ETV Bharat / sports

ମନୁଙ୍କ ପାଇଁ ଦେଶ ଗର୍ବିତ; ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ପ୍ରଶଂସାରେ ପୋତିଲେ ପ୍ରଧାନମନ୍ତ୍ରୀ, ମନୁ କହିଲେ ସରକାରଙ୍କ ପାଇଁ... - Manu Bhaker

author img

By ETV Bharat Sports Team

Published : Jul 29, 2024, 10:35 AM IST

Modi congratulate Manu Bhaker: ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ ପରେ ମନୁଙ୍କ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ଫୋନ ଯୋଗେ କଥା ହେବା ସହ ପ୍ରଶଂସାରେ ପୋତିଲେ । ଅଧିକ ପଢନ୍ତୁ

Manu Bhaker
Manu Bhaker (ETV BHARAT ODISHA)

ହାଇଦ୍ରାବାଦ: ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ପାଇବା ପରେ ଚର୍ଚ୍ଚାରେ ଷ୍ଟାର ସୁଟର ମନୁ ଭାକର । ଦେଶ ପାଇଁ ଅଲିମ୍ପିକ୍ସରେ ପ୍ରଥମ ପଦକ ହାସଲ ପରେ ଚାରି ଆଡେ ଖୁସିର ମାହୋଲ । ହରିୟାଣାର ଏହି ଷ୍ଟାର ସୁଟରଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାହୁଲ ଗାନ୍ଧି ମନୁଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଗତକାଲି 10 ମିଟର ଏୟାର ପିସ୍ତଲ ଫାଇନାଲ ଇଭେଣ୍ଟରେ 221.7 ପଏଣ୍ଟ ସୁଟ କରିଥିଲେ ମନୁ ଭକର । ଫାଇନାଲ ଇଭେଣ୍ଟର ପ୍ରଥମ ରାଉଣ୍ଡରେ ଭକର ସଂଘର୍ଷ କରଥିଲେ । ଟପ୍ -3ରେ ଆସି ନଥିଲେ । କିନ୍ତୁ ପରେ ହୋଇଥିଲା ଚମତ୍କାର । ପରବର୍ତ୍ତୀ ଇଭେଣ୍ଟରେ ଅବିଶ୍ବସନୀୟ ସୁଟ୍ କରି ଟପ୍ -3ରେ ରହି ବ୍ରୋଞ୍ଜ ଜିତିଥିଲେ ।

ମନୁଙ୍କୁ ସହ ଫୋନରେ କଥା ହେଲେ ମୋଦି: ମନୁ ଅଲିମ୍ପିକ୍ସ ମେଡାଲ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ ତାଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଥିଲେ । ଯାହାର ଭିଡିଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସ ହ୍ୟାଣ୍ଡେଲରେ ସେୟାର କରାଯାଇଛି । ହରିୟାଣାର ଏହି ଷ୍ଟାର ସୁଟରଙ୍କୁ ମୋଦି କହିଥିଲେ, ତୁମେ 0.1 ପେଣ୍ଟ ପଛରେ ରହି ରୌପ୍ୟ ପଦକରୁ ବଞ୍ଚିତ ହୋଇଛି । ତଥାପି ତୁମେ ଦେଶକୁ ଗର୍ବିତ କରାଇଛ । ତୁମକୁ 2 ପ୍ରକାର ଶ୍ରେୟ ଯାଉଛି । ଗୋଟିଏ ବ୍ରୋଞ୍ଜ ପଦକ ଜିତିବା ପାଇଁ ଏବଂ ଅନ୍ୟଟି ଶୁଟିଂରେ ଦେଶ ପାଇଁ ପଦକ ଜିତିଥିବା ପ୍ରଥମ ମହିଳା ହେବା ପାଇଁ । ଟେକ୍ନିକାଲ ସମସ୍ୟା ଯୋଗୁଁ ଟୋକିଓ ଅଲିମ୍ପିକ୍ସରେ ତୁମକୁ ପଦକ ହରାଇବାକୁ ପଡିଲା, କିନ୍ତୁ ସବୁକିଛି ଭୁଲି ତୁମେ ପୁଣି ଭଲ ପ୍ରଦର୍ଶନ କରିଛ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ତୁମେ ଭବିଷ୍ୟତରେ ଆହୁରି ଭଲ ପ୍ରଦର୍ଶନ କରିବେ, କାରଣ ଏହି ବିଜୟ ଆପଣଙ୍କୁ ଉତ୍ସାହିତ କରିବ ଏବଂ ଆତ୍ମବିଶ୍ୱାସ ବଢାଇବ। ଦେଶ ମଧ୍ୟ ଏଥି ପାଇଁ ଲାଭବାନ ହେବ । ପ୍ୟାରିସରେ ଖେଳାଳିଙ୍କ ପାଇଁ ହୋଇଥିବା ସମସ୍ତ ବ୍ୟବସ୍ଥା ଭଲ କି ନୁହେଁ ତାହା ଉପରେ ମଧ୍ୟ ମନୁଙ୍କୁ ପଚାରିଥିଲେ ପ୍ରଧାନମନ୍ତ୍ରୀ । ମନୁ ଭାକର କହିଥିଲେ, '' ଏଠାରେ ସବୁକିଛି ଠିକ ଠାକ ଅଛି। ଆମକୁ ସବୁ ପ୍ରକାର ସୁବିଧା ମିଳୁଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଉଦ୍ୟମ ସଫଳ ହୋଇଛି । ଆମେ ଭାରତ ସରକାରଙ୍କୁ ମଧ୍ୟ ସମସ୍ତ ସହଯୋଗ ପାଇଁ ଧନ୍ୟବାଦ ଜଣାଉଛୁ ।''

