ETV Bharat / sports

ଅଲିମ୍ପିକ୍ସ ଇତିହାସରେ ଓଡିଶା; କେଉଁ ଖେଳାଳି ଦୌଡିଛନ୍ତି ଅଲିମ୍ପିକ୍ସ ଟ୍ରାକରେ, କିଏ କରିଛନ୍ତି ହକିରେ କମାଲ, କିଏ ଜିତିିଛି ମେଡାଲ୍ ? ଦେଖନ୍ତୁ ଓଡିଆ ଖେଳାଳିଙ୍କ ଲିଷ୍ଟ୍ - Paris Olympics 2024

author img

By ETV Bharat Odisha Team

Published : Jul 13, 2024, 1:32 PM IST

Updated : Jul 15, 2024, 1:33 PM IST

Odisha athletes in Olympics: ଜୁଲାଇ 26 ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ୟାରିସ ଅଲିମ୍ପିକ୍ସ । ଏଥରେ ଅଲିମ୍ପିକ୍ସ ଖଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ଦୁଇ ଓଡ଼ିଆ ଖେଳାଳି । ଅଲିମ୍ପିକ୍ସ ଇତିହାସରେ ଜାଣନ୍ତୁ କିପରି ରହିଛି ଓଡ଼ିଶାର ପ୍ରଦର୍ଶନ । ଅଧିକ ପଢନ୍ତୁ

Odisha at the Olympics
Odisha at the Olympics (ETV BHARAT ODISHA)

ହାଇଦ୍ରାବାଦ: ଆଉ ମାତ୍ର 12 ଦିନ ପରେ ଆରମ୍ଭ ହେବାକୁ ଯାଉଛି ବିଶ୍ବ କ୍ରୀଡା ମହାକୁମ୍ଭ ପ୍ୟାରିସ ଅଲିମ୍ପିକ୍ସ । ଦିନ ଯେତିକି ପାଖଉଛି କ୍ରୀଡା ପ୍ରେମୀଙ୍କ ମଧ୍ୟରେ ସେତିକି ଉତ୍ସାହ ବଢୁଛି । ପଦକ ହାସଲ ପାଇଁ ହେବ ଜୋରଦାର ପ୍ରତିଯୋଗିତା । ଦେଶ ବିଦେଶର ଖେଳାଳିଙ୍କ ମଧ୍ୟରେ ହେବ ପଦକ ଲଢେଇ । ଆସନ୍ତା ଜୁଲାଇ 26 ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ୟାରିସ ଅଲିମ୍ପିକ୍ସ । 4 ବର୍ଷ କୁ ଥରେ ଆୟୋଜିତ ହେଉଥିବା ଏହି ମହାକୁମ୍ଭରେ ଓଡିଶାର ଖେଳାଳି ମାନେ ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ରାଜ୍ୟର ନାମକୁ ଦେଶ ବାହାରେ ଚମକାଇଛନ୍ତି । ଆପଣ ଜାଣିଛନ୍ତି କି ଅଲମ୍ପିକ୍ସରେ ପ୍ରଥମ ଥର ପାଇଁ କେବେ ସାମିଲ ହୋଇଥିଲେ ଓଡିଶାର ଖେଳାଳି ? କେତେ ଜଣ ଖେଳାଳି ବର୍ତ୍ତମାନ ସୁଦ୍ଧା ଅଲିମ୍ପିକ୍ସ ଖେଳି ସାରିଛନ୍ତି ଓ କେଉଁ ମାନେ ମେଡାଲ ଜିତିଛନ୍ତି ?

