ETV Bharat / sports

ଅଲିମ୍ପିକ୍ସ ପଦକ ବିଜେତା ହେଲେ ମାଲାମାଲ; ଜାଣନ୍ତୁ କାହାକୁ ମିଳିଲା କେତେ ପ୍ରାଇଜ ? - Paris Olympics 2024

author img

By ETV Bharat Sports Team

Published : Aug 13, 2024, 4:27 PM IST

Cash Prize To Indian Paris Olympics Medalists : ପ୍ୟାରିସ ଅଲିମ୍ପିକ୍ସରୁ ଭାରତ ମାତ୍ର 6ଟି ପଦକ ପାଇଛି । ଯେଉଁଥିରେ 5ଟି ବ୍ରୋଞ୍ଜ ଏବଂ ଗୋଟିଏ ରୌପ୍ୟ ପଦକ ସାମିଲ ଅଛି । ତେବେ ପ୍ୟାରିସ ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଜିତିଥିବା ଖେଳାଳି କେତେ ଟଙ୍କା ପୁରସ୍କାର ପାଇଲେ ? ଜାଣନ୍ତୁ,

Cash Prize To Indian Paris Olympics Medalists
Cash Prize To Indian Paris Olympics Medalists (IANS Photos)

ନୂଆଦିଲ୍ଲୀ : ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଟୋକିଓ ଅଲିମ୍ପିକ୍ସରେ ଜିତିଥିବା ପଦକ ସଂଖ୍ୟାକୁ ଚଳିତ ଅଲିମ୍ପିକ୍ସରେ ଛୁଇଁ ପାରିନାହାନ୍ତି ଭାରତୀୟ ଆଥଲେଟ । ଯଦିଓ, ଚଳିତ ଅଲିମ୍ପିକ୍ସରେ 10ରୁ ଅଧିକ ପଦକ ଆଶା କରିଥିଲେ ଦେଶବାସୀ, କିନ୍ତୁ ଗତ ଅଲିମ୍ପିକ୍ସ ତୁଳନାରେ ଗୋଟିଏ ପଦକ କମ, 6ଟି ପଦକ ସହିତ ଭାରତର ଅଭିଯାନ ଶେଷ ହୋଇଥିଲା । ଏଥର ଗୋଟିଏ ବି ସ୍ବର୍ଣ୍ଣ ପଦକ ମିଳିନଥିବା ବେଳେ, ପୂର୍ବଥର ଅପେକ୍ଷା ରୌପ୍ୟ ପଦକ ସଂଖ୍ୟା ମଧ୍ୟ ହ୍ରାସ ପାଇଛି ।

ତେବେ ଯେଉଁ ଖେଳାଳିମାନେ ଏଥର ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଛନ୍ତି, ସେମାନଙ୍କ ପାଇଁ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି । ଏଠାରେ ଜାଣନ୍ତୁ ପ୍ୟାରିସ ଅଲିମ୍ପିକ୍ସରେ ପଦକ ବିଜେତାମାନଙ୍କ ପାଇଁ କେଉଁ ସରକାର କେତେ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି,

ମନୁ ଭାକର :-

ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ମନୁ ଭାକର 10 ମିଟର ଏୟାର ପିସ୍ତଲ ମହିଳା ଏକକ ବର୍ଗରେ ଦେଶକୁ ପ୍ରଥମ ବ୍ରୋଞ୍ଜ ମେଡାଲ ଦେଇଥିଲେ । ଏହାପରେ ସରବଜୋତ ସିଂହଙ୍କ ସହିତ 10 ମିଟର ଏୟାର ପିସ୍ତଲ ମିଶ୍ରିତ ଦଳରେ ମଧ୍ୟ ଦ୍ବିତୀୟ ପଦକ ଜିତି ଇତିହାସ ରଚିଥିଲେ ମନୁ । ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇଥିଲେ ମନୁ ଭାକର । ଏପରିକି ସେ 25 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମଧ୍ୟ ଅଳ୍ପକେ ପଦକରୁ ବଞ୍ଚିତ ହୋଇ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲେ । ତେବେ ଏଭଳି ଚମତ୍କାର ପ୍ରଦର୍ଶନ ପରେ ମନୁ ଭାକରଙ୍କୁ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ 30 ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ସରବଜୋତ ସିଂହ :-

ମନୁଙ୍କ ସହ ମିଶ୍ରିତ ଦଳ ଶୁଟିଂରେ ବ୍ରୋଞ୍ଜ ଜିତିଥିବା ସରବଜୋତଙ୍କର ଏହା ପ୍ରଥମ ଅଲିମ୍ପିକ୍ସ ଥିଲା । ସରବଜୋତ ପ୍ରଥମ ଅଲିମ୍ପିକ୍ସରେ ହିଁ ବ୍ରୋଞ୍ଜ ପଦକ ଜିତିଥିଲେ । ଏହି ପଦକ ଜିତିବା ପରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ନଗଦ ପୁରସ୍କାର ଯୋଜନା ଅଧୀନରେ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସରବଜୋତଙ୍କୁ 22.5 ଲକ୍ଷ ଟଙ୍କାର ଚେକ୍ ଦେଇଛନ୍ତି । ଏହାପରେ ସରବଜୋତଙ୍କୁ ଏକ ସରକାରୀ ଚାକିରି ମଧ୍ୟ ଅଫର ମିଳିଥିଲା । ହେଲେ ଏବେ ଶୁଟିଂରେ ଧ୍ୟାନ ଦେବାକୁ ଚାହୁଁଥିବାରୁ ସେ ଚାକିରିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ନୀରଜ ଚୋପ୍ରା :-
ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ପ୍ୟାରିସରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । 140 କୋଟି ଦେଶବାସୀ ତାଙ୍କଠାରୁ ସ୍ବର୍ଣ୍ଣ ପଦକ ଆଶା କରିଥିଲା । ତେବେ ନୀରଜଙ୍କ ପାଇଁ ନଗଦ ପୁରସ୍କାର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ । ଯେତେବେଳେ ସେ ଟୋକିଓରେ ସ୍ବର୍ଣ୍ଣ ପଦକ ଜିତିଥିଲେ, ସେତେବେଳେ ସେ ହରିୟାଣା ସରକାରଙ୍କଠାରୁ 6 କୋଟି ଟଙ୍କା ପୁରସ୍କାର ରାଶି ପାଇଥିଲେ ।