ଏହା ମଧ୍ୟ ପଢନ୍ତୁ-ପ୍ୟାରିସରେ ହେଲା ଚମତ୍କାର ! ଅଲିମ୍ପିକ୍ସ ପଦକ ସହ ଶ୍ରୀମଦଭାଗବତ ଗୀତା ଲିଙ୍କ୍, ଜାଣନ୍ତୁ କିଏ ମନୁ ଭାକର ? - Manu Bhaker

'ମନୁଙ୍କ ପ୍ରଦର୍ଶନ ମହିଳାଙ୍କୁ ପ୍ରେରଣା ଦେବ': ରାଷ୍ଟ୍ରପତି ଟ୍ବିଟ କରି କହିଛନ୍ତି, ''ପ୍ୟାରିସ୍ ଅଲିମ୍ପିକ୍ସରେ 10 ମିଟର ଏୟାର ପିସ୍ତଲ ଶୁଟିଂ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ମନୁ ଭାକରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏକି ଶୁଟିଂ ପ୍ରତିଯୋଗିତାରେ ଅଲିମ୍ପିକ୍ସ ପଦକ ଜିତିଛନ୍ତି । ମନୁ ଭକରଙ୍କ ପାଇଁ ଦେଶ ଗର୍ବିତ । ତାଙ୍କର ଏହି ପ୍ରଦର୍ଶନ ଅନେକ କ୍ରୀଡ଼ାବିତ୍, ବିଶେଷକରି ମହିଳାମାନଙ୍କୁ ପ୍ରେରଣା ଯୋଗାଇବ । ଭବିଷ୍ୟତରେ ସଫଳତାର ବହୁ ଉଚ୍ଚକୁ ଯାଆନ୍ତୁ । ''

ମନୁଙ୍କୁ ଶୁଭେଚ୍ଛା ଜଣାଇଲେ ମୋହନ ମାଝୀ: ଓଡି଼ଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ମନୁ ଭାକରଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି, ସେ ଟ୍ବିଟ କରି କହିଛନ୍ତି, ''ପ୍ୟାରିସ ଅଲିମ୍ପିକ୍ସରେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ପ୍ରଥମ ବ୍ରୋଞ୍ଜ ପଦକ ଆଣିଥିବା ମନୁ ଭାକରଙ୍କୁ ଶୁଭେଚ୍ଛା ଜଣାଉଛି। ଏହି ବିଜୟ ସାରା ଭାରତ ପାଇଁ ଗର୍ବ ଏବଂ ଗୌରବର ବିଷୟ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.