PARIS OLYMPICS 2024
PARIS OLYMPICS 2024 (ETV BHARAT ODISHA)

1996 ଅଲିମ୍ପିକ୍ସରେ ପ୍ରଥମେ ସାମିଲ ହୋଇଥିଲେ ଓଡ଼ିଶା ଖେଳାଳି: 1896 ମସିହାରେ ଆୟୋଜନ ହୋଇଥିବା ମର୍ଡନ ଅଲିମ୍ପିକ୍ସରେ କୌଣସି ଓଡି଼ଶା ଖେଳାଳି ସାମିଲ ହୋଇନଥିଲେ । 1996ରେ ଆୟୋଜିତ ହୋଇଥିବା ଅଲିମ୍ପିକ୍ସରେ ଓଡ଼ିଶାର ଖେଳାଳି ଅଂଶ ଗ୍ରହଣ କରିଥିଲେ । ମୋଟ 14 ଜଣ ଖେଳାଳି ଭାଗ ନେଇଥିବା ବେଳେ ସେଥି ମଧ୍ୟରୁ 9ଜଣ ହକି ଖେଳାଳି , 4ଜଣ ଆଥଲେଟ୍ସ ଓ ଜଣେ ଭାରଉତ୍ତୋଳନକାରୀ ରହିଥିଲେ । ଏମାନଙ୍କ ମଧ୍ୟରୁ 8ଜଣ ମହିଳା ଖେଳାଳି ମଧ୍ୟ ରହିଥିଲେ । ପୂର୍ବ ରେକର୍ଡ ଅନୁଯାୟୀ, 2016ରେ ଆୟୋଜିତ ହୋଇଥିବା ରିଓ ଅଲିମ୍ପିକ୍ସରେ ଓଡିଶାର ସର୍ବାଧିକ 6ଜଣ ଖେଳାଳି ଭାଗ ନେବାର ସୁଯୋଗ ପାଇଥିଲେ । ସେହିପରି 2020 ଟୋକିଓ ଅଲିମ୍ପିକ୍ସରେ 5ଜଣ ଓଡିଆ ଖେଳାଳି ସାମିଲ ହୋଇଥିଲେ ।

Kishore Jena
Kishore Jena (ETV BHARAT ODISHA)

ପ୍ୟାରିସ ଅଲିମ୍ପିକ୍ସ ଖେଳିବେ 2 ଓଡ଼ିଆ: ପ୍ୟାରିସରେ ଆରମ୍ଭ ହେବାକୁ ଥିବା ଅଲିମ୍ପିକ୍ସରେ ଓଡିଶାର ମାତ୍ର ଦୁଇ ଜଣ ଖେଳାଳି ଜାଭେଲିନ ଫିଙ୍ଗାଳି କିଶୋର ଜେନା ଏବଂ ହକି ତାରକା ଅମିତ ରୋହିଦାସ ଭାରତରୁ ପ୍ରତିନିଧିତ୍ବ କରିବେ। ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ ଉଭୟଙ୍କୁ 15 ଲକ୍ଷ ଲେଖାଏଁ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ନଜର ପକାନ୍ତୁ ଅଲିମ୍ପିକ୍ସ ଖେଳାଥିବା ଖେଳାଳିଙ୍କ ଉପରେ...

Dilip Tirkey
Dilip Tirkey (ETV BHARAT ODISHA)

ଦିଲ୍ଲୀପ ତିର୍କୀ: ଦିଲ୍ଲୀପ ତିର୍କୀ ବର୍ତ୍ତମାନ ହକି ଇଣ୍ଡିଆ ସଭାପତି ରହିଛନ୍ତି । ସେ ଭାରତୀୟ ପୁରଷ ହକି ଦଳର ପୂର୍ବତନ ଅଧିନାୟକ ମଧ୍ୟ । ସେ ଭାରତୀୟ ପୁରୁଷ ହକି ଟିମ୍‌ର ସଦସ୍ୟ ଭାବେ ତିନି ଥର ଅଲିମ୍ପିକ୍ସ ଖେଳିଛନ୍ତି । ଆଟଲାଣ୍ଟାରେ 1996, ସିଡନୀରେ 2000 ଏବଂ 2004 ଏଥେନ୍ସରେ ଆୟୋଜିତ ଅଲିମ୍ପିକ୍ସ ଖେଳିଛନ୍ତି । ପ୍ରଥମ ଆଦିବାସୀ ଖେଳାଳି ଭାବେ ତିନି ଥର ଅଲିମ୍ପିକ୍ସ ଖେଳିବାର ସେ ଏକ ମାତ୍ର ଖେଳାଳି । ଏଥେନ୍ସ ଅଲିମ୍ପିକ୍ସ ସମୟରେ ସେ ଭାରତୀୟ ପୁରୁଷ ହକି ଦଳର କ୍ୟାପଟେନ ଥିଲେ ।