ସ୍ବପ୍ନୀଲ କୁସାଲେ :-

ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତକୁ ସମୁଦାୟ 6ଟି ପଦକ ମିଳିଥିବାବେଳେ କେବଳ ଶୁଟିଂରୁ ମିଳିଛି 3ଟି ପଦକ । ମନୁ ଭାକର ଓ ସରବଜୋତ ସିଂହ ଦୁଇଟି ପଦକ ଦେଇଥିବାବେଳେ ଶୁଟିଂରେ ଦେଶକୁ ତୃତୀୟ ବ୍ରୋଞ୍ଜ ଦେଇଥିଲେ ଯୁବ ରାଇଫଲ ଶୁଟର ସ୍ବପ୍ନୀସ କୁସାଲେ । ସେ ପୁରୁଷ 50 ମିଟର ରାଇଫଲ 3P ଫାଇନାଲରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏହା ସହିତ ସେ ଏହି ଇଭେଣ୍ଟରେ ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇଥିଲେ । ପଦକ ଜିତିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କ ପାଇଁ 1 କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ।

ଅମନ ଶେରାୱତ :-

ପୁରୁଷ 57 କିଲୋଗ୍ରାମ ଫ୍ରିଷ୍ଟାଇଲ ରେସଲିଂରେ ବ୍ରୋଞ୍ଜ ପଦକ ଜିତି ଅମନ ଶେରାୱତ ଭାରତକୁ ଷଷ୍ଠ ପଦକ ଭେଟି ଦେଇଛନ୍ତି । ଏହା ସହିତ ସେ ଅଲିମ୍ପିକ୍ ପଦକ ଜିତିବାରେ ସର୍ବକନିଷ୍ଠ (21 ବର୍ଷ 24 ଦିନ ବୟସ) ଭାରତୀୟ ଖେଳାଳି ହୋଇଥିଲେ । ତେବେ ଅମନଙ୍କ ପାଇଁ ଯଦିଓ ଏପର୍ଯ୍ୟନ୍ତ କୌଣସି ନଗଦ ପୁରସ୍କାର ଘୋଷଣା କରାଯାଇ ନାହିଁ, ତେବେ ତାଙ୍କୁ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କାର ରାଶି ମିଳିବ ବୋଲି ଆଶା କରାଯାଉଛି ।

ପୁରୁଷ ହକି ଟିମ :-

ଭାରତୀୟ ପୁରୁଷ ହକି ଦଳ ସ୍ପେନ ବିପକ୍ଷରେ ବ୍ରୋଞ୍ଜ ପଦକ ମ୍ୟାଚ୍‌ ଜିତି 52 ବର୍ଷର ଇତିହାସର ପୁନରାବୃତ୍ତି କରିଛି । ଏହି ସଫଳତା ପରେ ହକି ଇଣ୍ଡିଆ ଦଳର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ 15 ଲକ୍ଷ ଟଙ୍କା ନଗଦ ପୁରସ୍କାର ଘୋଷଣା କରିଛି । ଆହୁରି ମଧ୍ୟ, ଦଳର ସପୋର୍ଟ ଷ୍ଟାଫର ପ୍ରତ୍ୟେକ ସଦସ୍ୟଙ୍କୁ 7.5 ଲକ୍ଷ ଟଙ୍କା ଦେଇଛି । ଏହା ବ୍ୟତୀତ ଓଡ଼ିଆ ପୁଅ ତଥା ଟିମ୍‌ ଇଣ୍ଡିଆର ଟପ୍‌ ଡିଫେଣ୍ଡର ଅମିତ ରୋହିଦାସଙ୍କ ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମଝୀ 4 କୋଟି ଏବଂ ଦଳର ପ୍ରତ୍ୟେକ ଖେଳାଳିଙ୍କ ପାଇଁ 15 ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି । ସେହିଭଳି ପ୍ରତ୍ୟେକ ସପୋର୍ଟ ଷ୍ଟାଫଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପକ୍ଷରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ରାଜ୍ୟର ପ୍ରତ୍ୟେକ ହକି ଦଳର ସଦସ୍ୟଙ୍କ ପାଇଁ 1 କୋଟି ନଗଦ ପୁରସ୍କାର ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: ଏହି ଖେଳାଳି ଦେଶ ପାଇଁ ଜିତିଲେ ମେଡାଲ; ଭାଙ୍ଗିଲା ଅନେକ ରେକର୍ଡ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.