ETV Bharat / sports

ପ୍ୟାରିସରୁ ଆସିଲା ପ୍ରଥମ ମେଡାଲ; ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ଜିତିଲେ ମନୁ ଭାକର - Paris Olympics 2024

author img

By ETV Bharat Sports Team

Published : Jul 28, 2024, 4:03 PM IST

Updated : Jul 28, 2024, 4:43 PM IST

Paris Olympics 2024 Manu Bhaker: ଅଲିମ୍ପିକ୍ସ 2024ରେ ଭାରତକୁ ପ୍ରଥମ ମେଡାଲ ଦେଲେ ମନୁ ଭାକର । ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ମେଡାଲ ଜିତିଲେ ମନୁ । ଅଧିକ ପଢ଼ନ୍ତୁ

Manu Bhaker Bags First Medal for India
Manu Bhaker Bags First Medal for India (AP Photos)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସରୁ ଆସିଲା ପ୍ରଥମ ମେଡାଲ । ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତୀୟ ଶୁଟର ମନୁ ଭାକର 10 ମିଟର ଏୟାର ପିସ୍ତଲ ମହିଳା ଏକକ ବର୍ଗରେ ଫାଇନାଲ୍‌ରେ ଜିଛନ୍ତି ବ୍ରୋଞ୍ଜ ମେଡାଲ । ଗତ 20 ବର୍ଷରେ ଏକ ବ୍ୟକ୍ତିଗତ ଇଭେଣ୍ଟରେ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିବାରେ ମନୁ ଭାକର ପ୍ରଥମ ଭାରତୀୟ ମହିଳା ଶୁଟର ହୋଇଥିବାବେଳେ ଏଠାରେ କାଂସ୍ୟ ଜିତି ରଚିଛନ୍ତି ଇତିହାସ । ସେପଟେ ଏଭଳି ସଫଳତା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍‌ କରିବା ସହିତ ନିଜେ ଫୋନ କରି ମନୁଙ୍କ ସହ କଥା ହୋଇଛନ୍ତି । ଏଭଳି ସଫଳତା ପାଇଁ ସେ ମନୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଇତିହାସ ରଚିଲେ ମନୁ ଭାକର:-

ମନୁ ଭାକର ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ସେ 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ପଦକ ଜିତି ଶୁଟିଂ ଇଭେଣ୍ଟରେ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ଶୁଟର ହୋଇଛନ୍ତି । ପ୍ରଥମ ଭାରତୀୟ ମହିଳା ଶୁଟର ଭାବେ ମଧ୍ୟ ସେ ଗତ 20 ବର୍ଷରେ କୌଣସି ବ୍ୟକ୍ତିଗତ ଇଭେଣ୍ଟରେ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିଥିଲେ । ଦେଶକୁ ପ୍ରଥମ ପଦକ ଦେବା ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ ମନୁ ଭାକର ।

Paris Olympics 2024 Manu Bhaker
Paris Olympics 2024 Manu Bhaker (ETV Bharat Odisha)

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ:-

ମନୁ ଭାକର ଫାଇନାଲରେ 221.7 ପଏଣ୍ଟ ହାସଲ କରି ଭାରତକୁ ପ୍ୟାରିସ ଅଲିମ୍ପିକ୍ସ 2024ରେ ପ୍ରଥମ ପଦକ ଦେଇଛନ୍ତି । ଏହି ଇଭେଣ୍ଟରେ ଅଲିମ୍ପିକ୍‌ ରେକର୍ଡ ସ୍କୋର 243.2 ପଏଣ୍ଟ ସହ ଦକ୍ଷିଣ କୋରିଆର ଓହ ୟେ ଜିନ୍‌ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଅନ୍ୟ ଜଣେ କୋରିଆନ୍ କି ୟେଜିନ୍ 241.3 ପଏଣ୍ଟ ସହ ରୌପ୍ୟ ପଦକ ହାସଲ କରିଛନ୍ତି ।

ଫାଇନାଲ୍‌ରେ ମନୁଙ୍କ ଚମତ୍କାର ପ୍ରଦର୍ଶନ:-

ମନୁ ଭାକର ମ୍ୟାଚ୍‌ ଆରମ୍ଭରୁ ହିଁ ନିଜର ଜବରଦସ୍ତ ପ୍ରଦର୍ଶନ କରିଥିଲେ ଏବଂ 5 ସଟ୍‌ ପରେ 50.4 ସ୍କୋର କରି କୋରିଆ ପରେ ଦ୍ବିତୀୟ ସ୍ଥାନରେ ରହିଥିଲେ । ଏହାପରେ ମଧ୍ୟ ମନୁ ତାଙ୍କର ଉତ୍କୃଷ୍ଟ ଫର୍ମ ଜାରି ରଖିଥିଲେ ଏବଂ 10ଟି ସଟ୍‌ ପରେ 100.3 ପଏଣ୍ଟ ସହ ମନୁ ଭାକର ଦୁଇ କୋରିଆ ଖେଳାଳିଙ୍କ ପରେ ତୃତୀୟ ସ୍ଥାନରେ ରହିଥିଲେ । ଏହାପରେ, 15ଟି ସଟ୍‌ ପରେ ତାଙ୍କ ସ୍କୋର 150.7 ଥିଲା ଏବଂ ସେ ତୃତୀୟ ସ୍ଥାନରେ ରହିଥିଲେ । 20 ସଟ୍‌ ପରେ ମନୁ 201.3 ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହି ଦେଶ ପାଇଁ ବ୍ରୋଞ୍ଜ ପଦକ ସୁରକ୍ଷିତ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଶୁଟିଂ ଫାଇନାଲ୍‌ରେ ରମିତା; ଶେଷ ପର୍ଯ୍ୟାୟରେ ଫେଲ ମାରିଲେ ଏଲାଭେନିଲ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 28, 2024, 4:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.