Ignace Tirkey
Ignace Tirkey (ETV BHARAT ODISHA)

ଇଗନାସ୍ ତିର୍କୀ: ଅଲିମ୍ପିକ୍ସ ଖେଳିଥିବା ଅନ୍ୟ ଜଣେ ଖେଳାଳି ହେଉଛନ୍ତି ଇଗନାସ ତିର୍କୀ । 2004ରେ ଏଥେନ୍ସରେ ଆୟୋଜିତ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍‌ରେ ମିଡିଲ ଫିଲ୍ଡର ଭାବେ ଖେଳିଥିଲେ ସେ । ଏସିଆନ ହକି କପରେ ଭାରତୀୟ ପୁରୁଷ ହକି ଦଳ ପ୍ରଥମ ଥର ସ୍ବର୍ଣ୍ଣ ପଦକ ହାସଲ କରିଥିଲା । ସେହି ସମୟରେ ଇଗନସ୍‌ଙ୍କ ଭୂମିକା ମହତ୍ବପୂର୍ଣ୍ଣ ଥିଲା । ଦମଦାର ଖେଳ ପ୍ରଦର୍ଶନ କରି ସେ ଏକଲବ୍ୟ, ଅର୍ଜୁନ ଓ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।

କାଟାଲୁ ରବି କୁମାର: ବ୍ରହ୍ମପୁରର ଭାରଉତ୍ତୋଳନକାରୀ ହେଉଛନ୍ତି କାଟାଲୁ ରବି କୁମାର । 2012ରେ ଲଣ୍ଡନରେ ଆୟୋଜିତ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଥିଲେ । ଦୀର୍ଘ 12 ବର୍ଷର ବ୍ୟବଧାନ ପରେ ସେ ପୁରୁଷ ଭାରଉତ୍ତୋଳନ ବିଭାଗରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । କମନଓ୍ବେଲ୍ଥ ଗେମ୍ସରେ ମଧ୍ୟ ଭାରଉତ୍ତୋଳନ ପ୍ରତିଯୋଗୀତାରେ ସାମିଲ ହୋଇଥିଲେ । ଜାତୀୟସ୍ତରରେ ଅନକେ ପତ୍ରିଯୋଗିତାରେ ସାମିଲ ହୋଇ ସେ ରାଜ୍ୟକୁ ଗୌରବାନ୍ବିତ କରିଥିଲେ । ଉନ୍ନତମାନର ଖେଳ ଯୋଗୁଁ ସେ ରାଜୀବ ଖେଳରତ୍ନୀ ସମ୍ମାନିତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଅଲିମ୍ପିକ୍ସ ଫ୍ଲାସ ବ୍ୟାକ: କେବେ ସାମିଲ ହୋଇଥିଲା ଭାରତ, ଜାଣନ୍ତୁ ପୁରା ଇତିହାସ ? - Paris Olympic 2024

