରହିଥିଲେ ।

ଏମିତି ଥିଲା ପୂରା ମ୍ୟାଚ୍‌:-

ଇଷ୍ଟୋନିଆ ଖେଳାଳି କିଛି ପଏଣ୍ଟ ହାସଲ କରିବା ସତ୍ତ୍ବେ ସିନ୍ଧୁ ନିୟନ୍ତ୍ରଣ ବଜାୟ ରଖିଥିଲେ । କୁବା ଏକ ଅଜବ ଡ୍ରାଇଭ୍‌ ସଟ୍‌ ଖେଳିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହାକୁ ସୀମା ଭିତରେ ରଖିବାରେ ବିଫଳ ହୋଇଥିଲେ । ଫଳରେ ସିନ୍ଧୁଙ୍କୁ ଆଉ ଏକ ପଏଣ୍ଟ ମିଳିଥିଲା । ବିଳମ୍ବିତ ପ୍ରତ୍ୟାବର୍ତ୍ତନ ପରେ ସିନ୍ଧୁ ଶୀଘ୍ର କ୍ରସ-କୋର୍ଟ ଡ୍ରାଇଭ ସହିତ ପୁନର୍ବାର ନିଜ ଲୟକୁ ଫେରିଥିଲେ ଏବଂ ଲିଡ୍‌କୁ 13 ପଏଣ୍ଟକୁ ଆଗେଇ ନେଇଥିଲେ । ସିନ୍ଧୁ ସ୍କୋରକୁ 18-3 ପର୍ଯ୍ୟନ୍ତ ନେଇ ନିଜର ଆଧିପତ୍ୟ ଜାରି ରଖିଥିଲେ । ହେଲେ ପୁଣି ଗୋଟିଏ ଭୁଲ ସଟ୍‌ କାରଣରୁ ପଏଣ୍ଟ ପୁଣି ଚାଲିଯାଇଥିଲା ବିପକ୍ଷ ଖେଳାଳିଙ୍କ ହାତକୁ । ପରିଶେଷରେ, ସିନ୍ଧୁ 21-5ର ଏକ ପ୍ରଭାବଶାଳୀ ସ୍କୋର ସହିତ ପ୍ରଥମ ଗେମ୍‌ ସହଜରେ ଜିତିଥିଲେ । ଦ୍ବିତୀୟ ସେଟ୍‌ ଆରମ୍ଭରୁ ସିନ୍ଧୁ ଶୀଘ୍ର ମ୍ୟାଚ୍‌ ଶେଷ କରିବା ଲକ୍ଷ୍ୟରେ ଖେଳିଲେ । ପ୍ରତିଦ୍ବନ୍ଦ୍ବୀ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ସତ୍ତ୍ବେ ସିନ୍ଧୁଙ୍କର ଶକ୍ତିଶାଳୀ ଲଟ୍‌ ଏବଂ ସ୍ଥିର ପ୍ରଦର୍ଶନ ତାଙ୍କୁ ଅଗ୍ରଣୀ କରାଇଲା । ଶେଷରେ ଏହି ସେଟ୍‌କୁ 21-10ରେ ଜିତିଥିଲେ ପିଭି ସିନ୍ଧୁ । ଏହି ବିଜୟ ସହ ରାଉଣ୍ଡ ଅଫ୍‌ 16କୁ ଉନ୍ନିତ ହୋଇଛନ୍ତି ଏହି ଭାରତୀୟ ଷ୍ଟାର ସଟ୍‌ଲର ।

ଏହା ମଧ୍ୟ ପଢ଼ନ୍ତୁ...ଶୁଟିଂରେ ଆସିବ ଆଉ ଏକ ପଦକ: ଫାଇନାଲ୍‌ରେ ସ୍ବପ୍ନୀଲ କୁସାଲେ; ଫେଲ ମାରିଲେ ଐଶ୍ବର୍ଯ୍ୟ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.