ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: କୁସ୍ତିରେ ଭାରତକୁ ବଡ଼ ଝଟକା, ଫାଇନାଲ୍‌ ଖେଳିପାରିବେନି ଭିନେଶ ଫୋଗତ; ଅଯୋଗ୍ୟ ଘୋଷିତ ସହ ହେଲେ ବିଦା - Paris Olympics 2024

author img

By ETV Bharat Sports Team

Published : Aug 7, 2024, 12:21 PM IST

Paris Olympics 2024 Vinesh Phogat Disqualified : କୁସ୍ତିରେ ଭିନେଶ ଫୋଗତଙ୍କ ମେଡାଲ ଜିତିବା ଆଶା ମଉଳିଲା । କିଛି ଗ୍ରାମ ଅଧିକ ଓଜନ ହେବାରୁ ତାଙ୍କୁ ଅଯୋଗ୍ୟ ଘୋଷମା କରାଯାଇଛି । ଆଜି ଖେଳିଥାନ୍ତେ ଫାଇନାଲ । ଅଧିକ ପଢ଼ନ୍ତୁ

Paris Olympics 2024 Vinesh Phogat Disqualified
Paris Olympics 2024 Vinesh Phogat Disqualified (AP Photo)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତକୁ ବଡ଼ ଝଟ୍‌କା । କୁସ୍ତିରେ ଭିନେଶ ଫୋଗତଙ୍କ ମେଡାଲ ଜିତିବା ଆଶା ମଉଳିଲା । 50 କିଲୋଗ୍ରାମ ବର୍ଗରେ ଫାଇନାଲ୍‌ରେ ପହଞ୍ଚି ଭାରତ ପାଇଁ ମେଡାଲ ପକ୍କା କରିଥିଲେ ଭାରତୀୟ ରେସଲର ଭିନେଶ ଫୋଗତ । ହେଲେ 50 କିଲୋଗ୍ରାମରୁ କିଛି ଗ୍ରାମ ଅଧିକ ଓଜନ ହେବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ଏବେ ସେ ନା ସ୍ବର୍ଣ୍ଣ ପଦକ ଜିତିପାରିବେ ଆଉ ନା ରୌପ୍ୟ । ରାତିସାରା ବହୁତ ପରିଶ୍ରମ ଓ ଉଦ୍ୟମ ସତ୍ତ୍ବେ ଆଜି ସକାଳେ ତାଙ୍କ ଓଜନ 50 କିଲୋଗ୍ରାମରୁ କିଛି ଗ୍ରାମ ଅଧିକ ମିଳିଥିବା ଜଣାପଡିଛି । ଯେଉଁଥିପାଇଁ ସେ ଫାଇନାଲ ମ୍ୟାଚ୍ ଖେଳିବାକୁ ସକ୍ଷମ ହେବେ ନାହିଁ ।

ରାତିସାରା ପରିଶ୍ରମ ସତ୍ତ୍ବେ କିଛି ଗ୍ରାମ ଓଜନ ଅଧିକ ରହିଲା :-

ANI ରିପୋର୍ଟ ଅନୁସାରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ କହିଛି, 'ଦୁଃଖର ବିଷୟ ଯେ ଭାରତୀୟ ଦଳ ମହିଳା 50 କିଲୋଗ୍ରାମ ରେସଲିଂ ବର୍ଗରୁ ଭିନେଶ ଫୋଗତଙ୍କ ଅଯୋଗ୍ୟତା ଖବର ଜଣାଇଛନ୍ତି । ସାରାରାତି ଦଳ ଦ୍ବାରା କରାଯାଇଥିବା ସର୍ବୋତ୍ତମ ପ୍ରୟାସ ସତ୍ତ୍ବେ ଆଜି ସକାଳେ ତାଙ୍କର ଓଜନ 50 କିଲୋଗ୍ରାମରୁ କିଛି ଗ୍ରାମ ଅଧିକ ଥିଲା । ଏହି ସମୟରେ ଦଳ ପକ୍ଷରୁ ଆଉ କୌଣସି ମନ୍ତବ୍ୟ ମିଳିପାରିନାହିଁ । ଭାରତୀୟ ଦଳ ଭିନେଶଙ୍କ ଗୋପନୀୟତାକୁ ସମ୍ମାନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ସେ ଆଗକୁ ଅନ୍ୟ ପ୍ରତିଯୋଗିତା ଉପରେ ଧ୍ୟାନ ଦେବାକୁ ଚାହିଁବେ ।'

ଫାଇନାଲରେ ପହଞ୍ଚି ରଚିଥିଲେ ଇତିହାସ :-

ପ୍ରକାଶ ଥାଉ, ଭିନେଶ ଫୋଗତ ପ୍ରଥମ ଥର ପାଇଁ ରେସଲିଂ ଫାଇନାଲରେ ପହଞ୍ଚି ଇତିହାସ ସୃଷ୍ଟି କରିଥିଲେ । ସେ ଫାଇନାଲରେ ପ୍ରବେଶ କରିଥିବା ଭାରତର ପ୍ରଥମ ମହିଳା ରେସଲର ଥିଲେ । ଏହା ସହିତ ସେ 3ଟି ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଦେଶ ପାଇଁ ପଦକ ପକ୍କା କରିଥିଲେ । ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ପ୍ରତ୍ୟେକ ଭାରତୀୟଙ୍କୁ ଏକ ବଡ଼ ଧକ୍କା ଲାଗିଛି ।

ଏବେ ଏମିତି ହେବ ଖେଳ :-

ଏହାପୂର୍ବରୁ ସୂତ୍ରରୁ ପ୍ରକାଶ ପାଇଥିଲା ଯେ ଭିନେଶଙ୍କ ଓଜନ ପ୍ରାୟ 100 ଗ୍ରାମ ଅଧିକ ରହିଛି । ଯେଉଁଥିପାଇଁ ସେ ଅଯୋଗ୍ୟ ଘୋଷିତ ହୋଇପାରନ୍ତି । ପ୍ରତିଯୋଗିତା ନିୟମ ଅନୁଯାୟୀ, ଫୋଗତ ରୌପ୍ୟ ପଦକ ପାଇଁ ମଧ୍ୟ ଯୋଗ୍ୟ ହେବେ ନାହିଁ । ଏବେ 50 କିଲୋଗ୍ରାମ କୁସ୍ତି ଇଭେଣ୍ଟରେ କେବଳ ସ୍ବର୍ଣ୍ଣ ଏବଂ ବ୍ରୋଞ୍ଜ ପଦକ ବିଜେତା ଅଂଶଗ୍ରହଣ କରିବେ । ଫୋଗତ ଏହି ଅଲିମ୍ପିକ୍ସରେ ନିଜର ପ୍ରଥମ ମ୍ୟାଚ୍‌ରେ ଗତ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ଜାପାନର ରେସଲରଙ୍କୁ ହରାଇଥିଲେ । ତାଙ୍କର ପ୍ରତିଦ୍ବନ୍ଦ୍ବୀ ଜାପାନର ରେସଲର ଆଜି ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ହାରିନଥିଲେ । ପ୍ରଥମ ଅନ୍ତର୍ଜାତୀୟ ରେସଲର ଭାବେ ଭାରତୀୟ ରେସଲର ଭିନେଶ ଫୋଗତ ତାଙ୍କୁ ପରାସ୍ତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.