ଲାଜାରସ୍ ବାର୍ଲା: ସୁନ୍ଦରଗଡର ହକି ତାରକା ହେଉଛନ୍ତି ଲାଜାରସ୍ ବାର୍ଲା । 2000ରେ ସିଡନୀରେ ଆୟୋଜିତ ସମର ଅଲିମ୍ପିକ୍ସରେ ଡିଫେଣ୍ଡର ଭାବେ ଭାରତୀୟ ହକି ଟିମ୍‌ରେ ସେ ଖେଳିଥିଲେ । 1997ରେ ଖେଳାଯାଇଥିବା ଜୁନିୟର ହକି ବିଶ୍ବକପରେ ସେ ଭାରତୀୟ ଟିମରେ ସାମିଲ ହୋଇ ଅନ୍ତର୍ଜାତୀୟ ମ୍ୟାଚରେ ଡେବ୍ୟୁ କରିଥିଲେ । ସର୍ବମୋଟ ସେ 159ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଜୁନିୟର ଏସିଆ କପରେ ସେ ଭାରତୀୟ ଟିମ୍‌ର ପ୍ରତିନିଧିତ୍ବ କରିଥିଲେ । ସେହିପରି କୁଆଲା ଲୁମ୍ପୁର ଓ ଉରୁଗୁଏରେ ଅନୁଷ୍ଠିତ ବିଶ୍ୱକପରେ ଭାଗ ନେଇଥିଲେ ।

Anuradha Biswal
Anuradha Biswal (ETV BHARAT ODISHA)

ଅନୁରାଧା ବିଶ୍ବାଳ: ଅନୁରାଧା ବିଶ୍ବାଳ ଭାରତର Hurdle Queen ଭାବେ ଜଣାଶୁଣା । ଓଡିଶାର ପ୍ରଥମ ମହିଳା ଭାବେ ଆଥଲେଟିକ୍ସରୁ ଅଲମ୍ପିକ୍ସରେ ପ୍ରତିନିଧିତ୍ବ କରିଥିଲେ ଅନୁରାଧା । 2002 ସିଡନୀ ଅଲମ୍ପିକ୍ସରେ ହଡଲ୍ସରେ ସେ ଦେଶକୁ ପ୍ରତିନିଧିତ୍ବ କରିଥିଲେ । 100 ମିଟର ହଡଲ୍ସକୁ ସେ 13.38 ସେକେଣ୍ଡରେ ଶେଷ କରି ଜାତୀୟ ସ୍ତରରେ ରେକର୍ଡ କରିଥିଲେ । 25 ବର୍ଷର ଖେଳ କ୍ୟାରିୟରରେ ସେ ଅନେକ ମେଡାଲ ଜିତବା ସହ ଦେଶ ଓ ରାଜ୍ୟର ନାମକୁ ଗୌରବାନ୍ବିତ କରିଥିଲେ । ତାଙ୍କ ନାମରେ 7ଥର ଜାତୀୟ ରେକର୍ଡ ଓ ଗୋଟିଏ ଥର ଜାତୀୟ ଗେମ୍ସ ରେକର୍ଡ ମଧ୍ୟ ରହିଛି । ଆଥଲେଟିକ୍ସ କ୍ୟାରିୟରରେ ମୋଟ 84 ସ୍ବର୍ଣ୍ଣ, 52ଟି ରୌପ୍ୟ ଓ 40 ବ୍ରୋଞ୍ଜ ମେଡାଲ ଜିତିଛନ୍ତି । 2006 ଏସିଆନ ଗେମ୍ସ, 2010 ରାଜ୍ୟଗୋଷ୍ଠୀ କ୍ରୀଡାରେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି ସେ ।

Birendra Lakra
Birendra Lakra (ETV BHARAT ODISHA)

ବୀରେନ୍ଦ୍ର ଲାକ୍ରା: ଭାରତୀୟ ପୁରୁଷ ହକି ଟିମ୍‌ର ପୂର୍ବତନ ଅଧିନାୟକ ହେଉଛନ୍ତି ବୀରେନ୍ଦ୍ର ଲାକ୍ରା । 2009ରେ ସିଡନୀରେ ଆୟୋଜିତ ଅଲିମ୍ପିକ୍ସରେ ବିରେନ୍ଦ୍ର ଭାରତୀୟ ପୁରୁଷ ହକି ଦଳର ପ୍ରତିନିଧିତ୍ୱ କରିଥିଲେ । 2012 ଲଣ୍ଡନ ଅଲିମ୍ପିକ୍ସରେ ଭାରତୀୟ ଟିମ୍‌ ତାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇଥିଲା । ସେ ଭାରତ ପାଇଁ 100ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । 2015 କମନୱେଲ୍‌ଥ ଗେମ୍‌ସରେ ଭାରତୀୟ ଦଳ ଯେତେବେଳେ କାଂସ୍ୟ ଜିତିଥିଲା, ସେ ଦଳର ସଦସ୍ୟ ଥିଲେ ବୀରେନ୍ଦ୍ର । 2015ରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା, ଯାହା ଫଳରେ ସେ ୮ ମାସ ଧରି ଦଳରୁ ବାଦ୍‌ ପଡ଼ିଥିଲେ । 2017ରେ ସେ ପୁନଃ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

ୱିଲିୟମ୍ ଜାଲକ୍ସୋ: ଭାରତୀୟ ପୁରୁଷ ହକି ଟିମର ପୂର୍ବତନ ଖେଳାଳି ହେଉଛନ୍ତି ୱିଲିୟମ୍ ଜାଲକ୍ସୋ । 2004ରେ ଏଥେନ୍ସରେ ଆୟୋଜିତ ଅଲିମ୍ପିକ୍ସରେ ଦେଶକୁ ଭାରତୀୟ ପୁରୁଷ ହକି ଟିମ୍‌ ପ୍ରତିନିଧିତ୍ବ କରିଥିଲା । ଏହି ଟିମ୍‌ରେ ଜାଲକ୍ସୋ ସାମିଲ ଥିଲେ । ଦଳରେ ଜଣେ ଦକ୍ଷ ଖେଳାଳି ଭାବେ ବହୁବାର ନିଜକୁ ପ୍ରମାଣିତ କରିଛନ୍ତି ସେ ।

Dutee Chand
Dutee Chand (ETV BHARAT ODISHA)

ଦୂତୀ ଚାନ୍ଦ: ଦୌଡରାଣୀ ଦୂତୀ ଚାନ୍ଦ 2016 ରିଓ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଖେଳାଳି ଭାବେ 100 ମିଟର ଦୌଡରେ ଭାଗ ନେଇ ସ୍ବର୍ଣ୍ଣ ପଦକ ଜିତିଥିଲେ । ସେ ଭାରତର ତୃତୀୟ ମହିଳା ଖେଳାଳି ଭାବେ 100 ମିଟର ରେସରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିଲେ । 2018ରେ ଜାକର୍ତ୍ତାରେ ଆୟୋଜିତ ଏସିଆନ ଗେମ୍ସରେ 100 ମିଟର ଦୌଡରେ ରୌପ୍ୟ ପଦକ ହାସଲ କରିଥିଲେ । ଏହି ପ୍ରତିଯୋଗିତାରେ 1998ରୁ ଭାରତ ପଦକ ଜିତିନଥିଲା ।

Amit Rohidas
Amit Rohidas (ETV BHARAT ODISHA)

ଅମିତ ରୋହିଦାସ: 2020ରେ ଆୟୋଜିତ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଚ ମୋଲ ଜିତିଥିଲା । ଏହି ସମୟରେ ଅମିତ ଭାରତୀୟ ଦଳର ଉପଅଧିନାୟକ ରହିଥିଲେ । 2022 ଏସିଆନ ଗେମ୍ସରେ ଭାରତୀୟ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଥିଲା । ଅମିତ ଓଡିଶାର ପ୍ରଥମ ଖେଳାଳି ଯିଏକି ଅଲିମ୍ପିକ୍ସରେ ପଦକ ହାସଲ କରିଛନ୍ତି । ଚଳିତ ଥର ଆରମ୍ଭ ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସ ମଧ୍ୟ ଖେଳିବାକୁ ସେ ଯୋଗ୍ୟତା ଅର୍ଜନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 15, 2024, 1:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.